M’Cheyne Bible Reading Plan
36 “ତେଣୁ ବତ୍ସଲେଲ, ଅହଲୀୟାବ ଏବଂ ପ୍ରତ୍ୟେକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀୟ କାର୍ଯ୍ୟ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସେମାନଙ୍କୁ ପବିତ୍ର ସ୍ଥାନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦେଇଥିଲେ।”
2 ତା’ପରେ ମୋଶା ବତ୍ସଲେଲ ଏବଂ ଅହଲୀୟାବ ପ୍ରତ୍ୟେକ ନିପୁଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ଯ୍ୟ କରିବାକୁ କୌଶଳ ଓ ଅତିଶୟ ଦକ୍ଷତା ଦେଇଛନ୍ତି। 3 ମୋଶା ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ୟ ଦ୍ରବ୍ୟମାନ ଦେଲେ ଏବଂ ସେମାନେ ସେହି ଦ୍ରବ୍ୟଗୁଡ଼ିକ ବ୍ୟବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତରେ ଉପହାରମାନ ଆଣି ଦେଲେ। 4 ଶେଷରେ, ପବିତ୍ର ସ୍ଥାନର ନିପୁଣ କର୍ମକର୍ତ୍ତାଗଣ କାର୍ଯ୍ୟ ଛାଡ଼ି ମୋଶାଙ୍କ ନିକଟକୁ କହିବା ପାଇଁ ଗଲେ। 5 “ଲୋକମାନେ ଯଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ଯଥେଷ୍ଟ ଆଣୁଛନ୍ତି।”
6 ଏହା ପରେ ମୋଶା ଏହି ସମ୍ବାଦ ଛାଉଣି ମଧ୍ୟରେ ପ୍ରଗ୍ଭର କଲେ, “ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ।” ତେଣୁ ଲୋକମାନେ ବାଧ୍ୟ ହେଲେ ଆଉ ଉପହାର ନ ଦେବା ପାଇଁ। 7 ଲୋକମାନେ କାର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ଦେଲେ।
ପବିତ୍ର ତମ୍ବୁ
8 ଏହା ପରେ ସେହି ନିପୁଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ତମ୍ବୁର ଦଶ ଯବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧ୍ୟରେ ଶିଳ୍ପ କର୍ମରେ କିରୂବ ଦୂତଗଣର ଆକୃତି କଲେ। 9 ପ୍ରତ୍ୟେକ ଯବନିକା ଅଠେଇଶ ହାତ ଲମ୍ବ, ଗ୍ଭରି ହାତ ପ୍ରସ୍ଥ ଏବଂ ପ୍ରତ୍ୟେକ ଯବନିକା ସମପରିମାଣର ଥିଲା। 10 ସେମାନେ ପଞ୍ଚ ଯବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ଯବନିକା ମଧ୍ୟ ଏକତ୍ର କରି ଯୋଗ କଲେ। 11 ସେମାନେ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ଯୋଡ଼ ସ୍ଥାନର ଦ୍ୱିତୀୟ ଅନ୍ୟ ଯବନିକାର ଧଡ଼ିରେ ଏକାପରି କାର୍ଯ୍ୟମାନ କଲେ। 12 ସେମାନେ ପ୍ରଥମ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। ସେହି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା। 13 ଏହା ପରେ ସେମାନେ ପଗ୍ଭଶ୍ ଗୋଟି ସ୍ୱର୍ଣ୍ଣଘୁଣ୍ଡି କରି ଯବନିକା ସବୁ ଯୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହୋଇ ଗୋଟିଏ ହେଲା।
14 ଏହା ପରେ ସେହି ଶିଳ୍ପୀଗଣ ସେହି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ। 15 ପ୍ରତ୍ୟେକ ଯବନିକାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ବିଶିଷ୍ଟ ହେଲା। ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା। 16 ସେମାନେ ପାଞ୍ଚୋଟି ଯବନିକା ଯୋଡ଼ି ଗୋଟିଏ ଏବଂ ଅନ୍ୟ ଛଅଟି ଯବନିକା ଯୋଡ଼ି ଗୋଟିଏ ପ୍ରସ୍ତୁତ କଲେ। 17 ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ। 18 ଶିଳ୍ପୀମାନେ ପିତ୍ତଳର ପଗ୍ଭଶ୍ଟି ମୁଦିଆ ତିଆରି କଲେ, ସେହି ଯବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ। 19 ଏହା ପରେ ସେମାନେ ଆଉ ଦୁଇଟି ଯବନିକା ପ୍ରସ୍ତୁତ କଲେ ସେହି ପବିତ୍ର ତମ୍ବୁ ପାଇଁ, ସେମାନେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକଚର୍ମରେ ତିଆରି କଲେ।
20 ଏହା ପରେ ଶିଳ୍ପୀମାନେ ଶିଟୀମ୍ କାଠରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ. 21 ପ୍ରତ୍ୟେକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। 22 ପ୍ରତ୍ୟେକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସେମାନେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ। 23 ସେମାନେ ପବିତ୍ର ତମ୍ବୁ ନିମନ୍ତେ କୋଡ଼ିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ। 24 ଏହା ପରେ ସେମାନେ ଗ୍ଭଳିଶ୍ଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦେବା ପାଇଁ। ପ୍ରତ୍ୟେକ ତକ୍ତା ପାଇଁ ସେମାନେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରତ୍ୟେକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ। 25 ସେମାନେ ଉତ୍ତରପଟ ପାଇଁ କୋଡ଼ିଏଟି ପଟା ତିଆରି କଲେ, ସେହି ପବିତ୍ର ତମ୍ବୁ ପାଇଁ। 26 ସେମାନେ ଏହି କୋଡ଼ିଏଟି ପଟା ନିମନ୍ତେ ଗ୍ଭଳିଶ୍ଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସେମାନେ ପ୍ରସ୍ତୁତ କଲେ। 27 ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସେମାନେ ଛଅଟି ପଟା ତିଆରି କଲେ। 28 ସେମାନେ ମଧ୍ୟ ପବିତ୍ର ତମ୍ବୁ ପଛପାଖ କୋଣ ପାଇଁ ତକ୍ତାଗୁଡ଼ିକ ତିଆରି କଲେ। 29 ଏହି ପଟାଗୁଡ଼ିକର ତଳେ ଏକତ୍ର କରି ଯୋଡ଼ା ଗଲା। ଏବଂ ଉପରେ ଏକ କଡ଼ା ଦ୍ୱାରା ଯୋଡ଼ ରହିଲା। ଏହିପରି ଭାବରେ ସେହି କୋଣ ପଟା ଦ୍ୱୟ ଏକତ୍ର ହୋଇ ରହିଲା। ସେମାନେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ। 30 ସେହି ପବିତ୍ର ତମ୍ବୁର ପଶ୍ଚିମ ପଟରେ ମୋଟ ଆଠଟି ତକ୍ତା ରହିଲା। ଏବଂ ଷୋହଳଟି ରୂପାର ଆଧାର ଥିଲା। ପ୍ରତ୍ୟେକ ତକ୍ତା ପାଇଁ ଦୁଇଟି ଆଧାର।
31 ଏହା ପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠରେ ଅର୍ଗଳ ପ୍ରସ୍ତୁତ କଲେ। ସେମାନେ ପବିତ୍ର ତମ୍ବୁର ଗୋଟିଏ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ତିଆରି କଲେ। 32 ପାଞ୍ଚୋଟି ଅର୍ଗଳ ଅନ୍ୟ ପାର୍ଶ୍ୱ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କଲେ। 33 ମଧ୍ୟସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା। 34 ଆଉ ସେମାନେ ସେହିସବୁ ପଟା ସୁବର୍ଣ୍ଣ ଦ୍ୱାରା ମଡ଼ାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ। ଅର୍ଗଳସବୁ ସୁନାରେ ମଡ଼ାଇଲେ।
35 ଏହା ପରେ ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କଲେ। 36 ସେମାନେ ତା’ ପାଇଁ ଶିଟୀମ୍ କାଠର ଗ୍ଭରିସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ। ଏବଂ ସେସବୁର ଆଙ୍କଡ଼ା ସୁନାରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଗ୍ଭରୋଟି ଚୁଙ୍ଗୀ ଢାଳିଲେ। 37 ସେମାନେ ତମ୍ବୁ ପ୍ରବେଶ ଦ୍ୱାର ନିମନ୍ତେ ନୀଳ, ଧୂମ୍ର ସିନ୍ଦୁରବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ। 38 ତାହାର ପାଞ୍ଚୋଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡ଼ା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣରେ ମଡ଼ାଇଲେ। ମାତ୍ର ସେମାନଙ୍କର ପାଞ୍ଚୋଟି ଚୁଙ୍ଗୀ ପିତ୍ତଳର ଥିଲା।
ଯୀଶୁ ଦ୍ରାକ୍ଷାଲତା ସଦୃଶ
15 ଯୀଶୁ କହିଲେ, “ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। 2 ମୋ’ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। 3 ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। 4 ମୋ’ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।
5 “ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ’ଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। 6 ଯଦି କେହି ବ୍ୟକ୍ତି ମୋ’ଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। 7 “ମୋ’ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। 8 ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।
9 “ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା’ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। 12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।
16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।
ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି
18 “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। 19 ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା’ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।
20 “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। 21 ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। 22 ମୁଁ ଯଦି ଆସି ନ ଥା’ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା’ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।
23 “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। 24 ଯଦି ମୁଁ ସେହି କାର୍ଯ୍ୟ କରି ନ ଥା’ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। 25 ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’ [a]
26 “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27 ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।
12 ଯଦି ଜଣେ ଜ୍ଞାନୀ ହେବାକୁ ଗ୍ଭହେଁ, ସେ ତା’ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମୂର୍ଖ।
2 ସତ୍ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା’ନ୍ତି। କିନ୍ତୁ ଯେଉଁ ବ୍ୟକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହେବ।
3 କୁପଥ ଦ୍ୱାରା କେହି ସୁରକ୍ଷିତ ହେବ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦରେ ରହିବେ।
4 ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ। ଲଜ୍ଜାଦାୟୀନୀ ସ୍ତ୍ରୀ ତା’ର ହାଡ଼ ସବୁର କ୍ଷୟ ସ୍ୱରୂପ।
5 ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ।
6 ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି।
7 ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସେମାନଙ୍କ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ୟ ସେମାନେ ସ୍ମୃତିରେ ହିଁ ରହନ୍ତି।
8 ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।
9 ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ, ଯିଏ ନିଜକୁ ମହତ୍ତ୍ୱ ବୋଲି ଛଳନା କରେ, କିନ୍ତୁ ତା’ ପାଖରେ ଯଥେଷ୍ଟ ଖାଦ୍ୟ ନ ଥାଏ।
10 ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି।
11 ଯେଉଁ ଲୋକ ଆପଣା ଭୂମି ଚଷେ, ସେ ଯଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।
12 ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ।
13 ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।
14 ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହେବ।
15 ଅଜ୍ଞାନର ପଥ ତା’ର ନିଜ ଦୃଷ୍ଟିରେ ଯଥାର୍ଥ ମାତ୍ର ଜ୍ଞାନବାନମାନେ ପରାମର୍ଶ ଶୁଣନ୍ତି।
16 ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ; କିନ୍ତୁ ବିଜ୍ଞ ମନୁଷ୍ୟ ଅପମାନକୁ ଉପେକ୍ଷା କରେ।
17 ସତ୍ୟବାଦୀମାନେ ନ୍ୟାୟପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ୟାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।
18 ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଦ୍ୱିଶାଣିତ ଖଡ଼୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
19 ମିଥ୍ୟାବାଦୀର କଥା କେବଳ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ୟତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।
20 ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦୟ ଆନନ୍ଦପ୍ରଦ ହୁଏ।
21 ଧାର୍ମିକ ପ୍ରତି କୌଣସି ବିପର୍ଯ୍ୟୟ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ୟା ହେବ।
22 ମିଥ୍ୟାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ୟ କୁହନ୍ତି, ସେମାନେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।
23 ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
24 ଜଣେ କର୍ମଶୀଳଙ୍କ ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆଲୋକ ଦାସ ହେବ।
25 ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।
26 ଧାର୍ମିକ ଲୋକ ଆପଣା ପ୍ରତିବାସୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ।
27 ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମର ପକ୍ଷରେ ରହେ।
28 ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗରେ ମୃତ୍ୟୁ ନ ଥାଏ।
ଜ୍ୟୋତିଃର୍ମୟ ଜୀବନ
5 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। 2 ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।
3 ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। 4 ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। 5 ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ।
6 ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। 7 ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। 8 ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। 9 ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:
“ହେ! ଶୋଇଥିବା ଲୋକ, ଜାଗି ଉଠ
ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”
15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
ପତି ଓ ପତ୍ନୀ
21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର [a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।
25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।
28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” [b] 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।
2010 by World Bible Translation Center