M’Cheyne Bible Reading Plan
ବିଲିୟମ ଓ ମୋୟାବର ରାଜା
22 ତା’ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।
2 ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ। 3 ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
4 ମୋୟାବ ମିଦିୟନୀୟ ପ୍ରାଚୀନଗଣକୁ କହିଲେ ଯେ, “ଏହିସବୁ ଲୋକମାନେ ଗାଈପରି ସମଗ୍ର ଇସ୍ରାଏଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଗ୍ଭଟିଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଗ୍ଭଟି ପକାଇବେ।”
ସେ ସମୟରେ ବାଲାକ୍ ମୋୟାବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ। 5 ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା,
“ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି। 6 ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।”
7 ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ।
8 ତହୁଁ ବିଲିୟମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି।” ତହୁଁ ମୋୟାବର ଅଧିପତିମାନେ ବିଲିୟମ ସହିତ ରାତ୍ରି ଯାପନ କଲେ।
9 ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?”
10 ବିଲିୟମ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ୍ ମୋ’ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି। 11 ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ସେମାନେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମୋ’ ତରଫରୁ ସେମାନଙ୍କୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମର୍ଥ ହେବୁ ଓ ସେମାନଙ୍କୁ ତଡ଼ି ଦେଇ ପାରିବୁ।”
12 କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।”
13 ଏଥିରେ ବିଲିୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଦେଶକୁ ଗ୍ଭଲିଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ।”
14 ତେଣୁ ମୋୟାବର ଅଧିପତିମାନେ ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲିୟମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।”
15 ଏହା ପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିୟମ ନିକଟକୁ ପଠାଇଲେ। 16 ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସିପ୍ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ। 17 ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”
18 ଏଥିରେ ବିଲିୟମ ବାଲାକ୍ର ଦାସମାନଙ୍କୁ କହିଲେ, “ଯଦି ବାଲାକ୍ ସୁନା, ରୂପାରେ ପରିପୂର୍ଣ୍ଣ ନିଜର ଗୃହକୁ ମୋତେ ଦେଇ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଜ୍ଞା ବାହାରକୁ ଯାଇ ପାରିବି ନାହିଁ। 19 ମାତ୍ର ମୁଁ ତୁମ୍ଭମାନଙ୍କୁ ବିନୟ କରୁଛି, ତୁମ୍ଭେମାନେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠାରେ ରୁହ। ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି।”
20 ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”
ବିଲିୟମ ଓ ତାଙ୍କର ଗଧ
21 ତା’ ପରଦିନ, ବିଲିୟମ ନିଜର ଗଧ ଉପରେ ଆରୋହଣ କରି ମୋୟାବର ଅଧିପତିମାନଙ୍କ ସହିତ ଗମନ କଲେ। 22 ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ।
23 ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖଡ଼୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।
24 ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ। 25 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମର ଗୋଡ଼ କାନ୍ଥରେ ଘସି ହୋଇଗଲା। ତେଣୁ ସେ ପୁନର୍ବାର ଗଧକୁ ଗ୍ଭବୁକ ମାରିଲେ।
26 ଏହା ପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଗଧକୁ ବାମ କିମ୍ବା ଡାହାଣକୁ ଫେରିବାର ସ୍ଥାନ ନ ଥିଲା। 27 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମକୁ ପିଠିରେ ଧରି ତଳେ ଶୋଇ ପଡ଼ିଲା। ଏଥିରେ ବିଲିୟମର କ୍ରୋଧ ପ୍ରଜ୍ୱଳିତ ହେଲା ଓ ଗଧକୁ ଆପଣା ଆଶାବାଡ଼ିରେ ପ୍ରହାର କଲେ।
28 ତହୁଁ ସଦାପ୍ରଭୁ ଗଧ ମୁଖରେ ଭାଷା ଦେଲେ, ତେଣୁ ସେ ବିଲିୟମକୁ କହିଲା, “ମୁଁ ତୁମ୍ଭର କ’ଣ କଲି? କାହିଁକି ତୁମ୍ଭେ ରାଗି ମୋତେ ତିନିଥର ପ୍ରହାର କଲ?”
29 ତହୁଁ ବିଲିୟମ ଗଧକୁ କହିଲା, “କାରଣ ତୁମ୍ଭେ ମୋତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମୋ’ ହାତରେ ଖଣ୍ତା ଥା’ନ୍ତା, ମୁଁ ତୋତେ ବର୍ତ୍ତମାନ ହତ୍ୟା କରିଥା’ନ୍ତି।”
30 ପୁଣି ଗଧ ବିଲିୟମକୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯେଉଁ ଗଧ ଉପରେ ଚଢ଼ି ଆସିଅଛ, ମୁଁ କ’ଣ ତୁମ୍ଭର ସେହି ଗଧ ନୁହେଁ? ମୁଁ କ’ଣ ଅତୀତରେ ତୁମ୍ଭ ପ୍ରତି କେବେ ଏପରି ବ୍ୟବହାର କରିଥିଲି?”
ତହୁଁ ସେ କହିଲା, “ନା।”
31 ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖଡ଼୍ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା।
32 ସେତେବେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, “ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତ୍ରୁରୂପେ ଆସିଅଛି, ଯେହେତୁ ତୁମ୍ଭର ଯାତ୍ରା ଭୁଲ୍ ଅଟେ। 33 ତୁମ୍ଭର ଗଧ ମୋତେ ଦେଖି ତିନିଥର ମୋ’ ସମ୍ମୁଖରୁ ଗ୍ଭଲିଗଲା। ସେ ଯେବେ ମୋ’ ସମ୍ମୁଖରୁ ଫେରି ଯାଇ ନ ଥା’ନ୍ତା, ତେବେ ନିଶ୍ଚୟ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥା’ନ୍ତି।”
34 ତହୁଁ ବିଲିୟମ ସଦାପ୍ରଭୁଙ୍କ ଦୂତକୁ କହିଲା, “ମୁଁ ପାପ କରିଅଛି, କାରଣ ତୁମ୍ଭେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ। ଏହା ମୁଁ ଜାଣି ନ ଥିଲି। ମୋ’ ଯାତ୍ରା ଯଦି ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଗୃହକୁ ଫେରିଯିବି।”
35 ତା’ପରେ ସଦାପ୍ରଭୁଙ୍କ ଦୂତ ବିଲିୟମକୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ।” ତହୁଁ ବିଲିୟମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
36 ବାଲାକ୍ ଶୁଣିଲା ଯେ, ବିଲିୟମ ଆସୁଅଛି, ତେଣୁ ସେ (ବାଲାକ୍) ମୋୟାବ ନଗରକୁ ବିଲିୟମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣ୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତରେ ସେହି ନଗର ଥିଲା। 37 ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?”
38 ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”
39 ଏହା ପରେ ବିଲିୟମ ବାଲାକ୍ ସହିତ ଗମନ କରି କିରିୟତ ହୁଷୋତରେ ଉପସ୍ଥିତ ହେଲା। 40 ତହୁଁ ବାଲାକ୍ କିଛି ଗାଈ ଓ ମେଷ ବଳିଦାନ କରି ବିଲିୟମ ତାହାର (ବାଲାକ୍) ସଙ୍ଗୀ ଅଧିପତିମାନଙ୍କୁ ମାଂସ ଦେଲେ।
41 ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ।
ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।
62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
ମୋର ପରିତ୍ରାଣ ତାଙ୍କଠାରୁ ଆସେ।
2 ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
3 କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
4 ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ।
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।
ଶାନ୍ତିରାଜା ଅସୁଛନ୍ତି
11 ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା’ର ମୂଳରୁ ଶାଖା ବଢ଼ିବ, 2 ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ। 3 ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ।
ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ। 4-5 ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା’ର ଅଣ୍ଟାର ବଳୟ ସଦୃଶ ହେବ।
6 ସେ ସମୟରେ ଗଧିଆଗୁଡ଼ିକ ମେଷ ଶାବକମାନଙ୍କ ସହିତ ଶାନ୍ତିରେ ବାସ କରିବେ। ଛେଳିଛୁଆ ସହିତ ବାଘ ଏକତ୍ର ଶାନ୍ତିରେ ଶୋଇବେ। ବାଛୁରି, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତିରେ ବାସ କରିବେ। ଏପରିକି ଗୋଟିଏ ଛୋଟ ପିଲା ସେମାନଙ୍କୁ ଅଡ଼ାଇବ। 7 ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତିରେ ବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶୋଇବେ। ସିଂହମାନେ ଗାଈପରି ନଡ଼ା ଖାଇବେ। ଏପରିକି ସର୍ପ ମଧ୍ୟ କାହାରିକୁ ଆଘାତ କରିବ ନାହିଁ। 8 ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ।
9 କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।
10 ସେହି ସମୟରେ ଏକ ବିଶେଷ ବ୍ୟକ୍ତି ଯିଶୟର ପରିବାରରୁ ଧ୍ୱଜା ସ୍ୱରୂପ ଆସିବେ। ସେହି ଧ୍ୱଜା ତାଙ୍କ ଚତୁର୍ଦ୍ଦିଗରେ ଏକତ୍ରିତ ହେବାକୁ ଦେଖାଇବେ। ଆଉ ମଧ୍ୟ ଗୋଷ୍ଠୀୟମାନଙ୍କୁ ଉଚିତ୍ କର୍ମ କରିବାକୁ ନିର୍ଦ୍ଦେଶ ଦେବ। ସେହି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହେବ ଓ ଗୌରବାନ୍ୱିତ ହେବ।
11 ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ। 12 ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ।
13 ସେ ସମୟରେ ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କେହି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରୟିମକୁ କଷ୍ଟ ଦେବ ନାହିଁ। 14 ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ।
15 ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ। 16 ପରମେଶ୍ୱରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ୱରଙ୍କ ପରି ହେବ।
ପରମେଶ୍ୱରଙ୍କ ପ୍ରତି ପ୍ରଶଂସା ଗାନ
12 ସେହି ସମୟରେ ତୁମ୍ଭେ କହିବ,
ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି।
ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ,
ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି,
ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।
2 ପରମେଶ୍ୱର ମୋର ତ୍ରାଣକର୍ତ୍ତା।
ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”
3 ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
4 ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
5 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
ତେଣୁ ଆନନ୍ଦ କର।
ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ
5 ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। 2 ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। 3 ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। 4 ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।
5 ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। 6 ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।
ଧୈର୍ଯ୍ୟବାନ ହୁଅ
7 ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। 8 ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
ସାବଧାନ ରହି କଥା କୁହ
12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”
ପ୍ରାର୍ଥନାର ଶକ୍ତି
13 ଯଦି କେହି ସଙ୍କଟରେ ପଡ଼ିଛି, ତା’ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା’ହେଲେ ସେ ଗୀତ ଗାଉ। 14 ଯଦି ତୁମ୍ଭ ମଧ୍ୟରୁ କେହି ଜଣେ ଅସୁସ୍ଥ ଅଛି, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ [b] ଡାକିବା ଦରକାର। ସେମାନେ ପ୍ରଭୁଙ୍କ ନାମରେ ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ। 15 ବିଶ୍ୱାସରେ କରାଯାଇଥିବା ସେହି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତେବେ ପରମେଶ୍ୱର ତାହାକୁ କ୍ଷମା କରିବେ।
16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା’ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ। 17 ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ 18 ତା’ପରେ ଏଲୀୟ ବର୍ଷା ହେବା ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀରେ ପୁନଃ ଶସ୍ୟ ଉତ୍ପନ୍ନ ହେଲା।
ଆତ୍ମା ରକ୍ଷା କରିବା
19 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ। 20 ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ।
2010 by World Bible Translation Center