Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 15

ଅବଶାଲୋମ ବହୁତ ମିତ୍ର ବନାଇଲେ

15 ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ। ଅବଶାଲୋମ ପ୍ରତ୍ୟୁଷରୁ ଉଠି ରାଜ ଦ୍ୱାରର ପଥପାର୍ଶ୍ୱରେ ଆସି ଠିଆ ହୁଏ। ଯେତେବେଳେ କୌଣସି ଲୋକ ରାଜାଙ୍କ ନିକଟକୁ ବିଗ୍ଭର ନ୍ୟାୟ ପାଇବା ପାଇଁ ଆସିଲେ, ଅବଶାଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, “ତୁମ୍ଭେ କେଉଁ ନଗରରୁ ଆସିଛ?” ସେ ଲୋକ ଉତ୍ତର ଦେଲା, “ମୁଁ ଇସ୍ରାଏଲର ଏହି ଗୋଷ୍ଠୀୟ ଲୋକ ଅଟେ।” ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।”

ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା’ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।”

ଯଦି କେହି ତାକୁ ପ୍ରଣାମ କରିବାକୁ ଆସେ ତେବେ ସେ ତାକୁ ଧରି ଚୁମ୍ବନ କରୁଥିଲେ। ଇସ୍ରାଏଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇସ୍ରାଏଲ ଲୋକମାନଙ୍କର ହୃଦୟକୁ ଜୟ କଲେ।

ଅବଶାଲୋମ ଦାଉଦଙ୍କର ରାଜ୍ୟ ନେବା ପାଇଁ ଯୋଜନା କଲେ

ଏହିପରି ଗ୍ଭରି ବର୍ଷ [a] ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ। ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”

ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।”

ତା’ପରେ ସେ ହିବ୍ରୋଣକୁ ଗଲେ। 10 ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’”

11 ଯେଉଁ 200 ଲୋକ ଅବଶାଲୋମ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ, ସେମାନେ ତାଙ୍କ ସହିତ ଯିରୁଶାଲମ ପରିତ୍ୟାଗ କଲେ। ସେମାନେ ଜାଣି ନ ଥିଲେ କ’ଣ ତାଙ୍କର ଯୋଜନା। 12 ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ।

ଅବଶାଲୋମଙ୍କ ଯୋଜନା ବିଷୟରେ ଦାଉଦ ଜାଣିବାକୁ ପାଇଲେ

13 ଏହା ପରେ ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମଙ୍କ ଉପରେ ଅଛି।”

14 ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”

15 ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କୁ କହିଲେ, “ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତୁତ ଅଛୁ।”

ଦାଉଦ ଓ ତାଙ୍କର ଲୋକମାନେ ରକ୍ଷା ପାଇଲେ

16 ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ। 17 ରାଜା ଗ୍ଭଲି ଗଲେ ଓ ତାଙ୍କ ପଛେ ପଛେ ସମସ୍ତ ଲୋକ ଗଲେ। ସେମାନେ ଶେଷ ମୁଣ୍ଡରେ ଥିବା ଗୃହରେ ଅଟକି ଗଲେ। 18 ପୁଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ୍ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେମାନେ ସମସ୍ତେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକ ଥିଲେ। ସେମାନେ ସମସ୍ତେ ରାଜାଙ୍କର ଆଗରେ ପାର ହୋଇ ଗଲେ।

19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ। 20 ତୁମ୍ଭେମାନେ ଏବେ ମୋ’ ସହିତ ଯୋଗ ଦେଇଛ, କାହିଁକି ମୁଁ ତୁମ୍ଭମାନଙ୍କୁ ଏ ସ୍ଥାନରୁ ସେସ୍ଥାନରୁ ଏଣେ ତେଣେ ବୁଲାଇବି? ଆମ୍ଭେମାନେ ଯୁଆଡ଼େ ପାରିବୁ ସେଆଡ଼େ ଯିବୁ। ତୁମ୍ଭେ ତ କାଲି ଆସିଲ, ଆଜି କ’ଣ ଆମ୍ଭେ ତୁମ୍ଭକୁ ନେଇ ଏଣେ ତେଣେ ସାଙ୍ଗରେ ବୁଲାଇବା? ଫେରିଯାଅ ଓ ତୁମ୍ଭ ଭାଇମାନଙ୍କୁ ମଧ୍ୟ ତୁମ୍ଭ ସହିତ ନିଅ। ଦୟା ଓ ସତ୍ୟତା ତୁମ୍ଭର ସହବର୍ତ୍ତୀ ହେଉ।”

21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜା ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କ ସହିତ ରହିବି। ମୁଁ ଆପଣଙ୍କର ଦାସ। ଜୀବନରେ ବା ମୃତ୍ୟୁରେ ମୁଁ ଆପଣଙ୍କ ସହିତ ରହିବି।”

22 ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।”

ତହିଁରେ ଗାଥୀୟ ଇତ୍ତୟ ଓ ତାଙ୍କର ସମସ୍ତ ଲୋକ ଏବଂ ତାଙ୍କ ସହିତ ଥିବା ସମସ୍ତ ବାଳକ ମଧ୍ୟ ଅଗ୍ରସର ହୋଇଗଲେ ଓ କିଦ୍ରୋଣ ନଦୀ ପାର ହୋଇଗଲେ। 23 ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ। 24 ସାଦୋକ ଓ ସମସ୍ତ ଲେବୀୟ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଆସିଲେ। ଯିରୁଶାଲମ ନଗରରେ ସେମାନେ ପରମେଶ୍ୱରଙ୍କର ପବିତ୍ର ନିୟମ-ସିନ୍ଦୁକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହୋଇ ଆସିବା ପର୍ଯ୍ୟନ୍ତ ଅବିୟାଥର ପ୍ରାର୍ଥନା କଲେ [b]

25 ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ। 26 କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।”

27 ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ। 28 ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।”

29 ଏଣୁ ସାଦୋକ ଓ ଅବିୟାଥର ପୁନର୍ବାର ଯିରୁଶାଲମକୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ।

ଅହୀଥୋଫଲଙ୍କ ବିରୁଦ୍ଧରେ ଦାଉଦଙ୍କ ପ୍ରାର୍ଥନା

30 ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।

31 ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା’ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।” 32 ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।

33 ସେଥିରେ ଦାଉଦ ତାଙ୍କୁ କହିଲେ, “ତୁମ୍ଭେ ଯଦି ମୋ’ ସହିତ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋର ଭାର ସଦୃଶ ହେବ। 34 କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’ 35 ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ। 36 ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”

37 ତା’ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8

ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ।

ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।

ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।

10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା’ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା’ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:

“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
    ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।” (A)

ତୀତସ ଓ ତାଙ୍କର ସଙ୍ଗୀମାନେ

16 ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି। 17 ଆମ୍ଭର ଅନୁରୋଧକୁ ତୀତସ ଗ୍ରହଣ କରିଛନ୍ତି। ସେ ମଧ୍ୟ ତୁମ୍ଭମାନଙ୍କ ପାଖକୁ ଯିବାକୁ ବ୍ୟଗ୍ର ଥିଲେ, ଓ ସ୍ୱଇଚ୍ଛାରେ ତୁମ୍ଭମାନଙ୍କ ପାଖକୁ ଯିବା ନିମନ୍ତେ ଏଠାରୁ ଯାଉଛନ୍ତି। 18 ତାଙ୍କ ସହିତ ଆମ୍ଭେ ସମସ୍ତ ମଣ୍ଡଳୀଗୁଡ଼ିକରେ ସୁସମାଗ୍ଭର ପ୍ରଗ୍ଭର କାର୍ଯ୍ୟରେ ସୁନାମ ଥିବା ଜଣେ ଭାଇଙ୍କୁ ମଧ୍ୟ ପଠାଉଛୁ। 19 ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।

20 ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା’ ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟରେ ଆମ୍ଭେ ସାବଧାନ ଅଛୁ। 21 ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।

22 ସେମାନଙ୍କ ସହିତ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଆଉ ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନେକ ଘଟଣାରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନରେ ଅସୀମ ବିଶ୍ୱାସ ଥିବାରୁ, ସେ ଅଧିକ ସାହାଯ୍ୟ କରିବା ପାଇଁ ଉତ୍ସାହିତ ଅଛନ୍ତି।

23 ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ। 24 ତୁମ୍ଭମାନଙ୍କ ଭିତରେ ଯେ ପ୍ରକୃତରେ ପ୍ରେମ ଅଛି ଏହା ଦେଖାଅ ଓ ତୁମ୍ଭମାନଙ୍କ ପାଇଁ ଆମ୍ଭେ କାହିଁକି ଏତେ ଗର୍ବ ଅନୁଭବ କରୁ, ତାହା ସେମାନଙ୍କୁ ପ୍ରମାଣ କରି ଦେଖାଅ। ତା’ହେଲେ ସମଗ୍ର ମଣ୍ଡଳୀ ଏହା ଦେଖି ପାରିବେ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 22

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

22 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହି ରକ୍ତପାତ ନଗରୀର ବିଗ୍ଭର କରିବ? ତେବେ ତାହାର ଘୃଣାଯୋଗ୍ୟ ସମସ୍ତ କ୍ରିୟା ଏହାକୁ ଜ୍ଞାତ କରାଅ। ଏବଂ ତୁମ୍ଭେ ଏହାକୁ କହିବ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ଯିଏ ଏହା ମଧ୍ୟରେ ରକ୍ତପାତ କରେ, ସେ ତା’ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶେଷ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।

“‘ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହୋଇଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆୟୁର ଶେଷ ଭାଗରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି। ହେ କୁଖ୍ୟାତ ଓ କଳହ ପ୍ରିୟ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।

“‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛ। ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,

“‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି। 10 ତୁମ୍ଭ ମଧ୍ୟରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ଯୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀରେ ଲୋକମାନେ ଅଛନ୍ତି, ଯିଏ ନାରୀମାନଙ୍କୁ ପାଶବିକ ଅତ୍ୟାଗ୍ଭର ଏମିତକି ସେମାନଙ୍କର ଋତୁସ୍ରାବ [a] ସମୟରେ ମଧ୍ୟ ଅତ୍ୟାଗ୍ଭର କରନ୍ତି। 11 ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି। 12 “‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

13 “‘ମୁଁ ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦେବି। 14 ମୁଁ ଯେଉଁ ଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଗ୍ଭର କରିବି, ସେଦିନ ତୁମ୍ଭର ହୃଦୟ ଓ ଶକ୍ତି ସହିପାରିବ କି? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି। 15 ଏବଂ ମୁଁ ଅନ୍ୟାନ୍ୟ ଜାତିଗଣ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି। 16 କିନ୍ତୁ ହେ ଯିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତରେ ନିଜ କର୍ମ ଯୋଗୁଁ ଅପବିତ୍ର ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।’”

ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ

17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। 19 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। 20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। 21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। 22 ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”

ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି

23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। 25 ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

26 “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।

27 “ତା’ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

28 “ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।

29 “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି।

30 “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। 31 ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି

ଗୀତସଂହିତା 69

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।

69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
    ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
    ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
    କେବଳ ମୁଁ ବୁଡ଼ିଯିବା ଉପରେ।
ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
    ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
    ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
    ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
    ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
    ସେମାନେ ମିଛରେ ମୋତେ ଗ୍ଭେର କହିଲେ
    ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
    ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
    ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
    ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
    ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
    ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
    ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
    ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
    ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
    ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
    ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
    ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
    ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
    କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
    ତେଣୁ ମୋତେ ଉତ୍ତର ଦିଅ।
    ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
    ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
    ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
    ଓ ଅପମାନିତ କରିଛନ୍ତି।
    ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
    କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
    ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
    କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
    ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
    ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
    ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
    ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
    କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
    ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
    ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
    ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
    ହେ ପରମେଶ୍ୱର, ମୋତେ ଉଦ୍ଧାର କର।
    ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
    ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
    ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
    ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
    ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
    ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
    ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36     ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
    ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center