Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 32

ଯର୍ଦ୍ଦନ ନଦୀର ପୂର୍ବସ୍ଥ ବିଭିନ୍ନ ବଂଶ

32 ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ। ତେଣୁ ଗା‌ଦ୍‌ର ସନ୍ତାନଗଣ ଓ ରୁବେ‌ନ୍‌ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ। 3-4 ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହି‌ଷ୍‌ବୋନ, ଇଲିୟାଲୀ, ସି‌ବ୍‌ମା, ନବୋ ଓ ବିୟୋନ। ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସେବକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଯର୍ଦ୍ଦନ ସେପାରିକୁ ନିଆ ନ ଯାଉ।”

ମୋଶା, ଗାଦ୍ ଓ ରୁବେ‌ନ୍‌ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍? ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ନଦୀ ପାର ହୋଇ ସେ ଦେଶକୁ ଯିବା ପାଇଁ ତୁମ୍ଭେମାନେ କାହିଁକି ସେମାନଙ୍କୁ ନିରୁତ୍ସାହିତ କରୁଛ? ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ। କାରଣ ସେମାନେ ଇଷ୍କୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ। 10 ଏଣୁ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ। 11 ‘ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇ‌ସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତ୍ତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବେ ନାହିଁ, କାରଣ ସେମାନେ ମୋତେ ଅନୁସରଣ କଲେ ନାହିଁ। 12 କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’

13 “ଏହିରୂପେ ଇସ୍ରାଏଲର ଲୋକମାନଙ୍କ ଉପରେ ସଦାପ୍ରଭୁ କ୍ରୋଧ କଲେ, ସେ ସମସ୍ତ ଦୁଷ୍ଟ ପିଢ଼ି ନ ମଲା ପର୍ଯ୍ୟନ୍ତ, ସେ ସମସ୍ତଙ୍କୁ ଗ୍ଭଳିଶ୍ ବର୍ଷଯାଏ ମରୁଭୂମିରେ ଭ୍ରମଣ କରାଇଲେ। 14 ଏଠାକୁ ଦେଖ, ତୁମ୍ଭେମାନେ ତୁମ୍ଭ ପିତୃଗଣଙ୍କ ପରି କାର୍ଯ୍ୟ କଲ, ତୁମ୍ଭେମାନେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢ଼ି ସଦାପ୍ରଭୁଙ୍କୁ ଇସ୍ରାଏଲର ଲୋକମାନଙ୍କ ପ୍ରତି କ୍ରୋଧିତ କରାଉଛ। 15 ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଅନୁସରଣ ନ କର, ସେ ଇସ୍ରାଏଲକୁ ମରୁଭୂମିରେ ଛାଡ଼ି ଦେବେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।”

16 ମାତ୍ର ରୁବେ‌ନ୍‌ର ଗୋଷ୍ଠୀ ଓ ଗାଦ୍ ଗୋଷ୍ଠୀର ଲୋକମାନେ ମୋଶାଙ୍କୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ମେଷମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ପିଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା। 17 ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ, ଆଉ ଆମ୍ଭେମାନେ ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ। 18 ଇସ୍ରାଏଲର ଲୋକମାନେ ପ୍ରତ୍ୟେକ ସେମାନଙ୍କର ଭୂମି ନ ପାଇବା ପର୍ଯ୍ୟନ୍ତ, ଆମ୍ଭେମାନେ ଆମ୍ଭେ ନିଜ ଘରକୁ ଫେରିଯାଉ ନାହିଁ। 19 ଆଉ ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ନେବୁ ନାହିଁ। କାରଣ ଯର୍ଦ୍ଦନ ଏହି ପାର୍ଶ୍ୱରେ ଆମ୍ଭମାନଙ୍କ ଅଧିକାର ରହିଅଛି।”

20 ତେଣୁ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେବେ ଏହିସବୁ କରିବ, ତେବେ ଏହି ଭୂମି ତୁମ୍ଭର ଅଧିକୃତ ହେବ। କିନ୍ତୁ ତୁମ୍ଭର ସୈନ୍ୟମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଆଗେଇ ଯିବେ। 21 ତୁମ୍ଭର ସୈନ୍ୟମାନେ ଯର୍ଦ୍ଦନ ଅତିକ୍ରମ କରି ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ଯେପର୍ଯ୍ୟନ୍ତ ସଦାପ୍ରଭୁ ତାଙ୍କର ଶତ୍ରୁଗଣଙ୍କୁ ସେହି ଭୂମିରୁ ତଡ଼ି ଦେଇ ନାହାନ୍ତି। 22 ଯେତେବେଳେ ସେହି ଦେଶ ଅକ୍ତିଆର ହୁଏ, ତା’ହାଲେ ତୁମ୍ଭେମାନେ ଗୃହକୁ ଫେରି ପାରିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁ ଓ ଇସ୍ରାଏଲଙ୍କଠାରେ ନିରପରାଧୀ ହେବ। ଆଉ ସେହି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭେମାନେ ଅଧିକାର କରିବ। 23 ମାତ୍ର ତୁମ୍ଭେମାନେ ଯେବେ ତାହା ନ କର, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭେମାନେ ଦଣ୍ତିତ ହେବ। 24 ତୁମ୍ଭେମାନେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ମେଷଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।”

25 ତା’ପରେ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୁନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭେମାନେ କର୍ମ କରିବୁ। 26 ଆମ୍ଭମାନଙ୍କର ସ୍ତ୍ରୀ, ପିଲାମାନେ ଓ ପଶୁସକଳ ଗିଲିୟଦର ନଗରମାନଙ୍କରେ ରହିବେ। 27 ମାତ୍ର ଆମ୍ଭମାନଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଗରେ ଯର୍ଦ୍ଦନ ନଦୀ ପାର ହୋଇ ଯୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୁନିବ କହନ୍ତି।”

28 ତହୁଁ ମୋଶା ସେମାନଙ୍କ ବିଷୟରେ ଇଲିୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। 29 ପୁଣି ମୋଶା ସେମାନଙ୍କୁ କହିଲେ, “ଯଦି ଗାଦ୍ ଗୋଷ୍ଠୀର ଓ ରୁବେନ୍ ପରିବାରର ସୈନ୍ୟମାନେ ତୁମ୍ଭ ସହିତ ଯୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗରେ ଯାଆନ୍ତି, ତେବେ ତୁମ୍ଭେମାନେ ଅଧିକାରାର୍ଥେ ସୁତ୍ରରେ ସେମାନଙ୍କୁ ଗିଲିୟଦ ଦେଶ ଦେବା ଉଚିତ୍। 30 ଯଦି ସେମାନଙ୍କର ସୈନ୍ୟମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନ ହୁଅନ୍ତି, ସେମାନେ ନିଶ୍ଚୟ ତୁମ୍ଭମାନଙ୍କ ସହିତ କିଣାନ ଦେଶରେ ଭୂମି ପାଇବେ।”

31 ତହୁଁ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦେଇଛନ୍ତି ତଦନୁସାରେ ଆମ୍ଭେମାନେ କର୍ମ କରିବୁ। 32 ଆମ୍ଭମାନଙ୍କର ସୈନ୍ୟମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୋଇ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।”

33 ତେଣୁ ମୋଶା ଗାଦ୍ ଗୋଷ୍ଠୀଗଣକୁ, ରୁବେନ୍ ଗୋଷ୍ଠୀଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ, ବାଶନର ରାଜା ଓ‌ଗ୍‌ର ରାଜ୍ୟ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

34 ଗା‌ଦ୍‌ର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋୟେରକୁ ପୁନଃନିର୍ମାଣ କଲେ। 35 ଅ‌‌ଟ୍‌‌ରୋତ୍-ଶୋଫନ, ଯାସେର ଓ ଜଗବିହ, 36 ବୈ‌ତ୍‌ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।

37 ରୁବେନ୍ ଗୋଷ୍ଠୀଗଣ ହି‌ଷ୍‌ବୋନ୍, ଇଲିୟାଲୀ ଓ କିରିୟାଥୟିମଙ୍କୁ। 38 ପୁଣି ନାମାନ୍ତରରେ ନବୋ, ବା‌ଲ୍‌ମିୟୋଲ୍ ଓ ସି‌ବ୍‌ମା, ଏହି ସମସ୍ତ ନଗର ନିର୍ମାଣ କଲେ। ସେମାନେ ଅନ୍ୟ ସହରମାନଙ୍କୁ ସେମାନଙ୍କର ମୂଳ ନାମରେ ଡାକିଲେ।

39 ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିୟଦଙ୍କୁ ଆକ୍ରମଣ କଲେ ଓ ଇମୋରୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କର ଭୁମି ନେଇଗଲେ। 40 ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲେ। 41 ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କର ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଯାୟୀର ରଖିଲା। 42 ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।

ଗୀତସଂହିତା 77

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।

77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
    ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
    ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
    କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
    କିନ୍ତୁ ମୁଁ ପାରୁ ନାହିଁ।
ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
    ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
    ମୁଁ ଚିନ୍ତା କରେ।
ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
    ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
    ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
    ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
    ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
    ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”

10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
    ‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”

11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
    ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
    ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
    ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
    ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
    ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।

16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
    ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
    ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
    ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
    ବିଜୁଳି ଜଗତକୁ ଆଲୋକମୟ କଲା।
    ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
    କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
    ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 24

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

24 ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି। ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ। ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ।

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି। ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।

ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି। ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି। ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।

10 ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।” 11 ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି। 12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।

13 ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ
    ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ,
    ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ।
14 ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ।
    କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ।
15 ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ଦୂରଦେଶର ଲୋକମାନେ,
    ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।”
16 ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ।
    ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ।
କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି।
    ମୁଁ ସନ୍ତାପର ପାତ୍ର
ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି।
    ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।”

17 ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି।
    ସେମାନଙ୍କ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
18 ଯେତେବେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ
    ଓ ପଳାୟନ କରିବେ,
ସେମାନେ ସେତେବେଳେ ଗର୍ତ୍ତରେ ପଡ଼ିବେ।
    ସେମାନଙ୍କ ମଧ୍ୟରୁ କେତେକ ଗର୍ତ୍ତରୁ ଉଠି
ଉପରକୁ ଆସିଲେ ଫାନ୍ଦରେ ପଡ଼ିବେ।”
    କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି
    ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
19 ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି,
    ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି।
20 ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି
    ଓ ସେହି ଭାରରେ ତାହାର ପତନ ଘଟିବ।
ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ
    ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ।
    ଏହା ଆଉ ତିଷ୍ଠିବ ନାହିଁ।

21 ସେଦିନ ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ସୈନ୍ୟଙ୍କୁ ସୀମାନ୍ତଙ୍କୁ ଊର୍ଦ୍ଧ୍ୱରେ
    ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀରେ ପ୍ରତିଫଳ ଦେବେ।
22 ବନ୍ଦୀମାନେ କୂପରେ ଏକତ୍ରିତ ହେଲାପରି
    ସେମାନେ ଏକତ୍ରିତ ହେବେ।
ସେମାନଙ୍କ ମଧ୍ୟରୁ କେତେକ ବନ୍ଦୀଗୃହରେ ରୁଦ୍ଧ ହେବେ।
    ବହୁ ଦିନ ପରେ ସେମାନେ ଦଣ୍ଡିତ ହେବେ।
23 ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ।
    ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ
ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ
    ଓ ସୂର୍ଯ୍ୟ ଲଜ୍ଜିତ ହେବେ।

ଯୋହନଙ୍କ ପ୍ରଥମ ପତ୍ର 2

ଯୀଶୁ ଆମ୍ଭମାନଙ୍କର ସହାୟକ

ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।

ସମସ୍ତଙ୍କୁ ଭଲ ପାଅ

ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।

12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
    ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
    ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
    ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
    ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
    ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
    ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ

18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ [a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।

22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।

24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।

26 ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।

28 ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ। 29 ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center