M’Cheyne Bible Reading Plan
ଶାଉଲ ଅମାଲେକୀୟମାନଙ୍କୁ ଧ୍ୱଂସ କଲେ
15 ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। 2 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ‘ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ବାହାରି ଆସିଲେ, ଅମାଲେକୀୟମାନେ ତାଙ୍କୁ କିଣାନ ଯିବାରେ ବାଧା ସୃଷ୍ଟି କରିଥିଲେ। ମୁଁ ଦେଖିଛି ଯାହାସବୁ ଅମାଲେକୀୟମାନେ କରିଛନ୍ତି। 3 ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’”
4 ଶାଉଲ ଟଲାୟୀମରେ ସୈନ୍ୟମାନଙ୍କୁ ଏକଜୁଟ କଲେ। ସେଠାରେ 200,000 ପଦାତିକ ଓ ଅନ୍ୟାନ୍ୟ 10,000 ଲୋକ ଯିହୁଦାର ଥିଲେ। 5 ତା’ପରେ ଶାଉଲ ଅମାଲେକ ସହରକୁ ଗଲେ ଏବଂ ଉପତ୍ୟକାରେ ଅପେକ୍ଷା କଲେ। 6 ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଅମାଲେକ ଛାଡ଼ି ଗ୍ଭଲିଯାଅ। କାରଣ ମୁଁ ଅମାଲେକୀୟଙ୍କ ସହ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଗ୍ଭହେଁ ନାହିଁ। ତୁମ୍ଭେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ି ଆସିବା ବେଳେ ସେମାନଙ୍କୁ ଦୟା ପ୍ରଦର୍ଶନ କରିଥିଲ।” ତେଣୁ କେନୀୟମାନେ ଅମାଲେକ ପ୍ରତ୍ୟାବର୍ତ୍ତନ କଲେ।
7 ଶାଉଲ ଅମାଲେକମାନଙ୍କୁ ପରାସ୍ତ କଲେ। ସେ ହବୀଲାଠାରୁ ମିଶର ସୀମାବର୍ତ୍ତୀ ଶୁରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆକ୍ରମଣ କଲେ। 8 ସେ ଅମାଲେକୀୟ ରାଜା ଆଗାଗ୍କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ। 9 ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।
ଶାମୁୟେଲ ଶାଉଲଙ୍କୁ ତାଙ୍କ ପାପ କଥା କହିଲେ
10 ଶାମୁୟେଲ ସଦାପ୍ରଭୁଙ୍କ ପାଖରୁ ଏକ ବାର୍ତ୍ତା ପାଇଲେ। 11 ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
12 ଶାମୁୟେଲ ତା’ ପରଦିନ ପ୍ରତ୍ୟୁଷରୁ ଶାଉଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତାରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, “ଶାଉଲ ଯିହୁଦାର କର୍ମିଲ୍ ସହରକୁ ଆସିଥିଲେ। ଶାଉଲ ସେଠାକୁ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡ଼େ ଯାତ୍ରା କରି ସାରିବା ପରେ ଗିଲ୍ଗଲ୍ରେ ପହଞ୍ଚିଲେ।”
13 ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”
14 କିନ୍ତୁ ଶାମୁୟେଲ କହିଲେ, “ତେବେ ଏହା କ’ଣ, ମୁଁ ଶୁଣିଅଛି? ମୁଁ କାହିଁକି ମେଷର ଭେଁ ଭେଁ ଶବ୍ଦ ଶୁଣୁଅଛି ଏବଂ ଗାଈର ହମ୍ବାରବ ଶୁଣୁଛି?”
15 ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।”
16 ଶାମୁୟେଲ ଶାଉଲଙ୍କୁ କହିଲେ, “କହିବା ବନ୍ଦ କର! ସଦାପ୍ରଭୁ ମୋତେ ଗତ ରାତିରେ ଯାହା କରିଛନ୍ତି ତାହା ମୁଁ ତୁମ୍ଭକୁ କହିବି।”
ଶାଉଲ ଉତ୍ତର ଦେଲେ, “ମୋତେ କୁହ।”
17 ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା’ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ। 18 ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ହତ୍ୟା କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କର।’ 19 କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲ ନାହିଁ କାହିଁକି? ତୁମ୍ଭେ ଗ୍ଭହିଁଲ ସେ ଲୁଟଦ୍ରବ୍ୟ ଗୁଡ଼ିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ।”
20 ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି। 21 ଏବଂ ସୈନ୍ୟମାନେ ଗିଲ୍ଗଲ୍ରେ ଉତ୍ତମ ମେଣ୍ଢା ଓ ଗୋରୁମାନଙ୍କୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରେ ବଳିଦାନ ଦେବା ପାଇଁ ରଖିଲେ।”
22 କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି। 23 ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”
24 ତା’ପରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି। କାରଣ ମୁଁ ସଦାପ୍ରଭୁଙ୍କ ଆଜ୍ଞା ଓ ତୁମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ କଥା ଶୁଣିଲି। 25 ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।”
26 କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।”
27 ଯେତେବେଳେ ଶାମୁୟେଲ ଫେରିଯିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭେଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। 28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ। 29 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ପରମେଶ୍ୱର। ସଦାପ୍ରଭୁ ସବୁଦିନ ପାଇଁ ଏହିଠାରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ୟକ୍ତି ନୁହନ୍ତି ଯେ କି ତାଙ୍କର ମତ ବଦଳାଇ ଦେବେ।”
30 ଶାଉଲ ଉତ୍ତର ଦେଲେ, “ମୁଁ ପାପ କରିଅଛି, କିନ୍ତୁ ଇସ୍ରାଏଲର ଲୋକମାନଙ୍କ ଓ ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋର ସମ୍ମାନ ରଖିବା ପାଇଁ ମୋ’ ସହିତ ଫେରି ଆସ। ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପାସନା କରିବି, ଏଥିପାଇଁ ମୋ’ ସଙ୍ଗେ ଫେରି ଆସ।” 31 ଶାମୁୟେଲ ଶାଉଲଙ୍କ ସହିତ ଫେରିଯା’ନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।
32 ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗଗ୍କୁ ଆମ୍ଭ ସମ୍ମୁଖକୁ ଆଣ।”
ତା’ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”
33 କିନ୍ତୁ ଶାମୁୟେଲ ଆଗଗ୍କୁ କହିଲେ, “ତୁମ୍ଭ ଖଡ଼୍ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗଗ୍କୁ ଖଣ୍ତ ଖଣ୍ତ କରି ହାଣିଲେ।
34 ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ। 35 ତା’ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।
ତୁମ୍ଭ ସରକାରଙ୍କ ନିୟମ ମାନ
13 ପ୍ରତ୍ୟେକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ଉଚିତ୍। କାରଣ ସେମାନଙ୍କ ଏହି କ୍ଷମତା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁମାନେ ଅଧିକାରୀ, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। 2 ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ। ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ। 3 ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।
4 ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ। 5 ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।
6 ଏହି ଦୃଷ୍ଟିରୁ ତୁମ୍ଭେମାନେ ସରକାରକୁ କର ମଧ୍ୟ ଦିଅ। ସେମାନେ ପରମେଶ୍ୱରଙ୍କ ସେବାରେ ରହିଛନ୍ତି, ଏବଂ ସେହି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛନ୍ତି। 7 ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ।
ଅନ୍ୟ ଲୋକଙ୍କୁ ପ୍ରେମ କରିବା ହିଁ ବ୍ୟବସ୍ଥା ଅଟେ
8 କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି। 9 ମୁଁ ଏପରି କହୁଛି, କାରଣ ବ୍ୟବସ୍ଥା କୁହେ: “ବ୍ୟଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭେରି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।” [a] ଏହି ସମସ୍ତ ଆଦେଶ ଗୁଡ଼ିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡ଼ିକ ସାରାଂଶ ଭାବେ ଏହି ବ୍ୟବସ୍ଥାର ଅନ୍ତର୍ଗତ ଅଟେ, ଯଥା: “ନିଜକୁ ପ୍ରେମ କଲା ଭଳି ଅନ୍ୟ ପ୍ରତିବାସିକୁ ପ୍ରେମ କର।” [b] 10 ପ୍ରେମ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ରେମ କରିବା ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଳନର ସମକକ୍ଷ।
11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। 12 ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। 14 ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।
ଯିରୁଶାଲମର ପତନ
52 ସିଦିକିୟ ଏକୋଇଶ ବର୍ଷ ବୟସରେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ୟା ଥିଲା। 2 ସିଦିକିୟ ଯିହୋୟାକୀମ୍ଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ନାନା କୁକର୍ମ କଲା। 3 ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ।
ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା। 4 ତା’ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ। 5 ସିଦିକିୟ ରାଜାର ଏଗାର ବର୍ଷ ପର୍ଯ୍ୟନ୍ତ ବାବିଲ ସୈନ୍ୟଙ୍କ ଦ୍ୱାରା ଯିରୁଶାଲମ ନଗର ଅବରୁଦ୍ଧ ହୋଇ ରହିଲା। 6 ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ। 7 ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।
8 ମାତ୍ର କଲ୍ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ। 9 ତା’ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନେଇଗଲେ। ତା’ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ। 10 ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲାରେ ବଧ କଲା। 11 ତା’ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା।
12 ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା। 13 ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା। 14 ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କଲ୍ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। 15 ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା। 16 ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଓ କୃଷକ ହେବାକୁ ସେଠାରେ ଛାଡ଼ିଗଲା।
17 ପୁଣି କଲ୍ଦୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ। 18 ଆଉ ମଧ୍ୟ ସେମାନେ ରନ୍ଧାପାତ୍ର, ବେଲ୍ଗ୍ଭ, କଇଁଚି, ବେସିନ୍, କରେଇ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିରରେ ଉପାସନା ପାଇଁ ବ୍ୟବହାର ହୁଏ, ତାହା ନେଇଗଲେ। 19 ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ। 20 ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବାରଟି ବୃଷଭ, ଏହାକୁ ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷରେ ବ୍ୟବହୃତ ହୋଇଥିବା କଂସାର ଓଜନ ବହୁତ ଅଧିକ ଥିଲା।
21 ପୁଣି ସେହି ଦୁଇସ୍ତମ୍ଭ ପ୍ରତ୍ୟେକର ଉଚ୍ଚତା ସତେଇଶ୍ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମୋଟା ଓ ତାହା ଫମ୍ପା ଥିଲା। 22 ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା। 23 ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଗ୍ଭରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
24 ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା। 25 ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାୟିତ୍ୱରେ ଥିବା ଅଧିପତିଗଣଙ୍କୁ, ନଗରର ସାତ ଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଜଣଙ୍କୁ ବନ୍ଦୀକରି ନେଲା। 26-27 ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ବଧ କଲା।
ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ଆନୀତ ହେଲା। 28 ନବୂଖଦ୍ନିତ୍ସର ଯେଉଁ ଯିହୁଦୀ ଲୋକମାନଙ୍କୁ ବନ୍ଦୀକରି ନେଇଗଲେ,
ସେମାନଙ୍କର ସଂଖ୍ୟା ନବୂଖଦ୍ନିତ୍ସରଙ୍କ ରାଜତ୍ୱର ସପ୍ତମ ବର୍ଷରେ ତିନି ସହସ୍ର ତେଇଶ୍ ଜଣ ଥିଲେ।
29 ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷରେ ସେ ଯିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନେଇଗଲେ।
30 ପୁଣି ନବୂଖଦ୍ନିତ୍ସରର ରାଜତ୍ୱର ତ୍ରୟୋବିଂଶ ବର୍ଷରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସାତ ଶହ ପଇଁଗ୍ଭଳିଶ୍ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା।
ସବୁ ମିଶି ଗ୍ଭରି ସହସ୍ର ଛଅ ଶହ ଲୋକ ଥିଲେ।
ଯିହୋୟାଖୀନ୍ଙ୍କ ମୁକ୍ତି
31 ଯିହୁଦାର ରାଜା ଯିହୋୟାଖୀନ୍ ବାବିଲର କାରାଗାରରେ ସଇଁତିରିଶ୍ ବର୍ଷ ବନ୍ଦୀ ହୋଇ ରହିଲେ। ତାଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷରେ ବାବିଲର ରାଜା ଇବିଲ୍-ମରୋଦକ୍ ଯିହୋୟାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ୱର ପ୍ରଥମ ବର୍ଷର ଦ୍ୱାଦଶ ମାସର ପଞ୍ଚବିଂଶ ଦିନରେ ଯିହୋୟାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ। 32 ଆଉ ସେ ତାଙ୍କୁ ମଧୁର ବାକ୍ୟ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ। 33 ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା। 34 ଏହା ପରେ ଯିହୋୟାଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦିଆଗଲା।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।
31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
ମୋତେ ତୁମ୍ଭେ ନିରାଶ କର ନାହିଁ।
ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
2 ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
ମୋର ନିରାପତ୍ତା ବଳୟ ହୁଅ।
ମୋତେ ରକ୍ଷା କର।
3 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
4 ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
ତୁମ୍ଭେ ମୋର ନିରାପଦ ସ୍ଥଳ।
5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
ମୋତେ ରକ୍ଷା କର।
6 ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ।
ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ।
7 ପରମେଶ୍ୱର ଦୟାର ସାଗର।
ତେଣୁ ମୋତେ ସୁଖରେ ରଖନ୍ତି।
ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ।
ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା।
8 ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ।
ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ।
9 ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ।
ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି,
ତୁମ୍ଭେ ମୋତେ ନିରାଶ କରିବ ନାହିଁ।
ଦୁଷ୍ଟ ଲୋକମାନେ ନିରାଶ ହେବେ।
ସେମାନେ ନୀରବରେ କବରକୁ ଯିବେ।
18 ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ।
ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି।
ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ।
ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ।
19 ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ।
ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର।
ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
20 ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି।
ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର।
21 ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ।
ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ।
22 ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।”
କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।
23 ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ।
ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି,
କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି।
ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ।
24 ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ।
ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ।
2010 by World Bible Translation Center