M’Cheyne Bible Reading Plan
8 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ‘ମୋର ଲୋକମାନଙ୍କୁ ଯିବା ପାଇଁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରିବେ। 2 ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି। 3 ନୀଳନଦୀ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ ହେବ। ସେମାନେ ନଦୀରୁ ଆସି ତୁମ୍ଭର ଘରେ ପଶିବେ। ସେମାନେ ତୁମ୍ଭର ଶୟନ କକ୍ଷ ଓ ଶେଯରେ ପଡ଼ି ରହିବେ ଏବଂ ସେମାନେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡ଼ିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀରେ ପ୍ରବେଶ କରିବେ। 4 ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’”
5 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା’ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।”
6 ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥିରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହୋଇଗଲେ।
7 ମନ୍ତ୍ରଜ୍ଞମାନେ ମଧ୍ୟ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ବଳରେ ଠିକ୍ ସେହିପରି ବେଙ୍ଗମାନଙ୍କୁ ବାହାର କରି ପାରିଲେ। ଯେଉଁଥିପାଇଁ ସମଗ୍ର ମିଶର ବେଙ୍ଗରେ ପରିପୂର୍ଣ୍ଣ ହୋଇଗଲା।
8 ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”
9 ମୋଶା ଫାରୋଙ୍କୁ କହିଲେ, “ଦୟାକରି କୁହ ତୁମ୍ଭେ କେତେବେଳେ ଗ୍ଭହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବି। ତା’ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କେବଳ ନଦୀରେ ରହିବେ।”
10 ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।”
ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ। 11 ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।”
12 ମୋଶା ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାୟ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧରେ ପଠାଇଥିଲେ, ସେଗୁଡ଼ିକୁ ହଟାଇ ନେବା ପାଇଁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 13 ଏବଂ ମୋଶା ଯାହା ଗ୍ଭହିଁଲେ ସଦାପ୍ରଭୁ ସେହିପରି କଲେ। ଯେଉଁ ବେଙ୍ଗମାନେ ଘରେ, ଅଗଣାରେ ଏବଂ ଜମିରେ ଥିଲେ ସେଗୁଡ଼ିକ ମରିଗଲେ। 14 ସେମାନେ ଗଦା ହୋଇ ରୁଣ୍ଡ ହେଲେ ଏବଂ ସେଗୁଡ଼ିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା। 15 ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।
ଉକୁଣିଆ ପୋକ
16 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଯିବେ।”
17 ସେମାନେ ସେହିପରି କଲେ। ହାରୋଣ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶରରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଗଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ବ୍ୟାପିଗଲେ।
18 ମିଶରର ମନ୍ତ୍ରଜ୍ଞମାନେ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ଦ୍ୱାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରି ପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ରହିଗଲେ। 19 ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ।
ମାଛିମାନେ
20 ପରମେଶ୍ୱର ମୋଶାଙ୍କୁ କହିଲେ, “ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ଯାଅ। ସେ ଯେତେବେଳେ ନଦୀକୂଳକୁ ଯିବ। ଏହିପରି କୁହ ସଦାପ୍ରଭୁ କହିଲେ, ‘ମୋର ଲୋକମାନଙ୍କୁ ଛାଡ଼ ସେମାନେ ମୋର ଉପାସନା କରିବେ। 21 ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ ତେବେ ମାଛିମାନଙ୍କ ଦ୍ୱାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହେବ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଗ୍ଭରୀମାନଙ୍କ ଉପରେ ବ୍ୟାପିଯିବେ। ମିଶରର ସମସ୍ତ ଗୃହ ମାଛିରେ ପରିପୂର୍ଣ୍ଣ ହେବ। ଏବଂ ମାଛିମାନଙ୍କ ଦ୍ୱାରା ମଧ୍ୟ ଭୂମି ପରିପୂର୍ଣ୍ଣ ହେବ। 22 କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ। 23 ତେଣୁ ଆସନ୍ତାକାଲିଠାରୁ ମୁଁ ମୋର ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କରିବି ଏବଂ ତାହା ମୋର ପ୍ରମାଣ ସ୍ୱରୂପ ହେବ।’”
24 ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସେହିପରି ବହୁସଂଖ୍ୟକ ମାଛି ମିଶରରେ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହରେ, ତାଙ୍କର କର୍ମଗ୍ଭରୀମାନଙ୍କ ଗୃହରେ ଏବଂ ଏପରିକି ମିଶରର ଗ୍ଭରିଆଡ଼େ ଘେରିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ। 25 ତେଣୁ ଫାରୋ ମୋଶା ଓ ହାରୋଣଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”
26 କିନ୍ତୁ ମୋଶା କହିଲେ, “ଏହା କଦାପି ଠିକ୍ ହେବ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ଯ୍ୟ ହେବ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯଦି ଆମ୍ଭେ ଏପରି କାର୍ଯ୍ୟ ଏହିଠାରେ କରୁ ତେବେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସେମାନେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡ଼ିବେ। 27 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କୁ ତିନି ଦିନ ପାଇଁ ମରୁଭୂମିକୁ ଯିବାକୁ ଅନୁମତି ଦିଅ। ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏହା କରିବାକୁ ଆଜ୍ଞା କରିଅଛନ୍ତି।”
28 ତେଣୁ ଫାରୋ କହିଲେ, “ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ମରୁଭୂମିକୁ ଯିବାକୁ ଅନୁମତି ଦେବି। କିନ୍ତୁ ତୁମ୍ଭେମାନେ ବେଶୀଦୂର ଯିବା ଉଚିତ୍ ନୁହେଁ। ବର୍ତ୍ତମାନ ଯାଅ ଏବଂ ମୋ’ ପାଇଁ ପ୍ରାର୍ଥନା କର।”
29 ମୋଶା କହିଲେ, “ଦେଖ, ଏ ସ୍ଥାନରୁ ଯାଇ ମୁଁ ତୁମ୍ଭ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।”
30 ତେଣୁ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 31 ଏବଂ ମୋଶା ଯେପରି ଗ୍ଭହିଁଲେ, ସଦାପ୍ରଭୁ ସେହିପରି କଲେ। ସଦାପ୍ରଭୁ ମାଛିମାନଙ୍କୁ ଫାରୋଙ୍କଠାରୁ, ତାଙ୍କର କର୍ମଗ୍ଭରୀ ଏବଂ ତାଙ୍କର ଲୋକମାନଙ୍କଠାରୁ ଦୂରେଇ ନେଲେ। କୌଣସି ମାଛି ରହିଲେ ନାହିଁ। 32 କିନ୍ତୁ ଫାରୋ ପୁଣି କଠିନ ହେଲେ ଏବଂ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ(A)
11 ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।
2 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ:
‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ।
ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।
3 ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
4 ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ,
କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ।
ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”
ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର(B)
5-6 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ 7 ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ 8 ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। 9 ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା’ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠକ୍ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। 10 କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। 11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। 12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। 13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି(C)
14 ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। 17 କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। 18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। 19 କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। 20 ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
21 “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। 22 କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।
ଶୂନ୍ୟ ମଣିଷ(D)
24 “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’ 25 ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି। 26 ତା’ପରେ ସେ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।”
ଏହି ଲୋକମାନେ ପ୍ରକୃତରେ ସୁଖୀ
27 ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।”
28 କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”
ପ୍ରମାଣ ପାଇଁ ଦାବୀ(E)
29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। 30 ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।
31 “ବିଗ୍ଭର ଦିନରେ ଦକ୍ଷିଣର ରାଣୀ [c] ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
32 “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
ପୃଥିବୀରେ ଆଲୋକ ସ୍ୱରୂପ ହୁଅ(F)
33 “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। 34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। 35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। 36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”
ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ(G)
37 ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ। 38 ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। 39 ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ। 40 ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା 41 ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା’ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।
42 “ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍।
43 “ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ। 44 ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”
ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଯୀଶୁଙ୍କ କଥନ
45 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।”
46 ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ। 47 ହାୟ, କାରଣ ତୁମ୍ଭେମାନେ ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ। 48 ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ। 49 ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟଦ୍ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’
50 “ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। 51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ [d]ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି [e] ଓ ମନ୍ଦିର [f]ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।
52 “ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”
53 ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ। 54 କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ।
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
25 ଏହା ପରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା,
2 “ପରମେଶ୍ୱର ରାଜ୍ୟ କରନ୍ତି।
ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି।
ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି।
3 କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ।
ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି।
4 ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ?
କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ।
5 ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ।
ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି।
6 ଲୋକମାନେ ବହୁତ କମ୍ ନିର୍ମଳ।
ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।”
ଆୟୁବ ବିଲ୍ଦଦ୍କୁ ଉତ୍ତର ଦେଲା
26 ତା’ପରେ ଆୟୁବ ଉତ୍ତର କରି କହିଲା,
2 “କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ!
ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ!
3 ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ
ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
4 କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା?
କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା?
5 “ପ୍ରେତଗଣ ପାତାଳରେ ଥିବା
ଜଳରେ କମ୍ପି ଉଠନ୍ତି।
6 କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି।
ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
7 ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି,
ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।
8 ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ।
ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି।
କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ।
9 ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି।
ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି।
10 ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦିଗ୍ବଳୟ ସୃଷ୍ଟି କରନ୍ତି।
ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
11 ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ
ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ।
12 ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି।
ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି।
13 ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ।
ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ।
14 ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି।
ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ।
ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।”
ପବିତ୍ରଆତ୍ମାଙ୍କଠାରୁ ଦାନ
12 ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି। 2 ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା। 3 ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ।
4 ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। 5 ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। 6 ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।
7 ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। 8 ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। 9 ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। 10 ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। 11 ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।
ଖ୍ରୀଷ୍ଟଙ୍କର ଶରୀର
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। 13 ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି।
14 ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନେକ ଗୁଡ଼ିଏ ଅଙ୍ଗ ଦ୍ୱାରା ନିର୍ମିତ। 15 ଯଦି ଗୋଡ଼ କୁହେ: “ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 16 କାନ କହିପାରେ: “ମୁଁ ଆଖି ନୁହେଁ, ଅତଏବ ମୋର ଶରୀରର ଅଙ୍ଗ ନୁହେଁ,” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 17 ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା’ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି? 18-19 ଯଦି ସମ୍ପୂର୍ଣ୍ଣ ଶରୀରର ଅଙ୍ଗ କେବଳ ସେହି ଗୋଟିଏ ଅଙ୍ଗ ମାତ୍ର ହୋଇଥା’ନ୍ତା ତା’ହେଲେ ଶରୀର ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଯେପରି ଠିକ୍ ମନେ କଲେ ପ୍ରତ୍ୟେକ ଅଙ୍ଗକୁ ଶରୀରରେ ସେହିଭଳି ସ୍ଥାନ ଦେଲେ। 20 ତେଣୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଗୋଟିଏ।
21 ଆଖି ହାତକୁ କେବେ ହେଲେ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ସେହିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧହୁଏ, ସେହିସବୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। 23 ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଗ୍ଭହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ଧ୍ୟାନ ଦେଉ। 24 ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି। 25 ଆମ୍ଭର ଶରୀରରେ ଯେପରି କୌଣସି ବିଭେଦ ନ ହେଉ, ସେହି ଦୃଷ୍ଟିରୁ ପରମେଶ୍ୱର ଏପରି କରିଛନ୍ତି। ଦେହର ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ୱର ଇଚ୍ଛା କଲେ। 26 ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା’ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କଷ୍ଟ ପା’ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହୋଇ ଆନନ୍ଦ କରନ୍ତି।
27 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ। 28 ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା’ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା’ପରେ ପରୋପକାରୀଙ୍କୁ ତା’ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା’ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି। 29 ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? 30 ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? 31 କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍ । ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି।
2010 by World Bible Translation Center