Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 15

ପରମେଶ୍ୱରଙ୍କର ଅବ୍ରାମଙ୍କ ସହିତ ଚୁକ୍ତି

15 ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”

କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।” ପୁଣି ଅବ୍ରାମ କହିଲେ, “ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ। ସେଥିପାଇଁ ମୋ’ ଗୃହର ଜଣେ ସଦସ୍ୟ ମୋର ଉତ୍ତରାଧିକାରୀ ହେବ।”

ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”

ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”

ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ। ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।”

କିନ୍ତୁ ଅବ୍ରାମ କହିଲେ, “ହେ ସଦାପ୍ରଭୁ, ମୋର ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?”

ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେ ଏକ ତିନି ବର୍ଷର ବାଛୁରି, ଗୋଟିଏ ତିନି ବର୍ଷର ମାଇ ଛେଳି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ଯୁବା କପୋତ ମୋ’ ନିକଟକୁ ଆଣ।”

10 ସେ ସବୁକୁ ସେ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସେଗୁଡ଼ିକ ଦୁଇ ଧାଡ଼ିରେ ରଖି ପ୍ରତ୍ୟେକ ଅଧାର ଉପରେ ଆଉ ଅଧା ଯୁକ୍ତ ଚିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। 11 ଏହା ପରେ, ଅନ୍ୟ ବନ୍ୟ ପକ୍ଷୀ ସେହି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସେମାନଙ୍କୁ ଘଉଡ଼ାଇ ଦେଲେ।

12 ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିଲା ଅବ୍ରାମ ଘୋର ନିଦ୍ରାରେ ଶୋଇ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହୋଇଗଲେ। 13 ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ। 14 କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ।

15 “ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତିରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହେବ ଏବଂ ତୁମ୍ଭେ ବହୁତ ବୃଦ୍ଧ ବୟସରେ କବର ପ୍ରାପ୍ତ ହେବ। 16 ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”

17 ସୂର୍ଯ୍ୟାସ୍ତ ପରେ, ଯେତେବେଳେ ଏହା ଘୋର ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ୱଳନ୍ତ ମଶାଲ ହଠାତ୍ ଦେଖାଗଲା ଏବଂ ତାହା ଦୁଇ ଧାଡ଼ିରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ୟଦେଇ ଗଲା।

18 ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି। 19 କେନୀୟମାନଙ୍କର, କନଜୀୟମାନଙ୍କର ଓ କ‌ଦ୍‌ମୋନୀୟମାନଙ୍କର ଭୂମି ଏହିସବୁ । 20 ହୀତ୍ତୀୟମାନଙ୍କର, ପରିଜୀୟମାନଙ୍କର ଓ ରଫାୟୀୟମାନଙ୍କର 21 ଇମୋରୀୟମାନଙ୍କର, କିଣାନୀୟମାନଙ୍କର, ଓ ଗିର୍ଗାଶୀୟମାନଙ୍କର ଓ ଯିବୂଷୀୟମାନଙ୍କର ଦେଶ ତୁମ୍ଭକୁ ଦେଲି।”

ମାଥିଉ ଲିଖିତ ସୁସମାଗ୍ଭର 14

ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ(A)

14 ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ। ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।”

ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା

ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠି‌କ୍‌ କାମ ନୁହେଁ।” ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।

ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ। ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।” ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”

ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ। 10 ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ। 11 ତା’ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା’ର ମା ହେରୋଦିଆଙ୍କ ପାଖକୁ ନେଇଗଲା। 12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା’ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ।

ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(B)

13 ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ। 14 ଡଙ୍ଗାରୁ ବାହାରି ଆସିବା ବେଳକୁ ଯୀଶୁ ଦେଖିଲେ, ସେଠାରେ ବହୁତ ଲୋକ ଜମା ହୋଇଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।

15 ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା’ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।”

16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଦରକାର ନାହିଁ, ତୁମ୍ଭେ ସେମାନଙ୍କୁ କିଛି ଖାଇବାକୁ ଦିଅ।”

17 ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।”

18 ଯୀଶୁ କହିଲେ, “ସେଗୁଡ଼ିକୁ ମୋ’ ପାଖକୁ ଆଣ।” 19 ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ. ତା’ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ। 20 ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତୋଷ ଲାଭ କଲେ। ଲୋକେ ଖାଇସାରିବା ପରେ, ଶିଷ୍ୟମାନେ ବଳକା ଖାଦ୍ୟତକ ବାରଟି ଝୁଡ଼ିରେ ଭର୍ତ୍ତି କଲେ। 21 ସେଠାରେ ପ୍ରାୟ କେବଳ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା’ଛଡ଼ା ସ୍ତ୍ରୀଲୋକ ଓ ପିଲାମାନେ ମଧ୍ୟ ଖାଇଥିଲେ।

ହ୍ରଦ ଉପରେ ଯୀଶୁ ଗ୍ଭଲିଲେ(C)

22 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗାରେ ଚଢ଼ି ହ୍ରଦର ଅପର ପାର୍ଶ୍ୱକୁ ଯିବାକୁ କହିଲେ। ଯୀଶୁ ନିଜେ ସେଠାକୁ ପରେ ଯିବେ ବୋଲି କହିଲେ। 23 ତା’ପରେ ଜମା ହୋଇଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ଼ ଉପରକୁ ଗଲେ। ସନ୍ଧ୍ୟା ହୋଇ ସାରିଥିଲା, ଯୀଶୁ ସେଠାରେ ଏକୁଟିଆ ଥିଲେ। 24 ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧ‌କ୍‌କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋ‌ର୍‌‌ରେ ପ୍ରତିକୂଳ ପବନ ବହୁଥିଲା।

25 ଯୀଶୁ ହ୍ରଦ ଉପରେ ଗ୍ଭଲିକରି ରାତ୍ରିର ଚତୁର୍ଥ ପ୍ରହରରେ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। 26 ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସେମାନେ କୁହାକୁହି ହେଲେ, “ଏତ ଗୋଟିଏ ଭୂତ।” ସେମାନେ ଭୟରେ ଚିତ୍କାର କଲେ।

27 ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ କହିଲେ, “ସାହସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।”

28 ପିତର କହିଲେ, “ପ୍ରଭୁ, ଏହା ଯଦି ତୁମ୍ଭେ, ତେବେ ମୋତେ ପାଣି ଉପରେ ଗ୍ଭଲି ତୁମ୍ଭ ନିକଟକୁ ଯିବାକୁ ଆଦେଶ ଦିଅ।”

29 ଯୀଶୁ କହିଲେ, “ଗ୍ଭଲି ଆସ।”

ପିତର ଡଙ୍ଗାରୁ ବାହାରକୁ ଆସିଲେ, ସେ ପାଣି ଉପରେ ଗ୍ଭଲି ଯୀଶୁଙ୍କ ଆଡ଼କୁ ଗଲେ। 30 ପିତର ଯୀଶୁଙ୍କ ଆଡ଼କୁ ପାଣି ଉପରେ ଗ୍ଭଲିକରି ଯାଉଥିବା ସମୟରେ ଜୋ‌ର୍‌‌ରେ ପବନ ବହୁଥିଲା, ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡ଼ି ଯିବାକୁ ଲାଗିଲେ। ସେ ପାଟି କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କର।”

31 ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦେହ କଲ?”

32 ଯୀଶୁ ଓ ପିତର ଡଙ୍ଗା ଉପରକୁ ଆସିଯିବା ପରେ ପବନ ବନ୍ଦ ହୋଇଗଲା। 33 ଯେଉଁମାନେ ଡଙ୍ଗା ଉପରେ ଥିଲେ, ସେମାନେ ଯୀଶୁଙ୍କୁ ପ୍ରଣାମ କଲେ ଓ କହିଲେ, “ପ୍ରକୃତରେ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।”

ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ(D)

34 ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ। 35 ସେଠାକାର ଲୋକେ ଚିହ୍ନି ପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ। 36 ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।

ନିହିମିୟାଙ୍କର ପୁସ୍ତକ 4

ସ‌ନ୍‌ବଲ୍ଲଟ୍ ଏବଂ ଟୋବିୟ

ସ‌ନ୍‌ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା। ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”

ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।”

ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା। ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।”

ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।

ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସ‌ନ୍‌ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅ‌‌‌‌ସ୍‌‌‌‌ଦୋଦୀୟମାନେ ଅତିଶୟ ରାଗି ଗଲେ। ଆଉ ସମସ୍ତେ ଯିରୁଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।

10 ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ। 11 ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’”

12 ଆଉ ସେମାନଙ୍କ ନିକଟରେ ବାସ କରୁଥିବା ଯିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, “ଗ୍ଭରିଆଡ଼େ ସେମାନେ ଆମ୍ଭର ବିରୋଧୀ ହେବେ।”

13 ଏଣୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କୁ ‌‌ଖ‌ଡ଼୍‌ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। 14 ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।”

15 ଏହା ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣିବାରୁ ଆମ୍ଭେମାନେ ପ୍ରତ୍ୟେକ ପ୍ରାଚୀରରେ ନିଜ ନିଜ କାର୍ଯ୍ୟକୁ ଫେରିଗଲୁ। 16 ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛରେ ରହିଲେ। 17 ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। 18 ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକ ଆପଣା ଆପଣା କଟି ଦେଶରେ ‌‌ଖ‌ଡ଼୍‌ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। 19 ଏହା ପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଜଣେ ଜଣକଠାରୁ ଦୂରରେ ଅଛୁ। 20 ଏଣୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।”

21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାହା ଦେଖିବା ସମୟ ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ।

22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୁଶାଲମ ଭିତରେ ରୁହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” 23 ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚା‍ଦ୍‍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 14

ଇକନିୟରେ ପାଉଲ ଓ ବର୍ଣ୍ଣ‌ବ୍‌‌ବା

14 ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।

ତଥାପି ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।

ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। ପାଉଲ ଓ ବର୍ଣ୍ଣ‌ବ୍‌‌ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ।

ଲୁସ୍ତ୍ରା ଓ ଦର୍ବୀରେ ପାଉଲ

ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା’ର ବିଶ୍ୱାସ ଅଛି। 10 ସେ ଖୁ‌ବ୍‌‌ ଜୋ‌ର୍‌‌ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।

11 ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋ‌ର୍‌‌ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12 ଲୋକମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।

14 କିନ୍ତୁ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15 “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।

16 “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17 କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”

18 ଏସବୁ କଥା କହି ପାଉଲ ଓ ବର୍ଣ୍ଣ‌ବ୍‌‌ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।

19 କିନ୍ତୁ ତା’ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20 କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।

ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା

21 ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା’ପରେ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22 ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।

24 ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25 ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।

27 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28 ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center