Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 7

ଉତ୍ସଗୀକୃତ ପବିତ୍ର ତମ୍ବୁ

ଅନନ୍ତର ଯେଉଁ ଦିନ ମୋଶା ପବିତ୍ର ତମ୍ବୁର କାର୍ଯ୍ୟ ଶେଷ କଲେ, ସେ ତୈଳ ଦେଇ ଏହାକୁ ଅଭିଷିକ୍ତ କଲେ ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ପବିତ୍ର କଲେ।

ସେହି ଦିନ ଇସ୍ରାଏଲ ଅଧିପତିଗଣ ସଦାପ୍ରଭୁଙ୍କୁ ସେମାନଙ୍କ ପରିବାରବର୍ଗର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗାଈ ଆଣିଲେ। ପ୍ରତ୍ୟେକ ନେତୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନେତୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ଼ ଆଣିଲେ।

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନେ ଯାହା ଆଣିଛନ୍ତି ଗ୍ରହଣ କର, ସମାଗମ-ତମ୍ବୁର ସେବା ନିମନ୍ତେ ଅଛନ୍ତି। ଏହା ଲେବୀୟମାନଙ୍କୁ ଦିଅ ସେମାନଙ୍କର କାର୍ଯ୍ୟ ଅନୁସାରେ।”

ତେଣୁ ମୋଶା ସେହି ଶଗଡ଼ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ। ଗେର୍ଶୋନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଗ୍ଭରି ଗୋରୁ ଦେଲେ। ହାରୋଣ ଯାଜକର ପୁତ୍ର ସେମାନଙ୍କର କାର୍ଯ୍ୟ ଅନୁସାରେ, ମରାରି ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଗ୍ଭରି ଶଗଡ଼ ଓ ଆଠଟି ଗାଈ ଦେଲେ। ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସେମାନଙ୍କର ପବିତ୍ର କାର୍ଯ୍ୟ ଥିଲା କାନ୍ଧରେ ଜିନିଷ ବହନ କରିବା।

10 ଅଧିପତିଗଣ ମଧ୍ୟ ଦାନ କଲେ, ଯେତେବେଳେ ମୋଶା ଯଜ୍ଞବେଦି ଉତ୍ସର୍ଗ କଲେ ଅର୍ଥାତ୍ ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ। 11 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”

12-83 ବାର ଅଧିପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଧିପତି ନିଜ ନିଜ ଉପହାର ଦେଲେ। ଏହି ଉପହାର ଗୁଡ଼ିକ ହେଲା:

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ। ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା। ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା। ପ୍ରତ୍ୟେକ ଅଧିପତି ଦଶ ଶେକଲ ଓଜନର ସୁନା ଗ୍ଭମଚ ଅଗରୁ ପୂର୍ଣ୍ଣ କରି ଆଣିଲେ।

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।

ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା।

ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା।

ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆପଣା ଉପହାର ଉତ୍ସର୍ଗ କଲା।

ପଞ୍ଚମ ଦିନ ଶିମିୟୋନ ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ସଲୁମୀୟେଲ ତାହାର ଉପହାର ଦେଲେ।

ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା।

ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା।

ଅଷ୍ଠମ ଦିନରେ ଗମଲିୟେଲ ପଦାହସୂରର ପୁତ୍ର, ତାହାର ଉପହାର ଆଣିଲା।

ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା।

ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା।

ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା।

ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।

84 ତହୁଁ ଏହିସବୁ ଦ୍ରବ୍ୟ ବେଦିର ଅଭିଷେକ ଦିନ, ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ଯଥା: ବାରଟି ରୂପାର ଥାଳୀ, ବାରଟି ରୂପାର ଗିନା ଓ ବାରଟି ସୁବର୍ଣ୍ଣ ଗ୍ଭମଚ। 85 ପ୍ରତ୍ୟେକ ରୂପା ପାତ୍ର 130 ଶେକଲ ପ୍ରତ୍ୟେକ ରୂପାଗିନା ସତୁରି ଶେକଲ ଏହି ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଅଧିକୃତ ମାପ ଅନୁସାରେ ଷାଠିଏ ପାଉଣ୍ତ ଓଜନ ଥିଲା। 86 ଉପଯୁକ୍ତ ମାପ ଅନୁସାରେ ପ୍ରତ୍ୟେକ ସ୍ୱର୍ଣ୍ଣ ଗ୍ଭମଚରେ ବାର ଧୂମ୍ମପୂର୍ଣ ସୁଗନ୍ଧି ଥିଲା, ଏ ସମସ୍ତ ଗ୍ଭମଚର ସ୍ୱର୍ଣ୍ଣ ଦଶ ଶେକଲ ଥିଲା।

87 ହୋମବଳି ନିମନ୍ତେ ସମୁଦାୟ ବାରଟି ଗୋରୁ, ବାରଟି ମେଷ ଓ ଏକବର୍ଷୀୟ ବାରଟି ମେଷବତ୍ସ, ଏବଂ ଏହିସବୁ ବଳିଦାନ ସହିତ ଶସ୍ୟ ନୈବେଦ୍ୟ ମଧ୍ୟ ଯିବ। ପାପାର୍ଥକ ବଳିଦାନ ନିମନ୍ତେ ବା ରୋଟୀ ଛାଗ ଥିଲା। 88 ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକବର୍ଷୀୟ ଷାଠିଏ ମେଷବତ୍ସ ଅଧିପତିମାନେ ଉପହାର ଦେଲେ, ମୋଶା ଯଜ୍ଞବେଦିକୁ ପ୍ରତିଷ୍ଠା କଲାପରେ ଏହିସବୁ ଉପହାର ଦିଆଗଲା।

89 ଏହା ପରେ ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କଲାବେଳେ, ନିୟମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ [a]ର ଉପରୁ, କିରୁବଦ୍ୱୟ ମଧ୍ୟରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ୱର ମୋଶାଙ୍କ ସହିତ କଥା ହେଲେ।

ଗୀତସଂହିତା 42-43

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42-72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

ପରମଗୀତ 5

ସେ (ପୁ) କହିଲେ

ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି।
    ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି।
ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି।
    ମୁଁ ଆପଣା ଦ୍ରାକ୍ଷାରସ ଓ ଦୁ‌ଗ୍‌ଧପାନ କରିଅଛି।
ଆସ ପରସ୍ପର ସହିତ ଆମୋଦ କରିବା।
    ଆସ ପ୍ରେମରେ ମତ୍ତ ହୋଇଯିବା।

ସ୍ତ୍ରୀଲୋକମାନେ ପ୍ରେମିକମାନଙ୍କୁ କହିଲେ

ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର।
    ହଁ, ଯଥେଷ୍ଟ ପ୍ରେମକୁ ପାନ କର।

ସେ (ସ୍ତ୍ରୀ) କହିଲେ

ମୁଁ ନିଦ୍ରିତା ଥିଲି,
    ମାତ୍ର ମୋର ହୃଦୟ ଜାଗ୍ରତ ଥିଲା।
ଏତ ମୋ’ ପ୍ରିୟତମଙ୍କ ରବ।
    ସେ ଦ୍ୱାରରେ ଆଘାତ କରି କହୁଛନ୍ତି,
    “ଆଗୋ ମୋର ଭଗିନୀ, ମୋର ପ୍ରିୟେ,
ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ।
    କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।”

“ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି।
    ମୁଁ ତାକୁ ଆଉ ପିନ୍ଧିବାକୁ ଗ୍ଭହୁଁ ନାହିଁ।
ମୁଁ ମୋର ପାଦ ଧୌତ କରିଅଛି,
    ମୁଁ ସେଗୁଡ଼ିକୁ ମଇଳା କରିବା ପାଇଁ ଗ୍ଭହୁଁ ନାହିଁ।”

ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ,
    ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି,
    କିଳଣୀର ବେଣ୍ଟ ଉପରେ ମୋର ହସ୍ତରୁ ଗନ୍ଧରସ
ଓ ମୋ’ ଅଙ୍ଗୁଳିରୁ
    ଦ୍ରବ ଗନ୍ଧରସ କ୍ଷରିଲା।
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି।
    ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ।
ମୋର ଆତ୍ମା ମୋତେ ଛାଡ଼ିଗଲା,
    ଯେତେବେଳେ ସେ କହିଲେ।
ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ।
    ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ।
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
    ସେମାନେ ମୋତେ ପ୍ରହାର କଲେ।
ସେମାନେ ମୋତେ କ୍ଷତବିକ୍ଷତ କଲେ।
    ପ୍ରାଚୀର ରକ୍ଷକମାନେ ମୋ’ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।

ଆଗୋ ଯିରୁଶାଲମର କନ୍ୟାଗଣ।
    ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କ ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।

ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ

ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
    ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା
କିପରି ଭଲ ଅଟନ୍ତି?
    ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ?

ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ

10 ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ,
    ଦଶ ସହସ୍ର ମଧ୍ୟରେ ପ୍ରଧାନ।
11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ।
    ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12 ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ।
    ଦୁ‌ଗ୍‌ଧରେ ଧୌତ
    ଓ ଯଥା ସ୍ଥାନରେ ସ୍ଥାପିତ।
13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ
    ସୁଗନ୍ଧି ତୃଣର ତଟ ସ୍ୱରୂପ।
ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ
    ତହିଁରୁ ଦ୍ରବ ଗନ୍ଧରସ ଝରେ।
14 ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ
    ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ।
ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ
    ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।
15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ
    ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ।
ତାଙ୍କର ଆକୃତି ଲିବାନୋନ୍
    ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16 ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର।
    ହେ ଯିରୁଶାଲମର କନ୍ୟାଗଣ,
ସେ ମୋହର ପ୍ରିୟତମ,
    ସେ ମୋହର ସହୋଦର।

ଏବ୍ରୀ 5

ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।

ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ:

“ତୁମ୍ଭେ ମୋର ପୁତ୍ର;
    ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” (A)

ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି:

“ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପରି
    ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।” (B)

ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। 10 ପରମେଶ୍ୱର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।

ପତନ ବିରୁଦ୍ଧରେ ସତର୍କବାଣୀ

11 ଏ ବିଷୟରେ ଆମ୍ଭର ତୁମ୍ଭମାନଙ୍କୁ ଅନେକ କଥା କହିବା ପାଇଁ ଅଛି। କିନ୍ତୁ ଯେହେତୁ ତୁମ୍ଭେମାନେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର। 12 ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ସମୟ ଅତିବାହିତ ହୋଇ ଗଲାଣି, ତୁମ୍ଭେମାନେ ଉପଦେଶକ ହୋଇ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ୱରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭେମାନେ ଏବେ ମଧ୍ୟ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭେମାନେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହୋଇ ନାହଁ। 13 ଯେ କେବଳ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ୟକ୍ତି ଉଚିତ୍ ଶିକ୍ଷା କ’ଣ ତାହା ଜାଣି ନାହିଁ। ସେମାନେ ଭଲ ଓ ମନ୍ଦର ପାର୍ଥକ୍ୟ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। 14 କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center