M’Cheyne Bible Reading Plan
ଲୋକମାନଙ୍କର ଗଣନା
26 ମହାମାରୀ ପରେ, ସଦାପ୍ରଭୁ ମୋଶା ଓ ହାରୋଣର ପୁତ୍ର ଯାଜକ ଇଲିୟାସରକୁ କହିଲେ, 2 “ଇସ୍ରାଏଲର ପୁରୁଷ ଲୋକମାନଙ୍କ ମଧ୍ୟରୁ ନିଜ ନିଜ ପିତୃଗୃହାନୁସାରେ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ସୈନ୍ୟଶ୍ରେଣୀରେ ଭୁକ୍ତ କରିବାକୁ ଗଣନା କର।”
3 ମୋଶା ଓ ଇଲିୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପର ଇସ୍ରାଏଲର ଲୋକମାନଙ୍କୁ ମୋୟାବ ପଦାରେ ଏହା କହିଲେ। 4 “ସେମାନେ କହିଲେ, ଯେଉଁ ପୁରୁଷମାନେ କୋଡ଼ିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସେହି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମୋଶାଙ୍କୁ ଆଦେଶ କରିଥିଲେ, ଯେତେବେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।”
5 ରୁବେନ୍ ଇସ୍ରାଏଲର ପ୍ରଥମ ପୁତ୍ର। ରୁବେନ୍ର ପୁତ୍ରଗଣ ଓ ଗୋଷ୍ଠୀଗୁଡ଼ିକ ହେଲେ,
ହନୋକରୁ ହନୋକ ଗୋଷ୍ଠୀ
ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।
6 ହିଷ୍ରୋଣଠାରୁ ହିଷ୍ରୋଣୀୟ ପରିବାର;
କର୍ମ୍ମୀଠାରୁ କର୍ମ୍ମୀୟ ପରିବାର।
7 ଏମାନେ ହେଲେ ରୁବେନ୍ର ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ୟା ହେଲା 43,730
8 ପଲ୍ଲୂର ସନ୍ତାନ ଇଲୀୟାବ। 9 ଆଉ ଇଲୀୟାବର ତିନିପୁତ୍ର ଯଥା: ନମୂୟେଲ, ଦାଥନ୍ ଓ ଅବୀରାମ। କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଯାଇଥିଲେ। 10 ସେତେବେଳେ ପୃଥିବୀ ସେମାନଙ୍କୁ ଓ କୋରହକୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ପରେ ସେମାନେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କେତ ଚିହ୍ନ ସ୍ୱରୂପ ଥିଲା। 11 କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ।
12 ଏହି ପୁରୁଷମାନେ ହେଲେ ଶିମିୟୋନର ପରିବାରବର୍ଗ।
ନମୂୟେଲଠାରୁ ନମୂୟେଲୀୟ ଗୋଷ୍ଠୀ
ଏବଂ ଯାମୀନଠାରୁ ଯାମୀନୀୟ ଗୋଷ୍ଠୀ
ଏବଂ ଯାଖୀନଠାରୁ ଯାଖୀନୀୟ ଗୋଷ୍ଠୀ।
13 ସେରହଠାରୁ ସେରହୀୟ ଗୋଷ୍ଠୀ;
ଶୌଲଠାରୁ ଶୌଲୀୟ ଗୋଷ୍ଠୀ,
14 ଶିମିୟୋନୀୟ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 22,200 ଥିଲା।
15 ଗାଦ୍ ପରିବାରବର୍ଗର ଏହି ସନ୍ତାନଗଣ ହେଲେ:
ସିଫୋନଠାରୁ ସିଫୋନୀୟ ଗୋଷ୍ଠୀ;
ହଗିଠାରୁ ହଗୀୟ ଗୋଷ୍ଠୀ;
ଶୂନିଠାରୁ ଶୂନୀୟ ଗୋଷ୍ଠୀ;
16 ଓଷ୍ଣିଠାରୁ ଉଷ୍ଣୀୟ ଗୋଷ୍ଠୀ;
ଏରିଠାରୁ ଏରୀୟ ଗୋଷ୍ଠୀ।
17 ଅରୋଦିଠାରୁ ଅରୋଦୀୟ ଗୋଷ୍ଠୀ;
ଅରେଲିଠାରୁ ଅରେଲୀୟ ଗୋଷ୍ଠୀ;
18 ଗାଦ୍ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 40,500ଥିଲେ।
19-20 ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି:
ଶେଲାଠାରୁ ଶେଲାୟୀୟ ଗୋଷ୍ଠୀ,
ପେରସଠାରୁ ପେରସୀୟ ଗୋଷ୍ଠୀ;
ସେରହଠାରୁ ସେରହୀୟ ଗୋଷ୍ଠୀ।
ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶରେ ହତ୍ୟା କରାଯାଇଥିଲେ।
21 ଏହି ସକଳ ସନ୍ତାନଗଣ ହେଲେ ପେରସ ଗୋଷ୍ଠୀ:
ହିଷ୍ରୋଣଠାରୁ ହିଷ୍ରୋଣୀୟ ଗୋଷ୍ଠୀ;
ହାମୂଲଠାରୁ ହାମୂଲୀୟ ଗୋଷ୍ଠୀ।
22 ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 76,500 ଥିଲେ।
23 ଇଷାଖର ପରିବାରବର୍ଗର ପରିବାରଗୁଡ଼ିକ ହେଲେ:
ତୋଲୟଠାରୁ ତୋଲୟୀୟ ଗୋଷ୍ଠୀ;
ପୂୟଠାରୁ ପୂୟୀୟ ଗୋଷ୍ଠୀ।
24 ଯାଶୂବଠାରୁ ଯାଶୂବୀୟ ଗୋଷ୍ଠୀ;
ଶିମ୍ରୋଣଠାରୁ ଶିମ୍ରୋଣୀୟ ଗୋଷ୍ଠୀ।
25 ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 64,300 ଥିଲେ।
26 ସବୁଲୂନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ:
ସେରଦଠାରୁ ସେରଦୀୟ ଗୋଷ୍ଠୀ;
ଏଲୋନଠାରୁ ଏଲୋନୀୟ ଗୋଷ୍ଠୀ,
ଯହଲେଲଠାରୁ ଯହଲେଲୀୟ ଗୋଷ୍ଠୀ।
27 ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 60,500 ହେଲେ।
28 ଯୋଷେଫଙ୍କ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରୟିମ। ଏମାନେ ପ୍ରତ୍ୟେକ ଏକ ଏକ ପରିବାରବର୍ଗ ହେଲେ। 29 ମନଃଶି ପରିବାରଗୁଡ଼ିକ ହେଲେ:
ମାଖୀରଠାରୁ ମାଖୀରୀୟ ଗୋଷ୍ଠୀ ମାଖୀରର ପୁତ୍ର ଗିଲିୟଦ,
ଗିଲିୟଦଠାରୁ ଗିଲିୟଦୀୟ ଗୋଷ୍ଠୀ।
30 ଗିଲିୟଦ ପରିବାରବର୍ଗ ହେଲେ:
ଇୟେଷରଠାରୁ ଇୟେଷ୍ରୀୟ ଗୋଷ୍ଠୀ;
ହେଲେକଠାରୁ ହେଲକୀୟ ଗୋଷ୍ଠୀ:
31 ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ଗୋଷ୍ଠୀ;
ଶେଖମଠାରୁ ଶେଖମୀୟ ଗୋଷ୍ଠୀ;
32 ଶମୀଦଠାରୁ ଶମୀଦାୟୀୟ ଗୋଷ୍ଠୀ;
ହେଫରଠାରୁ ହେଫରୀୟ ଗୋଷ୍ଠୀ।
33 ସେହି ହେଫରର ପୁତ୍ର ସଲଫାଦର ପୁତ୍ର ନ ଥିଲା, କେବଳ ପାଞ୍ଚୋଟି କନ୍ୟା ଥିଲା। ସେମାନେ ହେଲେ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା
34 ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 52,700 ଥିଲେ।
35 ଇଫ୍ରୟିମ ପରିବାରବର୍ଗର ଗୋଷ୍ଠୀଗୁଡ଼ିକ ହେଲେ:
ଶୂଥଲହଠାରୁ ଶୂଥଲହୀୟ ଗୋଷ୍ଠୀ,
ବେଖରଠାରୁ ବେଖ୍ରୀୟ ଗୋଷ୍ଠୀ,
ତହନଠାରୁ ତହନୀୟ ଗୋଷ୍ଠୀ।
36 ଏମାନେ ଶୂଥଲହର ବଂଶଧର ଥିଲେ।
ଏରଣଠାରୁ ଏରଣୀୟ ଗୋଷ୍ଠୀ।
37 ଇଫ୍ରୟିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 32,500 ଥିଲେ।
ଏମାନେ ସେମାନଙ୍କର ନିଜ ନିଜ ବଂଶ ଅନୁସାରେ ଯୋଷେଫର ସନ୍ତାନ।
38 ବିନ୍ୟାମୀନର ପରିବାରବର୍ଗ ହେଲେ:
ବେଲାଠାରୁ ବେଲାୟୀୟ ଗୋଷ୍ଠୀ;
ଅସବେଲଠାରୁ ଅସବେଲୀୟ ଗୋଷ୍ଠୀ
ଏବଂ ଅହୀରାମଠାରୁ ଅହୀରାମୀୟ ଗୋଷ୍ଠୀ।
39 ଶୂଫମଠାରୁ ଶୂଫମୀୟ ଗୋଷ୍ଠୀବର୍ଗ;
ହୂଫମଠାରୁ ହୂଫମୀୟ ଗୋଷ୍ଠୀ।
40 ବେଲାର ସନ୍ତାନ ଅର୍ଦ ଓ ନାମାନ ହେଲେ:
ଅର୍ଦଠାରୁ ଅର୍ଦୀୟ ଗୋଷ୍ଠୀ;
ନାମାନଠାରୁ ନାମାନୀୟ ଗୋଷ୍ଠୀ।
41 ବିନ୍ୟାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,600 ଥିଲେ।
42 ଦାନ ପରିବାରବର୍ଗର ପରିବାରଗୁଡ଼ିକ ହେଲେ:
ଶୂହମଠାରୁ ଶୂହମୀୟ ଗୋଷ୍ଠୀ,
43 ଶୂହମୀୟ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ହେଲେ 64,400
44 ଆଶେର ପରିବାରବର୍ଗର ପରିବାରଗୁଡ଼ିକ ହେଲେ:
ଯିମ୍ନଠାରୁ ଯିମ୍ନୀୟ ଗୋଷ୍ଠୀ;
ଯିସ୍ବିଠାରୁ ଯିସ୍ବୀୟ ଗୋଷ୍ଠୀ;
ବରିୟଠାରୁ ବରିୟୀୟ ଗୋଷ୍ଠୀ।
45 ବରିୟର ପରିବାରଗୁଡ଼ିକ ହେଲେ ଏହିମାନେ:
ହେବରଠାରୁ ହେବରୀୟ ଗୋଷ୍ଠୀ;
ମଲକୀୟେଲଠାରୁ ମଲକୀୟେଲୀୟ ଗୋଷ୍ଠୀ।
46 ଆଶେରର ମଧ୍ୟ ଏକ କନ୍ୟା ଥିଲା, ତା’ର ନାମ ସାରହ। 47 ଆଶେରର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା ଥିଲା 53,400
48 ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡ଼ିକ ହେଲେ:
ଯହସୀୟେଲଠାରୁ ଯହସୀୟେଲୀୟ ଗୋଷ୍ଠୀ;
ଗୂନିଠାରୁ ଗୂନୀୟ ଗୋଷ୍ଠୀ।
49 ଯେତ୍ସରଠାରୁ ଯେତ୍ସରୀୟ ଗୋଷ୍ଠୀ,
ଶିଲ୍ଲେମଠାରୁ ଶିଲ୍ଲେମୀୟ ଗୋଷ୍ଠୀ।
50 ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ୟା 45,400 ଥିଲା।
51 ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା 601,730 ଥିଲା।
52 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 53 “ନାମ ସଂଖ୍ୟା ଅନୁସାରେ ସେମାନଙ୍କ ମଧ୍ୟରେ ଅଧିକାର ପାଇଁ ଦେଶ ବିଭକ୍ତ ହେବ। 54 ଯାହାର ବଡ଼ ଗୋଷ୍ଠୀ ତାକୁ ଅଧିକ ଭୂମି ଦେବ ଓ ଯାହାର ଛୋଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦେବ। ପ୍ରତ୍ୟେକ ଗୋଷ୍ଠୀକୁ ତା’ର ଆକାର ଅନୁସାରେ ଭୂମି ଦିଆଯିବା ଉଚିତ୍। 55 ତୁମ୍ଭେ ଗୁଲିବାଣ୍ଟ ଦ୍ୱାରା ଦେଶ ଭାଗ କରିବା ଉଚିତ୍। ସେମାନେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍। 56 ଉଭୟ ଛୋଟ ଓ ବଡ଼ ଗୋଷ୍ଠୀଗଣ ଲୋକସଂଖ୍ୟା ଅନୁସାରେ ଗୁଲିବାଣ୍ଟ କରି ସେମାନଙ୍କର ଭୂମି ନିର୍ଦ୍ଧାରଣ କରାଯିବା ଉଚିତ୍।”
57 ସେମାନେ ମଧ୍ୟ ଲେବୀର ପରିବାରବର୍ଗଙ୍କୁ ଗଣନା କଲେ। ଲେବୀୟ ପରିବାରବର୍ଗଗୁଡ଼ିକ ହେଲେ:
ଗେର୍ଶୋନଠାରୁ ଗେର୍ଶୋନୀୟ ଗୋଷ୍ଠୀ;
କହାତଠାରୁ କହାତୀୟ ଗୋଷ୍ଠୀ;
ମରାରିଠାରୁ ମରାରୀୟ ଗୋଷ୍ଠୀ।
58 ଏହିସବୁ ଗୋଷ୍ଠୀଗୁଡ଼ିକ ମଧ୍ୟ ଲେବୀୟ ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ।
ଲିବ୍ନୀୟ ଗୋଷ୍ଠୀ,
ହିବ୍ରୋଣୀୟ ଗୋଷ୍ଠୀ,
ମହଲୀୟ ଗୋଷ୍ଠୀ,
ମୂଶୀୟ ଗୋଷ୍ଠୀ
ଏବଂ କୋରହୀୟ ଗୋଷ୍ଠୀ।
କହାତ ଅମ୍ରମର ପିତା ଥିଲେ। 59 ସେହି ଅମ୍ରମର ସ୍ତ୍ରୀ ଯୋକେବଦ । ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ।
60 ହାରୋଣଠାରୁ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର ଜନ୍ମ ହେଲେ। 61 କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହୋଇ ନାହିଁ।
62 ଲେବୀୟମାନଙ୍କର ସମୁଦାୟ ଏକ ମାସର ପୁରୁଷ ଓ ବୟଜ୍ୟେଷ୍ଠ ସଂଖ୍ୟା 23,000 ହେଲା। କିନ୍ତୁ ସେମାନଙ୍କୁ ଇସ୍ରାଏଲର ଲୋକ ବୋଲି ଗଣନା କରାଗଲା ନାହିଁ, କାରଣ ଇସ୍ରାଏଲର ଲୋକମାନଙ୍କର ପରି ସେମାନଙ୍କୁ ଭୂମି ଦିଆଗଲା ନାହିଁ।
63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସୀମାର ମୋୟାବ ପଦାରେ ଇସ୍ରାଏଲର ଲୋକମାନଙ୍କୁ ମୋଶା ଓ ଯାଜକ ଇଲିୟାସର ଗଣନା କଲେ। 64 ମାତ୍ର ସୀନୟ ମରୁଭୂମିରେ ଇସ୍ରାଏଲ ଲୋକମାନଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏମାନଙ୍କ ମଧ୍ୟରେ ନ ଥିଲା। ସେହି ଲୋକମାନେ ସମସ୍ତେ ମୃତ୍ୟୁବରଣ କରିଥିଲେ। 65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ମରୁଭୂମିରେ ମରିବେ। କେବଳ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।
69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
2 ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
କେବଳ ମୁଁ ବୁଡ଼ିଯିବା ଉପରେ।
3 ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
4 ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
ସେମାନେ ମିଛରେ ମୋତେ ଗ୍ଭେର କହିଲେ
ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
5 ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
6 ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
7 ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
8 ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
9 ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
ତେଣୁ ମୋତେ ଉତ୍ତର ଦିଅ।
ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
ଓ ଅପମାନିତ କରିଛନ୍ତି।
ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
ହେ ପରମେଶ୍ୱର, ମୋତେ ଉଦ୍ଧାର କର।
ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36 ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।
16 ତୁମ୍ଭେମାନେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭେମାନେ ସେଲାରୁ ଏକ ମେଷଶାବକ ବିସ୍ତୃତ ପ୍ରାନ୍ତର ମଧ୍ୟଦେଇ ସିୟୋନ କନ୍ୟାର ପର୍ବତକୁ ପଠାଅ।
2 ମୋୟାବର କନ୍ୟାଗଣ ଅର୍ଣ୍ଣୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ।
ସାହାଯ୍ୟ ପାଇଁ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ।
ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପରେ, ପକ୍ଷୀ ଛୁଆମାନେ ଏଣେତେଣେ ଧାଇଁଲା ପରି ସେମାନେ ଧାଇଁବେ।
3 ସେମାନେ କୁହନ୍ତି, “ଆମ୍ଭମାନଙ୍କୁ ସାହାଯ୍ୟ କର,
ଆମ୍ଭେମାନେ କ’ଣ କରିବୁ ମନ୍ତ୍ରଣା ଦିଅ।
ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାୟା ମଧ୍ୟାହ୍ନ ସୂର୍ଯ୍ୟ ତାପରୁ ରକ୍ଷା କରେ।
ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଗ୍ଭଇ ରଖ।
କାରଣ ଆମ୍ଭେମାନେ ତାଙ୍କଠାରୁ ପଳାଇ ଆସିଛୁ।
ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।
4 ମୋୟାବର ଲୋକମାନଙ୍କୁ ତାଙ୍କର ଘରୁ ଜୋର୍ କରି ତଡ଼ି ଦିଆ ଯାଇଛି।
ତେଣୁ ସେମାନଙ୍କୁ ତୁମ୍ଭ ଦେଶରେ ବାସ କରିବାକୁ ଦିଅ।
ସେମାନଙ୍କ ଶତ୍ରୁଠାରୁ ସେମାନଙ୍କୁ ଲୁଗ୍ଭଇ ରଖ।”
କାରଣ ଲୁଣ୍ଠନ ବନ୍ଦ ହେବ।
ଶତ୍ରୁ ପରାଜିତ ହେବେ।
ଆଘାତ କାରୀମାନେ ଦେଶରୁ ବିଦାୟ ନେବେ।
5 ତା’ପରେ ଜଣେ ନୂତନ ରାଜା ଆସିବେ।
ସେ ରାଜା ଦାଉଦ ପରିବାରରୁ ହେବେ।
ସେ ବିଶ୍ୱସ୍ତ, ଦୟାଳୁ ଓ ସ୍ନେହୀ ହେବେ।
ସେ ନ୍ୟାୟ ବିଗ୍ଭର କରିବେ
ଓ ଧର୍ମରେ ସମସ୍ତ କାର୍ଯ୍ୟ ସାଧନ କରିବେ।
6 ଏହା ଶୁଣା ଯାଉଛି ଯେ, ମୋୟାବ
ଅତ୍ୟନ୍ତ ଗର୍ବୀ ଓ ଅହଙ୍କାରୀ।
ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କ୍ରୋଧୀ
ମାତ୍ର, ତା’ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।
7 ଏହି ଅହଙ୍କାର ଯୋଗୁଁ ସମସ୍ତ ମୋୟାବ କଷ୍ଟ ଭୋଗିବ।
ମୋୟାବର ସମସ୍ତ ଲୋକ କ୍ରନ୍ଦନ କରିବେ।
ସେମାନେ ଦୁଃଖିତ ହେବେ।
ଅତୀତରେ ତାଙ୍କର ଯାହା ଥିଲା ସେଗୁଡ଼ିକୁ ସେ ଇଚ୍ଛା କରିବେ।
ସେମାନେ ହେରସତରର ଶୁଷ୍କ କିସ୍ମିସ୍ର ପିଠା ପାଇଁ ଇଚ୍ଛା କରିବେ।
8 ଲୋକମାନେ ଦୁଃଖିତ ହେବେ କାରଣ ହିଶ୍ବୋନ୍ର କ୍ଷେତସବୁ ଓ ଶିବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ।
ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀୟ ପାଇଁ ତିଆରି କରାଯାଏ,
ମରୁଭୂମିରେ ପହଞ୍ଚିବା ପାଇଁ ବ୍ୟବହାର କରାଯାଏ,
ଯାହାର ମୂଳ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଛି।
9 “ମୁଁ ଯାସେର ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି
କାରଣ ସେମାନଙ୍କର ଦ୍ରାକ୍ଷାଲତା ସବୁ ଧ୍ୱଂସ ପାଇଛି।
ହିଶ୍ବୋନ୍ ଓ ଇଲିୟାଲି ସହିତ ଲୋତକ ଜଳରେ ତିନ୍ତାଇବା,
କାରଣ ତୁମ୍ଭମାନଙ୍କର ଶସ୍ୟଅମଳ ହେବ ନାହିଁ
କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ
ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ୱନି ରହିବ ନାହିଁ।
10 ଉର୍ବରାକ୍ଷେତରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହେବ
ଏବଂ ଦ୍ରାକ୍ଷାକ୍ଷେତ୍ରରେ ଗାନ ଓ ଆନନ୍ଦ ଧ୍ୱନି ଶୁଣାଯିବ ନାହିଁ।
ଦ୍ରାକ୍ଷାକୁ କୁଣ୍ଡରେ ପଦରେ ଗ୍ଭପି କେହି ଦ୍ରାକ୍ଷାରସ ବାହାର କରିବ ନାହିଁ,
କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତି କରିଅଛୁ।
11 ତେଣୁ ମୁଁ ଦୁଇଟି ନଗର ମୋୟାବ
ଓ କୀରହେରସ ପାଇଁ ବିଶେଷ ଭାବରେ ଦୁଃଖିତ।
12 ମୋୟାବର ଲୋକମାନେ ସେମାନଙ୍କର ପ୍ରାର୍ଥନା ସ୍ଥଳୀକୁ ଯିବେ।
ସେଠାରେ ସେମାନେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ।
ମାତ୍ର ସେମାନେ ଏତେ ଦୁର୍ବଳ ଯେ
ସେଥିରେ ସେମାନେ କୃତାର୍ଥ ହେବେ ନାହିଁ।
13 ସଦାପ୍ରଭୁ ଅନେକ ଥର ମୋୟାବ ବିଷୟରେ ଏହିସବୁ କହିଥିଲେ। 14 ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ତିନି ବର୍ଷ ମଧ୍ୟରେ ସେହିସବୁ ଲୋକମାନେ ଓ ସେମାନଙ୍କର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହେବ ଯେ ଗଣନା ଯୋଗ୍ୟ ହେବ ନାହିଁ।”
ପରିବର୍ତ୍ତିତ ଜୀବନ
4 ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। 2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। 3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
4 ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। 5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। 6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା
12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?
18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” (A)
19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।
2010 by World Bible Translation Center