M’Cheyne Bible Reading Plan
ପରମେଶ୍ୱର ଇସ୍ରାଏଲକୁ ସାନ୍ତ୍ୱନା ଦେଲେ
46 ତେଣୁ ଇସ୍ରାଏଲ ମିଶରକୁ ଯାତ୍ରା କଲେ। ପ୍ରଥମେ ଇସ୍ରାଏଲ ବେର୍ଶେବାକୁ ଗଲେ। ସେଠାରେ ସେ ପରମେଶ୍ୱରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ୱରଙ୍କୁ। ଏବଂ ସେ ସେଠାରେ ହୋମବଳି ଦେଲେ। 2 ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।”
ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।”
3 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର। ମିଶରକୁ ଯିବାକୁ ଭୟ କର ନାହିଁ। ମିଶରରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। 4 ଆମ୍ଭେ ତୁମ୍ଭ ସହିତ ମିଶରକୁ ଯିବି। ଏବଂ ଆମ୍ଭେ ତୁମ୍ଭକୁ ପୁନରାୟ ମିଶରରୁ ଆଣିବା। ତୁମ୍ଭେ ମିଶରରେ ଦେହ ତ୍ୟାଗ କରିବ। ତୁମ୍ଭେ ଦେହ ତ୍ୟାଗ କରିବା ସମୟରେ ଯୋଷେଫ ତୁମ୍ଭ ପାଖରେ ଥିବ।”
ଇସ୍ରାଏଲ ମିଶରକୁ ଗଲେ
5 ଏହା ପରେ ଯାକୁବ ବେର୍ଶେବା ଛାଡ଼ି ମିଶରକୁ ଯାତ୍ରା କଲେ। ଇସ୍ରାଏଲଙ୍କ ପୁତ୍ରମାନେ, ତାଙ୍କ ପିତା ଯାକୁବ, ତାଙ୍କ ପିଲାମାନେ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ୱାରା ପ୍ରେରିତ ଶକଟରେ ଆସିଲେ। 6 ସେମାନେ ମଧ୍ୟ ସେମାନଙ୍କର ଥିବା ସମସ୍ତ ପଶୁ ଏବଂ ସେମାନେ ଯାହା ଜିନିଷ କିଣାନ ଦେଶରେ ଅର୍ଜ୍ଜନ କରିଥିଲେ ତାହା ସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧର ସହିତ। 7 ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।
ଯାକୁବଙ୍କ ପରିବାର
8 ମିଶର ଦେଶକୁ ଆଗତ ଇସ୍ରାଏଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।
ଯାକୁବଙ୍କର ପ୍ରଥମଜାତ ରୁବେନ୍ ଥିଲା। 9 ରୁବେନଙ୍କର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମ୍ମି।
10 ଶିମିୟୋନର ପୁତ୍ର ଯିମୁଏଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11 ଲେବୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
12 ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ।
13 ଇଷାଖରର ପୁତ୍ର: ତୋଲୟ, ପୂୟ, ଯୋବ ଓ ଶିମ୍ରୋନ୍।
14 ସବଲୂନର ପୁତ୍ର, ସେରଦ, ଏଲୋନ୍ ଓ ଯହଲେଲ।
15 ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଏବଂ ସବୂଲୂନ୍, ଯାକୁବ ଓ ଲେୟାଙ୍କର ସନ୍ତାନ ଥିଲେ। ଲେୟା ସେମାନଙ୍କୁ ପଦ୍ଦନ୍ ଅରାମରେ ଜନ୍ମ କରିଥିଲେ। ତାଙ୍କର ମଧ୍ୟ ଏକ କନ୍ୟା ଥିଲା। ତା’ର ନାମ ଦୀଣା। ଏହିପରି ତାଙ୍କର ପରିବାର ତେତିଶ ଜଣ ଥିଲେ।
16 ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରୀ, ଅରୋଦୀ ଓ ଅରେଲୀ।
17 ଆଶେରର ପୁତ୍ରମାନେ ଥିଲେ, ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଉଣୀ, ସେରହ ଏବଂ ବରୀୟର ପୁତ୍ର ହେବର ଓ ମଲ୍କୀୟେଲ ଥିଲେ।
18 ଏମାନେ ସିଳ୍ପାର ପୁତ୍ର ଥିଲେ। ଲାବନ ତାଙ୍କର କନ୍ୟା ଲେୟାକୁ, ସିଳ୍ପାକୁ ସେବିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳ ଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହୋଇଥିଲେ।
19 ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷେଫ ଏବଂ ବିନ୍ୟାମୀନ।
20 ମିଶରରେ ଯୋଷେଫଙ୍କର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରୟିମ। ଯୋଷେଫଙ୍କ ସ୍ତ୍ରୀ ଆସନତ, ସେମାନଙ୍କୁ ଜନ୍ମ କରିଥିଲେ। ଯିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ୟା ଥିଲେ।
21 ବିନ୍ୟାମୀନର ପୁତ୍ରମାନେ ଥିଲେ, ବେଲା, ବେଖର, ଅସବେଲ, ଗେରା, ନାମନ, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।
22 ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ।
23 ଦାନ୍ର ପୁତ୍ର ହୁଶୀମ ଥିଲେ।
24 ନପ୍ତାଲିର ପୁତ୍ର ଯହସିୟେଲ, ଗୂନି, ୟେତ୍ସର ଓ ଶିଲେମ ଥିଲେ।
25 ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସେବିକାରୂପେ ତା’ର କନ୍ୟା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତ ଜଣ ବଂଶଧର ବିଲହାଠାରୁ ଜନ୍ମ ହୋଇଥିଲେ।
26 ଯାକୁବଙ୍କ ବଂଶଧର, ଯେଉଁମାନେ ତାଙ୍କ ସଙ୍ଗରେ ମିଶରରେ ଉପସ୍ଥିତ ହେଲେ ସେମାନେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା) 27 ଯୋଷେଫଙ୍କର ଦୁଇଟି ପୁତ୍ର ମିଶରରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମୋଟ ସତୁରି ଜଣ ଯାକୁବଙ୍କ ପରିବାର ମିଶରରେ ବାସ କରୁଥିଲେ।
ଇସ୍ରାଏଲ ମିଶରକୁ ପ୍ରବେଶ କଲେ
28 ଯାକୁବ ଯୋଷେଫଙ୍କ ପାଖକୁ ଏହି ଖବର ଦେବା ପାଇଁ ଯିହୁଦାଙ୍କୁ ଆଗରେ ପଠାଇଲେ। ଯିହୁଦା ଯୋଷେଫଙ୍କ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ଯିବାକୁ ବାଟ ଦେଖାଇବେ। 29 ଯୋଷେଫ ଜାଣିଲେ ଯେ ତାଙ୍କର ପିତା ଇସ୍ରାଏଲ ଆସୁଛନ୍ତି। ତେଣୁ ଗୋଶନକୁ ଯାଇ ତାଙ୍କର ପିତାଙ୍କୁ ଦେଖା କରିବା ପାଇଁ ଯୋଷେଫ ତାଙ୍କର ରଥ ସଜାଡ଼ିଲେ। ଯେତେବେଳେ ଯୋଷେଫ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।
30 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୁଁ ଶାନ୍ତିରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।”
31 ଯୋଷେଫ ତାଙ୍କର ଭାଇମାନଙ୍କୁ ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ କହିଲେ, “ମୁଁ ଯାଇ ଫାରୋଙ୍କୁ କହିବି ଯେ ତୁମ୍ଭେମାନେ ଏଠାରେ ଅଛ। ମୁଁ ଫାରୋଙ୍କୁ କହିବି, ‘ମୋର ଭାଇମାନେ ଓ ମୋର ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମୋ’ ପାଖରେ ଏହିଠାରେ ଅଛନ୍ତି। 32 ସେମାନେ ମେଷପାଳକ ମନୁଷ୍ୟମାନେ, ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ନିଅନ୍ତି। ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବଶ୍ୱ ଆଣିଛନ୍ତି।’ 33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭର ବ୍ୟବସାୟ ବିଷୟରେ ପଗ୍ଭରିବେ।’ 34 ତୁମ୍ଭେ ତାଙ୍କୁ କହିବ. ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।”
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ(A)
16 ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ। 2 ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ। 3 ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”
4 ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି। 5 ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ।
6 କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ। 7 ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”
8 ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।
କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ(B)
9 ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ। 10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ। 11 ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।
12 ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ। 13 ଏହି ଶିଷ୍ୟ ଦୁଇଜଣ ଫେରି ଆସି ଅନ୍ୟ ଶିଷ୍ୟମାନଙ୍କୁ ଏ କଥା ଜଣାଇଲେ। ତଥାପି ଶିଷ୍ୟମାନେ ତାହାଙ୍କ କଥାକୁ ମଧ୍ୟ ବିଶ୍ୱାସ କଲେ ନାହିଁ।
ପ୍ରେରିତମାନଙ୍କ ସହିତ ଯୀଶୁଙ୍କ କଥାବାର୍ତ୍ତା(C)
14 ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ।
15 ଯୀଶୁ ସେମାନଙ୍କୁ କହିଲେ, “ପୃଥିବୀର ଗ୍ଭରିଆଡ଼କୁ ଯାଅ। ପ୍ରତ୍ୟେକ ଲୋକକୁ ସୁସମାଗ୍ଭର ଶୁଣାଅ। 16 ଯେଉଁ ଲୋକ ବିଶ୍ୱାସ କରିବ ଓ ବାପ୍ତିଜିତ ହେବ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ୱାସ କରିବ, ସେ ଦୋଷୀ ସାବ୍ୟସ୍ତ ହେବ। 17 ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା’ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ। 18 ସେମାନେ ନିଜ ହାତରେ ସାପକୁ ଧରିବେ କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ସେମାନେ ବିଷ ମଧ୍ୟ ପିଇ ଦେବେ, କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହୋଇଯିବେ।”
ଯୀଶୁଙ୍କ ସ୍ୱର୍ଗାରୋହଣ(D)
19 ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। 20 ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ।
ଆୟୁବ ସୋଫରକୁ ଉତ୍ତର ଦେଲା
12 ତା’ପରେ ଆୟୁବ ସେମାନଙ୍କୁ ଉତ୍ତର ଦେଇ କହିଲା,
2 “ତୁମ୍ଭେ ଭାବୁଛ ତୁମ୍ଭେ କେବଳ ଜ୍ଞାନୀ ଲୋକ।
ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ
ତୁମ୍ଭ ସହିତ ଜ୍ଞାନ ମଧ୍ୟ ମରିଯିବ।
3 କିନ୍ତୁ ମୋର ମନ ତୁମ୍ଭର ମନ ଭଳି ଭଲ।
ମୁଁ ତୁମ୍ଭଠାରୁ ନ୍ୟୁନ ନୁହେଁ,
ଯେକୌଣସି ଲୋକ ଏହା ସତ୍ୟ ବୋଲି ଦେଖି ପାରିବ।
4 “ମୁଁ ମୋର ବନ୍ଧୁମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।
ସେମାନେ କୁହନ୍ତି, ‘ସେ ପରମେଶ୍ୱରଙ୍କୁ ଡାକିଲା ଓ ପରମେଶ୍ୱର ତାକୁ ଉତ୍ତର ଦେଲେ।
ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।’
ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ସରଳ
ତଥାପି ସେମାନେ ମୋତେ ଦେଖି ହସନ୍ତି।
5 ମଶାଲ ତା’ ପାଇଁ ଆବଶ୍ୟକ ନାହିଁ ଯିଏ ନିଜକୁ ସୁରକ୍ଷିତ ବୋଲି ଭାବେ।
ଏହା ସେହିମାନଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।
6 ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ।
ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି,
ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର।
7 “ତୁମ୍ଭେ ଜନ୍ତୁମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ ଶିକ୍ଷା ଦେବେ,
ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ କହିବେ।
8 ତୁମ୍ଭେ ପୃଥିବୀକୁ ପଗ୍ଭର ସେ ତୁମ୍ଭକୁ ଶିକ୍ଷା ଦେବ।
ତୁମ୍ଭେ ସମୁଦ୍ରର ମାଛକୁ ପଗ୍ଭର ସେ ତୁମ୍ଭକୁ ଜ୍ଞାନ କଥା କହିବ।
9 ଏ କଥା ସମସ୍ତେ ଜାଣନ୍ତି
ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।
10 ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଓ ନିଶ୍ୱାସ ନେଇ ବଞ୍ଚୁଥିବା ମଣିଷସବୁ
ପରମେଶ୍ୱରଙ୍କ ଶକ୍ତିର ଅଧୀନରେ।
11 କିନ୍ତୁ ଜିହ୍ୱା ଯେପରି ଖାଦ୍ୟର ସ୍ୱାଦ ବାରିପାରେ।
କାନ ସେପରି ଶୁଣୁଥିବା ଶବ୍ଦକୁ ବାରିପାରେ।
12 ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି।
ବୁଝାମଣା ଦୀର୍ଘଜୀବନ ବଢ଼ାଏ।’
13 କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି।
ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।
14 ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ।
ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ।
15 ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା’ହେଲେ ପୃଥିବୀ ଶୁଷ୍କ ହୋଇଯାଏ
ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା’ହେଲେ ପୃଥିବୀରେ ବନ୍ୟା ହୋଇଯାଏ।
16 ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ।
ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।
17 ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି
ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି।
18 ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି।
କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।
19 ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି
ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି।
20 ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି
ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।
21 ପରମେଶ୍ୱର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି।
ସେ ଶାସକଠାରୁ କ୍ଷମତା ମଧ୍ୟ ଛଡ଼ାଇ ନିଅନ୍ତି।
22 ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି।
ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି।
23 ପରମେଶ୍ୱର ରାଜ୍ୟକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି
ଓ ଶେଷରେ ତାକୁ ବିଛାଡ଼ି ପକାନ୍ତି।
ସେ ରାଜ୍ୟକୁ ବୃଦ୍ଧି କରନ୍ତି
ଏବଂ ତା’ର ଲୋକମାନଙ୍କୁ ବିନାଶ କରନ୍ତି।
24 ପରମେଶ୍ୱର ନେତାମାନଙ୍କୁ ବୋକା ବନାଇ
ମରୁଭୂମିରେ ଉଦ୍ଦେଶ୍ୟହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।
25 ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି।
ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।
ପାଉଲଙ୍କ କେତେକ ଅନ୍ତିମ କଥା
16 ମୁଁ, ତୁମ୍ଭକୁ କେଙ୍କ୍ରେୟା ନଗରୀର ମଣ୍ତଳୀର ବିଶେଷ ସେବିକା, ଆମ୍ଭର ଧର୍ମ ଭଉଣୀ ଫୈବୀଙ୍କୁ ସୁପାରିଶ କରୁଛି। 2 ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କଠାରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସେଗୁଡ଼ିକ ଦ୍ୱାରା ତାହାଙ୍କୁ ସାହାଯ୍ୟ କର। ସେ ମୋତେ ଓ ଅନ୍ୟ ଅନେକ ଲୋକଙ୍କୁ ବହୁତ ସାହାଯ୍ୟ କରିଛନ୍ତି।
3 ପ୍ରୀସ୍କା ଓ ଆକ୍ୱିଲାଙ୍କୁ ମୋର ନମସ୍କାର। ସେମାନେ ଖ୍ରୀଷ୍ଟ ଯୀଶୁଙ୍କ କାମରେ ମୋର ସହକର୍ମୀ ଅଟନ୍ତି। 4 ସେମାନେ ମୋର ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦରେ ପକାଇ ଥିଲେ। ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କେବଳ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ।
5 ତାଙ୍କ ଘରେ ହେଉଥିବା ମଣ୍ତଳୀକୁ ମଧ୍ୟ ନମସ୍କାର।
ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ନମସ୍କାର। ସେ ସମଗ୍ର ଏସିଆ [a]ରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ପ୍ରଥମ ଲୋକ।
6 ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।
7 ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର। ସେମାନେ ମୋର ଜ୍ଞାତି, ଓ ସେମାନେ ମୋ’ ସହିତ ବନ୍ଦୀ ହୋଇ କାରାଗାରରେ ଥିଲେ। ସେମାନେ ପରମେଶ୍ୱରଙ୍କ ଅତି ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା [b] ଓ ମୋ’ଠାରୁ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଥିଲେ।
8 ପ୍ରଭୁଙ୍କଠାରେ ସ୍ଥିତ ମୋର ପ୍ରିୟ ମିତ୍ର ଆମ୍ପ୍ଲିୟାତାଙ୍କୁ ନମସ୍କାର। 9 ଖ୍ରୀଷ୍ଟଙ୍କ ସେବା ବିଷୟରେ ଆମ୍ଭର ସହକର୍ମୀ ଉର୍ବାଣ ଓ ମୋର ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମୋର ନମସ୍କାର। 10 ଆପେଲ୍ଲାଙ୍କୁ ମୋର ନମସ୍କାର, ଯିଏ ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମୋର ନମସ୍କାର। 11 ମୋର ଜ୍ଞାତି ହେରୋଦିୟୋନଙ୍କୁ ମୋର ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁମାନେ ପ୍ରଭୁଙ୍କର ଅଟନ୍ତି। 12 ପ୍ରଭୁଙ୍କର ପରିଶ୍ରମୀ କାର୍ଯ୍ୟକର୍ତ୍ତା କ୍ରୁଫେଣା ଓ କୁଫୋସାଙ୍କୁ ନମସ୍କାର। ମୋର ପ୍ରିୟ ପ୍ରଭୁଙ୍କ ସେବାରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।
13 ପ୍ରଭୁଙ୍କର ବିଶିଷ୍ଟ ସେବକ ରୂପେ ଓ ତାହାଙ୍କର ମାଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର।
14 ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସେମାନଙ୍କ ଭାଇମାନଙ୍କୁ ଯେଉଁମାନେ ସେମାନଙ୍କ ସହ ଅଛନ୍ତି ନମସ୍କାର।
15 ଫିଲଲଗ, ଯୁଲିୟା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସେମାନଙ୍କ ସହିତ ଥିବା ସମସ୍ତ ସାଧୁ-ସନ୍ଥମାନଙ୍କୁ ନମସ୍କାର।
16 ତୁମ୍ଭେମାନେ ସମସ୍ତେ ପବିତ୍ର ଚୁମ୍ବନ ଦେଇ ଏକଆରେକକୁ ଅଭିବାଦନ ଜଣାଅ।
ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ୱାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
17 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଚ୍ଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥା’ନ୍ତି। 18 ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି। 19 ତୁମ୍ଭେମାନେ ବାଧ୍ୟ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସୀ। କିନ୍ତୁ ମୁଁ ଇଚ୍ଛାକରେ ଯେ ତୁମ୍ଭେମାନେ ଭଲ ପାଇଁ ବୁଦ୍ଧିମାନ ହୋଇ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।
20 ଶାନ୍ତିର ସ୍ରୋତ ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା’ ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ।
ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
21 ମୋର ସହକାରୀ ତୀମଥି ଓ ମୋର ସ୍ୱଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
22 ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ [c] ଅଟେ। ମୁଁ ମଧ୍ୟ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର କରୁଅଛି।
23 ମୋତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ୟ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରଣାମ ଜଣାଉଛନ୍ତି। ଏରାଷ୍ଟ ନାମକ, ଏହି ନଗରର କୋଷାଧ୍ୟକ୍ଷ ଓ କ୍ୱାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। 24 [d]
25 ପରମେଶ୍ୱର ହିଁ ତୁମ୍ଭକୁ ଦୃଢ଼ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଦେବା ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସେହି ସତ୍ୟ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା। 26 ପରମେଶ୍ୱର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ଗୁପ୍ତ ସତ୍ୟ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ୟଦ୍ବକ୍ତାମାନଙ୍କର ଲେଖା ଦ୍ୱାରା ତାହା ପ୍ରକାଶିତ ହେଲା। ଏହା ଦ୍ୱାରା ସମସ୍ତ ଲୋକମାନଙ୍କର ପରମେଶ୍ୱରଙ୍କ ପାଇଁ ବିଶ୍ୱାସ ଓ ଆଜ୍ଞାକାରିତା ବଢ଼ି ପାରିବ। 27 ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଏକ ମାତ୍ର ଜ୍ଞାନବାନ ପରମେଶ୍ୱରଙ୍କର ମହିମା ଅନନ୍ତ କାଳ ପାଇଁ ବ୍ୟାପ୍ତ ରହୁ। ଆମେନ୍।
2010 by World Bible Translation Center