M’Cheyne Bible Reading Plan
ଯାକୁବ ତାଙ୍କ ପାଇଁ ସ୍ତ୍ରୀ ଖୋଜିଲେ
28 ଇସ୍ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ। 2 ତେଣୁ ତୁମ୍ଭେ ଏ ସ୍ଥାନ ଛାଡ଼ି ପଦ୍ଦନ୍ ଅରାମକୁ ଯାଅ। ନିଜ ମାତାର ପରିବାରକୁ ଯାଇ, ବଥୂୟେଲର ଗୁହକୁ ଯାଇ ସେଠାରେ ନିଜର ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର। 3 ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ। 4 ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ କଲା ପରି ତୁମ୍ଭଠାରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉନ୍ତୁ। ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠାରେ ତୁମ୍ଭେ ବର୍ତ୍ତମାନ ବାସ କରୁଛ। ତାହା ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିଲେ।”
5 ଏହା ପରେ ଇସ୍ହାକ ଯାକୁବକୁ ବିଦାୟ କରନ୍ତେ ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ଲାବନ ନିକଟକୁ ଯାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
6 ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ ଜାଣିଲେ ଯେ, ଇସ୍ହାକ ଯାକୁବକୁ ସ୍ତ୍ରୀ ଖୋଜିବା ପାଇଁ ପଦ୍ଦନ୍ ଅରାମକୁ ପଠାଇଛନ୍ତି। ଏଷୌ ଜାଣିଲେ ଯେ, ଯାକୁବକୁ କିଣାନ ଦେଶର କନ୍ୟାକୁ ବିବାହ ନ ହେବା ପାଇଁ, ତାଙ୍କର ପିତା ନିର୍ଦ୍ଦେଶ ଦେଇଛନ୍ତି। 7 ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତାମାତାଙ୍କର କଥା ମାନି ପଦ୍ଦନ୍ ଅରାମକୁ ପଳାଇଛି। 8 ଏଷୌ ଏ କଥା ଜାଣିଲେ ଯେ ତାଙ୍କର ପିତା ଗ୍ଭହୁଁ ନାହାନ୍ତି ତାଙ୍କର ପୁତ୍ର କିଣାନୀୟ କନ୍ୟାକୁ ବିବାହ କରନ୍ତୁ। 9 ଏଷୌର ଦୁଇଟି କିଣାନୀୟ ସ୍ତ୍ରୀ ଥିଲେ। କିନ୍ତୁ ଏହା ପରେ ସେ ଇଶ୍ମାଏଲକୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ ସେ ଇଶ୍ମାଏଲର କନ୍ୟା ମହଲତ୍କୁ ବିବାହ କଲେ। ଇଶ୍ମାଏଲ ଅବ୍ରହାମଙ୍କର ପୁତ୍ର। ମହଲତ୍ ନବାୟୋତର ଭଉଣୀ।
Jacob’s Dream at Bethel
10 ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ। 11 ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12 ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13 ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14 ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15 “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16 ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17 ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
18 ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। 19 ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।
20 ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ। 21 ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ। 22 ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।”
ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା(A)
27 ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। 2 ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।
ଯିହୂଦାଙ୍କ ଆତ୍ମହତ୍ୟା(B)
3 ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରିଶ୍ଟି ରୌପ୍ୟମୁଦ୍ରା ଫେରାଇଦେଲୋ। 4 ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।”
ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”
5 “ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।
6 ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।” 7 ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। 8 ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। 9 ଏଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ,
“ସେମାନେ ତିରିଶ୍ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ। 10 ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।” [a]
ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ(C)
11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ।”
12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।
13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”
14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ(D)
15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାରବ୍ବା [b] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।
17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।
19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”
20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।
21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”
ସେମାନେ କହିଲେ, “ବାରବ୍ବା।”
22 ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”
ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”
କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
24 ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
25 ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”
26 ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।
ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ଥଟ୍ଟା କଲେ(E)
27 ତା’ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ। 28 ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ। 29 ସେମାନେ କଣ୍ଟା ଡାଳରେ ଗୋଟିଏ ମୁକୁଟ ତିଆରି କଲେ ଓ ସେହି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ ଦେଲେ। ତାହାଙ୍କର ଡାହାଣ ହାତରେ ବାଡ଼ିଟି ଧରେଇ ଦେଲେ। ତା’ପରେ ତାହାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ି ତାହାଙ୍କୁ ଥଟ୍ଟା କଲେ। ସେମାନେ କହିଲେ, “ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।” 30 ତା’ପରେ ସେମାନେ ତାହାଙ୍କ ମୁହଁ ଉପରକୁ ଛେପ ପକାଇଲେ ଓ ତାହାଙ୍କ ହାତରୁ ବାଡ଼ିଟି ନେଇ ସେଥିରେ ତାହାଙ୍କର ମୁଣ୍ଡକୁ ପିଟିବାକୁ ଲାଗିଲେ। 31 ତାହାଙ୍କୁ ଥଟ୍ଟା କରି ସାରିବା ପରେ ତାହାଙ୍କ ପୋଷାକ କାଢ଼ି ନେଲେ ଓ ପୁଣି ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇ କ୍ରୁଶରେ ଚଢ଼ାଇବା ପାଇଁ ନେଇଗଲେ।
ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା(F)
32 ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ। 33 ସେମାନେ ଗଲ୍ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। 34 ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।
35 ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ। 36 ତା’ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। 37 ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ ଏ ଯିହୂଦୀମାନଙ୍କର ରାଜା ଯୀଶୁ।”
38 ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। 39 ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ, 40 “ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।”
41 ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। 42 ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ। 43 ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’ 44 ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ।
ଯୀଶୁଙ୍କ ମୃତ୍ୟୁ(G)
45 ଦ୍ୱିପ୍ରହରଠାରୁ ତିନିଟା ବାଜିବା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା। 46 ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଏଲି, ଏଲି, ଲାମା ସବକ୍ଥାନୀ?” ଅର୍ଥାତ୍ “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?” [c]
47 ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”
48 ସେହିକ୍ଷଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜ୍ଟିଏ ନେଇ ଆସିଲା। ତାକୁ ଅମ୍ଳରସରେ ବୁଡ଼ାଇ ଗୋଟିଏ ବାଡ଼ିରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦେଲା। 49 କିନ୍ତୁ ଅନ୍ୟମାନେ କହିଲେ, “ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।”
50 ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା’ପରେ ସେ ପ୍ରାଣତ୍ୟାଗ କଲେ।
51 ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, 52 କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉତ୍ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। 53 ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।
54 ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”
55 କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। 56 ସେମାନଙ୍କ ମଧ୍ୟରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।
ଯୀଶୁଙ୍କୁ କବର ଦିଆଗଲା(H)
57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।
ଯୀଶୁଙ୍କ କବର ପାଖରେ ପହରା
62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନରୁତ୍ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”
65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।
ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ
4 ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। 2 ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। 3 ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
4 ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଡ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। 5 ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। 6 ତା’ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। 7 ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। 8 ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।
9 ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।
10 ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। 11 “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
12-13 ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। 14 ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”
15-16 ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶନରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”
17 ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।
ପାଉଲଙ୍କର ରୋମକୁ ଜଳଯାତ୍ରା
27 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। 2 ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।
3 ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। 4 ତା’ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। 5 ତା’ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। 6 ସେଠାରେ ଯୂଲିଅ ଆଲେକ୍ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।
7 ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। 8 ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା’ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।
9 ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ। 10 ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।” 11 କିନ୍ତୁ ସେନାଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ୟାପଟେନ୍ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ୱାସ କଲେ। 12 ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀକ୍ସ୍ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀକ୍ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।
ତୋଫାନ
13 ତା’ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। “ଉତ୍ତର ପୂର୍ବୀୟ” ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।
16 ତା’ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଳାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ।
18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ।
21 ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା। 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ, 24 ‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’ 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।”
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।
2010 by World Bible Translation Center