Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 29

ଯାକୁବ ରାହେଲଙ୍କୁ ସାକ୍ଷାତ କଲେ

29 ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି।

ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?”

ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।”

ଏହା ପରେ ଯାକୁବ କହିଲେ, “ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?”

ମେଷପାଳକମାନେ କହିଲେ, “ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।”

ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?”

ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।”

ଯାକୁବ କହିଲେ, “ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।”

କିନ୍ତୁ ମେଷପାଳକ କହିଲେ, “ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।”

ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। 10 ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା’ ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। 11 ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। 12 ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ।

13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ।

14 ଏହା ପରେ ଲାବନ କହିଲେ, “ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ’ ବଂଶଧର।” ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ।

ଲାବନ ଯାକୁବଙ୍କୁ ଫାନ୍ଦରେ ପକାଇଲେ

15 ଦିନେ ଲାବନ ଯାକୁବଙ୍କୁ କହିଲେ, “ତୁମ୍ଭେ ମୋର କୁଟୁମ୍ବ ବୋଲି କ’ଣ ବିନା ବର୍ତ୍ତନରେ ମୋର ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।”

16 ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅର ନାମ ଲେୟା ଓ ସାନ ଝିଅର ନାମ ରାହେଲ।

17 ରାହେଲ ବହୁତ ସୁନ୍ଦରୀ, ରୂପବତୀ ଥିଲେ ଏବଂ ଲେୟାର ନୟନ କୋମଳ ଓ ଦୁର୍ବଳ ଥିଲା [a] 18 ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, “ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।”

19 ଲାବନ କହିଲା, “ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହେବ। ତେଣୁ ତୁମ୍ଭେ ମୋ’ ସହିତ ରୁହ।”

20 ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

21 ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, “ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।”

22 ତେଣୁ ଲାବନ ସେଠାକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ। 23 ସେହି ଦିନ, ରାତିରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲେୟାକୁ ଆଣିଲେ। ଯାକୁବ ଏବଂ ଲେୟା ଉଭୟ ସହବାସ କଲେ। 24 ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲେ। 25 ତା’ ପରଦିନ ପ୍ରଭାତରେ ଯାକୁବ ଦେଖିଲେ ସେ ଯାହା ସହିତ ରାତି ବିତାଇଛନ୍ତି ସେ ଲେୟା ଥିଲା। ଯାକୁବ ଲାବନକୁ କହିଲେ, “ତୁମ୍ଭେ ମୋତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ଯଦ୍ଦ୍ୱାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମୋତେ ଠକିଲ?”

26 ଲାବନ କହିଲେ, “ଆମ୍ଭ ଦେଶରେ ଅଛି ଯେ, ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରି ପାରିବ ନାହିଁ। 27 କିନ୍ତୁ ତୁମ୍ଭେ ଏଠାରେ ବିବାହ ଉତ୍ସବ ସାତ ଦିନ ଧରି ପାଳନ କର ତା’ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦେବି। କିନ୍ତୁ ତୁମ୍ଭକୁ ମୋ’ ପାଇଁ ଆଉ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ।”

28 ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହା ପରେ ଲାବନ ରାହେଲକୁ ତା’ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ। 29 ଲାବନ ରାହେଲର ଦାସୀ ନିମନ୍ତେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲେ। 30 ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲେୟା ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।

ଯାକୁବର ପରିବାର ବଢ଼ିଲେ

31 ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

32 ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”

33 ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, “ସଦାପ୍ରଭୁ ଶୁଣିଲେ ଯେ ମୋ’ ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ’ କୋଳରେ ଏହି ସନ୍ତାନ ଦେଇଛନ୍ତି।”

34 ଲେୟା ପୁଣି ଗର୍ଭବତୀ ହେଲେ, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେ ସେହି ପିଲାର ନାମ ଦେଲା ଲେବୀ। ଲେୟା କହିଲେ, “ଏବେ ମୋ’ ସ୍ୱାମୀ ମୋ’ଠାରେ ଆସକ୍ତ ହେବେ। ଯେହେତୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦେଇଅଛି।”

35 ଏହା ପରେ ଲେୟା ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦେଲେ ଯିହୁଦା, ସେ କହିଲେ, “ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି।” ଏହା ପରେ ଲେୟା ପିଲା ଜନ୍ମ କରିବା ବନ୍ଦ କରିଦେଲେ।

ମାଥିଉ ଲିଖିତ ସୁସମାଗ୍ଭର 28

ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହେଲେ(A)

28 ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।

ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ। ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା। କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।

ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି। କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ। ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା’ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।”

ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ। ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ। 10 ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।”

ଜଗୁଆଳମାନେ ଯିହୂଦୀ ନେତାମାନଙ୍କୁ ଘଟଣାର ସୂଚନା ଦେଲେ

11 ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ। 12 ତା’ପରେ ପ୍ରଧାନଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସେମାନେ ସୈନ୍ୟମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବରେ ପ୍ରଚୁର ଟଙ୍କା ଦେଲେ। 13 ସେମାନେ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭେମାନେ ସବୁ ଶୋଇ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ରାତିରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଗ୍ଭେରେଇ ନେଲେ। 14 ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।” 15 ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି।

ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ(B)

16 ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ। 17 ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ। 18 ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। 19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ। 20 ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”

ଏଷ୍ଟର ବିବରଣ 5

ଏଷ୍ଟର ରାଜାଙ୍କୁ କହିଲେ

ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ। ତା’ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବା।”

ଏଷ୍ଟର କହିଲା, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜିକୁ ଆଗମନ କରନ୍ତୁ।”

ଏହା ପରେ ରାଜା କହିଲେ, “ ହାମ‌ନ୍‌କୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରି ପାରିବୁ।”

ଏହା ପରେ ରାଜା ଓ ହାମନ୍ ଏଷ୍ଟରର ପ୍ରସ୍ତୁତ ନୈଶ ଭୋଜିକୁ ଆସିଲେ। ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।”

ତହିଁରେ ଏଷ୍ଟର କହିଲା, “ମୋର ନିବେଦନ ଓ ପ୍ରାର୍ଥନା ଏହି କି, ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”

ହାମନ୍ ମର୍ଦ୍ଦଖୟଙ୍କ ଉପରେ କ୍ରୋଧ କଲେ

ସେଦିନ ହାମନ୍ ଆନନ୍ଦିତ ହୋଇ ଗ୍ଭଲିଗଲା। ମାତ୍ର ହାମନ୍, ରାଜଦ୍ୱାରରେ ନିଜ ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। 10 ତଥାପି ହାମନ୍ ନିଜର କ୍ରୋଧକୁ ନିୟନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତା’ପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶକୁ ଡକାଇ ଆଣିଲା। 11 ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। 12 ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13 କିନ୍ତୁ ମୁଁ ପ୍ରତ୍ୟେକଥର ଯିହୁଦୀ ମର୍ଦ୍ଦଖୟକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମୋର କିଛି ଭଲ କରେ ନାହିଁ।”

14 ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।”

ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 28

ମେଲିତୀ ଦ୍ୱୀପରେ ପାଉଲ

28 ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ ସେତେବେଳେ ବର୍ଷା ହେଉଥିଲା। ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ। ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ। ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା। ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”

ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁରେ ଫିଙ୍ଗି ଦେଲେ। ଏଥିରେ ତା’ର କିଛି କ୍ଷତି ହେଲା ନାହିଁ। ଲୋକେ ଆଶା କରିଥିଲେ ସେ ଫୁଲି ଯିବ ବା ତଳେ ପଡ଼ି ମରିଯିବ। କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ।

ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଳିୟ। ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ। ସେହି ସମୟରେ ପୁବ୍ଳିୟଙ୍କ ପିତା ଜ୍ୱର ଓ ଝାଡ଼ାରେ ଶଯ୍ୟାଶାୟୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରିଦେଲେ। ଏପରି ହେବାର ଦେଖି ଦ୍ୱୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ୟ ଆସି ସୁସ୍ଥ ହେଲେ।

10 ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ। ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ।

ପାଉଲଙ୍କ ରୋମକୁ ଗମନ

11 ଆମ୍ଭେ ତିନି ମାସ ପରେ ଆଲେ‌କ୍‌ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା’ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା। 12 ଆମ୍ଭେମାନେ ସେଥିରେ ସୁରାକୂସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ। 13 ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ। ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ। 14 ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା’ପରେ ଆମ୍ଭେ ରୋମକୁ ଆସିଲୁ। 15 ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ। ସେମାନେ “ଆ‌ପ୍‌ପିୟଙ୍କ ହାଟ” ଓ “ତିନି ସରେଇ ଘର” ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ।

ରୋମରେ ପାଉଲ

16 ତା’ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

17 ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା। 18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ’ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ। 19 କିନ୍ତୁ ଯିହୂଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ। ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି। ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ। 20 ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”

21 ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ଯିରୁଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚନା ପାଇ ନାହୁଁ। 22 ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”

23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,

26 ‘ଏହି ଲୋକମାନଙ୍କ ପାଖକୁ ଯାଅ
ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ,
    କିନ୍ତୁ ବୁଝିବ ନାହିଁ।
ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ
    କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି।
    ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି।
    ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି।
ନ ହେଲେ ହୁଏତ ସେମାନେ
    ସେମାନଙ୍କ ଆଖିରେ ଦେଖି ପାରନ୍ତେ,
    କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ।
ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’ (A)

28 “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” 29 [a]

30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। 31 ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center