M’Cheyne Bible Reading Plan
ଶପଥମାନ ଗୁରୁତ୍ୱପୂର୍ଣ୍ଣ ଅଟେ
27 ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ୟକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ୟରେ ମାନସିକ କରେ, ତେବେ ତା’ର ମୂଲ୍ୟ ଯାଜକ ଦ୍ୱାରା ନିରୂପିତ ହେବ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ୱରଙ୍କର ହେବ। ଯଦି ଲୋକମାନେ ସେହି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାନ୍ତି ତେବେ ସେମାନେ ନିରୂପିତ ମୂଲ୍ୟ ଦେଇ ଫେରାଇ ଆଣିବେ। 3 କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଗ୍ଭଶ୍ ଶେକଲ ରୂପା ହେବ। 4 ଆଉ କୋଡ଼ିଏରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀଲୋକର ନିରୂପିତ ମୂଲ୍ୟ ତିରିଶ୍ ଶେକଲ ରୂପା ହେବ। 5 ଆଉ ପଞ୍ଚମ ବର୍ଷରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ କୋଡ଼ିଏ ଶେକଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶେକଲ ରୂପା ହେବ। 6 ପୁଣି ଏକ ମାସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶେକଲ ରୂପା ହେବ। 7 ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ ପନ୍ଦର ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
8 “ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ୟ ଦେଇ ପାରିବ ନାହିଁ, ତେବେ ତାକୁ ଯାଜକ ନିକଟକୁ ଅଣାଯିବ, ଯାଜକ ତାହାର ମୂଲ୍ୟ ନିରୂପିଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
ସଦାପ୍ରଭୁଙ୍କ ପ୍ରତି ଉପହାର
9 “କେତେକ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇ ପାରିବ, ସେହି ପଶୁଗୁଡ଼ିକ ମଧ୍ୟରୁ ଯଦି କେହି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସେହି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହୋଇଥିବ। 10 କାରଣ ସେହି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ୟକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତେବେ ସେ ତା’ ବଦଳରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳରେ ମନ୍ଦ ପଶୁ କି ମନ୍ଦ ବଦଳରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତେବେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହେବେ।
11 “କେତେକ ପ୍ରାଣୀ ଅଛନ୍ତି ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରାଯାଇ ପାରିବ ନାହିଁ। ସେପରି ଅଶୁଚି ପଶୁ ହୋଇଥିଲେ ଯାଜକ ସମ୍ମୁଖକୁ ଅଣାଯିବ। 12 ପୁଣି ସେହି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ହେବ। 13 ଯଦି ସେ ଲୋକ କୌଣସି ମତେ ତାକୁ ଫେରାଇ ନେବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ହେବ।
ଏକ ଗୃହର ମୂଲ୍ୟ ନିରୂପଣ
14 “ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତେବେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। 15 ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ଅଧିକ ଦେବ, ତା’ପରେ ସେ ଗୃହ ତା’ର ହେବ।
ଭୂସମ୍ପତ୍ତିର ମୂଲ୍ୟ ନିରୂପଣ
16 “ଆଉ ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ତେବେ ତାହାର ମୂଲ୍ୟ ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ; ଏକ ହୋମର-ପରିମିତ ଯବ-ବିହନର ମୂଲ୍ୟ ପଗ୍ଭଶ୍ ଶେକଲ ରୂପା ହେବ। 17 ଯଦି ଜଣେ ମନୁଷ୍ୟ ମହୋଲ୍ଲାସ-ଉତ୍ସବ ବର୍ଷରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। 18 ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟା ଅନୁସାରେ ତା’ ସହିତ ମୂଲ୍ୟର ଗଣନା କରିବ। ପୁଣି ତଦନୁସାରେ ତା’ର ନିରୂପିତ ମୂଲ୍ୟରୁ ଊଣା କରାଯିବ। 19 ଯଦି ସେହି ବ୍ୟକ୍ତି ତା’ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତେବେ ସେ କ୍ଷେତ୍ରମୂଲ୍ୟ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ୟ ଯୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହେବ। 20 ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସେହି କ୍ଷେତ୍ରଟି ଯାଜକମାନଙ୍କର ହେବ। ଯଦି ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରାଯାଇଛି, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ। 21 ମାତ୍ର ସେହି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶେଷ ଉପହାର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ଓ ତହିଁରେ ଯାଜକର ଅଧିକାର ହେବ।
22 “ଯଦି କେହି ଆପଣା ସମ୍ପତ୍ତି ନୁହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, 23 ତେବେ ଯାଜକ ତା’ର ନିରୂପିତ ମୂଲ୍ୟ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସେହି ଦିନ ତା’ର ନିରୂପିତ ମୂଲ୍ୟ ଦେବ। ସେହି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ୟ ହେବ। 24 ମହୋଲ୍ଲାସ-ଉତ୍ସବ ବର୍ଷରେ ସେହି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫେରିଯିବ।
25 “ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
ପ୍ରାଣୀମାନଙ୍କର ମୂଲ୍ୟ ନିରୂପଣ
26 “ପଶୁମାନଙ୍କ ମଧ୍ୟରୁ ଗୋରୁ ହେଉ କି ମେଷ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ। 27 ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ ଓ ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। ସେ ଯଦି ମୁକ୍ତ କରି ନ ପାରେ ତେବେ ଯାଜକ ତାହା ନିରୂପିତ ମୂଲ୍ୟରେ ବିକ୍ରୀ କରିବ।
ସ୍ୱତନ୍ତ୍ର ଉପହାର
28 “ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶେଷ ଉପହାର ଉତ୍ସର୍ଗ କରେ, ଏହା ବ୍ୟକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହୋଇପାରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହେବ ନାହିଁ। ପ୍ରତ୍ୟେକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ। 29 “ମନୁଷ୍ୟ ମଧ୍ୟରେ ଯେ ବର୍ଜିତ ହେବ, ସେ କେବେ ମୁକ୍ତ ହୋଇ ପାରିବ ନାହିଁ, ସେ ନିଶ୍ଚିନ୍ତ ହତ ହେବ।
30 “ଭୂମିର ଶସ୍ୟ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 31 ଯଦି କେହି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
32 “ପୁଣି ଗୋମେଷାଦି ପଲରୁ ଦଶମାଂଶ ଯାଜକ ନେବ। ପ୍ରତି ଦଶ ଗୋଟିରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 33 ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ୟ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତେବେ ଉଭୟ ପଶୁ ପବିତ୍ର ହେବେ ଓ ତାହା ମୁକ୍ତ କରାଯିବ ନାହିଁ।”
34 ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ମୋଶାଙ୍କୁ ପ୍ରଦାନ କରିଥିଲେ।
ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।
34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
2 ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
3 ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
ତାଙ୍କ ନାମର ମହିମା କୀର୍ତ୍ତନ କର।
4 ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
5 ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
ଓ ସଦାପ୍ରଭୁ ତାହା ଶୁଣିଲେ
ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
8 ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
ଶାନ୍ତି ପାଇଁ କାର୍ଯ୍ୟ କର।
ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
10 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
2 ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ। 3 ମୁର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ। ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ।
4 କାରଣ ଜଣେ ଶାସକ ତୁମ୍ଭ ଉପରେ ରାଗିଛନ୍ତି, ସେଥିପାଇଁ ପଳାଇଯାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ୟ ଅତିକ୍ରମ କରିପାରେ। କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।
5 ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଲି। ଏକ ଭୁଲ୍ ଯାହା ଶାସନକର୍ତ୍ତାଠାରୁ ଆସିଥାଏ। 6 ମୂର୍ଖମାନଙ୍କୁ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଦିଆଯାଏ, ଯେତେବେଳେ ଧନୀମାନଙ୍କୁ ଗୁରୁତ୍ୱହୀନ କାର୍ଯ୍ୟ ଦିଆଯାଏ। 7 ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପଦଗତିରେ ଗମନ କରିବାର ଦେଖିଅଛି।
ପ୍ରତି କାର୍ଯ୍ୟରେ ବିପଦ ଅଛି
8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। 9 ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତା’ଦ୍ୱାରା ଆଘାତ ପାଇବ। ପୁଣି ଯେ କାଠ ଚିରେ, ସେ ତାହା ଦ୍ୱାରା ଆପଦଗ୍ରସ୍ତ ହେବ।
10 କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା’ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ।
11 ସର୍ପ ମନ୍ତ୍ର ମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ୟକ।
12 ଜ୍ଞାନୀର କଥା ତା’ ପାଇଁ ପ୍ରଶଂସା ଆଣେ
କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
13 ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ମନ୍ଦ ପାଗଳାମୀ ଅଟେ। 14 ମୂର୍ଖ ବହୁ କଥା କହେ। ତଥାପି କ’ଣ ହେବ ମନୁଷ୍ୟ ଜାଣେ ନାହିଁ। ଆଉ ତା’ପରେ କ’ଣ ଘଟିବ, କେହି ତାକୁ ଜଣାଇ ପାରିବ ନାହିଁ।
15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ,
କାରଣ କିପରି ନଗରକୁ ଯିବାକୁ ହୁଏ ତାହା ସେ ଜାଣେ ନାହିଁ।
କର୍ମର ମୂଲ୍ୟ
16 ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ। 17 ହେ ଦେଶ, ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ।
18 ଆଳସ୍ୟ ଛାତକୁ ଭୁଷୁଡ଼ାଇ ଦିଏ,
ପୁଣି ଗୃହରେ ଛିଦ୍ର ହୁଏ।
19 ଖୁସୀ ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ।
ନିରର୍ଥକ ଗଳ୍ପାକାର
20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ୟ ଦିଅ ନାହିଁ। ଆଉ ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ। କାରଣ ଏକ ଛୋଟ ପକ୍ଷୀ ସେହି ବାର୍ତ୍ତା ନେଇଯିବ ଓ ସେ କଥା ଉତ୍ତର ଦେବ।
ପ୍ରକୃତ ଶିକ୍ଷାର ଅନୁସରଣ
2 ପ୍ରକୃତ ଶିକ୍ଷା (ଉପଦେଶ)ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା। 2 ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍।
3 ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ। 4 ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ। 5 ସେମାନେ ଯୁବତୀମାନଙ୍କୁ ଶିଖାଇ ପାରିବେ ଯେ ସେମାନେ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ୱାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା’ହେଲେ କୌଣସି ଲୋକ ଆମ୍ଭକୁ ଦିଆଯାଇଥିବା ପରମେଶ୍ୱରଙ୍କ ଶିକ୍ଷାର ସମାଲୋଚନା କରି ପାରିବ ନାହିଁ।
6 ସେହିଭଳି ଯୁବକମାନଙ୍କୁ କୁହ ଯେ ସେମାନେ ଜ୍ଞାନୀ ହୁଅନ୍ତୁ। 7 ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। 8 ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା’ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ।
9 ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। 10 ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ।
11 ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ। 12 ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ। 13 ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ। 14 ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।
15 ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ।
2010 by World Bible Translation Center