Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 25

25 “ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ୍ ଲାଗେ, ସେମାନେ ନ୍ୟାୟଳୟକୁ ଯିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ। ଯଦି ଦୋଷୀଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଗ୍ଭରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ। ତୁମ୍ଭେ କାହାରିକୁ ଗ୍ଭଳିଶ୍ ପ୍ରହାରରୁ ଅଧିକ ଦେବ ନାହିଁ। ଯଦି ତୁମ୍ଭେ କାହାକୁ ଗ୍ଭଳିଶ୍ ଥରରୁ ଅଧିକ ପ୍ରହାର କର ତେବେ ଏହା ଜଣାଯିବ ତୁମ୍ଭ ପାଇଁ ତାହାର ଜୀବନ ତୁଚ୍ଛ ଅଟେ।

“ବଳଦମାନେ ବେଁଙ୍ଗଲାରେ ବୁଲିବା ସମୟରେ ସେମାନଙ୍କର ମୁହଁ ବାନ୍ଧିବ ନାହିଁ।

“ଯଦି ଦୁଇଭାଇ ଏକତ୍ର ବାସ କରୁଥା’ନ୍ତି, ଯଦି ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା’ର ଅନ୍ୟ ଭାଇଜଣକ ତାକୁ ବିବାହ କରିବ ଓ ତାହା ସହିତ ସହବାସ କରିବ। ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତା’ର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ। ତହିଁରେ ତାହାର ନାମ ଇସ୍ରାଏଲରୁ ଲୁପ୍ତ ହେବ ନାହିଁ। ଯଦି ସେହି ଲୋକର ଭାଇ ସେହି ସ୍ତ୍ରୀ ଲୋକକୁ ଗ୍ରହଣ କରିବାକୁ ମନାକରେ ତେବେ ସେହି ସ୍ତ୍ରୀ ନଗରଦ୍ୱାରରେ ପ୍ରାଚୀନବର୍ଗ ନିକଟକୁ ଯାଇ ଅଭିଯୋଗ କରି କହିବ ଯେ, ‘ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।’ ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ। ତହିଁରେ ଯେବେ ସେ ଛିଡ଼ା ହୋଇ କହେ ଯେ, ‘ତାହାକୁ ଗ୍ରହଣ କରିବାକୁ ଆମ୍ଭର ଇଚ୍ଛା ନାହିଁ।’ ତେବେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁହଁରେ ଛେପ ପକାଇବ। ପୁଣି ପ୍ରତ୍ୟୁତ୍ତର କରି କହିବ, ‘ଯେକୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହିରୂପେ କରାଯିବ।’ 10 ଇସ୍ରାଏଲ ମଧ୍ୟରେ ‘ଚ୍ୟୁତ ପାଦୁକ ବଂଶ’ ବୋଲି କୁହାଯିବ।

11 “ଦୁଇଜଣଙ୍କ ମଧ୍ୟରେ ଯଦି ବିବାଦ ସୃଷ୍ଟି ହୁଏ। ସେମାନଙ୍କ ମଧ୍ୟରୁ କାହାର ସ୍ତ୍ରୀ ଆସି ଯଦି ତା’ର ସ୍ୱାମୀକୁ ସାହାଯ୍ୟ କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାର କରି ଗୁପ୍ତାଙ୍ଗକୁ ଧରେ। 12 ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦୁଃଖ କରିବାର କିଛି ନାହିଁ।

13 “ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ। 14 ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ। 15 ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ। ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ। 16 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ଘୃଣା କରନ୍ତି। ଯେଉଁମାନେ ଠକନ୍ତି, ଓଜନରେ କମ୍ ଦିଅନ୍ତି। ହଁ ସେ ଏହିପରି ଲୋକମାନଙ୍କୁ ଅତି ଘୃଣା କରନ୍ତି।

ଅମାଲେକୀୟମାନଙ୍କୁ ଧ୍ୱଂସ କରିବ

17 “ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକୀୟ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ। 18 ତୁମ୍ଭେ ଶାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚା‌ଦ୍‌ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ। ଏହା ସ୍ମରଣ କର। 19 ଏଥିପାଇଁ ତୁମ୍ଭେମାନେ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବ। ତୁମ୍ଭେମାନେ ଏପରି କରିବ ଯେତେବେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶରେ ପ୍ରବେଶ କରିବ। ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରୁ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ।

ଗୀତସଂହିତା 116

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ [a] ଉତ୍ତର ଦେଲେ।
ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
    କବର ତା’ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
    ମୁଁ ସଙ୍କଟ ଓ ଦୁଃଖରେ ଥିଲି।
ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
    ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
    ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
    ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
ହେ ମୋର ପ୍ରାଣ ବିଶ୍ରାମ କର।
    ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
    ମୋର ଲୋତକ ବନ୍ଦ କଲ।
    ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କର।
ଜୀବିତମାନଙ୍କ ଦେଶରେ
    ମୁଁ ସଦାପ୍ରଭୁଙ୍କ ସେବା କରିବି।

10 ଏପରିକି ମୁଁ ଯେବେ କହିଲି, “ମୁଁ ବହୁତ କଷ୍ଟ ପାଛଅଛି”
    ତଥାପି ମୁଁ ବିଶ୍ୱାସ କଲି।
11 ମୁଁ ଯେତେବେଳେ ଭୟରେ ଥିଲି, କହିଲି,
    “ସମସ୍ତ ମନୁଷ୍ୟ ମିଥ୍ୟାଗ୍ଭରୀ ଅଟନ୍ତି।”

12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
    ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
    ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
    ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
    ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
    ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
    ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
    ମନ୍ଦିରକୁ ଯିବି।

ସଦାପ୍ରଭୁଙ୍କର ପ୍ରଶଂସା କର!

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 52

ଇସ୍ରାଏଲ ସୁରକ୍ଷିତ ହେବ

52 ହେ ସିୟୋନ, ଉଠ, ଜାଗ,
    ଆପଣା ବଳ ପରିଧାନ କର।
ହେ ପବିତ୍ର ନଗରୀ, ଯିରୁଶାଲମ!
    ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର।
    କାରଣ ଏହି ସମୟ ମଧ୍ୟରେ ତୁମ୍ଭ ମଧ୍ୟକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।
ତୁମ୍ଭେ ନିଜ ଦେହର ଧୂଳି ଝାଡ଼ି ଦିଅ,
ହେ ସିୟୋନର ବନ୍ଦୀନି କନ୍ୟା ଯିରୁଶାଲମ!
    ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢିଲା କର।
ସଦାପ୍ରଭୁ ଏହି କଥା କୁହନ୍ତି,
    “ତୁମ୍ଭେମାନେ ବିନା ମୂଲ୍ୟରେ ବିବ୍ରତ ହୋଇଥିଲ,
    ଆଉ ବିନା ମୂଲ୍ୟରେ ମୁକ୍ତ ହେବ।”

ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି, “ଆମ୍ଭର ଲୋକମାନେ ପ୍ରବାସ କରିବାକୁ ମିଶର ଯାଇଥିଲେ। ମାତ୍ର ଅଶୂରୀୟମାନେ ବିନା କାରଣରେ ସେମାନଙ୍କ ଉପରେ ଅତ୍ୟାଗ୍ଭର କଲେ।” ସଦାପ୍ରଭୁ କୁହନ୍ତି, “ବର୍ତ୍ତମାନ ଦେଖ, କ’ଣ ସବୁ ଘଟୁଅଛି। ବିନା କାରଣରେ ମୋର ଲୋକମାନଙ୍କୁ ନିଆ ଯାଉଅଛି। ସେମାନଙ୍କ ଉପରେ ସେହି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।”

ତେଣୁ ସଦାପ୍ରଭୁ କୁହନ୍ତି, “ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସେହି ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ। ହଁ ଦେଖ, ଆମ୍ଭେ ସେହି।”

ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।”

ଶୁଣ, ତୁମ୍ଭ ପ୍ରହରୀଗଣ ଉଚ୍ଚସ୍ୱରରେ ଚିତ୍କାର କରୁଛନ୍ତି।
    ସେମାନେ ଏକତ୍ର ଆନନ୍ଦଧ୍ୱନି କରୁଛନ୍ତି।
କାରଣ ସେମାନେ ପ୍ରତ୍ୟେକ ସ୍ୱଚକ୍ଷୁରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ୟାବର୍ତ୍ତନ ଦେଖୁଛନ୍ତି।

ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର।
ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି
    ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି।
10 ସଦାପ୍ରଭୁ ସର୍ବଦେଶୀୟଙ୍କ ସମ୍ମୁଖରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି
    ଓ ପୃଥିବୀର ପ୍ରତ୍ୟେକ ତାଙ୍କର ପରିତ୍ରାଣ ଦେଖିବେ।

11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର।
    ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ।
ତୁମ୍ଭେମାନେ ତା’ମଧ୍ୟରୁ ଗ୍ଭଲିଯାଅ।
    ହେ ସଦାପ୍ରଭୁଙ୍କ ଯାଜକଗଣ,
    ତୁମ୍ଭେମାନେ ଶୁଚି ହୁଅ।
12 ତୁମ୍ଭେମାନେ ତରତର ହୋଇ ଯାଅ ନାହିଁ
    କିମ୍ବା ତୁମ୍ଭେମାନେ ପଳାତକପରି ପଳାୟନ କରିବ ନାହିଁ।
ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ,
    ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ଅନୁସରଣ କରିବେ।

God’s Suffering Servant

13 “ଆମ୍ଭର ଦାସକୁ ଦେଖ, ସେ ସୁବିବେଚନା ପୂର୍ବକ ବ୍ୟବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ୱିତ ହେବେ। 14 “ଅନେକ ଆମ୍ଭର ସେବକକୁ ଦେଖି ବିବ୍ରତ ହେବେ। କାରଣ ତାଙ୍କର ଆକୃତି ମନୁଷ୍ୟ ଆକୃତିଠାରୁ ଏପରି ବିକୃତ ହେବ ଯେ ତାଙ୍କୁ ଅନେକ ମନୁଷ୍ୟ ବୋଲି ଚିହ୍ନିବେ ନାହିଁ। 15 ତେଣୁ ସେ ଅନେକ ଦେଶୀୟମାନଙ୍କୁ ଚମକାଇ ଦେବେ। ରାଜାମାନେ ତାଙ୍କ ସମ୍ମୁଖରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ ତାହା ସେମାନେ ବୁଝିବେ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22

22 ତା’ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।

ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।

ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”

10 ତା’ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”

12 “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ପ୍ରତିଦାନ ଦେବା। 13 ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।”

14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। 15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”

16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”

17 ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।

18 ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”

ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center