M’Cheyne Bible Reading Plan
ମାଂସ ଭୋଜନ କରିବାର ବିଧି
11 ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 2 “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରୁ ଏହି ସମସ୍ତ ଜୀବ ଭୋଜନ କରିବ। 3 ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ଦୁଇ ଭାଗରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।
4-6 “କେତେକ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି। ମାତ୍ର ସେମାନଙ୍କର ଖୁରା ଦୁଇଫାଳରେ ବିଭକ୍ତ ନୁହେଁ, ସେଭଳି ପ୍ରାଣୀଙ୍କୁ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେମାନଙ୍କ ମଧ୍ୟରେ ଓଟ, ଶାଫନ୍ ଓ ଠେକୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ। 7 ଆଉ କେତେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସେମାନେ ପାକୁଳି କରନ୍ତି ନାହିଁ। ସେଗୁଡ଼ିକୁ ମଧ୍ୟ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ୟ ତୁମ୍ଭମାନଙ୍କ ପାଇଁ ଅଶୁଚି। 8 ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବ ନାହିଁ କି ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ। ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି।
ସାମୁଦ୍ରିକ ଖାଦ୍ୟ ସମ୍ବନ୍ଧୀୟ ବିଧି
9 “ସମୁଦ୍ର ଓ ନଦୀରେ ବାସ କରୁଥିବା ଜଳଜନ୍ତୁ ମଧ୍ୟରୁ ଯାହାର ଡେଣା ବା କାତି ଅଛି, ସେଗୁଡ଼ିକ ତୁମ୍ଭେମାନେ ଭୋଜନ କରି ପାରିବ। 10-11 ମାତ୍ର ସମୁଦ୍ର କିମ୍ବା ନଦୀରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧ୍ୟରେ, ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେମାନଙ୍କୁ ତୁମ୍ଭେ ଭୋଜନ କରିବ ନାହିଁ। ସଦାପ୍ରଭୁ କୁହନ୍ତି ସେଗୁଡ଼ିକ ଘୃଣ୍ୟଜୀବ, ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବା ଉଚିତ୍ ନୁହେଁ କି ସେମାନଙ୍କର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ। 12 ଜଳଚରମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
ପକ୍ଷୀମାନେ ଯେଉଁମାନେ କି ଅଭକ୍ଷ୍ୟ
13 “ପକ୍ଷୀମାନଙ୍କ ମଧ୍ୟରୁ ଯେଉଁମାନେ ଘୃଣାଯୋଗ୍ୟ ଓ ଭୋଜନଯୋଗ୍ୟ ନୁହନ୍ତି, ସେମାନେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ। 14 ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ। 15 ପୁଣି ସମସ୍ତ ପ୍ରକାର ଡାମରା କାଉ। 16 ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ, 17 ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ। 18 ଦୀର୍ଘଗଳ ହଂସ, ପାଣିଭେଳା ଓ ଶାଗୁଣା। 19 ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଗ୍ଭମଗିକା।
କୀଟପତଙ୍ଗ ଭକ୍ଷ୍ୟ ବିଷୟକ ବିଧି
20 “ପୁଣି ଗ୍ଭରି ପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। 21 ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୁମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବ। 22 ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ।
23 “ମାତ୍ର ଏମାନଙ୍କ ବ୍ୟତୀତ ଗ୍ଭରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବ। 24 ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 25 ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
ପଶୁମାନଙ୍କ ସମ୍ବନ୍ଧୀୟ ଅଧିକ ବ୍ୟବସ୍ଥା
26-27 “ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କୁ ସ୍ପର୍ଶ କରିବ ସେ ଅଶୁଚି ହେବ। ପୁଣି ଗ୍ଭରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାଦରେ ଗ୍ଭଳନ୍ତି, ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କ ଶବ ସ୍ପର୍ଶ କରିବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି।
ଉରୋଗାମୀ ଜନ୍ତୁମାନଙ୍କ ବିଷୟରେ ବିଧି
29 “ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। ସେମାନେ ହେଲେ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ଼ ଏଣ୍ଡୁଅ। 30 ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ। 31 ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
ଅଶୁଚି ପ୍ରାଣୀମାନଙ୍କ ବିଷୟରେ ବିଧି
32 “ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା’ପରେ ଶୁଚି ହେବ। 33 ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ। 34 ପୁଣି ସେହି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ୟ ଉପରେ ପଡ଼େ ତାହା ମଧ୍ୟ ଅଶୁଚି ହେବ। ଯେକୌଣସି ପାନୀୟ, ପାତ୍ର ମଧ୍ୟରେ ଥିଲେ ତାହା ଅଶୁଚି ହେବ। 35 ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ, ତାହା ଅଶୁଚି ହେବ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ଯିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।
36 “କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହେବ। ମାତ୍ର ଯେକେହି ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ। 37 ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ। 38 ମାତ୍ର ଯଦି ବିହନ ପାଣିରେ ଥିବ, ଯେବେ ସେମାନଙ୍କର ଶବର କିଛି ଅଂଶ ପଡ଼େ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।
39 “ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 40 ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
41 “ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ। 42 ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ। 43 ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ। 44 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ। 45 ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।”
46 ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷୟରେ ମଧ୍ୟ ଏହି ବ୍ୟବସ୍ଥା ଅଟେ। 47 ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷୟରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ୟବସ୍ଥା ଅଟେ। ତେଣୁ ସେମାନେ କେଉଁ ପ୍ରାଣୀ ଭକ୍ଷ୍ୟ ଓ କେଉଁ ପ୍ରାଣୀ ଅଭକ୍ଷ୍ୟ ଜାଣି ପାରିବେ।
ପ୍ରଥମ ସନ୍ତାନର ମା ମାନଙ୍କ ପାଇଁ ବିଧି
12 ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ,
“ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ସ୍ତ୍ରୀ ଧର୍ମର ଅଶୌଚ ସମୟ ପରି ସାତ ଦିନଯାଏ ଅଶୁଚି ରହିବ। 3 ଅଷ୍ଟମ ଦିନରେ ବାଳକ ନିଶ୍ଚୟ ସୁନ୍ନତ ହେବ। 4 ପୁଣି ସେ ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ନିଜର ଶୌଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥାରେ ରହିବ। ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। 5 ମାତ୍ର ଯେବେ ଜଣେ ସ୍ତ୍ରୀ କନ୍ୟା ପ୍ରସବ କରେ, ସେହିଭଳି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା’ପରେ ତା’ର ଦେହର ରକ୍ତସ୍ରାବରୁ ଶୁଦ୍ଧ ହେବା ପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।
6 “ତା’ପରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ବଳିଦାନ ନିମନ୍ତେ ଏକବର୍ଷୀୟ ଏକ ମେଷ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ। 7-8 ଯଦି ଜଣେ ସ୍ତ୍ରୀ ମେଷ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ୟରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ଉତ୍ସର୍ଗ କରାଯିବ। ଯାଜକ ସେଗୁଡ଼ିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା’ର ପ୍ରାୟଶ୍ଚିତ ହୁଏ ଏବଂ ତା’ର ଶୁଦ୍ଧି ହୁଏ। ପୁତ୍ର ବା କନ୍ୟା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ୟବସ୍ଥା ଅଟେ।”
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
ମୂର୍ଖମାନଙ୍କ ସମ୍ବନ୍ଧରେ ହିତୋପଦେଶ
26 ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେହିପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ ଅଟେ।
2 ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।
3 ଅଶ୍ୱ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।
4 ମୂର୍ଖକୁ ତା’ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତେବେ ତୁମ୍ଭେ ମଧ୍ୟ ତାହାର ତୁଲ୍ୟ ହେବ। 5 ମୂର୍ଖକୁ ତା’ର ଅଜ୍ଞାନତାନୁସାରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।
6 ମୂର୍ଖ ମାଧ୍ୟମରେ ଯେ ସମାଗ୍ଭର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।
7 ଲେଙ୍ଗେଡ଼ାର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି।
8 ପ୍ରସ୍ତରକୁ ବାଟୁଳିରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ୟବହାର୍ଯ୍ୟହୀନ, ସେହିପରି ନିର୍ବୋଧକୁ ସମ୍ମାନ ଦେବା ଅଟେ।
9 ମତ୍ତଲୋକର ହସ୍ତରେ କଣ୍ଟକ ଉଠାଯିବା ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ଠିକ୍ ସେହିପରି ଅଟେ।
10 ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ ଯେ ମୂର୍ଖ ପଥିକକୁ ବେତନ ଦିଏ ଓ ଯେ ମଦୁଆକୁ ବେତନ ଦିଏ।
11 ଆପଣା ବାନ୍ତି ପ୍ରତି ଫେରିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତାରେ କର୍ମ କରିବା ମୂର୍ଖ ସେପରି।
12 ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ।
13 ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।”
14 କବଜାରେ ଯେପରି କବାଟ ଝୁଲେ, ଠିକ୍ ସେହିପରି ଅଳସୁଆ ଆପଣା ଶଯ୍ୟାରେ ଥାଇ ଝୁଲୁଥାଏ।
15 ଅଳସୁଆ ଥାଳିରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନେବାକୁ ଥକିଯାଏ।
16 ସାତ ଜଣ ସୁବିଗ୍ଭରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ୍।
17 ଜଣେ ପଥିକ ଯିଏ ଯୁକ୍ତିତର୍କରେ ଜଡ଼ିତ ହୁଏ, ଯାହା ତା’ର ସମ୍ପର୍କରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ୟ ଅଟୋ
18-19 ଆପଣା ପ୍ରତିବାସୀକି ଯେଉଁ ଲୋକ ଭୁଲାଇ କହେ, “ମୁଁ କୌତୁକ କରୁଛି।” ସେ ଅଗ୍ନିବାଣ, ତୀର ଓ ମୃତ୍ୟୁ ନିକ୍ଷେପକାରୀ ବାତୁଳ ପରି ଅଟେ।
20 କାଠ ବିନା ଯେପରି ନିଆଁ ଲିଭିଯାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହୋଇଯାଏ।
21 ଯେପରି ଭାବରେ ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସେହିପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ ଆରମ୍ଭ କରିଥାଏ।
22 ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳୟକୁ ଗ୍ଭଲିଯାଏ।
23 ଅନୁରାଗୀ କଥା ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ ଅଟେ। 24 ଘୃଣାକାରୀ ନିଜ କଥାରେ କପଟ କରେ, କିନ୍ତୁ ସେ ହୃଦୟରେ ପ୍ରବଞ୍ଚନା ରଖେ। 25 ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ। ଯେହେତୁ ତା’ର ହୃଦୟରେ ସାତୋଟା ଘୃଣ୍ୟ ବିଷୟ ଥାଏ। 26 ତାହାର ଘୃଣା କପଟରେ ଆପଣାକୁ ଆବୃତ୍ତ କଲେ ହେଁ, ତା’ର ମନ୍ଦତା ସଭାରେ ପ୍ରକାଶ ପାଏ।
27 ଯେ ଗାତ ଖୋଳେ, ସେ ଆପେ ହିଁ ସେହି ଗାତରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା’ ଉପରକୁ ଲେଉଟି ଥାଏ।
28 ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଗ୍ଭଟୁବାଦୀ କଥା ସର୍ବନାଶ କରେ।
ପ୍ରଭୁଙ୍କ ଆଗମନ ପାଇଁ ପ୍ରସ୍ତୁତ ରୁହ
5 ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟରେ ଏବେ କିଛି ଲେଖିବାର ଆବଶ୍ୟକତା ନାହିଁ। 2 କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଗ୍ଭେର ରାତିରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ଯ୍ୟଜନକ ହେବ। 3 ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।
4 କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସେହି ଦିନଟି ଗ୍ଭେର ଆସିବା ଭଳି ଆଶ୍ଚର୍ଯ୍ୟର କଥା ହେବ ନାହିଁ, କାରଣ ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ। 5 ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭେମାନେ ରାତ୍ରିରେ କିମ୍ବା ଅନ୍ଧକାରରେ ନାହୁଁ। 6 ଅତଏବ ଆମ୍ଭେମାନେ ଅନ୍ୟ ଲୋକମାନଙ୍କ ଭଳି ଶୋଇ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂଯମ ଥିବା ଆବଶ୍ୟକ। 7 ଯେଉଁ ଲୋକମାନେ ଶୁଅନ୍ତି, ସେମାନେ ରାତିରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତିରେ ମାତାଲ ହୁଅନ୍ତି। 8 କିନ୍ତୁ ଆମ୍ଭେ ଦିନର ହୋଇଥିବାରୁ ନିଜକୁ ସଂଯମ କରିବା ଆବଶ୍ୟକ। ବିଶ୍ୱାସ ଓ ପ୍ରେମର ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।
9 ଯେହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କ କ୍ରୋଧର ବିଷୟ ହେବା ପାଇଁ ବାଛି ନାହାନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୁକ୍ତି ପାଇବା ପାଇଁ ପରମେଶ୍ୱର ଆମ୍ଭକୁ ବାଛିଛନ୍ତି। 10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତେବେଳେ ଯୀଶୁ ଆସିବେ, ସେହି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ। 11 ଅତଏବ ପରସ୍ପରକୁ ସାନ୍ତ୍ୱନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ୟାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠାରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ୟ ସେଇଆ କରୁଛ।
ଶେଷ ନିର୍ଦ୍ଦେଶ ଓ ଅଭିନନ୍ଦନ
12 ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠୋର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠାରେ ତୁମ୍ଭକୁ ନେତୃତ୍ୱ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମ୍ଭେ ନିବେଦନ କରୁଛୁ। 13 ତୁମ୍ଭମାନଙ୍କ ମଧ୍ୟରେ କାମ କରୁଥିବା ଯୋଗୁଁ, ସେମାନଙ୍କୁ ପ୍ରେମ କର ଓ ସେମାନଙ୍କୁ ବିଶେଷ ସମ୍ମାନ ଦେଖାଅ।
ପରସ୍ପର ଶାନ୍ତିରେ ରୁହ। 14 ଯେଉଁମାନେ କାମ କରୁ ନାହାନ୍ତି, ଭାଇ ଓ ଭଉଣୀମାନେ, ସେମାନଙ୍କୁ ସତର୍କ କରିଦିଅ। ଯେଉଁମାନେ ଭୟରେ ଅଛନ୍ତି, ସେମାନଙ୍କୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଲୋକ ପାଇଁ ଧୈର୍ଯ୍ୟବାନ ହୁଅ। 15 ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
16 ସଦାସର୍ବଦା ଆନନ୍ଦିତ ରୁହ। 17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। 18 ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଅ। ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଗ୍ଭହାନ୍ତି।
19 କଦାପି ପବିତ୍ରଆତ୍ମାର କାର୍ଯ୍ୟ ବନ୍ଦ କର ନାହିଁ। 20 ଭବିଷ୍ୟଦ୍ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନେକର ନାହିଁ। 21 କିନ୍ତୁ ପ୍ରତ୍ୟେକ କଥାର ସତ୍ୟାସତ୍ୟ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ। 22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂରରେ ରୁହ।
23 ପରମେଶ୍ୱରଙ୍କଠାରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସେହି ଶାନ୍ତିର ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରି ନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ୱ-ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର-ମନ୍ଦରହିତ ହୋଇ ସୁରକ୍ଷିତ ରହୁ। 24 ଯେଉଁ ପରମେଶ୍ୱର ତୁମ୍ଭମାନଙ୍କୁ ଡାକିଛନ୍ତି, ତୁମ୍ଭେମାନେ ତାହାଙ୍କ ଉପରେ ଭରସା ରଖ। ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି, ସେ ସବୁକିଛି କରିବେ।
25 ଭାଇ ଓ ଭଉଣୀମାନେ! ଆମ୍ଭ ପାଇଁ ପ୍ରାର୍ଥନା କର। 26 ଏକତ୍ରିତ ହେଲାବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର। 27 ପ୍ରଭୁଙ୍କର କ୍ଷମତା ଦ୍ୱାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି। 28 ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭ ସହିତ ରହିଥାଉ।
2010 by World Bible Translation Center