M’Cheyne Bible Reading Plan
ପରମେଶ୍ୱରଙ୍କୁ ମାନି ଚଳିବାର ପୁରସ୍କାର
26 “ତୁମ୍ଭେମାନେ ନିଜ ପାଇଁ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
2 “ତୁମ୍ଭେମାନେ ଆମ୍ଭର ସ୍ୱତନ୍ତ୍ର ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
3 “ତୁମ୍ଭେ ଯଦି ତାହା କର, ତେବେ ଆମ୍ଭର କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ। 4 ଯଦି ତୁମ୍ଭେ ତାହା କର, ଆମ୍ଭେ ଠିକ୍ ଋତୁରେ ବର୍ଷା କରିବା, ଆଉ ତୁମ୍ଭେମାନେ ସର୍ବଦା ଆମ୍ଭର କରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭେମାନେ ବୃଷ୍ଟି ପାଇ ପାରିବ। ଭୂମି ଯଥେଷ୍ଟ ଶସ୍ୟ ଉତ୍ପନ୍ନ କରିବ ଓ ବୃକ୍ଷଗୁଡ଼ିକ ପ୍ରଚୁର ଫଳଧାରଣ କରିବେ। 5 ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନ କାଳ ଦ୍ରାକ୍ଷା ସଂଗ୍ରହ କାଳ ପର୍ଯ୍ୟନ୍ତ ଗ୍ଭଲିବ ଓ ଦ୍ରାକ୍ଷା ସଂଗ୍ରହ କାଳ ବୀଜବପନ କାଳ ପର୍ଯ୍ୟନ୍ତ ଲାଗିବ, ପୁଣି ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ନିରାପଦରେ ଆପଣା ଦେଶରେ ବାସ କରିବ। 6 ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭେମାନେ ଶୟନ କଲାବେଳେ କେହି ତୁମ୍ଭମାନଙ୍କୁ ଭୟ ଦେଖାଇବେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂରେଇ ଦେବା ଏବଂ ତୁମ୍ଭ ଦେଶରେ ଶତ୍ରୁ ପ୍ରବେଶ କରି ପାରିବ ନାହିଁ।
7 “ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ଖଡ଼୍ଗରେ ଧରାଶାୟୀ ହେବେ। 8 ତୁମ୍ଭମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଶତ୍ରୁ ପକ୍ଷରୁ ଶହେ ଲୋକଙ୍କୁ ଘଉଡ଼ାଇ ଦେବେ ଓ ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବେ ତୁମ୍ଭମାନଙ୍କ ଖଡ଼୍ଗରେ ତୁମ୍ଭମାନଙ୍କର ଶତ୍ରୁର ବିନାଶ ଘଟିବ।
9 “ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେବା, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା। 10 ତୁମ୍ଭେମାନେ ବହୁକାଳ ପର୍ଯ୍ୟନ୍ତ ପୁରାତନ ଶସ୍ୟକୁ ଭୋଜନ କରିବ। ପୁଣି ନୂତନ ଶସ୍ୟଅମଳ ବେଳକୁ ରଖିବା ପାଇଁ ପୁରାତନ ଶସ୍ୟକୁ ବାହାର କରିବ। 11 ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ। 12 ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନା ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଆଉ ତୁମ୍ଭେମାନେ ଆମ୍ଭର ଲୋକ ହେବ। 13 ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ। ଆମ୍ଭେ ତୁମ୍ଭମାନଙ୍କୁ ଦାସ ହେବାରୁ ରକ୍ଷା କଲୁ। ଆମ୍ଭେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ତୁମ୍ଭମାନଙ୍କର ଯୁଆଳିର ଯୋତ ଭାଙ୍ଗି ଅଛୁ ଓ ତୁମ୍ଭେମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।
ପରମେଶ୍ୱରଙ୍କ ଅବଜ୍ଞାପାଇଁ ଦଣ୍ତ
14 “ତୁମ୍ଭେମାନେ ଯଦି ଆମ୍ଭର ବାକ୍ୟରେ ମନୋଯୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତେବେ ଏହିସବୁ ଅଘଟଣମାନ ଘଟିବ। 15 ତୁମ୍ଭେମାନେ ଯଦି ଆମ୍ଭର ବ୍ୟବସ୍ଥା ଅବଜ୍ଞା କର ଓ ଆମ୍ଭର ଆଜ୍ଞାକୁ ଘୃଣା କର ଓ ଆମ୍ଭର ଆଜ୍ଞାକୁ ଅନୁସରଣ ନ କର, ତେବେ ତୁମ୍ଭେମାନେ ଆମ୍ଭର ଚୁକ୍ତି ଲଙ୍ଘନ କରିବ। 16 ଯଦି ତୁମ୍ଭେମାନେ ତାହା କର, ତେବେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯକ୍ଷ୍ମା ଓ ଜ୍ୱର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷୟ କରିବ। ଆଉ ତୁମ୍ଭେମାନେ ବୃଥାରେ ବୀଜ ବୁଣିବ, କାରଣ ଶତ୍ରୁମାନେ ତାକୁ ଖାଇଯିବେ। 17 ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ।
18 “ଏସବୁ ହେଲା ପରେ ଯେବେ ତୁମ୍ଭେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ତେବେ ଆମ୍ଭେ ତୁମ୍ଭମାନଙ୍କର ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦେବା। 19 ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ୟ ଓ ଭୂମିକୁ ପିତ୍ତଳତୁଲ୍ୟ କରିବା। 20 ତୁମ୍ଭେମାନେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ।
21 “ଆଉ ଯଦି ତୁମ୍ଭେମାନେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଳେଶ ଦେବା। ତୁମ୍ଭେମାନେ ଯେତେ ଅଧିକ ପାପ କରିବ ସେତେ ଅଧିକ ଦଣ୍ତ ପାଇବ। 22 ତୁମ୍ଭମାନଙ୍କ ପ୍ରତିକୂଳରେ ଆମ୍ଭେ ବନ୍ୟପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ ବଧ କରିବେ, ସେମାନେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ୟକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ୟ ହେବ।
23 “ଏହାସବୁ ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ପରିବର୍ତ୍ତନ ହେବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ, 24 ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ସକାଶେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବା। 25 ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ଼୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ହେବ। ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ। 26 ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରିବା, ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।
27 “ଏହା ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ। 28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା। 29 ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ। 30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। 31 ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନ ସକଳ ଶୂନ୍ୟ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ। 32 ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟଜ୍ଞାନ କରିବେ। 33 ଆଉ ଆମ୍ଭେ ନାନାଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହେବ।
34 “ତା’ପରେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣ ଦେଶରେ ରହିବ, ତା’ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପଭୋଗ କରିବ। 35 ବ୍ୟବସ୍ଥା ଅନୁସାରେ ଭୂମି ପ୍ରତି ସାତ ବର୍ଷରେ ଆପଣା ବିଶ୍ରାମ ଏକ ବର୍ଷ ନେବ। ତୁମ୍ଭେ ବାସ କରୁଥିଲାବେଳେ ଯେଉଁ ବିଶ୍ରାମ ପାଇ ନ ଥିଲ। ସ୍ଥାନ ଶୂନ୍ୟ ଥିଲାବେଳେ ସେ ବିଶ୍ରାମ ଗ୍ରହଣ କରିବ। 36 ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ଖଡ଼୍ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ। 37 ପୁଣି କେହି ନ ଗୋଡ଼ାଇଲେ ହେଁ ଖଡ଼୍ଗ ସମ୍ମୁଖରେ, ସେପରି ଏକ ଅନ୍ୟ ଉପରେ ଝୁଣ୍ଟି ପଡ଼ିବେ।
“ଆଉ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବାକୁ ତୁମ୍ଭମାନଙ୍କର ବଳ ପାଇବ ନହିଁ।
38 ତୁମ୍ଭେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କର ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ। 39 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଦୁଃଖ ଭୋଗିବେ ଏବଂ ଶତ୍ରୁର ଦେଶରୁ ଉଚ୍ଛେଦ ହେବେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷମାନଙ୍କର ଅପରାଧ ହେତୁ ସେମାନେ କଷ୍ଟ ଭୋଗ କରିବେ ନାହିଁ।
ଚିରକାଳ ଆଶା
40 “ମାତ୍ର ଲୋକମାନେ ସେମାନଙ୍କର ପାପ ସ୍ୱୀକାର କରି ପାରନ୍ତି ଓ ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଅପରାଧ ସ୍ୱୀକାର କରି ପାରନ୍ତି ଓ ସେମାନେ ଆମ୍ଭ ବିରୁଦ୍ଧରେ ପାପ କରିଛନ୍ତି ବୋଲି ସ୍ୱୀକାର କରି ପାରନ୍ତି। 41 ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ। 42 ତେବେ ଆମ୍ଭେ ଯାକୁବ ସହିତ, ଇସ୍ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା।
43 “ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅବର୍ତ୍ତମାନର ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ବିଧି ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବ୍ୟବସ୍ଥା ଘୃଣା କଲା। 44 ସେମାନେ ପ୍ରକୃତରେ ପାପୀ, ମାତ୍ର ଯଦି ସେମାନେ ସାହାଯ୍ୟ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ, ସେମାନେ ଶତ୍ରୁଗଣଙ୍କ ଦେଶରେ ଥିଲେ ମଧ୍ୟ ଆମ୍ଭେ ସେମାନଙ୍କ କଥା ଶୁଣିବା, ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସେମାନଙ୍କ ସହିତ ଆପଣା ନିୟମ ଭଙ୍ଗ ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ। କିମ୍ବା ସେମାନଙ୍କୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ। 45 ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷଙ୍କ ସହିତ କରିଥିବା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ଅଟୁ।”
46 ଏହିସବୁ ବ୍ୟବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇସ୍ରାଏଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମୋଶାଙ୍କୁ ସୀନୟ ପର୍ବତରେ ଦେଇଥିଲେ ଓ ମୋଶା ଇସ୍ରାଏଲର ଲୋକମାନଙ୍କୁ ତାହା ଦେଲେ।
33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
2 ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
3 ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
4 ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
5 ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
6 ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
7 ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
8 ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
9 କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
ମୃତ୍ୟୁ କ’ଣ ନ୍ୟାୟ?
9 ମୁଁ ଏହିସବୁ ବିଷୟରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସେମାନଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ହାତରେ। କେହି ଜାଣେ ନାହିଁ, ତାକୁ ପ୍ରେମ କରାଯିବ କି ଘୃଣା କରାଯିବ। [a] ଏସବୁ ଭବିଷ୍ୟତ ଉପରେ ନିର୍ଭର କରେ। “ଏପରିକି ସେମାନଙ୍କର ପ୍ରେମ ଓ ଘୃଣା ପରମେଶ୍ୱରଙ୍କ ହାତରେ ଅଛି।”
2 ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅଶୌଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରତ୍ୟେକଙ୍କ ପାଇଁ ସବୁକିଛି ସମାନ।
3 ଯାହାସବୁ ସୂର୍ଯ୍ୟ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସେହିପରି ଶେଷ ହୁଏ। ଏବଂ ଲୋକମାନେ ଯେତେବେଳେ ଜୀବିତ ଥା’ନ୍ତି, ସେମାନଙ୍କର ହୃଦୟ ଦୁଷ୍ଟତା ଓ ମୂର୍ଖାମୀରେ ପୁରିଥାଏ। ଏହା ପରେ ସେମାନେ ମୃତ ଲୋକମାନଙ୍କ ପାଖକୁ ଯାଆନ୍ତି। 4 କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧ୍ୟରେ ମିଶ୍ରିତ ତାହାର ଭରସା ଥାଏ।
ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକୁର ମଧ୍ୟ ଭଲ ଅଟେ।
5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ। 6 ଯେପରି ସେମାନଙ୍କର ପ୍ରେମ, ଠିକ୍ ସେହିପରି ସେମାନଙ୍କର ଘୃଣା ଓ ଈର୍ଷା ନଷ୍ଟ ହୁଏ। ଏବଂ ସୂର୍ଯ୍ୟ ତଳେ ଯାହାକିଛି କରାଯାଏ, ତହିଁରେ ଅନନ୍ତକାଳ ସେମାନଙ୍କର କୌଣସି ଅଂଶ ନ ଥାଏ।
ଯେତେବେଳେ ପାର ଜୀବନକୁ ଉପଭୋଗ କର
7 ତୁମ୍ଭେ ଆପଣା ମାର୍ଗରେ ଯାଅ। ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି। 8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ। 9 ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ। 10 ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
ଜୀବନ ସୌ-ଭାଗ୍ୟ ନୁହେଁ
11 ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ।
12 କାରଣ ମନୁଷ୍ୟ ତା’ର କ’ଣ ହେବାକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ୟଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସେହିପରି ଲୋକମାନେ ଦୈବଦୁର୍ବିପାକର ଶିକାର ହୁଅନ୍ତି।
ଜ୍ଞାନୀର କ୍ଷମତା
13 ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମୋ’ ଦୃଷ୍ଟିରେ ମହତ ଥିଲା। 14 ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ। 15 ଏପରି ସମୟରେ ତହିଁ ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା। ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା। ତଥାପି ସେହି ଦରିଦ୍ର ଲୋକଙ୍କୁ କେହି ସ୍ମରଣ କଲା ନାହିଁ। 16 ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ।
17 ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା
ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ।
18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ।
ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ।
1 ପରମେଶ୍ୱରଙ୍କ ସେବକ, ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସରେ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ସତ୍ୟ ଜାଣିବା ପାଇଁ ସେହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ପଠାଯାଇଛି। ପରମେଶ୍ୱରଙ୍କୁ ଲୋକେ କିପରି ସେବା କରିବେ, ତାହା ସେହି ସତ୍ୟ ଦେଖାଇ ଥାଏ। 2 ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ। 3 ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି।
4 ଏହି ପତ୍ର ତୀତସଙ୍କୁ ଲେଖାଯାଉଛି। ତୁମ୍ଭେ ସମବିଶ୍ୱାସରେ ମୋର ପ୍ରକୃତ ପୁତ୍ର ଭଳି।
ଆମ୍ଭର ପରମପିତା ପରମେଶ୍ୱର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
କ୍ରୀତୀଠାରେ ତୀତସଙ୍କ କାର୍ଯ୍ୟ
5 ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ। 6 ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ। 7 ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ। 8 ନିଜ ଘରେ ଲୋକମାନଙ୍କୁ ସ୍ୱାଗତ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ରେମ କରୁଥିବେ, ଜ୍ଞାନୀ ହୋଇଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହୋଇଥିବେ ଓ ନିଜକୁ ସଂଯମ କରି ପାରୁଥିବେ। ଆମ୍ଭେ ସତ୍ୟର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପାଳନ କରୁଥିବେ। 9 ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି।
10 ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ମୁଁ ବିଶେଷ ଭାବରେ ସେ ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହେବା ପାଇଁ କହନ୍ତି। 11 ଜଣେ ପ୍ରାଚୀନ ସେମାନଙ୍କର ଭୁଲ୍ ବିଷୟରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସେମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସେହି ଲୋକମାନେ କୁଶିକ୍ଷାର ଉପଦେଶ ଦେଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସେମାନେ କେବଳ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସେମାନେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି। 12 ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟଦ୍ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।” 13 ସେହି ଭାବବାଦୀଙ୍କ କଥା ସତ। ଅତଏବ ସେମାନଙ୍କୁ କୁହ ଯେ ସେମାନେ ଭୁଲ୍ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠୋର ହେବା ଉଚିତ୍। ତା’ହେଲେ ସେମାନେ ବିଶ୍ୱାସରେ ଦୃଢ଼ ହେବେ। 14 ତା’ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।
15 ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି। 16 ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ।
2010 by World Bible Translation Center