Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 14

ଲୋଟ ବନ୍ଦୀ ହେଲେ

14 ଶିନିୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିୟୋକ ରାଜା ଥିଲେ। କଦର୍ଲାୟୋମର ଇଲାମର ରାଜା ଥିଲେ ଓ ଗୋୟିମର ତିଦିୟଲର ରାଜା ଥିଲେ। ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହମୋରାର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋୟିମର ରାଜା ଶିମେବର ଓ ବିଲାର, ସୋୟରର ରାଜାଙ୍କ ସହିତ ଯୁଦ୍ଧ କଲେ।

ଏହି ସମସ୍ତ ରାଜାମାନେ ସେମାନଙ୍କର ସୈନ୍ୟମାନଙ୍କୁ ସୀଦ୍ଦୀମ ଉପତ୍ୟକାରେ ଉପସ୍ଥିତ କରାଇଲେ। ସେହି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର। ଏହି ରାଜାମାନେ ବାରବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହି ହୋଇଥିଲେ। ଏହିପରି ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ଯେଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋ‌ତ୍‌କର୍ଣ୍ଣୟିମରେ ରଫାୟୀମ ଲୋକମାନଙ୍କୁ ଏବଂ ହମରେ ସୁଷୀୟ ଲୋକମାନଙ୍କୁ ପରାସ୍ତ କଲେ। ଶବିକିରିୟାଥୟିମରେ ଏମୀୟ ଲୋକମାନଙ୍କୁ ପରାସ୍ତ କଲେ। ପ୍ରାନ୍ତର ନିକଟସ୍ଥ ଏ‌ଲ୍‌ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ। ଏହା ପରେ ରାଜା କଦର୍ଲାୟୋମଠାରୁ ଫେରି ଐ‌ଣ୍‌ମି‌ସ୍‌ପଟ୍ ଅର୍ଥାତ କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।

ସେହି ସମୟରେ ସଦୋମର ରାଜା, ହମୋରାର ରାଜା, ଅଦ୍ମାର ରାଜା, ସବୋୟିମର ରାଜା ଓ ବଲାର ଅର୍ଥାତ୍ ସୋୟର ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ୟଗଣ ଏକତ୍ରିତ ହେଲେ। ସେମାନେ ସୀଦ୍ଦୀମ ଉପତ୍ୟକାକୁ ଯୁଦ୍ଧ କରିବାକୁ ଗଲେ। ସେମାନେ ଏଲମର ରାଜା କଦର୍ଲାୟୋମର ଓ ଗୋୟିମର ତିଦିୟଲର ରାଜା ଓ ଶିନିୟରର ଅମ୍ରାଫ‌ଲ୍‌ର ରାଜା ଓ ଇଲ୍ଲାସରର ରାଜା। ଏହି ଗ୍ଭରି ଜଣ ରାଜା ପାଞ୍ଚ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ।

10 ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଗାତ ଥିଲା ସଦୋମର ରାଜା ଓ ଗମୋରାର ରାଜା ପଳାୟନ କଲାବେଳେ ସେଠାରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ୟମାନେ ପର୍ବତକୁ ପଳାଇ ଗଲେ।

11 ଏଥିପାଇଁ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ୍ୟ ଲୁଟିନେଇ ପଳାଇଗଲେ। 12 ଅବ୍ରାମଙ୍କର ଭାତୃ ପୁତ୍ର ଲୋଟ ସଦୋମରେ ବାସ କରୁଥିଲେ ଏବଂ ଶତ୍ରୁମାନେ ତାହାକୁ ବନ୍ଦୀ କଲେ। ଏବଂ ଶତ୍ରୁଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ। 13 ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଗ୍ଭର ଦେଲା। ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେରର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷମୂଳେ ବାସ କରୁଥିଲେ। ସେମାନେ ମଧ୍ୟ ଅବ୍ରାମଙ୍କର ସହାୟ ଥିଲେ।

ଅବ୍ରାମ ଲୋଟଙ୍କୁ ଉଦ୍ଧାର କଲେ

14 ଯେତେବେଳେ ଅବ୍ରାମ ନିଜର ଜ୍ଞାତି ଧରା ହୋଇ ଯିବାର ସମାଗ୍ଭର ଶୁଣିଲେ। ଅବ୍ରାମ ତାଙ୍କର ସମସ୍ତ ପରିବାରକୁ ଏକତ୍ରିତ କଲେ। ସେଠାରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତ୍ରୁମାନଙ୍କ ପଛେ ପଛେ ଗୋଡ଼େଇ ଗୋଡ଼େଇ ଦାନ୍ ନଗର ପର୍ଯ୍ୟନ୍ତ ଗଲେ। 15 ସେହି ରାତ୍ରିରେ ସିଏ ଓ ତାଙ୍କର ସୈନ୍ୟମାନେ ସମସ୍ତେ ମିଶି ତାଙ୍କର ଶତ୍ରୁମାନଙ୍କ ବିରୁଦ୍ଧରେ ଅତର୍କିତ ଆକ୍ରମଣ କଲେ। ସେମାନେ ତାଙ୍କୁ ପରାସ୍ତ କରି ଗୋଡ଼େଇ ଗୋଡ଼େଇ ଦମ୍ମେସକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ଗୋଡ଼ାଇଲେ। 16 ଏହା ପରେ ସେ ତାଙ୍କର ଭାତୃପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ୟଗଣଙ୍କୁ ବାହୁଡ଼ାଇ ଆଣିଲେ।

17 ତା’ପରେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜୟ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।

ମ‌ଲ୍‌କୀଷେଦକ

18 ଶାଲମର ରାଜା ମ‌ଲ୍‌କୀଷେଦକ ଅବ୍ରାମଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ। ମ‌ଲ୍‌କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ। 19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ,

“ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ
    ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
20 ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହୁଅନ୍ତୁ
    ଯିଏ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ଦେଲେ।”

ଏବଂ ଅବ୍ରାମ ଯୁଦ୍ଧରୁ ନେଇଥିବା ସବୁ ଦ୍ରବ୍ୟର ଏକ ଦଶମାଂଶ ତାଙ୍କୁ ଦେଲେ। 21 ଏହା ପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ୟସକଳ ଆମ୍ଭକୁ ଦିଅ।”

22 କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ, 23 ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବି ନାହିଁ। ଏପରିକି ତୁମ୍ଭ ପାଖରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ୟ ନେବି ନାହିଁ। ମୁଁ ତୁମ୍ଭକୁ କହିବାକୁ ଗ୍ଭହେଁ ନାହିଁ, ‘ମୁଁ ଅବ୍ରାମଙ୍କୁ ଧନି କରିଛି।’ 24 କେବଳ ମୋର ଯୁବକମାନେ ଯାହା ଭୋଜନ କରିଅଛନ୍ତି ତାହା ନେବି। ପୁଣି ମୋହର ଯେଉଁ ସହାୟକଗଣ ମୋ’ ସଙ୍ଗରେ ଯାଇଥିଲେ ସେମାନେ ଅର୍ଥାତ୍ ଆନେର ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ୟ ଗ୍ରହଣ କରନ୍ତୁ।”

ମାଥିଉ ଲିଖିତ ସୁସମାଗ୍ଭର 13

ଯୀଶୁଙ୍କ ବୀଜ ବୁଣିବାର ଦୃଷ୍ଟାନ୍ତ(A)

13 ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। ତା’ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ,

“ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା’ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।”

ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁଙ୍କର ଶିକ୍ଷା(B)

10 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?”

11 ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। 12 ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା’ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। 13 ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। 14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ,

‘ତୁମ୍ଭେମାନେ ଶୁଣୁଥିବ,
    କିନ୍ତୁ ବୁଝି ପାରିବ ନାହିଁ।
ତୁମ୍ଭେମାନେ ଦେଖୁଥିବ
    କିନ୍ତୁ କିଛି ଜାଣି ପାରିବ ନାହିଁ।
15 କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି।
    ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ
    ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି।
ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ।
    କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ,
କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ।
    ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’ (C)

16 କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ। 17 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସେମାନେ ତାହା ଦେଖି ପାରି ନ ଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ସେମାନେ ଗ୍ଭହିଁଥିଲେ, କିନ୍ତୁ ସେମାନେ ତାହା ଶୁଣି ପାରି ନ ଥିଲେ।

ବୀଜ ବୁଣା ଦୃଷ୍ଟାନ୍ତର ବ୍ୟାଖ୍ୟା(D)

18 “ତେବେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।

19 “ରାସ୍ତାରେ ପଡ଼ି ଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକପରି ସେ ସ୍ୱର୍ଗରାଜ୍ୟର ସୁସମାଗ୍ଭର ଶୁଣେ, ଓ ତାହା ବୁଝି ପାରେ ନାହିଁ। ଶୟତାନ ଆସେ ଓ ତା ହୃଦୟରେ ଯାହାକିଛି ବୁଣା ହୋଇଥାଏ, ସେତେକ ନେଇ ଗ୍ଭଲିଯାଏ।

20 “ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ। 21 କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।

22 “କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ।

23 “ଭଲ ମାଟି ଉପରେ ପଡ଼ିଥିବା ବୀଜର ଅର୍ଥ କ’ଣ? ସେହି ଲୋକ ଭଳି ସେ ସୁସମାଗ୍ଭର ଶୁଣେ ଓ ତାକୁ ବୁଝିପାରେ। ସେ ଲୋକ ସଫଳ ହୁଏ। ସେହି ସଫଳତା ବେଳେବେଳେ ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ୍ ଗୁଣ ପର୍ଯ୍ୟନ୍ତ ମିଳିଥାଏ।”

ଗହମ ଓ ବାଳୁଙ୍ଗାର ଉଦାହରଣ

24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। 25 କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା’ପରେ ସେ ଗ୍ଭଲିଗଲା। 26 ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। 27 ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’

28 “ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’

“ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?”

29 “କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। 30 ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”

ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ(E)

31 ତା’ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ. 32 ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।”

33 ତା’ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।”

34 ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ। 35 ପରମେଶ୍ୱର ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଏହା ହେଉଥିଲା। ପରମେଶ୍ୱର କହିଥିଲେ:

“ମୁଁ କାହାଣୀ ଦ୍ୱାରା କଥା କହିବି।
    ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହୋଇ ରହିଛି, ସେଗୁଡ଼ିକ ମୁଁ ପ୍ରକାଶ କରିବି।”(F)

ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା

36 ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।”

37 ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର [a] 38 ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39 ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।

40 “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42 ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43 ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।

ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ

44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।

45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।

ମାଛଧରା ଜାଲର ଦୃଷ୍ଟାନ୍ତ

47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”

51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”

ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”

52 ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”

ଯୀଶୁ ନିଜ ଜାଗାକୁ ଫେରି ଆସିଲେ(G)

53 ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। 54 ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? 55 ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। 56 ତା’ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” 57 ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ।

ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।” 58 ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।

ନିହିମିୟାଙ୍କର ପୁସ୍ତକ 3

ପ୍ରାଚୀର ନିର୍ମାଣ କର୍ତ୍ତା

ଇଲିୟାଶୀବ ମହାଯାଜକ ଥିଲେ, ଇଲିୟାଶୀବ ଓ ତାଙ୍କର ସାଥୀ ଯାଜକମାନେ ମେଷ ଫାଟକ ଗଠନ କରିବାକୁ ଗଲେ। ସେମାନେ ସେହି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ୱାର ସ୍ଥାପନ କଲେ। ସେମାନେ ସହସ୍ର ଦୁର୍ଗର ଓ ହନନେଲ ଦୁର୍ଗର କାର୍ଯ୍ୟ କଲେ।

ଯିରୀହୋର ଲୋକମାନେ ସେମାନଙ୍କ ପରେ କାମ କଲେ। ଇମ୍ରିର ପୁତ୍ର ସ‌କ୍‌କୂର ଯିରୀହୋର ଲୋକମାନଙ୍କ ପରେ କାମ କଲା।

ହସନାୟାରର ପୁତ୍ରମାନେ ମତ୍ସ୍ୟଦ୍ୱାର ଗଠନ କଲେ। ସେମାନେ ତାର କଡ଼ି ଚଢ଼ାଇଲେ, ତା’ର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।

ସେମାନଙ୍କ ପରେ ହ‌କ୍‌କୋସର ପୁତ୍ର ଊରିୟ, ଊରିୟର ପୁତ୍ର ମରେମୋତ୍ ତାପର ଅଂଶ ମରାମତି କଲା,

ଏବଂ ସେମାନଙ୍କ ପରେ ମଶେଷବେଲର ପୁତ୍ର ବେରିଖିୟ ଓ ବେରିଖିୟର ପୁତ୍ର ମଶୁଲ୍ଲମ୍ ପରବର୍ତ୍ତୀ ଅଂଶ ମରାମତି କଲା।

ଆଉ ସେମାନଙ୍କ ପରେ ବାନାର ପୁତ୍ର ସାଦୋକ୍ ପରବର୍ତ୍ତୀ ଅଂଶ ମରାମତି କଲା।

ତକୋୟୀୟ ଲୋକମାନେ ମରାମତି କଲେ। ସେମାନଙ୍କ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ହସ୍ତକ୍ଷେପ କଲେ ନାହିଁ।

ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସେମାନେ ତହିଁର କଡ଼ି କବାଟ, କ‌‌‌‌ବ୍‌‌‌‌ଜା ଓ ଅର୍ଗଳ ଲଗାଇଲେ।

ଗିବିୟୋନୀୟରୁ ମଲାଟିୟ ଓ ମରୋଣୋଥୀୟରୁ ଯାଦୋନ ସେମାନଙ୍କର ପାର୍ଶ୍ୱ ପ୍ରାଚୀରକୁ ମରାମତି କଲେ। ସେହି ଲୋକମାନେ ଗିବିୟୋନ ଓ ମି‌‌‌‌ସ୍‌‌‌‌ପାରୁ ଥିଲେ। ସେମାନେ ନଦୀର ପଶ୍ଚିମାଞ୍ଚଳ ରାଜ୍ୟପାଳ ଦ୍ୱାରା ଶାସିତ ହେଲେ।

ହର୍ହୟର ପୁତ୍ର ସ୍ୱର୍ଣ୍ଣକାର ଉଷୀୟେଲ ସେମାନଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀୟ ଯିଏ କି ସୁଗନ୍ଧ ବ୍ୟାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୁଶାଲମ ଦୃଢ଼ କଲେ।

ସେମାନଙ୍କ ନିକଟରେ ଯିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ଭଗ୍ନ ପ୍ରାଚୀର ଗଠନ କଲେ।

10 ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ପ୍ରାଚୀର ଗଠନ କଲା। ତା’ ନିକଟକୁ ହ‌ଶ୍‌ବନିୟର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା। 11 ହାରିମର ପୁତ୍ର ମ‌‌‌‌ଲ୍‌‌‌‌‌‌‌କିୟ ଓ ପହତ୍-ମୋୟାବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗ ଗଠନ କଲା।

12 ତାହା ନିକଟରେ ଯିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହଲୋହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

13 ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ୱାରର ଭଗ୍ନାଂଶ ଗଠନ କଲେ। ସେମାନେ ତାହା ଗଢ଼ି ତାର କବାଟ, କ‌‌‌‌ବ୍‌‌‌‌ଜା, ଅର୍ଗଳସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ଼ କଲେ।

14 ବୈ‌ଥ୍‌ହ‌କ୍‌କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମ‌‌‌‌ଲ୍‌‌‌‌‌‌‌କିୟ ଖତଦ୍ୱାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ଲଗାଇଲା।

15 ମି‌‌‌‌ସ୍‌‌‌‌ପା ପ୍ରଦେଶର ଶାସକ କ‌‌‌‌ଲ୍‌‌‌‌‌‌‌ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ୱାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କ‌‌‌‌ବ୍‌‌‌‌ଜା, ଢାଲ, ଅର୍ଗଳସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ସେ ରାଜାଙ୍କର ରାଜୋଦ୍ୟାନ ଓ ଶେଲା ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।

16 ବୈ‌ଥ୍‌ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅ‌‌‌‌ସ୍‌‌‌‌ବୂକର ପୁତ୍ର ନିହିମିୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ମନୁଷ୍ୟକୃତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲେ।

17 ତାର ନିକଟକୁ ଲେବୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତା’ପରେ ଅର୍ଦ୍ଧ କିୟୀଲା ପ୍ରଦେଶର ଅଧ୍ୟକ୍ଷ ହଶବିୟ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

18 ସେମାନଙ୍କ ଭାତୃଗଣ କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।

19 ତାହା ନିକଟରେ ମି‌‌‌‌ସ୍‌‌‌‌ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ। 20 ତା’ର ନିକଟକୁ ସବ୍ବୟର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିୟାଶୀବ୍ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ। 21 ତାପରକୁ ହ‌କ୍‌କୋସର ପୌତ୍ର ଊରିୟର ପୁତ୍ର ମରେମୋତ୍ ଇଲିୟାଶୀବର ଗୃହଦ୍ୱାରଠାରୁ ଇଲିୟାଶୀବର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ। 22 ତା’ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।

23 ସେମାନଙ୍କ ପରେ ବିନ୍ୟାମୀନ ଓ ହଶୂବ୍ ସେମାନଙ୍କ ଆପଣାମାନଙ୍କ ଗୃହଗୁଡ଼ିକ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। ସେମାନଙ୍କ ପରେ ଅନନିୟର ପୁତ୍ର ମାସେୟ, ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।

24 ତା’ପରକୁ ହେନାଦଦର ପୁତ୍ର ବେନ୍ନୁୟୀ ଅସରିୟର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

25 ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀ ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିୟୋଶର ପୁତ୍ର ପଦାୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

26 ଏହି ସମୟରେ ନଥୀନୀୟମାନେ ଜଳଦ୍ୱାରର ପୂର୍ବଦିଗରେ ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ।

27 ତା’ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

28 ଯାଜକମାନେ ପ୍ରତ୍ୟେକ ନିଜ ନିଜ ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରଭାଗର ଭଗ୍ନଅଂଶ ଗଠନ କଲେ। 29 ସେମାନଙ୍କ ପରେ ଇ‌‌‌‌‌‌ମ୍‌‌‌‌‌‌ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା’ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

30 ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।

ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। 31 ତା’ପରେ ମ‌‌‌‌ଲ୍‌‌‌‌‌‌‌କିୟ ନାମକ ଜଣେ ସ୍ୱର୍ଣ୍ଣକାର ସୈନ୍ୟମାନେ ଏକତ୍ରିତ ହେଉଥିବା ଫାଟକ ଆଗରେ ମନ୍ଦିର ଦାସମାନଙ୍କର, ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଭଗ୍ନ ଅଂଶ ମରାମତି କଲେ। 32 କୋଣର ଉଠାଣୀ ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା

13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟ‌ଦ୍‌ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣ‌ବ୍‌‌ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”

ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା

ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।

ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ। ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”

ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।

ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କର କୁପ୍ରରୁ ପ୍ରସ୍ଥାନ

13 ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ପଂଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସେମାନଙ୍କୁ ଛାଡ଼ି ଯିରୁଶାଲମକୁ ଫେରି ଆସିଲେ। 14 ସେମାନେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗରରେ ଆସି ପହଞ୍ଚିଲେ।

ଆନ୍ତିୟଖିଆରେ ବିଶ୍ରାମ ଦିନରେ ସେମାନେ ଯିହୂଦୀମାନଙ୍କର ସମାଜଗୃହରେ ଯାଇ ବସିଲେ। 15 ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”

16 ତେଣୁ ପାଉଲ ଠିଆ ହୋଇ ହାତରେ ସଙ୍କେତ ଦେଲେ ଏବଂ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ପ୍ରକୃତ ଓ ପରମେଶ୍ୱରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମୋ’ କଥା ଶୁଣ। 17 ଇସ୍ରାଏଲର ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶରରେ ବିଦେଶୀ ଭାବେ ସେମାନେ ରହୁଥିବା ବେଳେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳରେ ସେଠାରୁ ସେମାନଙ୍କୁ ବାହାର ମଧ୍ୟ କରି ଆଣିଲେ। 18 ପରମେଶ୍ୱର ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ସେମାନଙ୍କର ଆଚରଣ ସହିଲେ। 19 ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ। 20 ଏହିସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ଯ୍ୟନ୍ତ ସେମାନେ ଅଧିକାର କଲେ।

“ତା’ପରେ ସେ ସେମାନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ସମୟ ପର୍ଯ୍ୟନ୍ତ ବିଗ୍ଭର କର୍ତ୍ତାମାନଙ୍କୁ ଦେଲେ। 21 ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। 22 ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’

23 “ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। 24 ତାହାଙ୍କ ଆସିବା ପୂର୍ବରୁ ଯୋହନ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ପ୍ରଗ୍ଭର କରି କହିଥିଲେ ଯେ, ସେମାନଙ୍କ ଜୀବନରେ ପରିବର୍ତ୍ତନ ହୋଇ ଥିବାର ଚିହ୍ନ ସ୍ୱରୁପ ସେମାନେ ବାପ୍ତିସ୍ମ ନେବା ଆବଶ୍ୟକ। 25 ଯୋହନ ତାହାଙ୍କ କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ‘ମୋତେ ତୁମ୍ଭେମାନେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମୋର ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ।’

26 “ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି। 27 ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ। 28 ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ।

29 “ତାହାଙ୍କ ବିଷୟରେ ସବୁ ଲେଖା ହୋଇଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଦେଲେ। 30 କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ। 31 “ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି:

‘ତୁମ୍ଭେ ମୋ’ ପୁତ୍ର,
    ଆଜି ମୁଁ ତୁମ୍ଭର ପିତା ହେଲି।’ (A)

34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ,

‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା
    ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’ (B)

35 ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି,

‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’ (C)

36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। 37 କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। 38-39 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। 40 ତେଣୁ ସାବଧାନ ରୁହ ଯେ, ଭବିଷ୍ୟ‌ଦ୍‌ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ,

41 ‘ଦେଖ, ଅବଜ୍ଞାକାରୀ ଲୋକମାନେ,
    ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା’ପରେ ମରିବାକୁ ଯାଇଥାଅ,
କାରଣ ମୁଁ ତୁମ୍ଭମାନଙ୍କ ସମୟରେ,
    ଏପରି ଗୋଟିଏ କାର୍ଯ୍ୟ କରିବି
ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା,
    ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’” (D)

42 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। 43 ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ।

44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। 45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। 46 କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି:

‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ।
    ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” (E)

48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। 51 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center