Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 6

ଅନ୍ୟ ପାପ ପାଇଁ ଦୋଷାର୍ଥକ ନୈବେଦ୍ୟ

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ। କିମ୍ବା ହଜାଇଥିବା ଦ୍ରବ୍ୟ ପାଇଁ ସେହି ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ, ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ, ଏହି ଦୋଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କରେ ସେ ପାପୀ ବୋଲି ବିବେଚିତ ହୁଏ। ସେ ନିଶ୍ଚୟ ଫେରାଇଦେବ, ଯାହାକିଛି ସେ ଗ୍ଭେରି କରିଛି କିମ୍ବା ଅନ୍ୟାୟ ଭାବରେ ହରଣ କରିଛି କିମ୍ବା ତାକୁ କିଛି ବିଶ୍ୱାସରେ ଦିଆଯାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ୟ ଯାହାକି ହଜି ଯାଇଛି। ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ। ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତା’ର ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ତା’ପରେ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହୋଇଥିବ ସେଥିରୁ କ୍ଷମା ପ୍ରାପ୍ତ ହେବ।”

ହୋମବଳି

ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହୋମବଳିର ବ୍ୟବସ୍ଥା ଅଟେ, ହୋମବଳି ସମସ୍ତ ପ୍ରଭାତ ହେବା ପର୍ଯ୍ୟନ୍ତ ଯଜ୍ଞବେଦିର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ୱଳନ୍ତ ରହିବା ଉଚିତ୍। 10 ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍। 11 ତା’ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ। 12 ମାତ୍ର ଯଜ୍ଞବେଦି ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ୱଳିତ ରହିବ। ତାହା କେବେ ନିର୍ବାପିତ ହେବା ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତରେ ତା’ଉପରେ କାଠ ସଜାଇ ରଖିବ ଓ ସମାଗମ ନୈବେଦ୍ୟର ମେଦ ତା’ଉପରେ ଦ‌‌‌‌ଗ୍‌‌‌‌ଧ କରିବ। 13 ଯଜ୍ଞବେଦି ଉପରେ ଅଗ୍ନି ସର୍ବଦା ଜ୍ୱଳନ୍ତ ରହିବ, କଦାପି ନିର୍ବାପିତ ହେବ ନାହିଁ।

ଶସ୍ୟ ନୈବେଦ୍ୟ

14 “ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ। 15 ଯାଜକ ସେହି ଶସ୍ୟ ନୈବେଦ୍ୟରୁ ମୁଠାଏ ସରୁ ମଇଦା, କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ ଲୋବାନ ନେଇ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହା ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସ୍ମରଣାର୍ଥକ ନୈବେଦ୍ୟ ହେବ।

16 “ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣ ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାଡ଼ି ବିନା ତାକୁ ଭକ୍ଷ୍ୟଣ କରିବେ। 17 ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍। 18 ହାରୋଣଙ୍କ ସନ୍ତାନଗଣ ମଧ୍ୟରୁ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନୈବେଦ୍ୟ ସେମାନେ ଗ୍ରହଣ କରିବେ ଏକ ବିଧି ହେବ। ଯାହାକିଛି ଜିନିଷଗୁଡ଼ିକ ଏହାକୁ ସ୍ପର୍ଶ କରିବ ପବିତ୍ର ହେବ।”

ଯାଜକମାନଙ୍କର ଶସ୍ୟ ନୈବେଦ୍ୟ

19 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 20 “ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ। 21 ପଲମରେ ତାହା ତୈଳମିଶ୍ରିତ ହୋଇ ପ୍ରସ୍ତୁତ କରାଯିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସେହି ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ସେହି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହେବ।

22 “ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍। 23 ପୁଣି ଯାଜକର ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ଦ‌‌‌‌ଗ୍‌‌‌‌ଧ ହେବ, ତାହା ଭୋଜନ କରାଯିବ ନାହିଁ।”

ପାପାର୍ଥକ ବଳିର ବ୍ୟବସ୍ଥା

24 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 25 “ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ୟବସ୍ଥା। ଯେଉଁ ସ୍ଥାନରେ ହୋମବଳି ଉତ୍ସର୍ଗ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପମୋଚନ ପାଇଁ ପଶୁ ଉତ୍ସର୍ଗ କରାଯିବ। ଏହା ମହାପବିତ୍ର ଅଟେ। 26 ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ। 27 ଯେକେହି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହେବ,

“ପୁଣି ଯେବେ କୌଣସି ବସ୍ତ୍ରରେ ସେ ପାପାର୍ଥକ ବଳିର ରକ୍ତ ଛିଟା ପଡ଼ିଥାଏ, ତେବେ ତୁମ୍ଭେ ସେହି ବସ୍ତ୍ରକୁ ପବିତ୍ର ସ୍ଥାନରେ ଧୌତ କରିବ। 28 ଯଦି ତାହା ମାଟିପାତ୍ରରେ ପାକ କରାଯାଏ ତେବେ ତାହା ଭଙ୍ଗା ଯିବ, ଯେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ ତେବେ ତାହା ମଜା ଯିବ ଓ ଜଳରେ ପରିଷ୍କୃତ ହେବ।

29 “ଯାଜକ ପରିବାରରୁ ଯେକୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ। 30 ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ କରିବା ନିମନ୍ତେ ଯଦି କୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତେବେ ସେହି ପାପାର୍ଥକ ବଳି ନିଶ୍ଚୟ ଭୋଜନ କରାଯିବା ଉଚିତ୍ ନୁହେଁ। ତାହା ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍।

ଗୀତସଂହିତା 5-6

ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ ମୋର କଥା ଶୁଣନ୍ତୁ।
    ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
ହେ ମୋର ପରମେଶ୍ୱର ଓ ରାଜା
    ମୋର ପ୍ରାର୍ଥନା ଶୁଣ।
ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
    ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।

ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
    କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
    ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
    ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।

କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
    ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
ହେ ସଦାପ୍ରଭୁ ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
    ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
    ଓ ମୋର ପଥକୁ ସରଳ କର।
ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
    ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ।
    ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର ସେମାନଙ୍କୁ ଶାସ୍ତି ଦିଅ।
    ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
    ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
    ପରମେଶ୍ୱର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
    ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।

ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
    ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
    କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
    ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
    ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
    ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେଥିପାଇଁ ମୋତେ ରକ୍ଷା କର।

ହେ ସଦାପ୍ରଭୁ,
    ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
    ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
    ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
    କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।

10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
    ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।

ହିତୋପଦେଶ 21

21 କୃଷକ ତା’ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା’ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା’ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ।

ମନୁଷ୍ୟ ଯାହା କର୍ମ କରେ ତାହା ତା’ର ଦୃଷ୍ଟିରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦୟ ସବୁ ତୌଲନ୍ତି।

ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଗ୍ଭର ସଦାପ୍ରଭୁଙ୍କ ପ୍ରିୟ ବିଷୟ।

ଦୁଷ୍ଟ ଲୋକମାନଙ୍କର ଗର୍ବ ଗ୍ଭହାଣି ଓ ଗର୍ବିତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦେଖାଯାଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।

ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧରେ। କେବଳ ଦାରିଦ୍ର୍ୟ ଆଡ଼କୁ ପଥ ଦେଖାଏ।

ଯଦି ତୁମ୍ଭେ ଠକିକରି ଧନ ଅର୍ଜ୍ଜନ କରିଥାଅ, ସେହି ଧନ ଶୀଘ୍ର ଗ୍ଭଲିଯିବ, ଠିକ୍ ବାଷ୍ପପରି। ସେହି ଧନ ମୃତ୍ୟୁ ଆଡ଼କୁ ପରିଗ୍ଭଳିତ ହେବ।

ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ବିନାଶ କରିବ। ଯେହେତୁ ସେମାନେ ନ୍ୟାୟ କର୍ମ କରିବାକୁ ନାସ୍ତି କରନ୍ତି।

ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।

କଳିହୁଡ଼ି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।

10 ଦୁଷ୍ଟ ଲୋକର ମନ ସର୍ବଦା ଅନିଷ୍ଟ ପାଞ୍ଚେ। ପୁଣି ତା’ର ଦୃଷ୍ଟିରେ ତା’ର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ।

11 ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

12 ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟରେ ବିବେଚନା କରେ। ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ କିପରି ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ।

13 ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।

14 ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ। ପୁଣି ଅଣ୍ଟିରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ।

15 ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ। ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।

16 ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ୟୁ ଲୋକ ମଧ୍ୟରେ ଶେଷ ହେବ।

17 ଯେଉଁ ଲୋକ ଆମୋଦ ଭଲପାଏ, ସେ ଦରିଦ୍ର ହେବ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହେବ ନାହିଁ।

18 ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ, ପୁଣି ବିଶ୍ୱାସଘାତକ ସରଳ ଲୋକର ବଦଳି ସ୍ୱରୂପ।

19 କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।

20 ଜ୍ଞାନବାନର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶେଷ କରେ।

21 ଯେଉଁ ଲୋକ ଧାର୍ମିକତା ଓ ଦୟାର ପଶ୍ଚା‌‌‌ତ୍‌‌‌ଗାମୀ, ସେ ଜୀବନ, ଧାର୍ମିକତା ଓ ସମ୍ମାନ ପାଏ।

22 ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ୱଂସ କଲେ ସେମାନେ ବିଶ୍ୱାସ କରନ୍ତି।

23 ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ ସେ କ୍ଳେଶରୁ ଆପଣା ପ୍ରାଣକୁ ରକ୍ଷା କରେ।

24 ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ। ସେ ଆତ୍ମଗର୍ବ ଦେଖାଏ।

25 ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

26 କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।

27 ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ତାହା କଲେ ବହୁତ ଘୃଣିତ ହୁଏ।

28 ମିଥ୍ୟାସାକ୍ଷୀ ବିନଷ୍ଟ ହେବ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହେବ।

29 ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।

30 ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

31 ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ସର୍ବଦା ଆସେ।

କଲସୀୟଙ୍କ ପ୍ରତି ପତ୍ର 4

ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି।

ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ

ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ। ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।

ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର। କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।

ପାଉଲଙ୍କ ସାଥୀମାନଙ୍କ ବିଷୟରେ

ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।

10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ। 11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।

12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। 13 ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।

15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁ‌‌ମ୍‌‌ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। 17 ଆର୍ଖି‌ପ୍‌ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”

18 ମୁଁ ପାଉଲ, ନିଜ ହସ୍ତାକ୍ଷରରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମୋର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ଅନୁଗ୍ରହ ରହୁ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center