M’Cheyne Bible Reading Plan
କହାତ ପରିବାରର କାର୍ଯ୍ୟ
4 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2 “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର। 3 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ଯୋଗ୍ୟ ସେମାନଙ୍କୁ ଗଣନା କର। 4 ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର ଯତ୍ନ ନେବା କହାତ ପରିବାରବର୍ଗର କାର୍ଯ୍ୟ ଅଟେ।
5 “ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ। 6 ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା’ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ।
7 “ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍। 8 ତା’ପରେ ସେ ସମସ୍ତ ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା’ପରେ ଶିଶୁକଚର୍ମରେ ଆଚ୍ଛାଦନ କରିବେ। ତା’ପରେ ସେମାନେ ସେହି ସାଙ୍ଗୀ କଡ଼ା ଭିତରେ ପୁରାଇବେ।
9 “ଏହା ପରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୋକର ଦ୍ୱୀପରୁଖା, ତାହାର ପ୍ରଦୀପ, ତାହାର ଅଙ୍ଗାରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଚ୍ଛାଦନ କରିବା ଉଚିତ୍। 10 ପୁଣି ସେମାନେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧ୍ୟରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
11 “ପୁଣି ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢାଙ୍କିବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ପୁରାଇବେ।
12 “ତା’ପରେ ସେମାନେ ସେବାର୍ଥକ ସମସ୍ତ ପବିତ୍ର ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ଗୁଡ଼ାଇ ରଖିବେ। ସେମାନେ ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଏବଂ ତା’ପରେ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
13 “ପୁଣି ସେମାନେ ଯଜ୍ଞବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣି ରଙ୍ଗର ବସ୍ତ୍ର ବିଛାଇବେ। 14 ଆଉ ତା’ଉପରେ ସେମାନେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ଯଜ୍ଞବେଦିରେ ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତା’ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ଲଗାଇବେ।
15 “ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।
16 “ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।”
17 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ। 19 ମାତ୍ର ସେମାନେ ମହାପବିତ୍ର ସ୍ଥାନରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରକୁ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। 20 ସେମାନେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସେମାନେ ଯେତେବେଳେ ଯିବା ପାଇଁ ସଜାଡ଼ୁଛନ୍ତି। କାରଣ ଯଦି ସେମାନେ ତାହା କରନ୍ତି, ତେବେ ସେମାନେ ମରିଯିବେ।”
ଗେର୍ଶୋନବଂଶର ସେବାକାର୍ଯ୍ୟ
21 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 22 “ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର। 23 ଯେଉଁମାନେ ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ମଧ୍ୟରେ ଓ ସମାଗମ-ତମ୍ବୁରେ ସେବା କରି ପାରିବେ, ସେମାନଙ୍କୁ ଗଣନା କର।
24 “ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନ ବଂଶର ସେବା ଏହି। 25 ସେମାନେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ-ତମ୍ବୁର ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର ବହନ କରିବେ। 26 ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ଯଜ୍ଞବେଦି, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହନ କରିବେ ଓ ସେହିସବୁରେ ଯେଉଁ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବା ଉଚିତ୍। 27 ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍। 28 ସମାଗମ-ତମ୍ବୁରେ ଗେର୍ଶୋନୀୟ ପରିବାରବର୍ଗଙ୍କୁ ଏହି ସେବା ଦିଆଯାଏ। ଈଥାମର ଯାଜକ ହାରୋଣଙ୍କ ପୁତ୍ର ସେମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରିବେ।”
ମରାରି ବଂଶର ସେବାକାର୍ଯ୍ୟ
29 “ତୁମ୍ଭେ ମରାରି ସନ୍ତାନଗଣର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। 30 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ପର୍ଯ୍ୟନ୍ତ ବୟସ୍କ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରି ପାରିବେ, ସେମାନଙ୍କୁ ଗଣନା କରିବ। 31 ଏହି ଦାୟିତ୍ୱ ସେମାନେ ବହନ କରି ପାରିବେ, ସେମାନେ ସମାଗମ-ତମ୍ବୁର କାଠପଟାସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍। 32 ସେମାନେ ପ୍ରାଙ୍ଗଣର ବାଡର ଖମ୍ବକୁ, ସେଗୁଡ଼ିକର ଭିତ୍ତିକୁ, ସେଗୁଡ଼ିକର ଖିଲକୁ, ସେଗୁଡ଼ିକର ରଜ୍ଜକୁ, ତାହା ସହିତ ସଂଯୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ କାର୍ଯ୍ୟଭାର ବହନ କରିବାକୁ ଦେବା ଉଚିତ୍। 33 ସମାଗମ-ତମ୍ବୁରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦେଖା ରେଖା କରିବାର ଦାୟିତ୍ୱ ହେବ।”
ଲେବୀୟ ବଂଶ
34 ଅନନ୍ତର ମୋଶା, ହାରୋଣ ଓ ଇସ୍ରାଏଲର ନେତାଗଣ କହାତୀୟ ଲୋକମାନଙ୍କୁ ସେମାନଙ୍କର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ, 35 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେବେ, ସେମାନଙ୍କୁ ଗଣନା କଲେ।
36 ଏହି କର୍ମପାଇଁ ଯୋଗ୍ୟ କହାତୀୟ ବଂଶର ଲୋକମାନଙ୍କ ସଂଖ୍ୟା 2750 ହେଲା। 37 ଏହିମାନେ କହାତୀୟ ବଂଶର ଲୋକ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ସେମାନଙ୍କୁ ଗଣନା କଲେ।
38 ଆଉ ମଧ୍ୟ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ। 39 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ ସେମାନଙ୍କୁ ଗଣା ଗଲା। 40 ଗେର୍ଶୋନ ବଂଶରେ ପିତୃଗୃହ ଅନୁସାରେ ଗଣନା କରାଯିବାରୁ ସେମାନଙ୍କ ସଂଖ୍ୟା 2630 ହେଲା। 41 ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗରେ ଗଣ୍ୟ ହେଲେ ଓ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
42 ଆଉ ମଧ୍ୟ ମରାରି ବଂଶ ମଧ୍ୟରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ। 43 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ, ସେମାନେ ଗଣ୍ୟ ହେଲେ। 44 ସେମାନେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ଯିବାରୁ ସେମାନଙ୍କ ସଂଖ୍ୟା 3200 ହେଲା। 45 ଏମାନେ ମରାରି ସନ୍ତାନଗଣର ବଂଶରେ ଗଣ୍ୟ ହୋଇଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
46 ତେଣୁ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଲେବୀୟମାନଙ୍କୁ ସେମାନଙ୍କର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ। 47 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ଓ ଭାର ବହିବା କର୍ମରେ ନିଯୁକ୍ତି ହେଲେ, ସେମାନେ ସମସ୍ତେ ଗଣା ଗଲେ। 48 ସେମାନଙ୍କ ସଂଖ୍ୟା 8580 ହେଲା। 49 ମୋଶାଙ୍କୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ସେ ସେମାନଙ୍କର ସେବା ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ୟ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶାଙ୍କ ଦ୍ୱାରା ଏହା କରାଗଲା।
ଦାଉଦଙ୍କ ସ୍ମରଣୀୟ ଗୀତ।
38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
3 ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
4 ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
ମୁଁ ଅତ୍ୟନ୍ତ ଲଜ୍ଜିତ।
ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
5 ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
6 ମୁଁ ଆଜି ନଇଁ ଯାଇଛି।
ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
7 ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
8 ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
9 ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।
2 ମୁଁ ଶାରୋଣର ଗୋଲାପ
ଏବଂ ଉପତ୍ୟକାର କଇଁ ଫୁଲ ଅଟେ।
ସେ (ପୁ) କହିଲେ
2 ହେ ମୋର ପ୍ରିୟେ, କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ
ସେହିପରି ତୁମ୍ଭେ ଯୁବତୀଗଣ ମଧ୍ୟରେ ମୋର ପ୍ରିୟା।
ସେ (ସ୍ତ୍ରୀ) କହିଲେ
3 ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ,
ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ।
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ
ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି
ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।
4 ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ।
ମୋ’ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା।
5 କିସ୍ମିସ୍ ପିଠା ଦେଇ ମୋତେ ଶକ୍ତିଶାଳୀ କର
ଓ ସେଓ ଦେଇ ମୋତେ ସତେଜ କରି ଦିଅ, କାରଣ ମୁଁ ପ୍ରେମ ସହିତ ପୀଡ଼ିତା।
6 ତାହାଙ୍କ ବାମହସ୍ତ ମୋ’ ମସ୍ତକ ତଳେ ଅଛି।
ତାହାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ।
7 ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, [a] କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମରେ ମୋ’ଠାରେ ପ୍ରତିଜ୍ଞା କର।
ଉଚିତ୍ ସମୟରେ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଜଗାଅ ନାହିଁ।
ସେ (ସ୍ତ୍ରୀ) ପୁନର୍ବାର କହିଲେ
8 ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
ଡେଇଁ ଡେଇଁ ଆସୁ ଅଛନ୍ତି।
9 ମୋହର ପ୍ରିୟତମ ଏକ ହରିଣ
ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
ଏବଂ ବାହାରକୁ ଆସ।”
ସେ (ପୁ) କହିଲେ
14 ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ।
ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ।
ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ।
କାରଣ ତୁମ୍ଭର ରବ ସୁମିଷ୍ଟ
ଓ ତୁମ୍ଭର ରୂପ ମନୋହର।
ସେ (ସ୍ତ୍ରୀ) ସ୍ତ୍ରୀଲୋକମାନଙ୍କୁ କହିଲେ
15 ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା
ଛୋଟ କୋକିଶିଆଳିଗୁଡ଼ିକୁ ଧର।
କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର
ପୁଷ୍ପିତ ହୋଇଅଛି।
16 ହେ ମୋର ପ୍ରିୟତମ, ତୁମ୍ଭେ ମୋର,
ମୁଁ ତୁମ୍ଭର ଅଟେ।
ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
17 ହେ ମୋର ପ୍ରିୟତମ, ଯେତେବେଳେ ଦିନ ଆସେ
ଓ ଛାଇ ତୁମ୍ଭଠାରୁ ଗଡ଼ିଯାଏ,
ଫେରି ଆସ,
ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।
ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ
2 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। 2 ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। 3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୂତ 4 କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।
ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ
5 ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। 6 ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:
“ପରମେଶ୍ୱର!
ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
ସେ କ’ଣ ସତରେ ମହାନ ଅଟନ୍ତି ଯେ
7 ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
8 ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” (A)
ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। 9 ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।
10 ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।
11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:
“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” (B)
13 ସେ ଆହୁରି କହନ୍ତି:
“ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” (C)
ଓ ସେ କୁହନ୍ତି:
“ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।” (D)
14 ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। 15 ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। 16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। 17 ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।
2010 by World Bible Translation Center