Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 17

ସୁନ୍ନତ୍-ଚୁକ୍ତିର ପ୍ରମାଣ

17 ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”

ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କର ପରମେଶ୍ୱର ହେବି। ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”

ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। 10 ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। 11 ତୁମ୍ଭେମାନେ ନିଶ୍ଚୟ ସୁନ୍ନତ [a] ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। 12 ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। 13 ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ। 14 ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା’ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”

ଇ‌ସ୍‌ହାକ-ପ୍ରତିଜ୍ଞାର ପୁତ୍ର

15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା’ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”

17 ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”

18 ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।”

19 ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା’ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।

20 “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା’ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। 21 କିନ୍ତୁ ମୋର ଚୁକ୍ତି ଇ‌ସ୍‌ହାକ ସହିତ ହେବ। ସାରା ଇ‌ସ୍‌ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇ‌ସ୍‌ହାକ ଜନ୍ମ ନେବ।”

22 ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ। 23 ତା’ପରେ ଠିକ୍ ସେହି ଦିନ ଅବ୍ରହାମ ଇଶ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରହାମ ମଧ୍ୟ କ୍ରୀତଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟାନୁସାରେ ଅବ୍ରହାମ ସେମାନଙ୍କୁ ସୁନ୍ନତ କରାଇଲେ।

24 ଅବ୍ରହାମ ଅନେଶ୍ୱତ ବର୍ଷ ବୟସରେ ସୁନ୍ନତ ହେଲେ। 25 ଇଶ୍ମାଏଲଙ୍କୁ ଯେତେବେଳେ ତେର ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। 26 ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। 27 ଯଦିଓ ଅବ୍ରହାମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରୀତଦାସମାନେ ମଧ୍ୟ ସୁନ୍ନତ ହେଲେ।

ମାଥିଉ ଲିଖିତ ସୁସମାଗ୍ଭର 16

ଯୀଶୁଙ୍କୁ ଯିହୂଦୀ ନେତାଙ୍କ ପରୀକ୍ଷା(A)

16 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବାକୁ କହିଲେ, କାରଣ ଯୀଶୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା ଫଳରେ ପ୍ରମାଣିତ ହୋଇ ପାରିବ ଯେ ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି।

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ସୂର୍ଯ୍ୟୋଦୟ ସମୟରେ ଆକାଶକୁ ଲାଲରଙ୍ଗ ହୋଇଥିବାର ଦେଖିଲେ କୁହ ଯେ, ପାଗ ଭଲ ରହିବ। ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ। ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। ଏଭଳି ଲୋକଙ୍କୁ ଯୂନସଙ୍କ ଚିହ୍ନ [a] ବ୍ୟତୀତ ଅନ୍ୟ କୌଣସି ଚିହ୍ନ ଦିଆ ଯିବ ନାହିଁ।” ତା’ପରେ ଯୀଶୁ ସେମାନଙ୍କୁ ସେଠାରେ ଛାଡ଼ି ଗ୍ଭଲିଗଲେ।

ଯୀଶୁଙ୍କ ଅନୁସରଣକାରୀମାନେ ତାଙ୍କୁ ଭୁଲ୍ ବୁଝିଲେ(B)

ଯୀଶୁଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱକୁ ଗଲେ। କିନ୍ତୁ ସେମାନେ ସାଙ୍ଗରେ ରୋଟୀ ନେବାକୁ ଭୁଲିଗଲେ। ଯୀଶୁ ସେମାନଙ୍କୁ କହିଲେ, “ସାବଧାନ ରୁହ! ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।”

ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।”

ସେମାନେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, “ତୁମ୍ଭେ ରୋଟୀ ନ ଥିବା କଥା କାହିଁକି ତୁମ୍ଭଭିତରେ କୁହାକୁହି ହେଉଛ? ତୁମ୍ଭର ବିଶ୍ୱାସ ଅଳ୍ପ। ଏବେ ସୁଦ୍ଧା ତୁମ୍ଭେ କ’ଣ ବୁଝି ପାରୁନ? ପାଞ୍ଚୋଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନେକ ଟୋକେଇରେ ଭର୍ତ୍ତି କରିଥିଲ। 10 ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି? 11 ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂରରେ ରହିବାକୁ କହୁଛି।”

12 ତା’ପରେ ସେମାନେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀରେ ବ୍ୟବହାର କରାଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟରେ ଯୀଶୁ କହୁ ନ ଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସେମାନଙ୍କୁ କହୁଥିଲେ।

ପିତର କହନ୍ତି ଯୀଶୁ ହେଉଛନ୍ତି ଖ୍ରୀଷ୍ଟ(C)

13 ଯୀଶୁ କାଇସରିୟା ଫିଲି‌ପ୍‌ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ୟମାନଙ୍କୁ କହିଲେ, “ମୁଁ ହେଉଛି ମନୁଷ୍ୟପୁତ୍ର [b] ମୁଁ କିଏ ବୋଲି ଲୋକେ ମୋ’ ବିଷୟରେ କ’ଣ କହୁଛନ୍ତି?”

14 ଶିଷ୍ୟମାନେ ଉତ୍ତର ଦେଲେ, “କେତେକ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତେକ ଏଲିୟ [c] ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ଯିରିମିୟ [d] ବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା [e]ମାନଙ୍କ ମଧ୍ୟରୁ ଜଣେ ବୋଲି କହୁଛନ୍ତି।”

15 ଯୀଶୁ କହିଲେ, “ମୁଁ କିଏ ବୋଲି ତୁମ୍ଭେ କ’ଣ କହୁଛ?”

16 ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”

17 ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି। 18 ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର [f] ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି [g] ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ। 19 ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।”

20 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।”

ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ(D)

21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।

22 ତା’ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”

23 ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”

24 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା’ପରେ ସେ ମୋର ଅନୁସରଣ କରିବା ଉଚିତ୍। 25 ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ। 26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ। 27 ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା’ର କର୍ମ ଅନୁସାରେ ଫଳ ଦେବେ। 28 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ କେତେକ ଲୋକ ଠିଆ ହୋଇଛନ୍ତି, ଯେଉଁମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ରାଜ୍ୟ ସହିତ ଆସୁଥିବାର ଦେଖିବେ।”

ନିହିମିୟାଙ୍କର ପୁସ୍ତକ 6

ଘୋର ସମସ୍ୟା

ଏହା ପରେ ସ‌ନ୍‌ବଲ୍ଲଟ୍, ଟୋବିୟ, ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଶତ୍ରୁମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀରରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ। ସେତେବେଳେ ସ‌ନ୍‌ବଲ୍ଲଟ୍ ଓ ଗେଶମ ମୋ’ ନିକଟକୁ ଲୋକ ପଠାଇ କହିଲେ, “ଆସ ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ସାକ୍ଷାତ କରିବା।” ମାତ୍ର ସେମାନେ ମୋର ହିଂସା କରିବାକୁ ବିଗ୍ଭର କରିଥିଲେ।

ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସେହି କାର୍ଯ୍ୟ ବନ୍ଦ କରି ପାରିବି ନାହିଁ।”

ସେମାନେ ସେହି ସମବାର୍ତ୍ତା ମୋ’ ପାଖକୁ ଗ୍ଭରି ଥର ପଠାଇଲେ। ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏହା ପରେ ସ‌ନ୍‌ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଚିଠିଦେଇ ପଞ୍ଚମ ଥର ସେହି ସମବାର୍ତ୍ତା ପଠାଇଲା। ସେଥିରେ ଏହିପରି ଲେଖା ଯାଇଥିଲା,

“ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। ‘ଯିହୁଦାରେ ଏକ ରାଜା ଅଛନ୍ତି!’ ବୋଲି ଆପଣା ବିଷୟ ଯିରୁଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କରିଅଛ।

“ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏଣୁ ଏବେ ଆସ ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରିବା।”

ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କରୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ, ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ।”

ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।”

ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର ମୋତେ ସବଳ କର।”

10 ଦିନେ ମୁଁ ମହେଟବେଲର ପୁତ୍ର ଦଲାୟ, ଦଲାୟର ପୁତ୍ର ଶମୟିୟ ନିକଟକୁ ଗଲି। ମାତ୍ର ତାକୁ ତା’ର ଗୃହରେ ବନ୍ଦ କରାଯାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା, “ଆସ ଆମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଭିତରେ ସାକ୍ଷାତ କରିବା ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରିବା। କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”

11 କିନ୍ତୁ ମୁଁ ଶମୟିୟଙ୍କୁ କହିଲି, “ମୋ’ ପରି ଲୋକ କ’ଣ ଦୌଡ଼ି ପଳାଇବ? ମୋ’ ପରି ଲୋକ ପ୍ରାଣ ବଞ୍ଚାଇବା ପାଇଁ ମନ୍ଦିର ଭିତରକୁ ଯିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ଯିବି ନାହିଁ।”

12 ମାତ୍ର ମୁଁ ଜାଣିଲି ଶମୟିୟଙ୍କୁ ପରମେଶ୍ୱର ପଠାଇ ନ ଥିଲେ। ତଥାପି ସେ ମୋ’ ପ୍ରତିକୂଳରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲା। କାରଣ ଟୋବିୟ ଓ ସ‌ନ୍‌ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ। 13 ଏହି ଉଦ୍ଦେଶ୍ୟ ପାଇଁ ତାକୁ ଭଡ଼ାରେ ଅଣା ଯାଇଥିଲା, ଯାହା ଫଳରେ ମୁଁ ଭୟରେ ଏହା କରି ପାପ କରିବି ଏବଂ ତା’ପରେ ସେମାନେ ମୋର ନାମକୁ ଦୁର୍ନାମ ଓ ପରିହାସ କରିବା ପାଇଁ କାରଣ ପାଇବେ।

14 ହେ ପରମେଶ୍ୱର, ଟୋବିୟ ଓ ସ‌ନ୍‌ବଲ‌‌‌ଟ୍‌‌‌ର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ୟ‌ଦ୍‌ବକ୍ତା ନୋୟଦିୟା ସହିତ ଅନ୍ୟ ଯାଜକମାନେ ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।

ପ୍ରାଚୀର ସମ୍ପୂର୍ଣ୍ଣ ହେଲା

15 ତେଣୁ 52 ଦିନ ମଧ୍ୟରେ ଇଲୂଲ୍ ମାସର ପଞ୍ଚବିଂଶ ଦିନରେ ପ୍ରାଚୀର ସମାପ୍ତ ହେଲା। 16 ପୁଣି ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଏହା ଶୁଣି ଭୟ କଲେ ଓ ସେମାନଙ୍କର ବିଶ୍ୱାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାହାଯ୍ୟରେ ହେଲା, ଏହା ସେମାନେ ବୁଝିଲେ।

17 ଆହୁରି ସେହି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। 18 କାରଣ ସେ ଆରାଃର ପୁତ୍ର ଶଖନିୟର ଜ୍ୱାଇଁ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖିୟର ପୁତ୍ର ମଶୁଲ୍ଲମର କନ୍ୟାକୁ ବିବାହ କରିଥିବାରୁ ଯିହୁଦାର ଅନେକ ଲୋକ ତା’ ନିକଟରେ ଶପଥ କରିଥିଲେ। 19 ସେମାନେ ମୋତେ ତା’ର ଉତ୍ତମ କାର୍ଯ୍ୟ ବିଷୟରେ କହିଲେ ଓ ମୋ’ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 16

ତୀମଥି ପାଉଲ ଓ ଶୀଲାଙ୍କ ସହିତ ଗଲେ

16 ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ। ତୀମଥିଙ୍କୁ ଲୁସ୍ତ୍ରା ଓ ଇକନିୟର ଭାଇମାନେ ବହୁତ ପ୍ରଶଂସା କରୁଥିଲେ। ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ।

ସେମାନେ ନଗରରୁ ନଗର ଭ୍ରମଣ କଲାବେଳେ ଯିରୁଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ ବିଶ୍ୱାସୀମାନଙ୍କୁ କହୁଥିଲେ ଓ ସେହି ଉପଦେଶଗୁଡ଼ିକୁ ପାଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉ ଥିଲେ। ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସେଗୁଡ଼ିକ ବିଶ୍ୱାସରେ ଶକ୍ତିଶାଳୀ ହେଉଥିଲେ।

ଏସିଆରୁ ବାହାରକୁ ଯିବା ପାଇଁ ପାଉଲଙ୍କୁ ଆଦେଶ

ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇଗଲେ। ସେମାନଙ୍କୁ ପବିତ୍ରଆତ୍ମା ଏସିଆରେ ପ୍ରଭୁଙ୍କର କଥା ପ୍ରଗ୍ଭର କରିବାକୁ ଅନୁମତି ଦେଲେ ନାହିଁ। ସେମାନେ ମୂସିଆ ଦେଶକୁ ଆସିଲା ପରେ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଆତ୍ମା ସେମାନଙ୍କୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ତା’ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ।

ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।” 10 ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।

ଲୂଦିଆଙ୍କ ହୃଦୟ ପରିବର୍ତ୍ତନ

11 ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ। 12 ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ।

13 ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ। 14 ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ। 15 ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା।

ପାଉଲ ଓ ଶୀଲା କାରାଗାରରେ

16 ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ [a] ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା। 17 ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜୋ‌ର୍‌‌ରେ କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସେବକ। ସେମାନେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟରେ କହୁଛନ୍ତି।” 18 ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।

19 ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ। 20 ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, “ଏମାନେ ଯିହୂଦୀୟଲୋକ। ଏମାନେ ଆମ୍ଭ ନଗରରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି। 21 ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”

22 ତା’ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଯୋଗ ଦେଲେ। ନଗରପାଳମାନେ ସେମାନଙ୍କର ଲୁଗାପଟା ଛିଣ୍ଡାଇ ଦେଲେ ଓ ସେମାନଙ୍କୁ ବେତ ଆଘାତ ଦ୍ୱାରା ଦଣ୍ଡ ଦେବା ପାଇଁ ଆଦେଶ ଦେଲେ। 23 ସେମାନେ ସେମାନଙ୍କୁ ବହୁତ ମାଡ଼ ମାରିବା ପରେ କାରାଗାରରେ ବନ୍ଦୀ କଲେ। ସେମାନଙ୍କୁ ସାବଧାନରେ ଜଗିବା ପାଇଁ କାରାଧ୍ୟକ୍ଷଙ୍କୁ ଆଦେଶ ଦେଲେ। 24 ସେ ଏପରି ଆଦେଶ ପାଇ ସେମାନଙ୍କୁ ଭିତର କୋଠରୀ ଭିତରେ ରଖିଦେଲେ। ସେ ସେମାନଙ୍କର ଗୋଡ଼ ବଡ଼ ବଡ଼ କାଠ ଗଣ୍ଡି ସହିତ ବାନ୍ଧି ପକାଇ ଦେଲେ।

25 ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ। 26 ହଠାତ୍ ଖୁବ୍ ଜୋ‌ର୍‌‌ରେ ଭୂମିକମ୍ପ ହେଲା। ଏହା ଦ୍ୱାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ୱାର ଖୋଲିଗଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖୋଲିଗଲା। 27 କାରାଧ୍ୟକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖୋଲିଥିବାର ଦେଖି, ସେ ନିଜକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି। 28 କିନ୍ତୁ ପାଉଲ ଚିତ୍କାର କରି କହିଲେ, “ଆମ୍ଭେ ସମସ୍ତେ ଏଠାରେ ଅଛୁ। ନିଜର କ୍ଷତି କର ନାହିଁ।”

29 ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ୱୀପ ଆଣିବା ପାଇଁ ଆଦେଶ ଦେଇ ଦୌଡ଼ି ଆସି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ। 30 ତା’ପରେ ସେ ସେମାନଙ୍କୁ ବାହାରକୁ ଆଣି ପଗ୍ଭରିଲେ, ମହାଶୟମାନେ, “ପରିତ୍ରାଣ ପାଇବା ପାଇଁ ମୋର କ’ଣ କରିବା ଆବଶ୍ୟକ?”

31 ସେମାନେ ତାହାଙ୍କୁ କହିଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର। ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘରେ ରହୁଥିବା ସମସ୍ତେ ଉଦ୍ଧାର ପାଇ ପାରିବେ।” 32 ପାଉଲ ଓ ଶୀଲା ତାକୁ ଓ ତା’ ଘରେ ରହୁଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ ପ୍ରଗ୍ଭର କଲେ। 33 କାରାଗାର ଅଧିକାରୀ ସେମାନଙ୍କୁ ନେଇ ସେହି ମଧ୍ୟରାତ୍ରିରେ ସେମାନଙ୍କର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା’ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲେ। 34 ତା’ପରେ ସେହି କାରାଧ୍ୟକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡାକି ନେଇ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।

35 ସକାଳ ହେବାରୁ ବିଗ୍ଭରକର୍ତ୍ତାମାନେ “ସେ ଲୋକମାନଙ୍କୁ ଛାଡ଼ିଦିଅ” ଏହି ବାର୍ତ୍ତା ଦେଇ କେତେକ ସୈନିକଙ୍କୁ ପଠାଇଲେ।

36 କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, “ବିଗ୍ଭରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି।”

37 କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ।

38 ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ। 39 ତେଣୁ ସେମାନେ ଆସି ପାଉଲ ଓ ଶୀଲାଙ୍କୁ କ୍ଷମା ମାଗିଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତକଲେ। ତା’ପରେ ସେମାନେ ପାଉଲ ଓ ଶୀଲାଙ୍କୁ ନଗର ଛାଡ଼ିବା ପାଇଁ ଅନୁରୋଧ କଲେ। 40 ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିୟାର ଘରକୁ ଆସିଲେ। ସେଠାରେ ଭାଇମାନଙ୍କୁ ଦେଖି ସେମାନେ ସେମାନଙ୍କୁ ଉତ୍ସାହର ବାଣୀ ଶୁଣାଇଲେ। ତା’ପରେ ସେମାନେ ସେ ସ୍ଥାନରୁ ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center