Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 27

ହୋମ ନୈବେଦ୍ୟ ନିମନ୍ତେ ଯଜ୍ଞବେଦି

27 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍। ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍।

“ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଗ୍ଭମୁଚ ଏବଂ କରେଇ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। ପିତ୍ତଳରେ ଏକ ଜାଲି କରିବ ଓ ତା’ ଉପରେ ଗ୍ଭରି କୋଣରେ ପିତ୍ତଳର ଗ୍ଭରିକଡ଼ା କରିବ। ଯଜ୍ଞବେଦିର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ଯଜ୍ଞବେଦିର ମଧ୍ୟଭାଗ ପର୍ଯ୍ୟନ୍ତ ପାଇବା ଉଚିତ୍।

“ଯଜ୍ଞବେଦିର ଖମ୍ବ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ପିତ୍ତଳ ଆଚ୍ଛାଦନ କର। ପୁଣି ସେହି ବେଦିକୁ ବହିବା ବେଳେ ବେଦିର ଉଭୟ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରଖ। ତୁମ୍ଭେ ଯଜ୍ଞବେଦିକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତରେ ତୁମ୍ଭକୁ ଯେଉଁ ରୂପେ ଦେଖାଇଥିଲି ସେହିପରି ଭାବରେ ବେଦି ନିର୍ମାଣ କରାଯିବା ଉଚିତ୍।

ପବିତ୍ର ତମ୍ବୁର ଚତୁର୍ପାର୍ଶ୍ୱର ପ୍ରାଙ୍ଗଣ

“ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍। 10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। 11 ତମ୍ବୁର ଉତ୍ତର ପାର୍ଶ୍ୱରେ ଶହେ ହାତ ଲମ୍ବ ପରଦା ହେବ ଓ ତାହାର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ଏବଂ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ହେବ।

12 “ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଗ୍ଭଶ୍ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ। 13 ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥତା ପଗ୍ଭଶ୍ ହାତ ହେବ। 14 ପୂର୍ବ ଭାଗରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। 15 ଅନ୍ୟ ପାର୍ଶ୍ୱରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

16 “ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍। 17 ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତା’ର ଆଙ୍କଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। 18 ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଗ୍ଭଶ୍ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହେବ। ସେହି ଶୁଭ୍ର କ୍ଷୋମସୂତ୍ରରେ ପ୍ରସ୍ତୁତ ହେବା ସହିତ କଂସାର ଆଧାର ରହିବା ଉଚିତ୍। 19 ଆଉ ପବିତ୍ର ତମ୍ବୁର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ଓ ପ୍ରାଙ୍ଗଣର ସମସ୍ତ ଖିଲ କଂସାରେ ନିର୍ମିତ ହେବା ଉଚିତ୍।

ପ୍ରଦୀପ ପାଇଁ ତୈଳ

20 “ବର୍ତ୍ତମାନ ଇସ୍ରାଏଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପେଷା ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ। 21 ହାରୋଣ ଓ ତା’ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”

ଯୋହନ ଲିଖିତ ସୁସମାଗ୍ଭର 6

ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ(A)

ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲି‌ପ୍‌ପଙ୍କୁ କହିଲେ, “ଫିଲି‌ପ୍‌ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” ସେ ଏ କଥା ଫିଲି‌ପ୍‌ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।

ଫିଲି‌ପ୍‌ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”

ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, “ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”

10 ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। 11 ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

12 ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” 13 ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।

14 ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”

15 ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।

ଯୀଶୁ ପାଣିରେ ଗ୍ଭଲିଲେ(B)

16 ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ। 17 ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ। 18 ଖୁ‌ବ୍‌ ଜୋ‌ର୍‌ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। 19 ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା’ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ। 20 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।” 21 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା’ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା।

ଲୋକମାନେ ଯୀଶୁଙ୍କୁ ଖୋଜିଲେ

22 ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା। 23 କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗା ଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟୀ ଖାଇଥିଲେ। 24 ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ।

ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ

25 ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?”

26 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। 27 ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”

28 ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ’ଣ କ’ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?”

29 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।”

30 ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ’ଣ କରିବ? 31 ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା [a] ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।” [b]

32 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। 33 ପରମେଶ୍ୱରଙ୍କର ଖାଦ୍ୟ କ’ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”

34 ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”

35 ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। 36 ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। 37 ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। 38 ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। 39 ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉ‌ତ୍‌ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। 40 ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉ‌ତ୍‌ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”

41 “ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ। 42 ଯିହୂଦୀମାନେ କହିଲେ, “ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ। ଯୀଶୁ କେବଳ ଯୋଷେଫଙ୍କର ପୁତ୍ର। ‘ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି?’”

43 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦକର। 44 ପରମପିତା ମୋତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମୋ’ ନିକଟକୁ ଆଣନ୍ତି। ମୁଁ ସେହି ଲୋକମାନଙ୍କୁ ଶେଷଦିନରେ ଉ‌ତ୍‌ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ନ ଆଣିବେ, ତେବେ ସେ ଲୋକ ମୋ’ ପାଖକୁ ଆସି ପାରିବ ନାହିଁ। 45 ଭାବବାଣୀରେ ଏହିପରି ଲେଖା ଅଛି: ‘ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ।’ [c] ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା’ପରେ ମୋ’ ପାଖକୁ ସେ ଲୋକମାନେ ଆସନ୍ତି। 46 ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ୟକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି, ଯିଏ କି ପରମେଶ୍ୱରଙ୍କଠାରୁ ଆସିଛନ୍ତି। ସେହି ଲୋକ ପରମପିତାଙ୍କୁ ଦେଖିଛନ୍ତି।

47 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ତେବେ ସେ ଅନନ୍ତ ଜୀବନ ଲାଭ କରେ। 48 ମୁଁ ନିଜେ ସେହି ଜୀବନଦାୟକ ଖାଦ୍ୟ। 49 ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତରରେ ପରମେଶ୍ୱର ଦେଇଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସେମାନେ ଅନ୍ୟ ଲୋକଙ୍କ ପରି ମରିସାରିଲେଣି। 50 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ସେହି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ କଦାପି ମରିବ ନାହିଁ। 51 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”

52 ତା’ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା’ର ଶରୀର ଖାଇବା ପାଇଁ ଦେଇ ପାରିବ?”

53 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ, ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ। 54 ଯେଉଁ ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋ’ ରକ୍ତ ପିଏ, ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି। 55 ମୋର ମାଂସ ପ୍ରକୃତ ଆହାର। ମୋର ରକ୍ତ ପ୍ରକୃତ ପାନୀୟ। 56 ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।

57 “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। 58 ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”

59 ଯୀଶୁ କଫର୍ନାହୂମର ସମାଜଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ।

ଯୀଶୁଙ୍କୁ ଅନୁଗମନ କରୁଥିବା ଅନେକ ଲୋକ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ

60 ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ, “ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରି ପାରିବ?”

61 ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, “ଏ ଉପଦେଶ କ’ଣ ତୁମ୍ଭକୁ ଅସୁବିଧାରେ ପକାଉଛି? 62 ତେବେ ମନୁଷ୍ୟପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ’ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି? 63 ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ। 64 କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ। 65 ଯୀଶୁ କହିଲେ, “ସେଥିପାଇଁ ମୁଁ କହିଥିଲି, ‘ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ସେ ଲୋକ ମୋ’ ନିକଟକୁ ଆସିପାରିବ ନାହିଁ।’”

66 ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

67 ଯୀଶୁ ବାରଜଣ ପ୍ରେରିତଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ିଯିବା ପାଇଁ ଗ୍ଭହଁ କି?”

68 ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି। 69 ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।”

70 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।” 71 ଯୀଶୁ ଶିମୋନ ଇଷ୍କାରିୟୋତର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଥିଲେ। ସେ ବାରଜଣଙ୍କ ମଧ୍ୟରୁ ଜଣେ ଥିଲା। ପରେ ସେହି ଯିହୂଦା ତାହାଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଥିଲା।

ହିତୋପଦେଶ 3

ସ‌‌‌ତ୍‌‌‌ମାର୍ଗ ଅନୁସରଣକାରୀମାନଙ୍କର ଜୀବନ ସୁଦୀର୍ଘ ହେବ

ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ। ମୋର ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମୟ ଓ ଶାନ୍ତି ପ୍ରଦାୟକ ହେବ।

ପ୍ରେମ, ବିଶ୍ୱାସ ଏବଂ ସତ୍ୟତା ତୁମ୍ଭକୁ କେବେ ପରିତ୍ୟାଗ କରିବା ଉଚିତ୍ ନୁହଁ। ଆପଣା ଗଳାରେ ସେଗୁଡ଼ିକ ବାନ୍ଧି ରଖ। ଆପଣା ହୃଦୟରେ ସେଗୁଡ଼ିକ ଲେଖିରଖ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।

ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ। ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ। ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ। ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ।

ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ। 10 ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

11 ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର। 12 କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି।

13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ। 14 ରୂପାର ବାଣିଜ୍ୟଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ୟବସାୟଠାରୁ ବିଦ୍ୟା ମଧ୍ୟ ଅଧିକ ଲାଭଦାୟକ। 15 ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।

16 ସେହିଲୋକ ଡାହାଣ ହସ୍ତରେ ଦୀର୍ଘାୟୁ ଏବଂ ବାମ ହସ୍ତରେ ଧନ ଓ ସମ୍ମାନ ଧାରଣ କରିଛି। 17 ଜ୍ଞାନୀ ଲୋକମାନେ ସୁଖ ଶାନ୍ତିରେ ବାସ କରନ୍ତି। 18 ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁମାନେ ତା’ର ଆଶ୍ରୟ ନିଅନ୍ତି ସେମାନେ ଜୀବନ ପାଆନ୍ତି। ସେହିମାନେ ବାସ୍ତବରେ ଧନ୍ୟ।

19 ସଦାପ୍ରଭୁ ଜ୍ଞାନରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନରେ ଆକାଶ ମଣ୍ଡଳ ସୃଷ୍ଟି କଲେ। 20 ସଦାପ୍ରଭୁ ତାଙ୍କ ଜ୍ଞାନରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।

21 ହେ ମୋର ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର। 22 ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। 23 ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଗ୍ଭଲିବ। ତୁମ୍ଭେ କେଉଁଠାରେ ଝୁଣ୍ଟିବ ନାହିଁ। 24 ଶୟନ ସମୟରେ ତୁମ୍ଭର ଭୟ ହେବ ନାହିଁ। ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। 25 ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ। 26 କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।

27 ଯେତେବେଳେ ତୁମ୍ଭେ ପାରିବ, ସେତେବେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର। 28 ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଦିଅ। “କାଲି ଆସ, ଏପରି କୁହ ନାହିଁ।”

29 ଯେତେବେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ୱାସ କରି ତୁମ୍ଭ ପାଖରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କର ନାହିଁ।

30 ବିନା କାରଣରେ ତୁମ୍ଭର ପଡ଼ୋଶୀକୁ ବିଗ୍ଭରାଳୟକୁ ନିଅ ନାହିଁ। ସେ ଯଦି ନିର୍ଦ୍ଦୋଷ ହୋଇଥାଏ, ତେବେ ତାଙ୍କ ପ୍ରତି ଏପରି କର ନାହିଁ।

31 କିଛି ଲୋକ ଅଛନ୍ତି ଯେଉଁମାନେ ସହଜରେ ରାଗିଯା’ନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସେପରି ହୁଅ ନାହିଁ। 32 କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ରେମ କରନ୍ତି, କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।

33 ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧରେ ଥା’ନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।

34 ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।

35 ଜ୍ଞାନବାନଙ୍କର ଜୀବନ ସେମାନଙ୍କୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସେମାନଙ୍କୁ ଲଜ୍ଜା ଦିଏ।

ଗାଲାତୀୟଙ୍କ ପ୍ରତି ପତ୍ର 2

ଅନ୍ୟ ପ୍ରେରିତମାନେ ପାଉଲଙ୍କୁ ଗ୍ରହଣ କଲେ

ମୁଁ ଚଉଦ ବର୍ଷ ପରେ ପୁଣି ଥରେ ଯିରୁଶାଲମକୁ ଗଲି। ବର୍ଣ୍ଣ‌ବ୍‌‌‌‌ବା ଓ ତୀତସଙ୍କୁ ମଧ୍ୟ ସାଙ୍ଗରେ ନେଇ ଥିଲି। ଯିରୁଶାଲମ ଯିବା ପାଇଁ ପରମେଶ୍ୱର ମୋତେ ପ୍ରକାଶ କରିଥିବାରୁ ମୁଁ ସେଠାକୁ ଯାଇଥିଲି। ବିଶ୍ୱାସୀ ଲୋକମାନଙ୍କ ମଧ୍ୟରେ ଥିବା ନେତୃସ୍ଥାନୀୟ ଲୋକମାନଙ୍କ ପାଖକୁ ମୁଁ ଗଲି। ଯେତେବେଳେ ଆମ୍ଭେମାନେ ଏକାନ୍ତରେ ଥିଲୁ, ସେତେବେଳେ ସେମାନଙ୍କୁ ମୁଁ ପ୍ରଗ୍ଭର କରୁଥିବା ସୁସମାଗ୍ଭର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଗ୍ଭର ଶୁଣାଇ ସାରି ଥିଲି। ଏହା ଦ୍ୱାରା ମୁଁ ଇଚ୍ଛା କଲି ଯେ, ମୁଁ ଯେଉଁ କାମ ପୂର୍ବରୁ କରି ସାରିଥିଲି ଓ ଏବେ ଯାହା କରୁଛି, ଯେପରି ସେ ସବୁ ବିଫଳ ନ ହୁଏ।

ତୀତସ ମୋ’ ସହିତ ଥିଲେ। ସେ ଜଣେ ଅଣଯିହୂଦୀ ଲୋକ ଥିଲେ। କିନ୍ତୁ ଏହି ଲୋକମାନେ ତୀତସଙ୍କୁ ମଧ୍ୟ ସୁନ୍ନତ ହେବା ପାଇଁ ବାଧ୍ୟ କଲେ ନାହିଁ। ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେହି ଭଣ୍ଡ ଭାଇମାନେ ଯାହା କରିବାକୁ ଗ୍ଭହୁଁଥିଲେ, ସେଥିରେ ଆମ୍ଭେ କୌଣସିମତେ ସମ୍ମତ ହେଲୁ ନାହିଁ। ଆମ୍ଭେ ଇଚ୍ଛା କଲୁ ଯେ, ତୁମ୍ଭମାନଙ୍କ ଭିତରେ ସୁସମାଗ୍ଭର ସତ୍ୟ ରହିଥାଉ।

କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ। ଏହି ଲୋକମାନେ ଦେଖିଲେ ଯେ, ପରମେଶ୍ୱର ପିତରଙ୍କ ଭଳି ମୋତେ ଗୋଟିଏ ବିଶେଷ କାମ ଦେଇଛନ୍ତି। ପରମେଶ୍ୱର ଯିହୂଦୀମାନଙ୍କୁ ସୁସମାଗ୍ଭର କହିବା ପାଇଁ ପିତରଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ପରମେଶ୍ୱର ମୋତେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର କହିବା କାମ ଦେଇଛନ୍ତି। ପରମେଶ୍ୱର ପିତରଙ୍କୁ ଜଣେ ପ୍ରେରିତ ରୂପରେ କାମ କରିବା ଶକ୍ତି ପ୍ରଦାନ କରିଥିଲେ। ସେ ଯିହୂଦୀମାନଙ୍କର ଜଣେ ପ୍ରେରିତ। ପରମେଶ୍ୱର ମୋତେ ମଧ୍ୟ ଜଣେ ପ୍ରେରିତ ଭାବରେ କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଅଟେ। ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।” 10 ସେମାନେ ଆମ୍ଭକୁ ଗୋଟିଏ କଥା କହିବା ଉପରେ ଜୋର୍ ଦେଲେ ଯେ, ଆମ୍ଭେ ଯେପରି ଅଭାବରେ ଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା କଥା ମନେରଖୁ। ଏହି କାମଟି କରିବା ପାଇଁ ମୁଁ ଯେ କେବଳ ଇଚ୍ଛା କରୁଥିଲି ତା’ ନୁହେଁ, ବରଂ ଏଥିପାଇଁ ମୋର ଉଦ୍‌‌ଯୋଗ ମଧ୍ୟ ଥିଲା।

ପାଉଲ ପିତରଙ୍କ ଭୂଲ୍ ଦେଖାଇ ଦେଲେ

11 ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା: 12 ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ [a] ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। 13 ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣ‌ବ୍‌‌‌‌ବା ମଧ୍ୟ ପ୍ରଭାବିତ ହୋଇଗଲେ। 14 ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”

15 ଆମ୍ଭେମାନେ ଯିହୂଦୀ ରୂପେ ଜନ୍ମ ହୋଇଛୁ, ଏବଂ ଆମ୍ଭେମାନେ ପାପୀ ଅଣଯିହୂଦୀମାନଙ୍କ ପରି ନୋହୁଁ। 16 ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।

17 ଆମ୍ଭେ ଯିହୂଦୀମାନେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଭେ ମଧ୍ୟ ପାପୀ। ଏହାର ଅର୍ଥ କ’ଣ ଏହା ଯେ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି? ନା! 18 କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା’ହେଲେ ଏହା ଭୂଲ ହେବ। 19 ମୁଁ ବ୍ୟବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ୟବସ୍ଥା ମୋର ମୃତ୍ୟୁ ଘଟାଇଲା। କିନ୍ତୁ ମୁଁ ପରମେଶ୍ୱରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ମୃତ୍ୟୁଭୋଗ କରିସାରିଛି। 20 ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି। 21 ଏହି ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର। ଏହା ମୋ’ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଯଦି ନିୟମ ଦ୍ୱାରା ଧାର୍ମିକ ଗଣିତ ହେବା ସମ୍ଭବ ହୋଇଥା’ନ୍ତା, ତା’ହେଲେ ଖ୍ରୀଷ୍ଟ ବିନା କାରଣରେ ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center