Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 20

ବି‌ନ୍‌ହଦଦ୍ ଓ ଆହାବ ଯୁଦ୍ଧ କଲେ

20 ଅରାମର ରାଜା ବି‌ନ୍‌ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ତା’ପରେ ଇସ୍ରାଏଲର ରାଜା ଆହାବ ନଗର ଭିତରକୁ ଦୂତଗଣ ପ୍ରେରଣ କଲେ। ସେହି ବାର୍ତ୍ତା ଥିଲା, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେମାନେ ତୁମ୍ଭର ସମସ୍ତ ରୂପା, ସୁନା ମୋତେ ଦେବ। ଆଉ ମଧ୍ୟ ତୁମ୍ଭର ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋତେ ଦେଇଦେବ।’”

ଇସ୍ରାଏଲର ରାଜା ଉତ୍ତର ଦେଲେ, “ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ଆପଣଙ୍କର।”

ତା’ପରେ ଦୂତମାନେ ଆହାବଙ୍କ ନିକଟକୁ ଫେରି ଆସି କହିଲେ, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେ ଆପଣା ରୂପା, ସୁନା, ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋ’ ହସ୍ତରେ ସମର୍ପଣ କର ବୋଲି ମୁଁ କହି ପଠାଇଲି। ଆସନ୍ତାକାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମୋର ଦାସମାନଙ୍କୁ ପଠାଇବି, ସେମାନେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହାକିଛି ମୂଲ୍ୟବାନ ଜିନିଷ ପାଇବେ ସେମାନେ ନେଇଯିବେ।’”

ତେଣୁ ରାଜା ଆହାବ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, “ମୁଁ ବିନୟ କରି କହୁଛି, ବିଗ୍ଭର କର, ବି‌ନ୍‌ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମୋର ଭାର୍ଯ୍ୟା, ମୋର ସନ୍ତାନଗଣ, ମୋର ସୁନା, ରୂପା ନେବାକୁ ଲୋକ ପଠାଇଲା ଓ ସେ ସବୁ ଦେବାକୁ ମୁଁ ସମ୍ମତ ହେଲି। ମାତ୍ର ସେ ବର୍ତ୍ତମାନ ସବୁକିଛି ନେବାକୁ ଗ୍ଭହୁଁଛି।”

ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, “ଆପଣ ତାଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥିରେ ସମ୍ମତ ହୁଅନ୍ତୁ ନାହିଁ।”

ବର୍ତ୍ତମାନ ଆହାବ ବି‌ନ୍‌ହଦ‌ଦଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, “ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ୱିତୀୟରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।”

ରାଜା ବି‌ନ୍‌ହଦ‌ଦଙ୍କର ଦୂତମାନେ ରାଜାଙ୍କ ନିକଟକୁ ବାର୍ତ୍ତା ନେଇ ଫେରିଗଲେ। 10 ତା’ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବି‌ନ୍‌ହଦ‌ଦ୍‌ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।”

11 ରାଜା ଆହାବ ଉତ୍ତର ଦେଲେ, “ବି‌ନ୍‌ହଦ‌ଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।”

12 ରାଜା ବି‌ନ୍‌ହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ। ତେଣୁ ସେମାନେ ପ୍ରସ୍ତୁତ ହୋଇ ନଗର ବିରୁଦ୍ଧରେ ଆକ୍ରମଣ କରିବାକୁ ବାହାରିଲେ।

13 ସେହି ସମୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’”

14 ତହୁଁ ଆହାବ କହିଲେ, “କାହାଦ୍ୱାରା ପରାଜିତ କରାଇବେ?”

ଭବିଷ୍ୟ‌ଦ୍‌ବକ୍ତା ଉତ୍ତର ଦେଲେ, “ଯୁବା ଲୋକମାନଙ୍କ ଦ୍ୱାରା ‘ଯେଉଁମାନେ ରାଜାଙ୍କର ଅଧିକାରୀମାନଙ୍କର ସାହାଯ୍ୟକାରୀ ଥିଲେ।’”

ତା’ପରେ ରାଜା କହନ୍ତି, “କିଏ ଯୁଦ୍ଧ ଆରମ୍ଭ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେବା ପାଇଁ ଯାଉଛି?”

ସେ କହିଲେ, “ତୁମ୍ଭେ।”

15 ତେଣୁ ଆହାବ ପ୍ରଦେଶର ଯୁବା ଅଧିପତିମାନଙ୍କୁ ଏକତ୍ରିତ କରି ଗଣିଲେ। ସେମାନଙ୍କ ସଂଖ୍ୟା 232 ହେଲା। ତା’ପରେ ଇସ୍ରାଏଲର ସୈନ୍ୟମାନଙ୍କୁ ଏକତ୍ରିତ କରି ଗଣି ଦେଖିଲେ, ସେମାନଙ୍କ ସଂଖ୍ୟା 7000 ହେଲା।

16 ମଧ୍ୟାହ୍ନରେ ଯେତେବେଳେ ରାଜା ବି‌ନ୍‌ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ। 17 ପ୍ରଦେଶର ଯୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବି‌ନ୍‌ହଦ‌ଦ୍‌ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିୟାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ। 18 ତେଣୁ ବି‌ନ୍‌ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।”

19 ଏହା ମଧ୍ୟରେ ପ୍ରଦେଶର ଯୁବା ଅଧିପତିମାନେ ସେହି ଆକ୍ରମଣର ନେତୃତ୍ୱ ନେଲେ ଓ ଇସ୍ରାଏଲର ସୈନ୍ୟମାନେ ତାଙ୍କର ଅନୁସରଣ କଲେ। 20 ଇସ୍ରାଏଲର ପ୍ରତ୍ୟେକ ଯୋଦ୍ଧା ତାଙ୍କ ବିରୁଦ୍ଧରେ ଆସିଥିବା ଶତ୍ରୁମାନଙ୍କୁ ବଧ କଲେ, ତା’ପରେ ଇସ୍ରାଏଲୀୟମାନେ ଅରାମୀୟମାନେ ପଳାୟନକାରୀମାନଙ୍କ ପଛରେ ଗୋଡ଼ଇଲେ। ଅରାମର ରାଜା ବି‌ନ୍‌ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ପୃଷ୍ଠରେ ପଳାଇଯାଇ ନିଜକୁ ରକ୍ଷା କଲେ। 21 ରାଜା ଆହାବ ଅରାମର ସମସ୍ତ ଅଶ୍ୱ ଓ ରଥକୁ ଅଧିକାର କରିବାର ନେତୃତ୍ୱ ନେଲେ ଓ ଅରାମୀୟମାନଙ୍କୁ ସମୂଳେ ପରାଜିତ କଲେ।

22 ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, “ଅରାମର ରାଜା ବି‌ନ୍‌ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।”

ବି‌ନ୍‌ହଦ‌ଦଙ୍କ ପୁନଃ ଆକ୍ରମଣ

23 ବି‌ନ୍‌ହଦ‌ଦ୍‌ର ଅଧିକାରୀମାନେ ତାଙ୍କୁ କହିଲେ, “ଇସ୍ରାଏଲର ଦେବତାଗଣ ପର୍ବତଗଣର ଦେବତାଗଣ ଅଟନ୍ତି, ତେଣୁ ଇସ୍ରାଏଲୀୟମାନେ ବିଜୟୀ ହେଲେ। ଆମ୍ଭେମାନେ ପର୍ବତରେ ଯୁଦ୍ଧ କରି ହାରିଲୁ। ମାତ୍ର ଆମ୍ଭେମାନେ ଯଦି ପଦାରେ ଯୁଦ୍ଧ କରୁ, ତେବେ ଆମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବୁ। 24 ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ୟଗ୍ଭଳନା ଦାୟିତ୍ୱ ବତିଶ୍ ରାଜାମାନଙ୍କ ବଦଳରେ ସେନାପତିମାନଙ୍କ ହସ୍ତରେ ଦିଅନ୍ତୁ। 25 ଆଉ ଆପଣ ହରାଇଥିବା ସୈନ୍ୟ ବଦଳରେ ସୈନ୍ୟ, ଅଶ୍ୱ ବଦଳରେ ଅଶ୍ୱ ଓ ରଥ ବଦଳରେ ରଥ ସଂଗ୍ରହ କରନ୍ତୁ। ଆମ୍ଭେମାନେ ପଦାରେ ଲଢ଼ିବା। ପୁଣି ଆମ୍ଭେମାନେ ନିଶ୍ଚୟ ସେମାନଙ୍କ ଅପେକ୍ଷା ବଳବା‌ନ୍‌ ହେବା ଓ ଜିତିବା।” ରାଜା ସେମାନଙ୍କର ପ୍ରସ୍ଥାବ ଗ୍ରହଣ କଲେ ଓ ସେହିରୂପେ କାର୍ଯ୍ୟ କଲେ।

26 ଅନନ୍ତର ପରବର୍ଷ ବସନ୍ତରେ ବି‌ନ୍‌ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ।

27 ଇସ୍ରାଏଲୀୟ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀୟ ସୈନ୍ୟଗଣ ଆଡ଼କୁ ମାଡ଼ି ଗ୍ଭଲିଲେ। ସେମାନେ ଅରାମୀୟମାନଙ୍କ ବିପରୀତ ପାର୍ଶ୍ୱରେ ଶିବିର ସ୍ଥାପନ କଲେ। ମାତ୍ର ଇସ୍ରାଏଲର ସୈନ୍ୟଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦେଖା ଯାଉଥିଲା ବେଳେ ଅରାମୀୟମାନେ ସମଗ୍ର ଦେଶରେ ବ୍ୟାପି ଯାଇଥିଲେ।

28 ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, “ସଦାପ୍ରଭୁ କୁହନ୍ତି, ‘ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।’”

29 ଦୁଇ ସୈନ୍ୟବାହିନୀ ସାତ ଦିନ ଧରି ସମ୍ମୁଖାସମ୍ମୁଖୀ ହୋଇ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନରେ ଯୁଦ୍ଧ ଆରମ୍ଭ ହେଲା ଓ ଇସ୍ରାଏଲୀୟ ସୈନ୍ୟମାନେ ଗୋଟିଏ ଦିନରେ ଅରାମୀୟ ସୈନ୍ୟମାନଙ୍କ ମଧ୍ୟରୁ 100,000 ପଦାତିକ ସୈନ୍ୟ ବଧ କଲେ। 30 ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବି‌ନ୍‌ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ। 31 ତାଙ୍କର ଦାସମାନେ ସେମାନଙ୍କୁ କହିଲ, “ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।”

32 ତହୁଁ ସେମାନେ କଟିରେ ଅଖା ପିନ୍ଧି ଓ ମୁଣ୍ତରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଇ ବିନୟର ସହିତ କହିଲେ, “ତୁମ୍ଭର ଦାସ ବି‌ନ୍‌ହଦଦ୍ କହୁଛି, ‘ଦୟାକରି ମୋତେ ବଞ୍ଚାନ୍ତୁ।’”

ଆହାବ ଉତ୍ତର ଦେଲେ, “ସେ କ’ଣ ତଥାପି ବଞ୍ଚିଛି? ସେ ତ ମୋରଭାଇ।”

33 ବି‌ନ୍‌ହଦ‌ଦ୍‌ର ଲୋକମାନେ ଜାଣିବାକୁ ଗ୍ଭହିଁଲେ, ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ଦୟା ଦେଖାଇବେ କି ନା, ସେମାନେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ୟକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ୟତା ଜାଣିବା ପାଇଁ ଆହାବ ଯେତେବେଳେ ବି‌ନ୍‌ହଦ‌ଦଙ୍କୁ ଭାଇ ବୋଲି ଡାକିଲା, ସେମାନେ ସଙ୍ଗେ ସଙ୍ଗେ କହିଲେ, “ହଁ! ବି‌ନ୍‌ହଦଦ୍ ତୁମ୍ଭର ଭାଇ।”

ତହୁଁ ରାଜା ଆହାବ କହିଲେ, “ମୋ’ ନିକଟକୁ ତାଙ୍କୁ ଆଣ।” ବି‌ନ୍‌ହଦଦ୍ ଯେତେବେଳେ ଆସିଲେ ଆହାବ ତାଙ୍କୁ ନେଇ ନିଜ ରଥରେ ବସାଇଲେ।

34 ସେତେବେଳେ ବି‌ନ୍‌ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।”

ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ମୁକ୍ତ କଲେ।

ଜଣେ ଭବିଷ୍ୟ‌ଦ୍‌ବକ୍ତା ଆହାବ ବିରୁଦ୍ଧରେ କହିଲେ

35 ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ମଧ୍ୟରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, “ମୋତେ ମାର!” ସେ ଏ କଥା ସଦାପ୍ରଭୁଙ୍କ ଆଜ୍ଞାରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା। 36 ତେଣୁ ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ତ୍ୟାଗ କଲାବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ।” ଯେତେବେଳେ ଦ୍ୱିତୀୟ ଭବିଷ୍ୟ‌ଦ୍‌ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।

37 ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, “ମୁଁ ବିନୟ କରୁଅଛି, ତୁମ୍ଭେ ମୋତେ ମାର!”

ସେହି ଲୋକଟି ତାକୁ ମାରି ମାରି କ୍ଷତ ବିକ୍ଷତ କଲା। 38 ତେଣୁ ଭବିଷ୍ୟ‌ଦ୍‌ବକ୍ତା ଆପଣା ମୁଖରେ ବସ୍ତ୍ର ଆବୃତ କରି ଛଦ୍ମ ବେଶରେ ରହିଲା ଓ ତାକୁ କେହି ଜାଣି ପାରିଲେ ନାହିଁ। ସେ ପଥ ମଧ୍ୟରେ ସେହି ଦେଶରେ ରାଜାଙ୍କୁ ଅପେକ୍ଷା କରି ରହିଲା। 39 ରାଜା ତା’ବାଟ ଦେଇ ଗଲାବେଳେ ସେ ରାଜାଙ୍କୁ କହିଲା, “ମୁଁ ଯୁଦ୍ଧ ଭୂମିକୁ ଯାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତ୍ରୁ ସୈନ୍ୟକୁ ଆଣି ମୋତେ କହିଲେ, ‘ଏହି ଲୋକଟିକୁ ଜଗ, ଯଦି ସେ ପଳାୟନ କରେ ତେବେ ତୁମ୍ଭେ ତା’ ବଦଳରେ ତୁମ୍ଭର ଜୀବନ ଦେବ। ନଚେତ୍ ଏକତାଳନ୍ତ ରୂପା ଦେବ।’ 40 ମୁଁ ଏଣେ ତେଣେ କାର୍ଯ୍ୟରତ ଥିଲା ବେଳେ ସେ ଖସିଗଲା।”

ତହିଁରେ ଇସ୍ରାଏଲର ରାଜା କହିଲେ, “ତୁମ୍ଭେ ଶତ୍ରୁକୁ ଛାଡ଼ି ଦେଇଥିବାରୁ ଦୋଷୀ ହୋଇଅଛ। ତୁମ୍ଭର ନିଜର ବାକ୍ୟସବୁ ତୁମ୍ଭର ନିଷ୍ପତ୍ତି ଉଚ୍ଚାରଣ କରେ।”

41 ଏହା ପରେ ସେହି ଭବିଷ୍ୟ‌ଦ୍‌ବକ୍ତା ତା’ର ମୁହଁରୁ ବସ୍ତ୍ର କାଢ଼ିନେଲା। ଇସ୍ରାଏଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। 42 ତତ୍ପରେ ସେ ଭବିଷ୍ୟ‌ଦ୍‌ବକ୍ତା ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା’ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।’”

43 ତା’ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3

ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ। ଆମ୍ଭେ ଏବେ ଯେଉଁ ଅସୁବିଧାରେ ଅଛୁ, ସେଥିରେ ତୁମ୍ଭେମାନେ କେହି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭେମାନେ ଜାଣିଥିଲ ଯେ ଆମ୍ଭେ ଭବିଷ୍ୟତରେ ଏଭଳି କଷ୍ଟ ନିଶ୍ଚୟ ପାଇବା। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି। ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା’ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।

କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ। ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ଆମ୍ଭେ ସାନ୍ତ୍ୱନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିଲେ ମଧ୍ୟ, ଆମ୍ଭେ ସାନ୍ତ୍ୱନା ଲାଭ କରିଛୁ। ତୁମ୍ଭେମାନେ ପ୍ରଭୁଙ୍କଠାରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତରେ ସଫଳ ହୁଏ। ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ୱରଙ୍କ ଆଗରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସେହି ଅନୁପାତରେ ଆମ୍ଭେ ତାଙ୍କୁ ଧନ୍ୟବାଦ ଦେଇ ପାରିବୁ ନାହିଁ। 10 ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଗ୍ଭଲିଛୁ। ତୁମ୍ଭମାନଙ୍କର ବିଶ୍ୱାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ୱାସରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦେବା ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

11 ଆମ୍ଭର ପରମେଶ୍ୱର, ପରମପିତା ଓ ଆମ୍ଭର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ। 12 ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। 13 ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।

ଦାନିୟେଲଙ୍କ ପୁସ୍ତକ 2

ନବୂଖ‌ଦ୍‌ନିତ୍ସରଙ୍କ ସ୍ୱପ୍ନ

ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ। ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କ‌‌ଲ୍‌‌‌‌ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ।

ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି. ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଉଅଛି।”

ତା’ପରେ କ‌‌ଲ୍‌‌‌‌ଦୀୟମାନେ ଅରାମୀୟ ଭାଷାରେ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ୱପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।”

ରାଜା କ‌‌ଲ୍‌‌‌‌ଦୀୟମାନଙ୍କୁ କହିଲେ, “ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷୟରେ ତୁମ୍ଭେମାନେ ମୋତେ କହିବା ଉଚିତ୍। ଏବଂ ତା’ପରେ ତୁମ୍ଭେମାନେ ମୋତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭେମାନେ ସ୍ୱପ୍ନ ବିଷୟରେ ବା ଏହାର ଅର୍ଥ ମୋତେ ନ କୁହ, ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେବି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତରେ ପରିଣତ କରାଯିବ। ଆଉ ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ’ଠାରୁ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସେହି ସ୍ୱପ୍ନ ଓ ତାହାର ଅର୍ଥ ମୋତେ କୁହ।”

ପୁନର୍ବାର ବିଜ୍ଞ ବ୍ୟକ୍ତିମାନେ ରାଜାଙ୍କୁ କହିଲେ, “ମହାରାଜ, ଆପଣ ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ। ତାହାହେଲେ ଆମ୍ଭେମାନେ ତାହାର ଅର୍ଥ ପ୍ରକାଶ କରିବୁ।”

ରାଜା ଉତ୍ତର ଦେଇ କହିଲେ, “ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭେମାନେ ଇଚ୍ଛା କରି କାଳବିଳମ୍ବ କରୁଛ, କାରଣ ତୁମ୍ଭେମାନେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହୋଇଯାଇଛି। ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”

10 କ‌‌ଲ୍‌‌‌‌ଦୀୟମାନେ ଉତ୍ତର ଦେଇ କହିଲେ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ୱପ୍ନ ବିଷୟ ପ୍ରକାଶ କରି ପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କ‌‌ଲ୍‌‌‌‌ଦୀୟକୁ ଏପରି କଥା ପଗ୍ଭରି ନାହାନ୍ତି। 11 ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କେବଳ ଦେବତାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିବେ। କିନ୍ତୁ ଦେବତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।”

12 ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ। 13 ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ୱାନ ଲୋକମାନେ ହତ ହେବେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା’ର ସାଥୀମାନଙ୍କୁ ବଧ କରିବାକୁ ଅନ୍ୱେଷଣ କଲେ।

14 ଅରିୟୋକ୍ ନାମକ ଜଣେ ରାଜ ସେନାପତି ରାଜରକ୍ଷୀମାନଙ୍କର ନେତୃତ୍ୱ ନେଲେ। ସେ ଯେତେବେଳେ ବାବିଲୀୟ ବିଦ୍ୱାନମାନଙ୍କୁ ବଧ କରିବାକୁ ବାହାରିଲେ, ସେତେବେଳେ ଦାନିୟେଲ ତାଙ୍କୁ ଜ୍ଞାନରେ ଓ ସୁବିବେଚନାରେ ଉତ୍ତର ଦେଲେ। 15 ଦାନିୟେଲ ଅରିୟୋ‌କ୍‌କୁ କହିଲେ, “ରାଜଦଣ୍ତ ଏତେ କଠୋର କାହିଁକି?”

ତେଣୁ ଅରିୟୋକ ରାଜାଙ୍କ ସ୍ୱପ୍ନ ବୃତ୍ତାନ୍ତ ଦାନିୟେଲଙ୍କୁ ବୁଝାଇ ଦେଲେ। 16 ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆଉ କିଛି ଅଧିକ ସମୟ ଦେବାକୁ ନିବେଦନ କଲେ। ତାହାହେଲେ ସେ ରାଜାଙ୍କର ସ୍ୱପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।

17 ତା’ପରେ ଦାନିୟେଲ ସ୍ୱଗୃହକୁ ଯାଇ ତା’ର ସାଙ୍ଗ ହନାନୀୟ, ମୀଶାୟେଲ ଓ ଆସରିୟଙ୍କୁ ରାଜାଜ୍ଞା ବିଷୟରେ ସକଳ ବୃତ୍ତାନ୍ତ ଜଣାଇଲେ। 18 ଦାନିୟେଲ ତା’ର ସାଙ୍ଗମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ୱର୍ଗସ୍ଥ ପରମେଶ୍ୱର ନିଗୂଢ଼ ତଥ୍ୟ ଜଣାଇଲେ, ସେ ଓ ତା’ର ସାଙ୍ଗମାନେ ମୃତ୍ୟୁମୁଖରୁ ରକ୍ଷା ପାଇବେ।

19 ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ। 20 ଦାନିୟେଲ ପ୍ରଶଂସା କରି କହିଲେ,

“ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ;
    କାରଣ ସମସ୍ତ ଜ୍ଞାନ ଓ ପରାକ୍ରମ ତାଙ୍କର।
21 ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି।
    ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି
    ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି।
ସେ ଜ୍ଞାନୀମାନଙ୍କୁ ଜ୍ଞାନ
    ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି।
22 ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି।
    ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ।
    ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।
23 ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି।
    ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ।
ତୁମ୍ଭକୁ ମୁଁ ଯାହା ନିବେଦନ କରିଅଛି, ତାହା ସମସ୍ତ ବିଷୟରେ ତୁମ୍ଭେ ମୋତେ ଜଣାଇ ଅଛ।
    ତୁମ୍ଭେ ରାଜାଙ୍କ ବିଷୟରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଅଛ।”

ଦାନିୟେଲ ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି

24 ଦାନିୟେଲ ଅରିୟୋ‌କ୍‌କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।”

25 ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।”

26 ରାଜା ସେହି ଦାନିୟେଲଙ୍କୁ ପ୍ରଶ୍ନ କଲେ, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କ’ଣ ସ୍ୱପ୍ନ ଓ ତାହାର ଅର୍ଥ ମୋତେ ଜଣାଇପାରିବ?”

27 ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ। 28 ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ। 29 ହେ ମହାରାଜ, ଶଯ୍ୟା ଉପରେ ଆପଣ ଶୋଇଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେହି ପରମେଶ୍ୱର, ଯାହା ଭବିଷ୍ୟତରେ ଘଟିବ ତାହା ଦର୍ଶନରେ ପ୍ରକାଶ କଲେ। 30 ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପରମେଶ୍ୱର ମୋ’ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ’ ପ୍ରତି ପ୍ରକାଶିତ ହୋଇଅଛି।

31 “ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। 32 ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା। 33 ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା। 34 ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା। 35 ତା’ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା’ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।

36 “ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା’ର ଅର୍ଥ ଜଣାଇବୁ। 37 ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। 38 ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।

39 “ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। 40 ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।

41 “ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। 42 ଯେପରି ପାଦର ଅଙ୍ଗୁଳିସବୁକିଛି ଲୌହମୟ ଓ କିଛି ମୃର୍ତ୍ତିକାମୟ ଥିଲା, ସେହିପରି ରାଜ୍ୟର ଏକ ଅଂଶ ସୁଦୃଢ଼ ଓ ଅନ୍ୟ ଅଂଶ ଦୁର୍ବଳ ହେବ। 43 କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ।

44 “ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।

45 “ଏବଂ ଆପଣ ସ୍ୱପ୍ନରେ ଦେଖିଲେ କୌଣସି ଲୋକଦ୍ୱାରା ଛେଦିତ ହୋଇ ନ ଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସେହି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା। ତେଣୁ ଯାହା ଏହା ପରେ ଘଟିବ ତାହା ମହାନ ପରମେଶ୍ୱର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ୱପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ୟ।”

46 ସେତେବେଳେ ରାଜା ନବୂଖ‌ଦ୍‌ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା। 47 ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”

48 ତା’ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ। 49 ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେ‌‌ଦ୍‌‌ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ।

ଗୀତସଂହିତା 106

106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
    ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
    ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
    ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।

ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
    ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
    ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
    ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
    ଆମ୍ଭେ ଅଧର୍ମ କରିଅଛୁ।
    ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ
    ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି।
ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ।
    ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।

କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ।
    ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା।
    ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି।
10 ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ!
    ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
11 ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ।
    ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।

12 ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ।
    ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
13 କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ।
    ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।
14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ
    ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।
15 କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ।
16 ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ।
    ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।
17 ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ।
    ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା।
18 ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା।
    ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦ‌‌ଗ୍‌‌ଧ କଲା।
19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
    ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
    ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
    ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
    ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।

23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
    କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
    ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।

24 କିନ୍ତୁ ତା’ପରେ ସେହି ଲୋକମାନେ କିଣାନର ଆଶ୍ଚର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ମନା କଲେ।
    ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଯେ ପରମେଶ୍ୱର ସେଠାରେ ବାସ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବେ।
25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ
    ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ।
26 ତେଣୁ ପରମେଶ୍ୱର ସେମାନଙ୍କୁ ମରୁଭୂମିରେ
    ବିନାଶ କରିବା ପାଇଁ ଶପଥ କଲେ।
27 ପରମେଶ୍ୱର ପ୍ରତିଜ୍ଞା କଲେ ଯେ, ଅନ୍ୟ ଦେଶରେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧରଙ୍କୁ ପରାସ୍ତ କରିବେ।
    ସେହି ଅନ୍ୟ ଦେଶ ମଧ୍ୟରେ ସେ ସେମାନଙ୍କ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।

28 ଏହା ପରେ ପରମେଶ୍ୱରଙ୍କ ଲୋକମାନେ ବାଲ୍-ପିୟୋରର ସେବା କଲେ।
    ସେମାନେ ଅନ୍ୟ ଦେବତାମାନଙ୍କଠାରେ ବଳି ଦିଆଯାଇଥିବା ପଶୁମାନଙ୍କର ମାଂସ ଭକ୍ଷ୍ୟଣ କଲେ।
29 ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ।
    ତେଣୁ ସେ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରଦର୍ଶନ କଲେ।
30 କିନ୍ତୁ ପୀନହସ୍ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
    ଏବଂ ପରମେଶ୍ୱର ତା’ର ମହାମାରୀ ଦୂର କଲେ।
31 ପରମେଶ୍ୱର ଜାଣିଲେ ପୀନହସ୍ ସୁକର୍ମ କଲା।
    ପରମେଶ୍ୱର ତାଙ୍କୁ ଅନନ୍ତକାଳ ମନେ ରଖିଲେ।

32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ,
    ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା।
33 ସେ ଲୋକମାନେ ମୋଶାଙ୍କୁ ବିରକ୍ତ କଲେ।
    ତେଣୁ ମୋଶା କିଛି ନ ବିଗ୍ଭରି କହିବାକୁ ଲାଗିଲେ।

34 କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ,
    କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
35 ସେମାନେ ଅନ୍ୟ ଦେଶୀୟଙ୍କ ସଙ୍ଗେ ମିଶିଲେ
    ଏବଂ ସେମାନଙ୍କ କ୍ରିୟାସକଳ କଲେ।
36 ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ,
    ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।
37 ଏପରିକି ପରମେଶ୍ୱରଙ୍କର ଲୋକମାନେ
    ସେମାନଙ୍କର ପିଲାମାନଙ୍କୁ ଅନ୍ୟ ଦେବତାଙ୍କ ନିକଟରେ ବଳି ଦେଲେ।
38 ପରମେଶ୍ୱରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ୟା କଲେ।
    ସେମାନେ ମଧ୍ୟ ସେମାନଙ୍କ ନିଜ ସନ୍ତାନମାନଙ୍କୁ ହତ୍ୟା କରି ମିଥ୍ୟା ଦେବଗଣ ନିକଟରେ ବଳି ଦେଲେ।
    ତେଣୁ ଭୂମି, ହତ୍ୟା ପାପରେ ଦୂଷିତ ହୋଇଗଲା।
39 ତେଣୁ ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟଦ୍ୱାରା ଅପବିତ୍ର ହୋଇଥିଲେ।
    ପରମେଶ୍ୱରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ୱାସୀ ହେଲେ ନାହିଁ।
    ଅନ୍ୟ ଦେଶୀୟ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ୟ ସେପରି କାର୍ଯ୍ୟ କଲେ।
40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center