M’Cheyne Bible Reading Plan
ଅନ୍ୟାନ୍ୟ ବ୍ୟବସ୍ଥା ଓ ଆଜ୍ଞା
21 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଏଗୁଡ଼ିକ ହେଉଛି ଅନ୍ୟାନ୍ୟ ବ୍ୟବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।
2 “ଯଦି ତୁମ୍ଭେ ଜଣେ ଏବ୍ରୀୟ କ୍ରୀତଦାସ ନିଅ, ତେବେ ସେ ଛଅ ବର୍ଷ ତୁମ୍ଭର ସେବା କରିବ। ସପ୍ତମ ବର୍ଷରେ ସେ ମୁକ୍ତ ହୋଇଯିବ। ତାକୁ ଆଉ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। 3 ଯଦି ସେହି ଲୋକ ଜଣକ ବିବାହିତ ନ ହୋଇଥାଏ, ତେବେ ସେ ଏକାକୀ ଯିବ ଓ ଯଦି ସେ ବିବାହିତ ହୋଇଥାଏ ତେବେ ସେ ମୁକ୍ତ ହେବା ସମୟରେ ତା’ର ସ୍ତ୍ରୀକୁ ସାଙ୍ଗରେ ନେଇଯିବ। 4 ଯଦି ତା’ର ମୁନିବ ତାକୁ ବିବାହ କରି ଦେଇଥାଏ, ଯଦି ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟା ଜନ୍ମ ହୋଇଥାଏ, ତେବେ ତା’ର ସ୍ତ୍ରୀ ଓ ପୁତ୍ରକନ୍ୟା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାଯିବ।
5 “ମାତ୍ର ଏପରି ହୋଇପାରେ ଯେ ସେ ଦାସ କହିପାରେ ମୁଁ ମୋର ମୁନିବ ନିକଟରେ ରହିବି। ଯଦି ସେ କହେ, ‘ମୁଁ ମୋର ମୁନିବକୁ ଭଲ ପାଏ, ମୁଁ ମୋର ସ୍ତ୍ରୀ, ପୁତ୍ରକନ୍ୟାକୁ ପ୍ରେମ କରେ, ମୁଁ ମୁକ୍ତ ହେବାକୁ ଗ୍ଭହୁଁ ନାହିଁ, ମୁଁ ଏଠାରେ ରହିବି।’ 6 ଯଦି ଏପରି ଘଟେ, ତେବେ ତା’ର ମୁନିବ ତାଙ୍କୁ ପରମେଶ୍ୱରଙ୍କ ସମ୍ମୁଖକୁ ଆଣିବ, ତା’ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀରେ ତା’ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା’ର ସେବା କରିବ।
7 “ଜଣେ ଲୋକ ତା’ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ। 8 ଯଦି ତା’ର ମୁନିବ ତା’ ଉପରେ ସନ୍ତୁଷ୍ଟ ନୁହେଁ, ତେବେ ତା’ର ବିବାହ ଠିକ୍ କରି ନ ପାରେ, ତେବେ ତାକୁ ପୁନରାୟ ତା’ର ପିତାକୁ ବିକ୍ରୟ କରିଦେଇ ପାରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରୟ କରି ପାରିବ ନାହିଁ, କାରଣ ସେ ତାକୁ ଅବିଶ୍ୱସ୍ତ ଭାବରେ ବ୍ୟବହାର କରିଛି। 9 ଯଦି ତା’ର ମୁନିବ ତାକୁ ତା’ର ପୁତ୍ରବଧୁ କରିବାକୁ କହିଥାଏ, ତେବେ ତାକୁ ଦାସୀ ଭାବରେ ବିବେଚନା କରାଯାଇ ପାରିବ ନାହିଁ। ତାକୁ ତାଙ୍କର କନ୍ୟାପରି ବ୍ୟବହାର କରାଯିବ।
10 “ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତେବେ ସେ ପ୍ରଥମ ସ୍ତ୍ରୀକୁ କେବେ ଅସୁବିଧାରେ ପକାଇବ ନାହିଁ। ତା’ର ବିବାହୋଚିତ କର୍ତ୍ତବ୍ୟ ଯଥା: ଖାଦ୍ୟ, ବସ୍ତ୍ରରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ। 11 ସେହି ଲୋକ ଏହିସବୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଯଦି ଏଥିରେ ସେ ତୃଟି କରେ ତେବେ ସେହି ସ୍ତ୍ରୀ ଜଣକ ନିଜେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
12 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। 13 ଯଦି ସେ ତାକୁ ହତ୍ୟା କରିବାକୁ ଗ୍ଭହୁଁ ନ ଥିଲା କିନ୍ତୁ ପରମେଶ୍ୱର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସେମାନେ ତାକୁ ଉପଯୁକ୍ତ ଜାଗା ଦେବେ। 14 କିନ୍ତୁ ଯଦି ଜଣେ ବ୍ୟକ୍ତି ଇଚ୍ଛା କରି କିମ୍ବା ରାଗରେ ଅନ୍ୟଜଣକୁ ହତ୍ୟା କରେ, ତେବେ ହତ୍ୟାକାରୀ ନିଶ୍ଚିତ ମୃତ୍ୟୁଦଣ୍ଡ ପାଇବ। ତାକୁ ମୋର ଯଜ୍ଞବେଦି ପାଖରୁ ନେଇଯାଅ ଓ ହତ୍ୟା କର।
15 “ଯଦି କୌଣସି ଲୋକ ତା’ର ପିତା କିମ୍ବା ମାତାକୁ ଆଘାତ କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।
16 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଅପହରଣ କରି ବିକ୍ରୟ କରେ କିମ୍ବା ଦାସ ଭାବରେ ରଖେ, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।
17 “ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ।
18 “ଯଦି ଦୁଇ ଲୋକ ମଧ୍ୟରେ ବିବାଦ ଉପୁଜିବାରୁ କେହି ଅନ୍ୟକୁ ପଥରରେ ଆଘାତ କରେ ବା ହସ୍ତରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମରେ ତେବେ ମାରିଥିବା ଲୋକକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। 19 ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା’ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା’ର ସହାୟତା କରିବ।
20 “ବେଳେ ବେଳେ ମୁନିବ ତା’ର ଦାସୀକୁ କିମ୍ବା ଦାସକୁ ମାଡ଼ ମାରେ, ଯଦି ଆଘାତପ୍ରାପ୍ତ ହୋଇ ଦାସଟି ମରିଯାଏ, ତେବେ ତା’ର ମୁନିବକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। 21 ଯଦି ସେହି ଦାସ ମାଡ଼ ହେବା ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତେବେ ତାକୁ ଆଉ ଦଣ୍ଡ ଦିଆଯିବ ନାହିଁ। କାରଣ, ମୁନିବ ତାକୁ ପଇସା ବିନିମୟରେ କ୍ରୟ କରିଥାଏ ଏବଂ ଦାସଟି ତା’ର ସମ୍ପୁର୍ଣ୍ଣ ନିଜର ହୋଇଥାଏ।
22 “ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା’ର ଗର୍ଭପାତ ହୁଏ ମାତ୍ର ପରେ ତା’ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ। 23 ଯଦି ଜଣେ ବ୍ୟକ୍ତି ଜୋର୍ରେ ଆଘାତ ପ୍ରାପ୍ତ ହୁଏ, ତେବେ ଆଘାତକାରୀ ଜୀବନ ବଦଳରେ ଜୀବନ ଦେବ। 24 ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ, 25 ବାହୁ ପରିଶୋଧରେ ବାହୁ, କ୍ଷତ ପରିଶୋଧରେ କ୍ଷତ, ଦାଗ ପରିଶୋଧରେ ଦାଗ ଦଣ୍ଡ ଦିଆଯିବ।
26 “ଯଦି କେହି ତା’ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା’ର ଚକ୍ଷୁ ନଷ୍ଟ ହୋଇଯାଏ ତେବେ ତାକୁ ମୁକ୍ତ କରି ଦିଆଯିବ। 27 ଯଦି କେହି ମୁନିବ ତା’ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା’ର ଦାନ୍ତ ହରାଏ ତେବେ ତା’ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ।
28 “ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତେବେ ତା’ର ମୁନିବ ଦୋଷୀ ହେବ ନାହିଁ କିନ୍ତୁ ସେହି ବଳଦକୁ ପଥର ଦ୍ୱାରା ମରାଯିବ ଓ ତା’ର ମାଂସ ଖିଆଯିବ ନାହିଁ। 29 ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା’ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା’ର ମୁନିବକୁ ମଧ୍ୟ ହତ୍ୟା କରାଯିବ। 30 ଯଦି ବିଗ୍ଭରକର୍ତ୍ତାଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କେହି ଆତ୍ମୀୟ ସେହି ଅର୍ଥକୁ ଗ୍ରହଣ କରେ ତେବେ ଆଉ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ।
31 “ଏହି ନିୟମ ମଧ୍ୟ ବଳଦ ମାରି ଦେଇଥିବା ପୁତ୍ର, କନ୍ୟା ଏବଂ ଲୋକଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବ। 32 କିନ୍ତୁ ଯଦି ବଳଦ ଯେବେ କାହାର ଦାସ କି ଦାସୀକୁ ଆଘାତ କରେ, ତେବେ ସେ ତା’ର ପ୍ରଭୁକୁ ତିରିଶ୍ ଶେକଲ ରୂପା ଦେବ। ଆଉ ବଳଦକୁ ପ୍ରସ୍ତର ଦ୍ୱାରା ହତ୍ୟା କରାଯିବ।
33 “ଯଦି ଜଣେ ବ୍ୟକ୍ତି ଖୋଳିଥିବା କୂଅ ବା ଗାତ ଖୋଲା ରଖିଥାଏ ଏବଂ ଯଦି ତା’ ଭିତରେ ଏକ ବଳଦ କିମ୍ବା ଏକ ଗଧ ପଡ଼ିଯାଏ ତେବେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାଯିବ। 34 ସେହି ଲୋକ ଜଣକ ସେହି ପଶୁ ପାଇଁ ଅର୍ଥ ଦେବାକୁ ପଡ଼ିବ। ଯଦି ସେ ଅର୍ଥ ପୈଠ କରେ, ସେହି ପଶୁ ପାଇଁ, ତେବେ ସେ ତା’ର ମୃତ ଦେହକୁ ରଖିବା ପାଇଁ ଅନୁମତି ଦେବ।
35 “ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ୟା କରେ, ତେବେ ସେମାନେ ସେହି ଜୀବିତ ଗୋରୁକୁ ବିକ୍ରୟ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ। 36 ମାତ୍ର ତା’ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା’ର ମୁନିବ ତାକୁ ବାନ୍ଧି ନ ରଖେ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ନେବ ମାତ୍ର ମୃତ ଗୋରୁ ତା’ର ନିଜର ହେବ।
ଯୀଶୁ ମୃତ୍ୟୁରୁ ପୁନରୁତ୍ଥାନ ଖବର(A)
24 ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ। 2 ସମାଧି ବନ୍ଦ କରିବା ପାଇଁ ତା’ର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡ଼ି ଯାଇଛି। 3 ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। 4 ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ। 5 ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସେମାନେ ତାହାଙ୍କର ମୁଣ୍ଡ ନୁଆଁଇଲେ। ସେହି ଦୁଇଜଣ ଦୂତ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଜଣେ ମୃତ ଲୋକକୁ ଏଠାରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ। 6 ଯୀଶୁ ଏଠାରେ ନାହାନ୍ତି, ସେ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଗାଲିଲୀରେ ଥିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ’ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡ଼ୁଛି କି? 7 ଯୀଶୁ କହିଥିଲେ ଯେ, ମନୁଷ୍ୟୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତରେ କ୍ରୁଶରେ ମାରି ଦିଆଯିବା ପାଇଁ ଅବଶ୍ୟ ଦେଇ ଦିଆଯିବ। କିନ୍ତୁ ସେ ପୁଣି ମୃତ୍ୟୁରୁ ତୃତୀୟ ଦିନ ଜୀବିତ ହୋଇ ଉଠିବେ।” 8 ତା’ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ।
9 ସେହି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡ଼ି ଏଗାର ଜଣ ପ୍ରେରିତ ଓ ସମସ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ସମାଧି ଭିତରେ ଯାହା ଘଟିଥିଲା, ସେତକ ଗୋଟି ଗୋଟି କରି ସେମାନଙ୍କୁ କହିଲେ। 10 ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମା ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ରେରିତମାନଙ୍କୁ ସବୁ ବିଷୟ ଜଣାଇଲେ। 11 କିନ୍ତୁ ପ୍ରେରିତମାନେ ସ୍ତ୍ରୀଲୋକମାନଙ୍କ କଥାରେ ଆଦୌ ବିଶ୍ୱାସ କଲେ ନାହିଁ। ସେମାନଙ୍କୁ ଏହା ପାଗଳ କଥା ପରି ଲାଗିଲା। 12 କିନ୍ତୁ ପିତର ଉଠି ପଡ଼ିଲେ। ଏ କଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡ଼ିଗଲେ। ସେ ଭିତରକୁ ଗ୍ଭହିଁଲେ। କିନ୍ତୁ ସେ କେବଳ ଯୀଶୁଙ୍କ ଉପରେ ଘୋଡ଼ାଇ ଦିଆଯାଇଥିବା ଲୁଗାପଟି ସେଠାରେ ଦେଖିଲେ। ଯୀଶୁଙ୍କ ଶରୀର ସେଠାରେ ନ ଥିଲା। ଯାହା ଘଟି ଯାଇଥିଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଏକାକୀ ରହିବା ପାଇଁ ଗ୍ଭଲିଗଲେ।
ଇମ୍ମାୟୁ ଗ୍ରାମକୁ ଯିବା ବାଟରେ(B)
13 ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। 14 ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ। 15 ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ। 16 କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। 17 ତା’ପରେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ?
ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା। 18 ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।”
19 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?”
ଲୋକମାନେ ଯୀଶୁଙ୍କୁ କହିଲେ, “ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ। 20 କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ। 21 ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା।
“ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି। 22 କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋର୍ରୁ ଯାଇଥିଲେ। 23 କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ। 24 ତା’ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।”
25 ତା’ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟଦ୍ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର। 26 ଭବିଷ୍ୟଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।” 27 ତା’ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ।
28 ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି। 29 କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
30 ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ। 31 ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ। 32 ତା’ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।”
33 ତା’ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। 34 ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, “ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।”
35 ତା’ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ।
ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ(C)
36 ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।”
37 ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। 38 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? 39 ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ।
40 ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। 41 ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?” 42 ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43 ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ।
44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”
45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46 ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47-48 ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। 49 ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”
ଯୀଶୁ ସ୍ୱର୍ଗକୁ ଫେରିଗଲେ(D)
50 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। 51 ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। 52 ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା’ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। 53 ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।
39 “ଆୟୁବ ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ?
ତୁମ୍ଭେ କେବେ ଦେଖିଛ କି ମା ହରିଣକୁ ତା’ର ଛୁଆ ଦେବାର?
2 ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା?
ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ?
3 ସେହି ପଶୁମାନେ ପଡ଼ିରହି ଗର୍ଭ ଯନ୍ତ୍ରଣା ଭୋଗକରି
ତା’ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।
4 ସେହି ପଶୁ ଛୁଆମାନେ କ୍ଷେତରେ ବଡ଼ ସବଳ ହୋଇଯା’ନ୍ତି।
ତା’ପରେ ସେମାନେ ମା’କୁ ଛାଡ଼ି ଗ୍ଭଲିଯାଆନ୍ତି, ଆଉ ଫେରନ୍ତି ନାହିଁ।
5 “ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି?
ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି।
6 ମୁଁ ସେହି ବଣୁଆ ଗଧ ପାଇଁ ମରୁଭୂମିକୁ ତା’ର ବାସସ୍ଥାନ କରିଛି।
ମୁଁ ସେହି ଲୁଣିଆ ସ୍ଥାନକୁ ସେମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି।
7 ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି।
କେହି ସେମାନଙ୍କୁ ନିୟନ୍ତ୍ରଣ କରି ପାରିବେ ନାହିଁ।
8 ବଣୁଆ ଗଧମାନେ ପାହାଡ଼ରେ ବାସ କରନ୍ତି,
ତାହା ସେମାନଙ୍କ ଚରିବା ସ୍ଥାନ।
ସେହି ସ୍ଥାନରେ ସେମାନେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
9 “ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି?
ସେ ତୁମ୍ଭ ଗୁହାଳରେ ରହିବ କି?
10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଦେବ କି,
ଯଦ୍ଦ୍ୱାରା ତୁମ୍ଭେ ଆପଣା ଭୂମି ଗ୍ଭଷ କରିବ?
11 ବଣୁଆ ଷଣ୍ଢ ଅତି ବଳଶାଳୀ।
ତୁମ୍ଭେ କ’ଣ ତା’ ଉପରେ ନିର୍ଭର କରି ପାରିବ ତୁମ୍ଭ କାମ କରିବା ପାଇଁ?
12 ତୁମ୍ଭେ ତା’ ଉପରେ ନିର୍ଭର କରି ପାରିବ କି?
ତୁମ୍ଭର ଶସ୍ୟଅମଳ କରିବା ପାଇଁ ଶସ୍ୟସବୁ ଖଳାକୁ ଆଣିବାକୁ?
13 “ଓଟ ପକ୍ଷୀ ଉତ୍ତେଜନାରେ ଡେଣା ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ।
ଏହାର ଡେଣା ବଗ ପରି ନୁହେଁ।
14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ
ଏବଂ ସେମାନେ ବାଲିରେ ଉଷ୍ଣ ହୁଅନ୍ତି।
15 ଓଟ ପକ୍ଷୀ ଭୁଲିଯାଏ ହୁଏତ ତା’ର ଅଣ୍ଡା ଉପରେ କିଏ ଚଢ଼ିଯିବ
କିମ୍ବା କୌଣସି ବଣୁଆ ଜନ୍ତୁ ତା’ର ଅଣ୍ଡାକୁ ଭାଙ୍ଗି ଦେବେ।
16 ଓଟପକ୍ଷୀ ତା’ର ଶାବକମାନଙ୍କୁ ଛାଡ଼ିକି ଯାଏ।
ସେ ତା’ର ଶାବକମାନଙ୍କୁ ନିଜର ଛୁଆ ପରି ବ୍ୟବହାର କରେ ନାହିଁ।
ତା’ର ଛୁଆ ମରିଗଲେ ସେ ଖାତିରି କରେ ନାହିଁ, ଯେପରି ସମସ୍ତ କାମ କିଛି ହେଲା ନାହିଁ।
17 କାରଣ ମୁଁ ସେହି ଓଟପକ୍ଷୀକୁ ଜ୍ଞାନ ଦେଇ ନାହିଁ।
ସେହି ଓଟ ପକ୍ଷୀ ନିର୍ବୋଧ।
ମୁଁ ମଧ୍ୟ ତାକୁ ସେପରି କରିଛି।
18 କିନ୍ତୁ ସେହି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ।
ସେ ଘୋଡ଼ା ଓ ତା’ର ସବାରୀକୁ ଦେଖି ହସି ପଳାଏ।
କାରଣ ସେ କୌଣସି ଘୋଡ଼ାଠାରୁ ଅଧିକ ବେଗରେ ଦୌଡ଼ିପାରେ ନାହିଁ।
19 “ଆୟୁବ ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି?
ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି?
20 ତୁମ୍ଭେ ସେହି ଘୋଡ଼ାକୁ ପତଙ୍ଗପରି କୁଦିବାର ଶକ୍ତି ଦେଇଅଛ କି?
ସେହି ଘୋଡ଼ା ଲୋକ ଦେଖିଲେ ବଡ଼ ପାଟିରେ ରବ କରେ।
21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସୀଥାଏ।
ସେ ଭୂମିରେ ତା’ର ଖୁରା ଦ୍ୱାରା ରାମ୍ପୁଡ଼ି ପକାଏ।
ସେ ଯୁଦ୍ଧ କ୍ଷେତ୍ରରେ ଖୁବ ଜୋର୍ରେ ଦୌଡ଼ିପାରେ।
22 ଘୋଡ଼ା ଭୟରେ ହସେ।
ସେ ଭୟଭୀତ ନୁହେଁ, ସେ ଯୁଦ୍ଧ ଭୂମିରୁ ପଳାୟନ କରିବ ନାହିଁ।
23 ଯୋଦ୍ଧା ଘୋଡ଼ା ପିଠିରେ ବସି ତୂଣିର ବାନ୍ଧି ଥାଏ।
ବର୍ଚ୍ଛା, ଢାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ଯ୍ୟ କିରଣରେ ଝଲମଲ କରୁଥାଏ।
24 ଘୋଡ଼ା ଅତ୍ୟଧିକ ଉତ୍ତେଜିତ ହୁଏ।
ସେ ଭୂମି ଉପରେ ଖୁବ୍ ଜୋର୍ରେ ଦୌଡ଼େ।
ସେ ତୂରୀ ଶବ୍ଦ ଶୁଣି ସ୍ଥିର ହୋଇ ଠିଆ ହୋଇ ରହିପାରେ ନାହିଁ।
25 ଯେତେବେଳେ ତୂରୀ ଆଦି ବାଦ୍ୟ ଶୁଣେ ଘୋଡ଼ା ମଧ୍ୟ ପାଟିକରେ ‘ହୁରେ!’
ସେ ଦୂରରୁ ଯୁଦ୍ଧର ବାସନା
ଓ ସେନାପତିମାନଙ୍କର ହୁଙ୍କାର ଜାଣି ପାରେ।
26 “ଆୟୁବ, ତୁମ୍ଭେ ଉତ୍କ୍ରୋଶପକ୍ଷୀକୁ ଉଡ଼ାଇବା ଶିଖାଇଛ କି?
ତାକୁ ତା’ର ଡେଣା କିପରି ମେଲାଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି?
27 ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛି।
ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି?
28 ଉତ୍କ୍ରୋଶପକ୍ଷୀ ପର୍ବତର ଢାଲୁତଟରେ ବାସ କରେ।
ପର୍ବତର ଢାଲୁତଟ ହେଉଛି ତା’ର ଦୁର୍ଗ।
29 ଉତ୍କ୍ରୋଶପକ୍ଷୀ ତା’ର ଶିକାରକୁ ଦୂର ବସାରୁ ଦେଖି ପାରେ।
ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ।
30 ଉତ୍କ୍ରୋଶପକ୍ଷୀ ଏକତ୍ରିତ ହୁଅନ୍ତି, ଯେଉଁଠାରେ ଶବସବୁ ଥାଏ।
ଏବଂ ତା’ର ଛୁଆମାନେ ମଧ୍ୟ ରକ୍ତ ଶୋଷନ୍ତି।”
ଖ୍ରୀଷ୍ଟିୟାନମାନଙ୍କ ଦାନ
9 ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। 2 ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। 4 ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। 5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
6 ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। 7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। 8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। 9 ଶାସ୍ତ୍ରରେ ଏହା ଲେଖା ଅଛି:
“ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ
ତା’ର ଦୟା ସର୍ବଦା ପାଇଁ ରହି ଥାଏ।” (A)
10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। 11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
12 ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। 13 ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। 14 ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। 15 ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।
2010 by World Bible Translation Center