M’Cheyne Bible Reading Plan
ଇସ୍ହାକ ଅବିମେଲକକୁ ମିଛ କହିଲେ
26 ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। 2 ସେତେବେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, “ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର। 3 ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା। 4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। 5 ଆମ୍ଭେ ଏହା କରିବା, କାରଣ ତୁମ୍ଭର ପିତା ଅବ୍ରହାମ ଆମ୍ଭର କଥା ମାନିଥିଲେ ଓ ଆମ୍ଭେ ଯାହା କହିଥିଲୁ ତାହା କରିଥିଲେ। ଅବ୍ରହାମ ଆମ୍ଭର ଆଦେଶ, ନିୟମ ଓ ବିଧିସବୁ ମାନିଲେ।”
6 ତହିଁରେ ଇସ୍ହାକ ଗରାରଠାରେ ବାସ କଲେ। 7 ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷୟରେ ପଗ୍ଭରନ୍ତେ ସେ କହିଲେ, “ସେ ମୋର ଭଉଣୀ” ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସେଠାକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।
8 ଇସ୍ହାକ ସେଠାରେ ବହୁ ଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ଦେଇ ଇସ୍ହାକ ଓ ତାଙ୍କର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ। 9 ଅବିମେଲକ ଇସ୍ହାକଙ୍କୁ ଡାକି କହିଲେ, “ସେହି ସ୍ତ୍ରୀଲୋକ ଜଣକ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?”
ଇସ୍ହାକ ତାଙ୍କୁ କହିଲେ, “ମୁଁ ଭୟ କରିଗଲି। ମୁଁ ଭାବିଲି, ତୁମ୍ଭେ ମୋତେ ହତ୍ୟାକରି ମୋର ସ୍ତ୍ରୀକୁ ନେଇଯିବ।”
10 ଅବିମେଲକ କହିଲେ, “ତୁମ୍ଭେ ଆମ୍ଭକୁ ଖରାପ ବ୍ୟବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଙ୍ଗରେ ଅନାୟାସରେ ଶୟନ କରି ଥା’ନ୍ତା। ତାହାହେଲେ ସେ ପାପର ଭାଗୀଦାର ହୋଇଥା’ନ୍ତା।”
11 ତେଣୁ ଅବିମେଲକ ସମସ୍ତ ଲୋକଙ୍କୁ ଚେତାବନି ଦେଇ କହିଲେ, “କୌଣସି ଲୋକ ସେହି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।”
ଇସ୍ହାକ ଧନୀ ହେଲେ
12 ଏହା ପରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଯାହା ଲଗାଇ ଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। 13 ଇସ୍ହାକ ବୃଦ୍ଧି ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ଯେପର୍ଯ୍ୟନ୍ତ ସେ ଅଧିକ ଧନଶାଳୀ ହେଲେ। 14 ତାଙ୍କର ପଲ ପଲ ମେଷ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। 15 ଏଣୁ ଇସ୍ହାକଙ୍କର ପିତା ଅବ୍ରହାମଙ୍କର ଦାସମାନେ ସେସମୟରେ ଯେଉଁସବୁ କୂପ ଖୋଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ୱାରା ସେସବୁ ପୋତି ପକାଇଲେ। 16 ଏହା ପରେ ଅବିମେଲକ ଇସ୍ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହୋଇଅଛ।”
17 ତେଣୁ ସେହି ସ୍ଥାନ ପରିତ୍ୟାଗ କରି ଗରାରର ଛୋଟ ନଦୀ ନିକଟରେ ଛାଉଣି ପକାଇଲେ। ଇସ୍ହାକ ସେହିଠାରେ ରହି ବାସ କଲେ। 18 ଇସ୍ହାକ ପୂନର୍ବାର ସେହି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ୱାରା ପୋତା ଯାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ଯାଇଥିଲା। ସେ ସେହି ନାମ ବ୍ୟବହାର କଲେ, ଯାହା ତାଙ୍କ ପିତା ବ୍ୟବହାର କରିଥିଲେ। 19 ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପାଇଲେ। 20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର” ଏଣୁ ସେମାନେ ସେହି କୂପର ନାମ ଏଷକ ରଖିଲେ। ଯେହେତୁ ତାଙ୍କ ସହିତ ସେମାନେ ବିବାଦ କଲେ।
21 ଏହା ପରେ ଇସ୍ହାକଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସେଠାକାର ଲୋକମାନେ ତା’ ପାଇଁ ମଧ୍ୟ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ।
22 ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। “ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଛନ୍ତି। ଆମ୍ଭେ ଏହି ଦେଶରେ ବୃଦ୍ଧି ପାଇବା।”
23 ସେହି ସ୍ଥାନରୁ ଇସ୍ହାକ ବେର୍ଶେବାକୁ ଗଲେ। 24 ସେହି ରାତ୍ରିରେ ସଦାପ୍ରଭୁ ଇସ୍ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” 25 ତେଣୁ ଇସ୍ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।
26 ଅବିମେଲକ ଇସ୍ହାକଙ୍କୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମେଲକ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ୟଗଣର ଅଧ୍ୟକ୍ଷଙ୍କୁ ନେଇଥିଲେ।
27 ଇସ୍ହାକ ପଗ୍ଭରିଲେ, “ମୋତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମୋ’ ସହିତ ବନ୍ଧୁତା ରଖି ନ ଥିଲ। ଏପରିକି ତୁମ୍ଭେ ମୋତେ ତୁମ୍ଭ ଦେଶରୁ ଜୋର୍କରି ବିଦା କରିଥିଲ।”
28 ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର। 29 ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ, ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭେମାନଙ୍କୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତିରେ ଆମ୍ଭେ ବିଦା କରିଅଛୁ। ସେହିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର।”
30 ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ। 31 ପରଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହା ପରେ ସେମାନେ ଶାନ୍ତିରେ ଫେରିଲେ।
32 ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।” 33 ତେଣୁ ଇସ୍ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ବେର୍ଶେବା ନାମରେ ଖ୍ୟାତ ଅଟେ।
ଏଷୌର ସ୍ତ୍ରୀମାନେ
34 ଏହା ପରେ ଏଷୌ ଗ୍ଭଳିଶ୍ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ। 35 ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।
ଦଶ ଜଣ କୁମାରୀ ଝିଅଙ୍କ କାହାଣୀ
25 “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, 2 ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। 3 ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। 4 ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା’ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। 5 ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।
6 “ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।
7 “ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। 8 ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’
9 “ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’
10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା’ପରେ କବାଟରେ ତାଲା ପଡ଼ିଗଲା।
11 “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’
12 “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’
13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।
ତିନି ଜଣ ଗ୍ଭକରଙ୍କ ବିଷୟରେ କାହାଣୀ(A)
14 “ସ୍ୱର୍ଗରାଜ୍ୟ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସେହି ଲୋକ ଯିବା ପୂର୍ବରୁ ତା’ର ଗ୍ଭକରମାନଙ୍କୁ ଡାକି ତା’ର ଅନୁପସ୍ଥିତିରେ ସମସ୍ତ ସମ୍ପତ୍ତିର ଯତ୍ନ ନେବାକୁ କହିଲେ। 15 କେଉଁ ଗ୍ଭକର କେତେ ଦାୟିତ୍ୱ ନେଇ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣକୁ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଲେ। ଆଉ ଜଣକୁ ଦୁଇ ତୋଡ଼ା, ଓ ତୃତୀୟଙ୍କୁ ଗୋଟିଏ ତୋଡ଼ା ରୂପାଟଙ୍କା ଦେଲେ। ଗ୍ଭକରମାନଙ୍କର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ କାମ ବାଣ୍ଟିଦେଇ ସେ ବୁଲିବାକୁ ଗ୍ଭଲିଗଲେ। 16 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା। 17 ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା। 18 କିନ୍ତୁ ଯେଉଁ ଲୋକଟି କେବଳ ଗୋଟିଏ ମାତ୍ର ତୋଡ଼ା ରୂପାଟଙ୍କା ପାଇଥିଲା, ସେ ଯାଇ ତା’ ମାଲିକର ଧନକୁ ନେଇ ମାଟିରେ ଗୋଟିଏ ଗାତ ଖୋଳି ସେଥିରେ ଲୁଗ୍ଭଇ ରଖିଲା।
19 “ବହୁତ ଦିନ ପରେ ମାଲିକ ଘରକୁ ଫେରି ଆସିଲେ। ସେ ଗ୍ଭକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କାରେ କ’ଣ କଲେ, ତାହା ସେମାନଙ୍କୁ ପଗ୍ଭରିଲେ। 20 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦେଲା, ଗ୍ଭକରଟି କହିଲା ‘ଆପଣ ମୋତେ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଇଥିଲେ। ମୁଁ ତା’ ଦ୍ୱାରା ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ରୋଜଗାର କରିଛି।’
21 “ମାଲିକ କହିଲେ, ‘ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ୱାସଯୋଗ୍ୟ ଲୋକ। ତୁମ୍ଭେ ଅଳ୍ପ ଟଙ୍କାରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ମୋ’ ଖୁସୀରେ ଭାଗୀ ହୁଅ।’
22 “ତା’ପରେ ଦୁଇ ତୋଡ଼ା ରୂପାଟଙ୍କା ପାଇଥିବା ଗ୍ଭକରଟି ମାଲିକ ପାଖକୁ ଆସିଲା। ଗ୍ଭକରଟି କହିଲା, ‘ଆପଣ ମୋତେ ଦୁଇ ତୋଡ଼ା ଟଙ୍କାର ଦାୟିତ୍ୱ ଦେଇଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ୟବହାର କରିଛି।’
23 “ମାଲିକ କହିଲେ, ‘ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭ ଉପରେ ବିଶ୍ୱାସ କରାଯାଇପାରେ। ଅଳ୍ପ ଟଙ୍କାରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ଖୁସୀରେ ଭାଗୀ ହୁଅ।’
24 “ତା’ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, ‘ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠୋର ବ୍ୟକ୍ତି। ରୋପଣ ନ କରି ମଧ୍ୟ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ୟ ଶସ୍ୟ ଏକାଠି କରନ୍ତି। 25 ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚେଇ ଦେଲି। ଆପଣ ମୋତେ ଦେଇଥିବା ତୋଡ଼ା ଟଙ୍କା ନିଅନ୍ତୁ।’
26 “ତା’ ମାଲିକ ତାକୁ କହିଲେ, ‘ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଗ୍ଭକର! ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନ ଥାଏ ସେଠାରେ ମଧ୍ୟ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନ ଥାଏ, ସେଠାରେ ଶସ୍ୟ ଏକାଠି କରେ। 27 ତେଣୁ ତୁମ୍ଭେ ମୋ’ ଟଙ୍କାକୁ ବ୍ୟାଙ୍କରେ ଜମା ରଖିଦେବା ଉଚିତ୍ ଥିଲା। ତା ହୋଇଥିଲେ ମୁଁ ଘରକୁ ଫେରିବା ପରେ ମୋ’ ଟଙ୍କା ଫେରି ପାଇଥା’ନ୍ତି। ତା’ ସହିତ ମୋ’ ଟଙ୍କାର ସୁଧ ମଧ୍ୟ ପାଇଥା’ନ୍ତି।’
28 “ତା’ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। 29 ଯେଉଁ ଲୋକ ନିଜ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ, ତାକୁ ବହୁତ ଅଧିକ ଦିଆଯିବ। ତାହାଙ୍କୁ ତାହାଙ୍କର ଆବଶ୍ୟକତାଠାରୁ ବହୁତ ବେଶୀ ଦିଆଯିବ। କିନ୍ତୁ ଯେଉଁ ଲୋକ ତା’ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ ନାହିଁ, ତା’ଠାରୁ ଯାହାକିଛି ଅଛି, ସବୁକିଛି ଛଡ଼େଇ ନିଆଯିବ।’ 30 ତା’ପରେ ମାଲିକ କହିଲେ, ‘ସେ ଅଦରକାରୀ ଗ୍ଭକରକୁ ବାହାରେ ଅନ୍ଧକାରରେ ପକେଇ ଦିଅ। ସେଠାରେ ଲୋକମାନେ କାନ୍ଦିବେ ଏବଂ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରିବେ।’
ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ
31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା’ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।
34 “ତା’ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’
37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’
40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’
41 “ତା’ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା’ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’
44 “ତା’ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’
45 “ତା’ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’
46 “ତା’ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”
ଏଷ୍ଟର ରାଣୀ ତିଆରିହେଲେ
2 ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। 2 ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ। 3 ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ। 4 ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା।
5 ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀଶ୍ର ପ୍ରପୌତ୍ର। 6 ଯେଉଁ ଲୋକମାନେ ଯିହୁଦାର ରାଜା ଯିକନିୟ ସହିତ ବାବିଲର ରାଜା ନବୂଖଦ୍ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ। ସେମାନଙ୍କ ସହିତ କୀଶ୍ ଯିରୁଶାଲମଠାରୁ ନିର୍ବାସିତ ହୋଇଥିଲା। 7 ମର୍ଦ୍ଦଖୟ ଆପଣା ମାମୁଁ କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା, କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନେହମୟୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖୟ ତାହାକୁ ନିଜର କନ୍ୟାରୂପେ ଗ୍ରହଣ କରିଥିଲା।
8 ଯେତେବେଳେ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଗ୍ଭରିତ ହେଲା, ଶୂଶନ୍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। 9 ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା’ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। 10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। 11 ଏହା ପରେ, ଏଷ୍ଟର କିପରି ଅଛି ଓ ସେ କ’ଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ନ୍ୟାୟାଳୟରେ ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା।
12 ଦ୍ୱାଦଶ ମାସ ଶେଷରେ, ରାଜା ଅକ୍ଷଶ୍ୱରଶ ନିକଟକୁ ଏକ କୁଆଁରୀ କନ୍ୟାର ଉପସ୍ଥିତ ହେବାର ସମୟ ଆସିଲା। କାରଣ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। 13 ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା। 14 ରାଜାଙ୍କର ନପୁଂସକ ଶାଶ୍ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶାଶ୍ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।
15 ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ। 16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେତ୍ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।
17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା। 18 ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା।
ମର୍ଦ୍ଦଖୟ ଏକ ମନ୍ଦ ଯୋଜନା ବିଷୟରେ ଜାଣିଲେ
19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା। 20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ହିଁ ସେପରି ତାହାର ଆଜ୍ଞା ପାଳନ କଲା।
21 ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ। 22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା। 23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
25 ତା’ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା’ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3 ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6 ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7 ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
ପାଉଲ ହେରୋଦ ଆଗ୍ରିପ୍ପାଙ୍କ ସାମନାରେ ଉପସ୍ଥିତ ହେଲେ
13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। 14 ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। 15 ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା’ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’
17 “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। 18 ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। 19 ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। 20 ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ 21 କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।”
22 ତା’ପରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।”
ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା’ଠାରୁ ଶୁଣିବେ।”
23 ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା।
24 ତା’ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। 25 କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। 26 କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। 27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”
2010 by World Bible Translation Center