Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 2

ଛାଉଣିର ବ୍ୟବସ୍ଥା

ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ; “ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା’ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ।

“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ। ତାଙ୍କର ସୈନ୍ୟ ସଂଖ୍ୟା 74,600

“ଯିହୁଦା ଗୋଷ୍ଠୀର ପାଖରେ ଇଷାଖର ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ସୂୟାରର ପୁତ୍ର ନଥନେଲ, ଇଷାଖର ଲୋକମାନଙ୍କର ଅଧିପତି ହେବ। ସେହି ସୈନ୍ୟ ସଂଖ୍ୟା 54,600 ହେବେ।

“ସବୁଲୂନର ଗୋଷ୍ଠୀ ମଧ୍ୟ ଯିହୁଦାର ପାର୍ଶ୍ୱରେ ଛାଉଣି ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀୟାବ ସବୁଲୂନର ଲୋକମାନଙ୍କର ଅଧିପତି ହେବ। ତାହାର ସୈନ୍ୟ ସଂଖ୍ୟା 57,400 ହେବ।

“ଯିହୁଦା ଛାଉଣିର ସମୁଦାୟ ସୈନ୍ୟ ସଂଖ୍ୟା 186,400 ସେମାନେ ପ୍ରଥମେ ଅଗ୍ରସର ହେବେ।

10 “ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ। 11 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 46,500

12 “ରୁବେ‌ନ୍‌ର ଗୋଷ୍ଠୀ ଛାଉଣି ପାଖରେ ଶିମିୟୋନ ପରିବାରବର୍ଗ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମିୟୋନ ଲୋକମାନଙ୍କର ଅଧିପତି ହେବ। 13 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 59,300

14 “ରୁବେ‌ନ୍‌ର ଲୋକମାନଙ୍କ ଛାଉଣି ପାଖରେ ଗାଦ୍ ଗୋଷ୍ଠୀ ଛାଉଣି ସ୍ଥାପିତ ହେବ। ରୂୟେଲର [a] ପୁତ୍ର ଇଲୀୟାସଫ ଗାଦ୍ ଲୋକମାନଙ୍କର ଅଧିପତି ହେବ। 15 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 45,650

16 “ରୁବେନ୍ ଛାଉଣିର ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 151,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।

17 “ଏହା ପରେ ଲେବୀୟମାନଙ୍କ ଛାଉଣି ସହିତ ସମାଗମ-ତମ୍ବୁ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ସେମାନେ ସେହି ନିୟମରେ ଅଗ୍ରସର ହେବେ, ଯେପରି ଛାଉଣି ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ୱଜା ପାଖରେ ସର୍ବଦା ରହିବେ।

18 “ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ। 19 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500

20 “ଇଫ୍ରୟିମ ଗୋଷ୍ଠୀ ଛାଉଣିର ପରେ ମନଃଶି ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲିୟେଲ ମନଃଶି ଲୋକମାନଙ୍କର ଅଧିପତି ହେବ। 21 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 32,200

22 “ବିନ୍ୟାମୀନ ଗୋଷ୍ଠୀ ଇଫ୍ରୟିମ ଗୋଷ୍ଠୀ ଭୟରେ ଛାଉଣି ସ୍ଥାପନ କରିବେ। ପୁଣି ଗିଦିୟୋନିର ପୁତ୍ର ଅବୀନାସ ବିନ୍ୟାମୀନ ଲୋକମାନଙ୍କର ଅଧିପତି ହେବ। 23 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 35,400

24 “ଇଫ୍ରୟିମ ଛାଉଣିର ଗଣ୍ୟ ସୈନ୍ୟସଂଖ୍ୟା 108,100 ସେମାନେ ତୃତୀୟରେ ଅଗ୍ରସର ହେବେ।

25 “ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ। 26 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 62,700

27 “ଦାନ ଗୋଷ୍ଠୀର ଛାଉଣି ପାଖରେ ଆଶେର ଗୋଷ୍ଠୀର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର ସନ୍ତାନଗଣର ଅଧିପତି ହେବ। 28 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 41,500

29 “ନପ୍ତାଲି ଗୋଷ୍ଠୀର ଛାଉଣି ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହେବ। 30 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 53,400

31 “ଦାନ ଛାଉଣିରେ ମୋଟ ମନୁଷ୍ୟମାନଙ୍କର ସଂଖ୍ୟା 157,600 ସେମାନେ ସେମାନଙ୍କର ଧ୍ୱଜା [b] ଧରି ସମସ୍ତଙ୍କ ପଛରେ ଅଗ୍ରସର ହେବେ।”

32 ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500 33 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଲେବୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଗଣନା କଲେ ନାହିଁ।

34 ମୋଶାଙ୍କୁ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ଇସ୍ରାଏଲର ଲୋକମାନେ ସେ ସମସ୍ତ କଲେ। ସେମାନେ ନିଜ ନିଜ ବଂଶ ନିକଟରେ ନିଜ ନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।

ଗୀତସଂହିତା 36

ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ

36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
    ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
ସେହି ଲୋକ ଆପଣାକୁ ମିଥ୍ୟା କହେ।
    ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
    ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
    ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।

ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
    ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
    ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
    ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
    ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
    ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
    ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
    ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
    ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।

12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
    ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
    ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”

ଉପଦେଶକ 12

ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ

12 ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”

ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ।

ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ। ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।

ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା’ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।

ମୃତ୍ୟୁ

ସେହି ସମୟରେ ରୂପାର ତାର ହୁଗୁଳା ହେବ
    ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ।
କୂଅରେ ଏକ ପାତ୍ର ଭାଙ୍ଗିବା ପରି
    ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି।
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା,
    ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ।
    ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।

ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।

ସମାଧାନ

ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ। 10 ଉପଦେଶକ ସଠିକ୍ ଶବ୍ଦ ଖୋଜିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ୟ ଓ ସିଦ୍ଧ, ସେଗୁଡ଼ିକ ଲେଖିଲେ।

11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ। 12 କିନ୍ତୁ ମୋର ପୁତ୍ର, ସେଥିରେ ଯାହା ଯୋଗ କରାଯାଇଛି ତା’ ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ୟଧିକ ପଠନ ତୁମ୍ଭକୁ ଅତ୍ୟନ୍ତ କ୍ଳାନ୍ତ ପ୍ରଦାନ କରିବ।

13 ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। 14 ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଗ୍ଭରରେ ଆଣିବେ।

ଫିଲୀମୋନଙ୍କ ପ୍ରତି ପତ୍ର

ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ଫିଲୀମୋନଙ୍କ ପ୍ରେମ ଓ ବିଶ୍ୱାସ

ମୋ’ ପ୍ରାର୍ଥନାମାନଙ୍କରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱରଙ୍କ ସମସ୍ତ ପବିତ୍ର ଲୋକମାନଙ୍କ ପ୍ରତି ତୁମ୍ଭର ପ୍ରେମ ଓ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ବିଷୟରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସେହି ପ୍ରେମ ଓ ବିଶ୍ୱାସ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ୱାସର ସହଭାଗିତା ତୁମ୍ଭକୁ ସାହାଯ୍ୟ କରିବ ବୋଲି ମୁଁ ପ୍ରାର୍ଥନା କରେ। ହେ ଭାଇ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ରେମଭାବ ଦେଖାଇଛ, ସେମାନଙ୍କୁ ତୁମ୍ଭେ ଖୁସୀ କରିଛ। ଏହା ମୋତେ ବହୁତ ଆନନ୍ଦ ଓ ଆଶ୍ୱାସନା ଦେଲା।

ଅନୀସିମକୁ ଭାଇ ଭଳି ସ୍ୱୀକାର କର

କେତେଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟରେ ଭାଇ ହିସାବରେ ସ‌ତ୍‌‌କାର୍ଯ୍ୟ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦେବାର ମୋର ଅଧିକାର ଅଛି। କିନ୍ତୁ ମୁଁ ତୁମ୍ଭକୁ ପ୍ରେମରେ ନିବେଦନ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହୋଇ ଗଲିଣି ଓ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ବନ୍ଦୀ ହୋଇଛି। 10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହରେ ଥିଲାବେଳେ ସେ ମୋର ସନ୍ତାନ ହୋଇଥିଲା। 11 ଅତୀତରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମୋ’ ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।

12 ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ ଦେଉଛି। ତା’ ସହିତ ମୋର ହୃଦୟ ମଧ୍ୟ ବନ୍ଧା ହୋଇଛି। 13 ମୁଁ ବନ୍ଦୀ ଗୃହରେ ଥିବା ସମୟରେ ମୋତେ ସୁସମାଗ୍ଭର ପାଇଁ ସାହାଯ୍ୟ କରିବ ବୋଲି ତାହାକୁ ମୋ’ ସହିତ ରଖିବାକୁ ଗ୍ଭହୁଁଥିଲି। ମୋତେ ସାହାଯ୍ୟ କରିବା ଦ୍ୱାରା ସେ ତୁମ୍ଭର ସେବା କରିଥା’ନ୍ତା। 14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଗ୍ଭରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛାରେ ହେଉ, ମୋର ବାଧ୍ୟ ବାଧକତାରେ ନ ହେଉ ବୋଲି ମୁଁ ଗ୍ଭହେଁ।

15 ଅନୀସିମ [a] କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ। 16 ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ।

17 ଯଦି ତୁମ୍ଭେ ମୋତେ ମିତ୍ର ବୋଲି ଗ୍ରହଣ କରୁଛ, ତା’ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମୋତେ ଯେପରି ସ୍ୱାଗତ କରିଥା’ନ୍ତ, ସେହିପରି ତାହାକୁ ସ୍ୱାଗତ କର। 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା’ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। 19 ମୁଁ ପାଉଲ, ଏହି କଥା ମୋ’ ହାତରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦେବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମୋ’ଠାରେ କେତେ ଋଣୀ, ସେ ସମ୍ପର୍କରେ ମୁଁ କିଛି କହିବି ନାହିଁ। 20 ତେଣୁ ହେ ମୋର ଭାଇ! ପ୍ରଭୁଙ୍କଠାରେ ତୁମ୍ଭେ ମୋ’ ପାଇଁ କିଛି ଆବଶ୍ୟକୀୟ ବିଷୟ କର ବୋଲି, ମୁଁ କୁହେ। ଖ୍ରୀଷ୍ଟଙ୍କଠାରେ ମୋ’ ହୃଦୟକୁ ଆଶ୍ୱାସନା ଦିଅ। 21 ମୁଁ ଯାହା କହିଛି, ସେଗୁଡ଼ିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କହେ, ତୁମ୍ଭେ ତା’ଠାରୁ ଅଧିକ କରିବ।

22 ମୋ’ ରହିବା ପାଇଁ ଗୋଟିଏ ବଖରା ମଧ୍ୟ ପ୍ରସ୍ତୁତ କର। ମୁଁ ଆଶାକରେ ଯେ ପରମେଶ୍ୱର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ଯିବାକୁ ସମର୍ଥ ହୋଇ ପାରିବି।

ଶେଷ ଅଭିନନ୍ଦନ

23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମୋର ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। 24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

25 ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center