Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 21

କିଣାନବଂଶୀୟଙ୍କ ସହିତ ଯୁଦ୍ଧ

21 କିଣାନ ବଂଶୀୟ ରାଜା ଆରାଦ ଦକ୍ଷିଣ ପ୍ରଦେଶରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇସ୍ରାଏଲର ଲୋକମାନେ ଅଥାରୀମର ପଥ ଦେଇ ଆସୁଛନ୍ତି। ତେଣୁ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବନ୍ଦୀ କଲେ। ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।”

ତହୁଁ ସଦାପ୍ରଭୁ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେ କିଣାନୀୟମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ସମସ୍ତ ନଗର ବର୍ଜ୍ଜନୀୟ ରୂପେ ବିନାଶ ହେଲା। ତେଣୁ ସେହି ସ୍ଥାନର ନାମ ହର୍ମା ହେଲା।

ପିତ୍ତଳ ସର୍ପ

ତା’ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”

ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।

ମୋୟାବକୁ ଯାତ୍ରା

10 ଅନନ୍ତର ଇସ୍ରାଏଲର ଲୋକମାନେ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ। 11 ତାହାପରେ ଓବୋତରୁ ଯାତ୍ରା କରି ପୂର୍ବ ଦିଗରେ ମୋୟାବର ପୂର୍ବଦିଗସ୍ଥିତ ମରୁଭୂମିରେ ଇୟୀଅବାରୀମରେ ଛାଉଣି ସ୍ଥାପନ କଲେ। 12 ପୁଣି ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ। 13 ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣ୍ଣୋନ ନଦୀର ଅନ୍ୟ ପାର୍ଶ୍ୱ ମରୁଭୂମିରେ ଛାଉଣି ସ୍ଥାପନ କଲେ। କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା। 14 ଏଥିନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

“ଘୂର୍ଣିବାୟୁରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା। 15 ଘାଟିର ଗଡ଼ାଣିଗୁଡ଼ିକ ଯେଉଁଗୁଡ଼ିକ ଆରର ନିବାସ ଆଡ଼େ ଯାଇଥିଲା ଏବଂ ସେଗୁଡ଼ିକ ମୋୟାବର ସୀମାରେ ଅବସ୍ଥିତ ଥିଲା।”

16 ସେଠାରୁ ସେମାନେ ବେର ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର। ମୁଁ ସେମାନଙ୍କୁ ଜଳ ଦେବି।” 17 ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାଇଲେ:

“ହେ କୂପଜଳ, ଉଚ୍ଛୁଳିଉଠ,
    ତହିଁ ଉଦ୍ଦେଶ୍ୟରେ ଗାନ କର।
18 ରାଜାମାନେ ଓ ଅଧିପତିମାନେ
    ସେହି କୂପ ଖୋଳିଛନ୍ତି।
କୁଳୀନମାନେ ଓ ରାଜାମାନେ ସେମାନଙ୍କର ଆଶାବାଡ଼ିରେ ଓ ରାଜଦଣ୍ଡରେ ତାହା ଖୋଳିଛନ୍ତି।
    ଏହା ମରୁଭୂମି ମଧ୍ୟରେ ଏକ ଉପହାର ଅଟେ।”

19 ଲୋକମାନେ ମତ୍ତାନରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ ଯାତ୍ରା କଲେ। 20 ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।

ସୀହୋନ ଓ ଓଗ

21 ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ,

22 “ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।”

23 ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ।

24 ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା’ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ। 25 ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହି‌ଷ୍‌ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ। 26 କାରଣ ହି‌ଷ୍‌ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ। 27 ଏଥିନିମନ୍ତେ କବିମାନେ କହନ୍ତି,

“ତୁମ୍ଭେମାନେ ହି‌ଷ୍‌ବୋନକୁ ଆସ,
    ସୀହୋନ ନଗର ନିର୍ମିତ ହେଉ ଓ ଦୃଢ଼ିଭୂତ ହେଉ।
28 ହି‌ଷ୍‌ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି।
    ଏକ ଶିଖା ସୀହୋନ ନଗରରୁ ବାହାରିଲା।
ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା
    ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।
29 ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ।
    ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ।
ତା’ର ପୁତ୍ରଗଣ ପଳାୟନ କରିଛନ୍ତି,
    ତା’ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।
30 ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହି‌ଷ୍‌ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି।
    ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ।
    ହି‌ଷ୍‌ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା।
    ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”

31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।

32 ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ।

33 ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ।

34 ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହି‌ଷ୍‌ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।”

35 ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ।

ଗୀତସଂହିତା 60-61

ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।

60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
    ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
    କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
    ଏହାର ଫାଟକକୁ ମରାମତି କର,
    କାରଣ ଏହାର ପତନ ହେଉଅଛି।
ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
    ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
    ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ।

ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
    ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।

ପରମେଶ୍ୱର ତାଙ୍କ ମନ୍ଦିରରେ [a] କହିଲେ,
    “ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
    ମୁଁ ଶିଖିମ ଓ ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
ଗିଲିୟଦ ଓ ମନଃଶି ମୋର ହେବେ।
    ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
    ଯିହୁଦା ମୋର ରାଜଦଣ୍ଡ ହେବ।
ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
    ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
    ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”

9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
    କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
    କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
    ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
    ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
    କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।

61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
    ମୋର ପ୍ରାର୍ଥନାରେ ମନୋଯୋଗ କର।
ମୁଁ ଯେତେବେଳେ ଭୟଭୀତ ହୁଏ,
    ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
    ନିରାପଦ ସ୍ଥାନକୁ ନେଇଯାଅ।
ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
    ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
    ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।

ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
    ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
    ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
    ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
    ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 10:5-34

God Will Punish Assyria’s Pride

ପରମେଶ୍ୱର କହିବେ, “ମୁଁ ଅଶୂରକୁ ଏକ ଯଷ୍ଟିରୂପେ ବ୍ୟବହାର କରିବି। ଏହି କ୍ରୋଧରୂପକ ଦଣ୍ଡ ଇସ୍ରାଏଲକୁ ଶାସ୍ତି ଦେବେ। ପ୍ରଭୁ ବିହୀନ ଦେଶକୁ ମୁଁ ଅଶୂରକୁ ପ୍ରେରଣ କରିବି। ସେହି ଲୋକମାନଙ୍କ ଉପରେ ମୁଁ କ୍ରୋଧିତ ଏବଂ ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ମୁଁ ଅଶୂରକୁ ଆଦେଶ ଦେବି। ସେ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କଠାରୁ ଧନସମ୍ପଦ ନେଇ ଆସିବ। ଇସ୍ରାଏଲ ରାସ୍ତାର ଧୂଳି ସଦୃଶ ଅଶୂରର ପଦଦଳିତ ହେବ।

“ମାତ୍ର ମୁଁ ଅଶୂରକୁ ବ୍ୟବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମୋ’ ପାଇଁ ଏକ ଅସ୍ତ୍ର। ଅଶୂର କେବଳ ଲୋକମାନଙ୍କୁ ଧ୍ୱଂସ କରିବାକୁ ଇଚ୍ଛାକରେ। ସେ କେବଳ ଅନେକ ଗୋଷ୍ଠୀକୁ ଧ୍ୱଂସ କରିବାକୁ ମନ୍ତ୍ରଣା କରେ। ଅଶୂର ନିଜକୁ ନିଜେ କହିହୁଏ, ‘ମୋର ସମସ୍ତ ପ୍ରାଚୀନଗଣ ରାଜା ସଦୃଶ। କ‌‌ଲ୍‌‌ନୋ ନଗର କର୍କମୀଶର ତୁଲ୍ୟ ଅଟେ। ପୁଣି ଅର୍ପଦ ନଗର ହମାତ୍ ତୁଲ୍ୟ ଅଟେ। ଶମରିୟା ନଗର ଦମ୍ମେଶକ ପରି ଅଟେ। 10 ମୁଁ ସେହି ଭ୍ରଷ୍ଟାଗ୍ଭରୀ ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସେଗୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସେହି ଲୋକମାନେ ପୂଜା କରୁଛନ୍ତି ସେଗୁଡ଼ିକ ଯିରୁଶାଲମ ଓ ଶମରିୟାର ପ୍ରତିମାଗୁଡ଼ିକଠାରୁ ଶ୍ରେଷ୍ଠତର। 11 ମୁଁ ଶମରିୟା ଓ ତା’ର ପ୍ରତିମାଗୁଡ଼ିକୁ ଅଧିକାର କଲି। ସେହିପରି ମଧ୍ୟ ଯିରୁଶାଲମ ଓ ତା’ର ଲୋକମାନଙ୍କ ଦ୍ୱାରା ନିର୍ମିତ ପ୍ରତିମାଗୁଡ଼ିକୁ ମୁଁ ପରାସ୍ତ କରିବି।’”

12 ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ।

13 ଅଶୂରର ରାଜା କହେ, “ମୁଁ ଅତି ଜ୍ଞାନୀ, ମୋର ଜ୍ଞାନ ଓ ଶକ୍ତି ବଳରେ ମୁଁ ବହୁ ମହାନ କାର୍ଯ୍ୟ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ୟ ତା’ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ। 14 ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା’ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା’ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”

15 ଗୋଟିଏ କୁହ୍ରାଡ଼ି କ’ଣ ତା’ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ। 16 ଅଶୂର ଭାବେ ସେ ମହାନ। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା’ ବିରୁଦ୍ଧରେ ଏକ ଭୟଙ୍କର ବ୍ୟାଧି ପଠାଇବେ। ଗୋଟିଏ ରୋଗୀ ତା’ର ଓଜନ ହରାଇଲା ପରି ଅଶୂର ତା’ର ଅର୍ଥ ଓ ସାମର୍ଥ୍ୟ ହରାଇବ। ତା’ପରେ ଅଶୂରର ସମସ୍ତ ଗୌରବ ଧ୍ୱଂସ ପାଇବ। ଏହା ଅଶୂରର ସମସ୍ତ ଧ୍ୱଂସ କରିବା ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନି ସଦୃଶ ହେବ। 17 ଇସ୍ରାଏଲର ଜ୍ୟୋତିଃ ଗୋଟିଏ ଜ୍ୱଳନ୍ତ ଅଗ୍ନି ପରି ହେବେ। ସେହି ଧର୍ମସ୍ୱରୂପ ଏକ ଶିଖା ସଦୃଶ ହେବେ। ସେହି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ। 18 ତା’ପରେ ସେହି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷେତକୁ ପୋଡ଼ି ପକାଇବେ। ଶେଷରେ ସମସ୍ତ ଜିନିଷ ଏହି ଅଗ୍ନିଶିଖାରେ ବଳି ପଡ଼ିବ। 19 କେବଳ ବଣରେ ଅଳ୍ପ କେତୋଟି ବୃକ୍ଷ ବଞ୍ଚି ରହିବେ ଯାହାକୁ କି ଗୋଟିଏ ବାଳକ ଗଣି ପାରିବ।

20 ସେହି ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ। ସେମାନେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବା ଶିକ୍ଷା କରିବେ। 21 ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ୟ ପୁଣି ପରାକ୍ରାନ୍ତ ପରମେଶ୍ୱରଙ୍କୁ ଅନୁସରଣ କରିବେ।

22 ଯଦିଓ ଇସ୍ରାଏଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସେମାନେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ୱଂସ ପାଇବ। ପରମେଶ୍ୱର ତୁମ୍ଭର ଦେଶ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି। ତା’ପରେ ଧାର୍ମିକତା ନଦୀର ବନ୍ୟାଜଳ ସଦୃଶ ଦେଶମଧ୍ୟକୁ ବହି ଆସିବ। 23 ମୋ’ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ନିଶ୍ଚିତ ଭାବରେ ଏହି ଦେଶକୁ ଧ୍ୱଂସ କରିବେ।

24 ମୋର ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, “ହେ ମୋର ସିୟୋନ ନିବାସୀଗଣ, ତୁମ୍ଭେମାନେ ଅଶୂରକୁ ଭୟ କର ନାହିଁ, ଯଦ୍ୟପି ଅତୀତରେ ମିଶର ତୁମ୍ଭମାନଙ୍କୁ ଯଷ୍ଟିରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ। 25 ଯେତେବେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦେଇସାରିଛି, ସେତେବେଳେ ମୋର କ୍ରୋଧ ପ୍ରଶମିତ ହେବ।”

26 ତା’ପରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତରେ ଓରେବ୍ ଶୈଳରେ ମିଦିୟନର ହତ୍ୟା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲାବେଳେ ସେ ସେହିପରି କରିବେ। ଆଉ ଅତୀତରେ ସଦାପ୍ରଭୁ ଯେପରି ତାଙ୍କର ଯଷ୍ଟି ସମୁଦ୍ର ଉପରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦେଇ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସେହିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।

27 ସେ ଦିନରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସେହି ଦୁଃଖ ବୋଝ ତୁମ୍ଭ ସ୍କନ୍ଧରେ ଯୁଆଳି ସଦୃଶ ହେବ। ମାତ୍ର ସେହି ଯୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆଯିବ। ସେହି ବୋଝ ରୂପକ ଯୁଆଳି ତୁମ୍ଭର ଶକ୍ତି ବଳରେ ଭଗ୍ନ ହେବ।

ଅଶୂର ସୈନ୍ୟବାହିନୀଙ୍କ ଇସ୍ରାଏଲ ଆକ୍ରମଣ

28 ସୈନ୍ୟବାହିନୀ “ଅୟାତରେ” ପ୍ରବେଶ କରିବେ। ସେମାନେ “ମିଗ୍ରୋଣ ଖଳା” ମଧ୍ୟଦେଇ ଯିବେ ଓ “ମି‌କ୍‌ମ‌‌ସରେ” ଗନ୍ତାଘରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ। 29 ସେମାନେ “ଘାଟି” ନିକଟରେ ନଦୀ ଅତିକ୍ରମ କରିବେ। ସେମାନେ ଗେବାରେ ଶୟନ କରିବେ। ରାମା କମ୍ପିତ ହେବ। ଶାଉଲର ଗିବିୟାରେ ଲୋକମାନେ ପଳାୟନ କରିବେ।

30 ହେ ଗଲ୍ଲୀମର କନ୍ୟା, ଉଚ୍ଚସ୍ୱରରେ ପାଟି କର। ହେ ଲୟିଶ, ଶୁଣ। ଅନାଥୋତ୍ ତାକୁ ଉତ୍ତର ଦିଅ। 31 ମ‌‌ଦ୍‌‌ମେନା ଲୋକମାନେ ପଳାୟନ କରୁଛନ୍ତି। ପୁଣି ଗେବୀମ୍ ନିବାସୀମାନେ ଲୁଚୁଛନ୍ତି। 32 ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।

33 ଦେଖ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମରେ ଏହା କରିବେ। ମହାନ ଓ ପ୍ରଧାନ ବ୍ୟକ୍ତିମାନଙ୍କୁ ଛେଦନ କରାଯିବ। ସେହି ଉନ୍ନତମାନେ ନତ ହେବେ। 34 ସଦାପ୍ରଭୁ ତାଙ୍କର କୁଠାର ସାହାଯ୍ୟରେ ଅରଣ୍ୟକୁ କାଟି ପକାଇବେ। ଲିବାନୋ‌ନ୍‌ର ମହାନ ବୃକ୍ଷର ପତନ ଘଟିବ।

ଯାକୁବଙ୍କ ପତ୍ର 4

ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ

ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।

ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।” [a] କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।” [b]

ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା’ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।

ତୁମ୍ଭେ ବିଗ୍ଭରପତି ନୁହଁ

11 ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା’ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା’ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। 12 କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ।

ପରମେଶ୍ୱର ତୁମ୍ଭ ଜୀବନର ଯୋଜନା କରନ୍ତୁ

13 ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର: 14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା’ପରେ ସେ ଗ୍ଭଲିଯାଏ। 15 ଅତଏବ ତୁମ୍ଭେ କହିବା ଉଚିତ୍: “ଯଦି ପରମେଶ୍ୱରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।” 16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହି ପ୍ରକାର ଅହଂକାର କରିବା ଅନୁଚିତ୍ ଅଟେ। 17 ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା’ହେଲେ ସେ ପାପ କରିଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center