M’Cheyne Bible Reading Plan
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
ସଙ୍କେତ ହେବ।
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
ଆଶୀର୍ବାଦ ପାଇବେ।”
ଅବ୍ରାମଙ୍କର କିଣାନ ଯାତ୍ରା
4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। 5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। 6 ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।
7 ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।”
ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। 8 ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେଲ୍ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 9 ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।
ମିଶରରେ ଅବ୍ରାମ
10 ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। 11 ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। 12 ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, ‘ତୁମ୍ଭେ ମୋର ସ୍ତ୍ରୀ।’ ତା’ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। 13 ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।”
14 ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। 15 ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। 16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
17 ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। 18 ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? 19 ତୁମ୍ଭେ କହିଲ ଯେ, ‘ସେ ତୁମ୍ଭର ଭଉଣୀ ଥିଲା।’ ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।” 20 ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ।
ଯୀଶୁ ଓ ବାପ୍ତିଜକ ଯୋହନ(A)
11 ଯୀଶୁ ତାହାଙ୍କର ବାରଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଗ୍ଭର କରିବା ନିମନ୍ତେ ଗଲେ।
2 ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। 3 ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”
4 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। 5 ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଆନ୍ତି । ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। 6 ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।”
7 ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ? [a] 8 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। 9 ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟଦ୍ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। 10 ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି:
‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି।
ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’ (B)
11 “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। 12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। 13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟଦ୍ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟଦ୍ବାଣୀ କହିଥିଲେ। 14 ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟଦ୍ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। 15 ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ।
16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’
18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା’ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”
ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ(C)
20 ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, 21 ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେଥ୍ସାଇଦା! [b] ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ [c]ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। 22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ।
23 “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ [d]ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। 24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।”
ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି(D)
25 ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। 26 ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।
27 “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।
28 “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। 29 ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ’ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। 30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”
ନିହିମିୟାଙ୍କର ପ୍ରାର୍ଥନା
1 ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କିଶ୍ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। 2 ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି।
3 ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।”
4 ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। 5 ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି:
“ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ।
6 “ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। 7 ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ।
8 “ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। 9 କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’
10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। 11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”
ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।
ପିତର ଯିରୁଶାଲମ ଫେରି ଆସିଲେ
11 ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି। 2 ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ। 3 ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”
4 ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ, 5 “ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି। 6 ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି। 7 ତା’ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’
8 “କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’
9 “ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’
10 “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା। 11 ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା। 12 ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ। 13 କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ। 14 ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’
15 “ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ। 16 ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’ 17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”
18 ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”
ଆନ୍ତିୟଖିଆରେ ସୁସମାଗ୍ଭର
19 ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ। 20 ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀକ୍ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ। 21 ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।
22 ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ। 23 ବର୍ଣ୍ଣବ୍ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।” 24 ବର୍ଣ୍ଣବ୍ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।
25 ବର୍ଣ୍ଣବ୍ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ। 26 ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ।
27 ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ। 28 ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟଦ୍ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା। 29 ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ। 30 ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣବ୍ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣବ୍ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ।
2010 by World Bible Translation Center