M’Cheyne Bible Reading Plan
ରାଜାମାନେ ଇସ୍ରାଏଲମାନଙ୍କ ଦ୍ୱାରା ପରାସ୍ତ ହେଲେ
12 ଯର୍ଦ୍ଦନର ପୂର୍ବପାର୍ଶ୍ୱସ୍ଥ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନେ ନିଜ ଅଧୀନକୁ ଆଣିଲେ। ଅର୍ଣ୍ଣୋନ୍ ପର୍ବତଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।
2 ହିଷ୍ବୋନ ନିବାସୀ ଇମୋରୀୟମାନଙ୍କର ସହରର ସୀହୋନ ରାଜାଙ୍କୁ ପରାସ୍ତ କଲେ ଓ ଅର୍ଣ୍ଣୋନ ଗିରି ସଙ୍କଟ ନିକଟସ୍ଥ ଆରେୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲିୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବୋକ୍ ନଦୀ ପର୍ଯ୍ୟନ୍ତ ଶାସନ କଲେ। 3 ସେମାନେ ମଧ୍ୟ ଯର୍ଦ୍ଦନର ପୂର୍ବ ଉପତ୍ୟକାଠାରୁ ଗାଲିଲୀହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈତ୍ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ ରାଜତ୍ୱ କଲେ।
4 ସେମାନେ ମଧ୍ୟ ବାଶନର ରାଜା ଓଗ୍କୁ ପରାସ୍ତ କଲେ। ଓଗ୍ ଥିଲେ, ରଫାୟୀୟ ବଂଶଧର, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ଶାସନ କରୁଥିଲେ। 5 ଓଗ୍ ମଧ୍ୟ ହର୍ମୋଣ ପର୍ବତରେ, ସଲଖାରେ, ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନ୍ର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲିୟଦର ଅର୍ଦ୍ଧ ଦେଶରେ ଶାସନ କରୁଥିଲେ।
6 ସଦାପ୍ରଭୁଙ୍କର ଦାସ ମୋଶା ଏବଂ ଇସ୍ରାଏଲର ଲୋକମାନେ ସେ ରାଜାଗଣଙ୍କର ଦେଶକୁ ପରାସ୍ତ କରିଥିଲେ। ମୋଶା ସେମାନଙ୍କର ଦେଶଗୁଡ଼ିକ ଗାଦୀୟ, ରୁବେନୀୟ ପରିବାରବର୍ଗଙ୍କୁ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ଦେଲେ।
7 ଇସ୍ରାଏଲର ଲୋକମାନେ ମଧ୍ୟ ଯର୍ଦ୍ଦନର ପଶ୍ଚିମ ପାର୍ଶ୍ୱସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହୋଶୂୟ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ। ଯିହୋଶୂୟ ସେହି ଦେଶଗୁଡ଼ିକୁ ବାରଟି ପରିବାରବର୍ଗ ମଧ୍ୟରେ ବାଣ୍ଟି ଦେଇଥିଲେ। ସେହି ଦେଶଗୁଡ଼ିକ ସଦାପ୍ରଭୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେହି ଲିବାନୋନ୍ର ବାଲଗାଦ୍ଠାରୁ ସେୟୀରର ହାଲକ ପର୍ଯ୍ୟନ୍ତ ଉପତ୍ୟକାଗୁଡ଼ିକ ଥିଲା। 8 ପର୍ବତମୟ ଦେଶ, ତଳଭୂମି, ଯର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗୁଡ଼ିକ, ନେଗେଭ ଓ ମରୁଭୂମି ହୀତ୍ତୀୟ ଇମୋରୀୟ, କିଣାନୀୟ, ପିରିଷୀୟ, ଓ ହିବ୍ବୀୟମାନେ ସେଠାରେ ବାସ କଲେ। ସେହିସବୁ ରାଜାମାନଙ୍କର ତାଲିକା ନିମ୍ନରେ ଦିଆଗଲା:
9 ଯିରୀହୋର ରାଜା 1
ବୈଥେଲ୍ର ନିକଟସ୍ଥ ଅୟର ରାଜା 1
10 ଯିରୁଶାଲମର ରାଜା 1
ହିବ୍ରୋଣର ରାଜା 1
11 ଯର୍ମୂତର ରାଜା 1
ଲାଖୀଶ୍ର ରାଜା 1
12 ଇଗ୍ଲୋନର ରାଜା 1
ଗେଷର୍ର ରାଜା 1
13 ଦବୀରର ରାଜା 1
ଗେଦରର ରାଜା 1
14 ହର୍ମାର ରାଜା 1
ଅରାଦର ରାଜା 1
15 ଲିବ୍ନାର ରାଜା 1
ଅଦୁଲ୍ଲମର ରାଜା 1
16 ମକ୍କେଦାର ରାଜା 1
ବୈଥେଲ୍ର ରାଜା 1
17 ତପୂହର ରାଜା 1
ହେଫରର ରାଜା 1
18 ଅଫେକର ରାଜା 1
ଲାଶାରୋଣର ରାଜା 1
19 ମାଦୋନର ରାଜା 1
ହାତ୍ସୋରର ରାଜା 1
20 ଶିମ୍ରୋଣ ମରୋଣର ରାଜା 1
ଅକ୍ଷଫର ରାଜା 1
21 ତାନ କର ରାଜା 1
ମଗିଦ୍ଦୋର ରାଜା 1
22 କେଦଶର ରାଜା 1
କର୍ମିଲସ୍ଥ ଯଗ୍ନିଯାମର ରାଜା 1
23 ଦୋର ଉପପର୍ବତସ୍ଥିତ ଦୋରର ରାଜା 1
ଗିଲ୍ଗଲସ୍ଥ ଗୋୟିମର ରାଜା 1
24 ତିର୍ସାର ରାଜା 1
ସେମାନେ ପରାସ୍ତ କରିଥିବା ସର୍ବମୋଟ ରାଜାମାନଙ୍କ ସଂଖ୍ୟା 31
ଅଧିକୃତ ନ ହୋଇଥିବା ଦେଶ
13 ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି। 2 ତୁମ୍ଭେ ଏପର୍ଯ୍ୟନ୍ତ ଯେଉଁ ଦେଶଗୁଡ଼ିକ ତୁମ୍ଭ ଅଧୀନକୁ ନେଇ ନାହଁ, ସେଗୁଡ଼ିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳୀ, ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ। 3 ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା’ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। 4 ଦକ୍ଷିଣରେ ବାସ କରୁଥିବା ଅବ୍ବୀୟମାନଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ତୁମ୍ଭକୁ କିଣାନୀୟମାନଙ୍କର ସମସ୍ତ ଦେଶକୁ ଏବଂ ସୀଦୋୟନୀୟମାନଙ୍କର ମିୟାରା ଓ ଅଫେକ୍ ଓ ଇମୋରୀୟମାନଙ୍କର ସୀମା ପର୍ଯ୍ୟନ୍ତ ପରାସ୍ତ କରିବାକୁ ହେବ। 5 ତୁମ୍ଭେ ଏପର୍ଯ୍ୟନ୍ତ ଗିବଲିୟମାନଙ୍କ ଦେଶକୁ ପରାସ୍ତ କରି ନାହଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବାନୋନ୍। ଏମାନଙ୍କୁ ପରାସ୍ତ କରିବ।
6 “ସୀଦୋନୀୟ ଲୋକମାନେ ଯେଉଁ ଦେଶରେ ବାସ କରୁଛନ୍ତି, ଲିବାନୋନ୍ଠାରୁ ମିଷ୍ରଫୋତ୍ମୟିମ ପର୍ଯ୍ୟନ୍ତ ଦେଶରେ କିନ୍ତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବୁ। ତୁମ୍ଭେ ମୋ’ ଆଜ୍ଞାନୁସାରେ ସେହି ଦେଶ ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। 7 ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଭୂମି ବଣ୍ଟନ କରିଦିଅ।”
ଦେଶଗୁଡ଼ିକର ବଣ୍ଟନ
8 ରୁବେନ୍ର ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସେମାନଙ୍କର ଦେଶକୁ ନେଇ ଯାଇଛନ୍ତି। ସଦାପ୍ରଭୁଙ୍କର ସେବକ ମୋଶା, ତାଙ୍କୁ ଏହି ଦେଶଗୁଡ଼ିକ ଦେଇଛନ୍ତି। ତାହା ଯର୍ଦ୍ଦନ ନଦୀର ପୂର୍ବ ଭାଗରେ। 9 ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି। 10 ସେହି ସମସ୍ତ ସହରରେ ଇମୋରୀୟମାନଙ୍କର ରାଜା ସୀହୋନ ସେହି ଦେଶରେ ରାଜତ୍ୱ କରୁଥିଲେ। ସେ ହିଷ୍ବୋନରେ ଶାସନ କରୁଥିଲେ। ସେହି ଦେଶ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଥିଲା। 11 ଗିଲିୟଦ ଓ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ ସୀମା ପର୍ଯ୍ୟନ୍ତ ଥିଲା। 12 ରାଜା ଓଗ୍ର ସମସ୍ତ ରାଜ୍ୟ ସେହି ଦେଶରେ ଥିଲା ରଫାୟୀୟମାନଙ୍କ ବଂଶଧର। ରାଜା ବାଶନରେ ଶାସନ କରୁଥିଲେ। ପୂର୍ବ କାଳରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିୟୀରେ ଶାସନ କରୁଥିଲେ। ଅତୀତର ମୋଶା ସେହି ଲୋକମାନଙ୍କର ଦେଶକୁ କରଗତ କରିଥିଲେ। 13 ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।
14 କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା।
15 ମୋଶା ରୁବେନ୍ ପରିବାରବର୍ଗର ପ୍ରତ୍ୟେକଙ୍କୁ ସେମାନଙ୍କର ଗୋତ୍ରାନୁସାରେ ଅଧିକାର ଦେଲେ। 16 ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା। 17 ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିୟୋନ। 18 ଯହସ୍, କଦେମୋତ୍ ଓ ମେଫାତ୍। 19 କିରିୟାଥୟିମ୍, ସିବ୍ମା ଓ ତଳ ଭୂମିର ପର୍ବତସ୍ଥ ସେରତ୍ ସହର। 20 ବୈଥ୍ପିୟୋର, ଅସଦୋତ୍, ପିସ୍ଗା, ବୈଥ୍ଯିଶିମୋତ୍ ତହିଁର ଏହି ସମସ୍ତ ନଗର। 21 ଏହିପରି ସମତଳର ସମସ୍ତ ନଗରକୁ ମିଶାଇ ଓ ଇମୋରୀୟର ରାଜା ସୀହୋନ, ଯିଏ ହିଷ୍ବୋନରେ ରାଜତ୍ୱ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକୁ ମିଶାଇ ଏହି ଦେଶ ଗଠିତ ହେଲା। ମୋଶା ତାଙ୍କୁ ଓ ମିଦିୟନର ନେତୃବର୍ଗ ଓ ସୀହୋନର ରାଜପୁତ୍ରମାନଙ୍କୁ ମଧ୍ୟ ଇବି, ରେକମ, ସୂର, ହର ଓ ରେବାକୁ ପରାସ୍ତ କଲେ। 22 ଇସ୍ରାଏଲ ସନ୍ତାନଗଣ ଖଣ୍ଡାରେ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ, ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ହତ୍ୟା କରିଥିଲେ। 23 ଆଉ ଯର୍ଦ୍ଦନ ନଦୀ, ରୁବେନ୍କୁ ଦିଆଯାଇଥିବା ଦେଶର ସୀମା ଥିଲା। ରୁବେନ୍ ପରିବାରବର୍ଗର ଗୋଷ୍ଠୀ ତାଲିକାଭୁକ୍ତ ସହର ଓ କ୍ଷେତ ପାଇଲେ।
24 ଏହା ହେଉଛି ସେହି ଭୂମି, ଯାହାକୁ ଗାଦ୍ ବଂଶଧରମାନଙ୍କୁ ଗୋଷ୍ଠୀଅନୁସାରେ ମୋଶା ଦାନ କରିଥିଲେ। ମୋଶା ମଧ୍ୟ ପ୍ରତ୍ୟେକ ବଂଶଧରକୁ ଜମି ଦାନ କରିଥିଲେ।
25 ଯାସେରମାନଙ୍କର ଭୂମି ଏବଂ ଗିଲିୟଦର ସମସ୍ତ ସହର ମୋଶା ସେମାନଙ୍କୁ ଦେଲେ। ସେ ମଧ୍ୟ ଅମ୍ମୋନ ସନ୍ତାନଗଣର ଅର୍ଦ୍ଧେକ ଜମିକୁ ଦାନ କରିଥିଲେ। ତାହା ଅରୋୟେର ପୂର୍ବସ୍ଥିତ ରବ୍ବାରଠାରେ ଥିଲା। 26 ହିଷ୍ବୋନ୍ଠାରୁ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ। 27 ବୈଥାରମର ଓ ବୈଥାନିମ୍ରାର ଓ ସୁକ୍କୋତ୍ର ଓ ସଫୋନ୍ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହିଷ୍ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା। 28 ଏହି ସ୍ଥାନ ଯାହାକି ମୋଶା ଗାଦ୍ ପରିବାରବର୍ଗଙ୍କୁ ଦେଇଥିଲେ। ତାଲିକାଭୁକ୍ତ ସମସ୍ତ ସହର ସେହି ଦେଶରେ ସାମିଲ୍ ଥିଲା। ମୋଶା ସେହି ଦେଶକୁ ପ୍ରତ୍ୟେକ ଗାଦୀୟ ଗୋଷ୍ଠୀକୁ ଦେଲେ।
29 ଆଉ ମୋଶା ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ସେମାନଙ୍କର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ଦେଶକୁ ଦେଲେ।
30 ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା। 31 ଅର୍ଦ୍ଧେକ ଗିଲିୟଦ, ଅଷ୍ଟାରୋତ୍, ଇଦ୍ରିୟୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପୁତ୍ର ମାଖୀରର ବଂଶଧରଗଣଙ୍କୁ ଏହିସବୁ ଦେଶ ଦିଆଯାଇଥିଲା। ଅର୍ଦ୍ଧେକ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
32 ମୋଶା ଏହି ଭୂମିଗୁଡ଼ିକ ଏହି ପରିବାରବର୍ଗକୁ ଦେଲେ। ଯେତେବେଳେ ଲୋକମାନେ ମୋୟାବଠାରେ ଛାଉଣି କରିଥିଲେ, ମୋଶା ଏପରି କଲେ। ଏହା ଯର୍ଦ୍ଦନ ନଦୀର ଆରପାରିର ଯିରୀହୋର ପୂର୍ବରେ ଥିଲା। 33 ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ଶତ୍ରୁଗଣ ଯିରୁଶାଲମକୁ ଅବରୋଧ କରନ୍ତି
6 ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ
ଯିରୁଶାଲମରୁ ପଳାୟନ କର।
ତିକୋୟ ନଗରରେ ତୂରୀ ବଜାଅ
ଓ ବୈଥ୍ହକେରମରେ ଧ୍ୱଜା ଟେକ।
କାରଣ ଉତ୍ତର ଦିଗରୁ ଅମଙ୍ଗଳ
ଓ ମହାବିନାଶ ଆସୁଅଛି।
2 ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟା,
ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
3 ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗରେ ନେଇ
ତାହା ପାଖକୁ ଆସିବେ,
ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ।
ପ୍ରତ୍ୟେକ ନିଜ ନିଜ ସ୍ଥାନରେ ପଲ ଚରାଇବେ।
4 “ତୁମ୍ଭେମାନେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।
ଉଠ, ଆମ୍ଭେମାନେ ମଧ୍ୟାହ୍ନରେ ଆକ୍ରମଣ କରିବା।
ହାୟ, କାରଣ ଦିନର ଅବସାନ ହେଉଅଛି।
ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।
5 ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା
ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”
6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
“ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି
ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର।
ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ।
ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
7 ଯେପରି କୂପ ତା’ର ଜଳକୁ ସତେଜ ରଖେ,
ସେହିପରି ଯିରୁଶାଲମ ତା’ର ଦୁଷ୍ଟତା ସତେଜ ରଖେ।
ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ।
ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
8 ହେ ଯିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର।
ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତେବେ ଆମ୍ଭେ ବିରକ୍ତିରେ ତୁମ୍ଭ ପାଖରୁ ଦୂରେଇ ଯିବା।
ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି
ଓ ଜନଶୂନ୍ୟରେ ପରିଣତ କରିବା।”
9 ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
“ଦ୍ରାକ୍ଷା ସଂଗ୍ରହ କଲାପରି
ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର:
ଏହାର ଶାଖାରେ ହାତ ବୁଲାଅ।”
10 ମୁଁ କାହାକୁ କହିବି?
କାହାକୁ ମୁଁ ସତର୍କ କରିବି?
କିଏ ବା ମୋ’ କଥା ଶୁଣିବ?
ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି,
ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ।
ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ।
ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।
11 ଏଣୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି
ଓ ମୁଁ ତାହା ଧରି ରଖିବାରେ କ୍ଳାନ୍ତ ହୋଇଅଛି!
“ସଦାପ୍ରଭୁଙ୍କ କ୍ରୋଧକୁ ରାସ୍ତାରେ କ୍ରୀଡ଼ାରତ ପିଲାମାନଙ୍କ ଉପରେ ଢାଳି ପକାଅ
ଓ ସଭାରେ ଏକତ୍ରିତ ହୋଇଥିବା ଯୁବକମାନଙ୍କ ଉପରେ ଢାଳିଦିଅ,
କାରଣ ସ୍ୱାମୀ, ସ୍ତ୍ରୀ,
ବୃଦ୍ଧ ଓ ବୟସ୍କ ସମସ୍ତେ ଧରାଯିବେ।
12 ଆଉ ସେମାନଙ୍କ ଗୃହ, ସେମାନଙ୍କର କ୍ଷେତ୍ର
ଓ ସେମାନଙ୍କର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆଯିବ।”
କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦେବା ପାଇଁ
ଆମ୍ଭର ହସ୍ତ ସେମାନଙ୍କ ଉପରେ ବିସ୍ତାର କରିବା।”
13 “ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ।
ଆଉ ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ
ପ୍ରତ୍ୟେକ ମିଥ୍ୟାଗ୍ଭରୀ।
14 ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି,
ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
ଏଠାରେ ‘ଶାନ୍ତି’ ଅଛି,
ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ।
15 ଯାଜକ ଓ ଭବିଷ୍ୟଦ୍ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି।
ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।”
ତେଣୁ ସଦାପ୍ରଭୁ କହନ୍ତି,
“ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ
ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ
ସେମାନେ ନିପାତିତ ହେବେ।”
16 ପୁଣି ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଛକସ୍ଥାନରେ ଛିଡ଼ା ହୋଇ ଦେଖ,
ଆଉ ପୁରାତନ ପଥ ବିଷୟରେ ପ୍ରଗ୍ଭର କରି କୁହ,
ଉତ୍ତମ ପଥ କାହିଁ?
ଆଉ ସେହି ପଥରେ ଗମନ କର,
ତାହାହେଲେ ତୁମ୍ଭେମାନେ ନିଜ ନିଜ ପ୍ରାଣରେ ବିଶ୍ରାମ ପାଇବ।
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ସେ ପଥରେ ଗମନ କରିବୁ ନାହିଁ।’
17 ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ,
‘ତୂରୀର ଶବ୍ଦ ଶୁଣ।’
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’
18 ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ,
ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର।
19 ହେ ପୃଥିବୀବାସୀ ଶୁଣ, ଆଉ ଦେଖ,
ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା।
କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି
ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”
20 ପୁଣି ସଦାପ୍ରଭୁ କହନ୍ତି, “ଶିବା ଦେଶରୁ ଧୂପ
ଓ ଦୂର ଦେଶରୁ ସୁଗନ୍ଧି ବେତ ଆଣିବାର ଫଳ କଅଣ?
ତୁମ୍ଭମାନଙ୍କର ହୋମବଳି ସବୁ ଗ୍ରହଣୀୟ ନୁହେଁ
କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।”
21 ତେଣୁ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ରଖିବା।
ଯାହା ଫଳରେ ପିତୃଗଣ ଓ ପୁତ୍ରଗଣ
ଏକ ସଙ୍ଗରେ ଝୁଣ୍ଟି ପଡ଼ିବେ
ଓ ପ୍ରତିବାସୀ ଓ ତାଙ୍କର ମିତ୍ର ବିନଷ୍ଟ ହେବେ।”
22 ଆଉ ମଧ୍ୟ ସଦାପ୍ରଭୁ ଏହିକଥା କହନ୍ତି,
“ଦେଖ ଉତ୍ତର ଦିଗରୁ ଏକ ସୈନ୍ୟବାହିନୀ ଆସୁଛନ୍ତି
ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତେଜିତ ହେବେ।
23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି,
ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ।
ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି।
ଆଉ ସେମାନେ ଅଶ୍ୱାରୋହଣ କରନ୍ତି।
ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।”
24 ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ।
ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ,
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ
ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।
25 ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ
କିଅବା ରାସ୍ତାରେ ଗମନ କର ନାହିଁ।
କାରଣ ଗ୍ଭରିଆଡ଼େ ଶତ୍ରୁର ଖଡ଼୍ଗ
ଓ ଆଶଙ୍କା ରହିଛି।
26 ହେ ମୋର ଲୋକମାନେ, ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କର,
ଭସ୍ମରେ ଗଡ଼,
ଏକମାତ୍ର ପୁତ୍ରର ମୃତ୍ୟୁରେ ଶୋକ କଲାପରି ଶୋକ କର।
ଅତିଶୟ ବିଳାପ କର।
କାରଣ ଆମ୍ଭମାନଙ୍କୁ ବିନାଶକାରୀ
ଅକସ୍ମାତ୍ ଆକ୍ରମଣ କରିବ।
27 “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ
ଓ ନିର୍ମଳ ରୂପେ ନିଯୁକ୍ତ କରିଅଛୁ,
ତୁମ୍ଭେ ଯେପରି ମୋ’ ଲୋକମାନଙ୍କୁ ପରୀକ୍ଷା କରି
ସେମାନଙ୍କର ପଥ ଜ୍ଞାତ ହୋଇ ପାରିବ।
28 ସେମାନେ ଅତ୍ୟନ୍ତ ଅବାଧ୍ୟ,
ଗ୍ଭରିଆଡ଼େ ସେମାନେ ନିନ୍ଦାଗାନ କରନ୍ତି।
ସେମାନେ ପିତ୍ତଳ ଓ ଲୁହାପରି,
ସେମାନେ ସମସ୍ତେ
ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।
29 ସେମାନେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି
ସେଥିରୁ ସୀସା ଖାଦ ବାହାର କରି
ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି।
ମାତ୍ର ସେମାନେ ବୃଥା ଚେଷ୍ଟା କରୁଛନ୍ତି
କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।
30 ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ
କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।”
ଯୀଶୁ ଶ୍ରମିକମାନଙ୍କର କାହାଣୀ କହିଲେ
20 “ସ୍ୱର୍ଗରାଜ୍ୟ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତେକ ଦ୍ରାକ୍ଷା ବଗିଗ୍ଭ ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷାବଗିଗ୍ଭରେ କାମ କରିବା ପାଇଁ ଅନ୍ୟ କେତେକ ଶ୍ରମିକ ଆଣିବାକୁ ବାହାରିଗଲେ। 2 ସେ ଶ୍ରମିକମାନଙ୍କୁ ସେଦିନ କାମ କରିବା ବାବଦରେ ଗୋଟିଏ ଗୋଟିଏ ରୌପ୍ୟ ମୁଦ୍ରା ଦେବା ପାଇଁ ରାଜି ହେଲେ। ତା’ପରେ ସେ ଶ୍ରମିକମାନଙ୍କୁ ବଗିଗ୍ଭକୁ କାମ କରିବାକୁ ପଠାଇଦେଲେ।
3 “ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସେଠାରେ କେତେକ ଶ୍ରମିକଙ୍କୁ ଠିଆ ହୋଇଥିବାର ଦେଖିଲେ। ସେମାନଙ୍କ ପାଖରେ କିଛି କାମ ନ ଥିଲା। 4 ତେଣୁ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ଯଦି ଯାଇ ମୋ’ ଦ୍ରାକ୍ଷାବଗିଗ୍ଭରେ କାମ କରିବ, ତେବେ ତୁମ୍ଭର ଯାହା ଉଚିତ୍ ପ୍ରାପ୍ୟ ହେବ, ମୁଁ ତୁମ୍ଭକୁ ତାହା ଦେବି।’ 5 ତେଣୁ ସେମାନେ ମଧ୍ୟ ଦ୍ରାକ୍ଷାବଗିଗ୍ଭକୁ କାମ କରିବାକୁ ଗଲେ।
“ପୁଣି ପ୍ରାୟ ବାରଟା ବେଳେ ଓ ଆଉଥରେ ପ୍ରାୟ ତିନିଟା ବେଳେ ସେ ଘରୁ ଯାଇ ପୂର୍ବଭଳି ଆଉ କେତେକ ଶ୍ରମିକଙ୍କୁ ଆଣିଲେ। 6 ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାରରେ ଦେଖିଲେ ଯେ କେତେକ ଲୋକ ଠିଆ ହୋଇଛନ୍ତି। ସେ ସେମାନଙ୍କୁ ପଗ୍ଭରିଲେ, ‘ତୁମ୍ଭେମାନେ ଦିନସାରା କିଛି କାମ ନ କରି ଏଠାରେ ଏମିତି କାହିଁକି ଠିଆ ହୋଇଛ?’
7 “ସେମାନେ କହିଲେ, ‘ଆମ୍ଭକୁ କେହି ମଜୁରୀ ଦେଇ କାମ କରିବାକୁ ଡାକି ନାହାନ୍ତି।’
“ଜମିଦାର ଜଣକ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଯାଇ ମୋର ଦ୍ରାକ୍ଷାବଗିଗ୍ଭରେ କାମ କର।’
8 “ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’
9 “ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସେମାନେ ମଜୁରୀ ନେବାକୁ ଆସିଲେ। ପ୍ରତ୍ୟେକ ଶ୍ରମିକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 10 ଯେତେବେଳେ ଆଗ ଆସିଥିବା ଶ୍ରମିକମାନେ ଆସିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କୁ କିଛି ଅଧିକ ମିଳିବ। କିନ୍ତୁ ସେମାନେ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 11 ସେମାନେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇସାରି ଜମିଦାରଙ୍କ ଆଗରେ ଯାଇ ଏ ବିଷୟରେ ଅଭିଯୋଗ କଲେ। 12 ସେମାନେ କହିଲେ, ‘ଶେଷରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରାରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସେମାନଙ୍କୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ୟ ସେତିକି ମଜୁରୀ ଦେଲେ!’
13 “ଜମିଦାର ସେହି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, ‘ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ୟାୟ କରି ନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇ କାମ କରିବ ବୋଲି ମୋ’ ସାଙ୍ଗରେ ରାଜି ହୋଇ ନ ଥିଲ କି? 14 ଯାହା ତୁମ୍ଭର ପ୍ରାପ୍ୟ ତାହା ନେଇ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦେଇଛି, ଶେଷରେ ଆସିଥିବା ଶ୍ରମିକକୁ ସେତିକି ଲେଖାଏଁ ଦେବାକୁ ଗ୍ଭହୁଁଛି। 15 ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’
16 “ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”
ଯୀଶୁ ତାଙ୍କ ନିଜ ମୃତ୍ୟୁ ବିଷୟରେ କହିଲେ(A)
17 ଯୀଶୁ ଯିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ୟ ତାହାଙ୍କ ସହିତ ଥିଲେ। ସେମାନେ ଗ୍ଭଲିକରି ଯାଉଥିବା ସମୟରେ ଯୀଶୁ ସେହି ବାରଜଣ ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ, 18 “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ସେଠାରେ ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ। ସେମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କହିବେ। 19 ସେମାନେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତରେ ଦେଇଦେବେ, ସେହି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ାରେ ପିଟିବେ ଏବଂ ଗୋଟିଏ କ୍ରୁଶରେ ଚଢ଼ାଇ ତାହାଙ୍କୁ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।”
ଏକ ମାତାଙ୍କର ବିଶେଷ ଅନୁରୋଧ(B)
20 ତା’ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
21 ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?”
ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।”
22 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?”
ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।”
24 ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। 25 ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। 26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। 27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। 28 ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”
ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ(C)
29 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। 30 ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।”
31 ଲୋକେ ସେମାନଙ୍କୁ ଧମକ ଦେଇ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।”
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
33 ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।”
34 ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା’ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ।
2010 by World Bible Translation Center