Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 25

ପିୟୋରରେ ଇସ୍ରାଏଲ

25 ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ। ସେମାନଙ୍କର ଭଣ୍ତ ଦେବତାଙ୍କୁ ବଳିଦେବା ନିମନ୍ତେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ବଳିଦାନ ଭୋଜନ କଲେ ଓ ସେମାନଙ୍କ ଭଣ୍ତ ଦେବତାଗଣଙ୍କୁ ପୂଜା କଲେ। ଇସ୍ରାଏଲ ନିଜକୁ ବାଲପୟୋରଙ୍କ ସହିତ ଯୋଗ ଦେଇଥିଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ସହିତ ବହୁତ କ୍ରୋଧ କଲେ।

ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।”

ତେଣୁ ମୋଶା ଇସ୍ରାଏଲର ନେତୃବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ପରିବାର ବାଲପିୟୋର ସହିତ ଯୋଗ ଦେଇଥିବା ଲୋକମାନଙ୍କୁ ବାହାର କର ଓ ସେମାନଙ୍କୁ ହତ୍ୟା କର।”

ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିୟନୀୟା ସ୍ତ୍ରୀ କି ଆଣିଲା। ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ବିଳାପ କରୁଥିଲେ। ତେଣୁ ହାରୋଣ ଯାଜକର ପୌତ୍ର, ଇଲିୟାସରର ପୁତ୍ର ପୀନହସ୍ ତାହା ଦେଖି ମଣ୍ତଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। ତା’ପରେ ସେ ତମ୍ବୁ ଭିତରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପେଟକୁ ବର୍ଚ୍ଛାରେ ବିଦୀର୍ଣ୍ଣ କଲା, ଫଳରେ ଇସ୍ରାଏଲ ମଧ୍ୟରେ ମହାମାରୀ ବନ୍ଦ ହୋଇ ଗଲା। ତଥାପି ଏହି ମହାମାରୀରେ 24,000 ଲୋକ ମରିଥିଲେ।

10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 11 “ପୀନହସ୍ ଯାଜକ ହାରୋଣର ନାତି ଏବଂ ଇଲିୟାସରର ପୁତ୍ର ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧ ଦେଖାଇବା ପାଇଁ ମୋତେ ଅଟକାଇଲେ। ମୋତେ କ୍ରୋଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ୍ ସେଥିରେ ବ୍ୟତିବ୍ୟସ୍ତ ହୋଇଗଲେ। ତେଣୁ ମୁଁ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ହତ୍ୟା କଲି ନାହିଁ। 12 ପୀନହ‌ସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶେଷ ପ୍ରତିଜ୍ଞା କରୁଛି। 13 ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।”

14 ଇସ୍ରାଏଲର ଯେଉଁ ପୁରୁଷ ମିଦିୟନୀୟ ସ୍ତ୍ରୀ ସହିତ ନିହତ ହୋଇଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂ ଶିମିୟୋନ ପରିବାରବର୍ଗର ନେତୃବର୍ଗ ଥିଲେ। 15 ପୁଣି ସେହି ମିଦିୟନୀୟା ସ୍ତ୍ରୀଲୋକ ଯିଏ ଇସ୍ରାଏଲର ପୁତ୍ର କସବୀ ସହିତ ହତ ହୋଇଥିଲା, ସେ ସୂରର କନ୍ୟା ଥିଲା। ସୂର ମିଦିୟନୀୟ ପରିବାରବର୍ଗର ଏକ ମୁଖ୍ୟ ଥିଲା।

16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 17 “ମିଦିୟନୀୟ ଲୋକମାନେ ତୁମ୍ଭର ଶତ୍ରୁ ତୁମ୍ଭେ ସେମାନଙ୍କୁ ବଧ କର। 18 ସେମାନେ ପିୟୋରରେ ତୁମ୍ଭକୁ ଠକି ଦେଲେ। ସେମାନେ ମିଦିୟନୀୟ ନେତାର କନ୍ୟା କସବୀ ସହିତ ତୁମ୍ଭକୁ ଠକି ଦେଇଛନ୍ତି। ସେହି ସ୍ତ୍ରୀ ଲୋକଟି ମହାମାରୀରେ ନିହତ ହେଲା। ଯାହା ପିୟୋରରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।”

ଗୀତସଂହିତା 68

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।

68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
    ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
    ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
    ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
    ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
    ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
    ତାଙ୍କ ଆଗରେ ଆନନ୍ଦିତ ହୁଅ।
ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
    ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
    ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
    କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
    ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।
ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
    ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
    ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
    ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
11 ତୁମ୍ଭର ଲୋକମାନେ ଉତ୍ତମ ଖବର
    ଘୋଷଣା କରିବାକୁ ବାହାରି ଗଲେ।
12 “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ।
    ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ।
13 ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ।
    ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ।
    ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”

14 ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ।
    ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ।
15 ବାଶନ ପର୍ବତ ମହାନ ପର୍ବତ ଅଟେ,
    ଯାହାର ବୃହତ ଶୃଙ୍ଗ ଅଛି।
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ?
    ପରମେଶ୍ୱର ଏହାକୁ ପ୍ରେମ କରନ୍ତି।
    ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
17 ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି।
    ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
18 ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ,
    ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ
ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ।
    ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
    ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
    ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।

20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
    ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
21 ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ।
    ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
22 ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି।
    କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି।
23 ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ।
    ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।”

24 ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି।
    ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
25 ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି।
    ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।
26 ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର।
    ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ।
27 ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି।
    ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି।
ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି।
    ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି।

28 ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ,
    ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ।
29 ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ
    ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
30 ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” [a] ଦଣ୍ଡ ଦିଅ।
    ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” [b] ଆଦେଶ ମାନିବାକୁ ପ୍ରସ୍ତୁତ କରାଅ।
ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ।
    ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ।
ସେହି ଜାତିମାନଙ୍କୁ ବିକ୍ଷିପ୍ତ କର,
    ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।
31 ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ।
    ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।
32 ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର।
    ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର।

33 ପରମେଶ୍ୱରଙ୍କ ପାଇଁ ଗାଅ।
    ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି।
    ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।
34 ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି।
    ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି
    ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
35 ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ।
    ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି।

ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 15

ମୋୟାବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

15 ମୋୟାବ ବିଷୟରେ ଏକ ଦୁଃଖର ବାର୍ତ୍ତା।

ଅନ୍ୟ ଏକ ରାତ୍ରିରେ ମୋୟାବର ଆର ନଗରରୁ ସୈନ୍ୟମାନେ ସମସ୍ତ ଧନ ନେଇଗଲେ
    ଏବଂ ତାକୁ ମଧ୍ୟ ଧ୍ୱଂସ କଲେ।
ଆଉ ମଧ୍ୟ ଦିନେ ରାତ୍ରିରେ ସୈନ୍ୟମାନେ ମୋୟାବର ବୀର ନଗରରୁ ସମସ୍ତ ଧନ ନେଇଗଲେ
    ଓ ସେ ନଗରକୁ ମଧ୍ୟ ଧ୍ୱଂସ କଲେ।
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି।
    ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି।
    ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ମୋୟାବର ସବୁ ସ୍ଥାନରେ, ଘର ଉଚ୍ଚସ୍ଥାନମାନଙ୍କରେ
    ଓ ରାସ୍ତାମାନଙ୍କରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।
ହି‌ଶ୍‌ବୋନ୍ ଓ ଇଲିୟାଲି ଅତି ଉଚ୍ଚସ୍ୱରରେ କ୍ରନ୍ଦନ କରୁଛନ୍ତି।
    ସେମାନଙ୍କର ରବ ଯହସ୍ ପର୍ଯ୍ୟନ୍ତ ଶୁଣା ଯାଇଛି।
ଏପରିକି ମୋୟାବର ସୈନ୍ୟମାନେ
    ଭୟରେ କମ୍ପିତ ହୋଇ ଆର୍ତ୍ତନାଦ କରୁଛନ୍ତି।

ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି।
    ଲୋକମାନେ ଇଗ୍ଲତ୍-ଇଲୀଶୀୟା
    ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି।
ସେମାନେ ରୋଦନ କରି କରି
    ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି।
ହୋରୋନୟିମ ପଥରେ ଯାଉଥିଲା ବେଳେ
    ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।
ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ।
    ସବୁଜ ବୃକ୍ଷଗୁଡ଼ିକ ରହିବନି।
ଲୋକମାନେ ସେମାନଙ୍କର ନିଜ ନିଜର ସମସ୍ତ ଦ୍ରବ୍ୟ ଏକାଠି କରିବେ ଓ ମୋୟାବ ପରିତ୍ୟାଗ କରିବେ।
    ସେ ସମସ୍ତ ଦ୍ରବ୍ୟକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।

ମୋୟାବର ସବୁ ସ୍ଥାନରେ କ୍ରନ୍ଦନର ରୋଳ ଶୁଣାଯିବ।
    ସେହି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ଲୟିମ୍ ଓ ବେରେଲୀମ୍ ପର୍ଯ୍ୟନ୍ତ ଶୁଣାଯିବ।
ଦୀମୋନର ଜଳସମୂହ ରକ୍ତମୟ ହେବ।
    ମୁଁ ଦୀମୋନ ପ୍ରତି ଅଧିକ ଦୁଃଖ ଆଣିବି।
ମୋୟାବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ
    ମୁଁ ଏକ ସିଂହ ଆଣିବି ଯେ କି ସେମାନଙ୍କୁ ଭକ୍ଷ୍ୟଣ କରିବ।

ପିତରଙ୍କ ପ୍ରଥମ ପତ୍ର 3

ପତି ପତ୍ନୀ

ଠିକ୍ ସେହିଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା’ହେଲେ, ଯଦି ପତିମାନଙ୍କ ମଧ୍ୟରୁ କେତେଜଣ ପରମେଶ୍ୱରଙ୍କ ଶିକ୍ଷା ମାନୁ ନାହାନ୍ତି, ସେମାନଙ୍କୁ ବିଶ୍ୱାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହେବ ନାହିଁ। ସେମାନେ ସେମାନଙ୍କର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହେବେ। ତୁମ୍ଭ ପତି ଦେଖିବେ ଯେ ତୁମ୍ଭେ ପବିତ୍ର ଜୀବନଯାପନ କରୁଛ, ପରମେଶ୍ୱରଙ୍କୁ ସମ୍ମାନ ଦେଉଛ। ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ। ତୁମ୍ଭର ସୌନ୍ଦର୍ଯ୍ୟ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦେବା ଉଚିତ୍। ଏହି ସୌନ୍ଦର୍ଯ୍ୟ କେବେ ହେଲେ ସମାପ୍ତ ହେବ ନାହିଁ। ପରମେଶ୍ୱର ଏହାକୁ ସବୁଠାରୁ ମୂଲ୍ୟବାନ୍ ମନେ କରନ୍ତି।

ବହୁ ପୂର୍ବରୁ ପରମେଶ୍ୱରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବରେ ସେମାନେ ନିଜକୁ ସୁନ୍ଦର କରି ଗଢ଼ିଥିଲେ। ସେମାନେ ନିଜ ପତିମାନଙ୍କ ଅଧୀନରେ ଥିଲେ। ମୁଁ ‘ସାରା’ ଭଳି ସ୍ତ୍ରୀଲୋକମାନଙ୍କ କଥା କହୁଛି। ସେ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ ବୋଲି ଡାକିଲେ। ତୁମ୍ଭେ ସମସ୍ତ ସ୍ତ୍ରୀଲୋକମାନେ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା’ହେଲେ ସାରାର ପ୍ରକୃତ ସନ୍ତାନ ଅଟ।

ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।

ସ‌‌‌‌‌ତ୍‌‌‌‌‌କର୍ମ ପାଇଁ ଦୁଃଖ ଭୋଗ

ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁହେ:

“ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ
    ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ
ସେ ମନ୍ଦକଥା କହିବା
    ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।
11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ।
    ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।
12 ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି,
    ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି।
କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।” (A)

13 ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା’ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା’ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।” [a] 15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।

17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।

18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
    ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
    କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
    ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
    କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,

19 ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। 20 ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। 21 ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center