M’Cheyne Bible Reading Plan
ବନ୍ୟା ଶେଷରେ
8 ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା।
2 ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା। 3-4 ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଗ୍ଭଲିଗଲା। ଏବଂ 150 ଦିନ ପରେ ଜଳପତ୍ତନ ଧୀରେ ଧୀରେ କମିଗଲା। ଏହା ପରେ ସପ୍ତଦଶ ମାସର ସପ୍ତଦଶ ଦିନରେ ଆରାରଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। 5 ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।
6 ଏହା ପରେ ଆହୁରି ଗ୍ଭଳିଶ୍ ଦିନ ଯିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ। 7 ତା’ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସେହି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ଯ୍ୟନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା। 8 ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।
9 ସେହି କପୋତଟି କୌଣସିଠାରେ ବିଶ୍ରାମ ନେବାକୁ ସ୍ଥାନ ନ ପାଇ ଫେରି ଆସିଲା। କାରଣ ସେ ପର୍ଯ୍ୟନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ୟକୁ ନେଲେ।
10 ସାତ ଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। 11 ସେହି ଦିନ ସନ୍ଧ୍ୟା ସମୟରେ ସେହି କପୋତଟି ତା’ର ଥଣ୍ଟରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ଯାଇଅଛି। 12 ସାତ ଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫେରିଲା ନାହିଁ।
13 ଏହା ପରେ, ନୋହ ଜାହାଜର ଦ୍ୱାର ଖୋଲିଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ଯାଇଛି। ଏହା ଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହଙ୍କୁ ସେତେବେଳେ 601 ବର୍ଷ ହୋଇଥିଲା। 14 ଦ୍ୱିତୀୟ ମାସର ଶତାଇଶ ଦିନ ବେଳକୁ ଭୂମି ପୁରା ଶୁଖି ଯାଇଥିଲା
15 ଏହା ପରେ ପରମେଶ୍ୱର ନୋହଙ୍କୁ କହିଲେ, 16 “ଜାହାଜକୁ ପରିତ୍ୟାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ 17 ତୁମ୍ଭ ସହିତ ସମସ୍ତ ପଶୁଗୁଡ଼ିକୁ ବାହାର କରିଆଣ। ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।”
18 ତେଣୁ ନୋହ ତାଙ୍କର ସ୍ତ୍ରୀ, ତାଙ୍କର ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ବାହାରକୁ ପଳାଇ ଆସିଲେ। 19 ସମସ୍ତ ପଶୁ ଏବଂ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।
20 ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।
21 ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି। 22 ଯେପର୍ଯ୍ୟନ୍ତ ପୃଥିବୀ ରହିଛି, ସେପର୍ଯ୍ୟନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ, ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀରେ ଗ୍ଭଲିଥିବ।”
ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ(A)
8 ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। 2 ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”
3 ତା’ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା’ର କୁଷ୍ଠରୋଗ ଭଲ ହୋଇଗଲା। 4 ତା’ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”
ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ(B)
5 ତା’ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। 6 ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”
7 ତା’ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”
8 ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। 9 ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”
10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”
13 ତା’ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ(C)
14 ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। 15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।
16 ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ:
“ସେ ଆମ୍ଭର ରୋଗ ସବୁ ନେଇଗଲେ
ଏବଂ ଆମ୍ଭର ଅସୁସ୍ଥତା ବହିଲେ।”(D)
ଯୀଶୁଙ୍କୁ ଅନୁସରଣ କରିବା(E)
18 ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ। 19 ତା’ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।”
20 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”
21 ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା’ପରେ ମୁଁ ଆପଣଙ୍କର ଅନୁସରଣ କରିବି।”
22 କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”
ଅନୁସରଣ କାରୀମାନେ ଯୀଶୁଙ୍କର ଶକ୍ତି ଦେଖିଲେ(F)
23 ଯୀଶୁ ନୌକାରେ ଯାଇ ବସିଲେ, ଏବଂ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁଗମନ କଲେ। 24 ସେହି ସମୟରେ ହ୍ରଦରେ ଭୟଙ୍କର ଝଡ଼ ହେଲା। ଲହଡ଼ିରେ ଡଙ୍ଗା ଓଲଟ ପାଲଟ ହୋଇ ପଡ଼ୁଥିଲା। କିନ୍ତୁ ଯୀଶୁ ଶୋଇ ଥିଲେ। 25 ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।”
26 ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା’ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା’ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।
27 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!”
ଭୂତ କବଳରୁ ଦୁଇଜଣଙ୍କୁ ମୁକ୍ତି(G)
28 ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ [a] ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ। 29 ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”
30 ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ। 31 ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।”
32 ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା’ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। 33 ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ। 34 ତା’ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ।
ଏଜ୍ରାଙ୍କ ସହିତ ଆସିଥିବା ପ୍ରାଚୀନବର୍ଗଙ୍କ ତାଲିକା
8 ଏହି ନାମଗୁଡ଼ିକ ହେଉଛି ପିତୃବଂଶର ମୁଖ୍ୟମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନ୍ରୁ ଯିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ଯିରୁଶାଲମକୁ ଆସିଥିଲୁ। ଏହିଠାରେ ସେମାନଙ୍କର ଚିଠା ଦିଆଗଲା।
2 ପୀନହସ୍ର ବଂଶଧରମାନଙ୍କ ମଧ୍ୟରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ୟରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ହଟୂଶ୍।
3 ଶଖନିୟର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ, ପରିୟୋଶର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହୋଇଥିଲେ।
4 ପହତ୍ ମୋୟାବର ବଂଶଧରମାନଙ୍କ ମଧ୍ୟରୁ ସରହିୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ 200 ପୁରୁଷ।
5 ଏବଂ ଜାତୁଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନିୟ ଏବଂ ତାହା ସଙ୍ଗେ 300 ପୁରୁଷ।
6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ୍ ପୁରୁଷ।
7 ଏଲମର ବଂଶଧରମାନଙ୍କ ମଧ୍ୟରୁ ଅଥଲିୟର ପୁତ୍ର ଯିଶାୟାହ ଓ ତାଙ୍କ ସଙ୍ଗେ 70 ପୁରୁଷ।
8 ଶଫଟିୟର ବଂଶଧରମାନଙ୍କ ମଧ୍ୟରୁ ମୀଖାୟେଲର ପୁତ୍ର ସବଦିୟ ଓ ତାହା ସଙ୍ଗେ 80 ପୁରୁଷ।
9 ଯୋୟାବର ବଂଶଧରମାନଙ୍କ ମଧ୍ୟରୁ ଯିହିୟେଲର ପୁତ୍ର ଓବଦିୟ ଓ ତାହାଙ୍କ ସଙ୍ଗେ 218 ପୁରୁଷ।
10 ଆଉ ବାନିର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯୋଷିଫିୟର ପୁତ୍ର ଶଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।
11 ବେବୟର ବଂଶଧରମାନଙ୍କ ମଧ୍ୟରୁ ବେବୟର ପୁତ୍ର ଯିଖରିୟ ଓ ତାହାଙ୍କ ସଙ୍ଗେ 28ପୁରୁଷ।
12 ଅସ୍ଗଦର ବଂଶଧରମାନଙ୍କ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।
13 ଅଦୋନୀକାମର ବଂଶଧରମାନଙ୍କ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଇଲିଫେଲଟ୍, ଯିୟୂୟେଲ, ଶମୟିମ ଓ ସେମାନଙ୍କ ସଙ୍ଗେ 60 ପୁରୁଷ।
14 ଆଉ ବିଗ୍ବୟ ବଂଶଧରମାନଙ୍କ ମଧ୍ୟରୁ ଊଥୟ ଓ ସବୂଦ୍ ଓ ସେମାନଙ୍କ ସଙ୍ଗେ 70 ପୁରୁଷ।
ଯିରୁଶାଲମକୁ ପ୍ରତ୍ୟାବର୍ତ୍ତନ
15 ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ। 16 ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇଲ୍ନାଥନ, ଯାରିବ୍, ଇଲ୍ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। 17 ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା’ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି। 18 ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି। 19 ହସବିୟ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ୟରୁ ଯିଶୟାହ ତାହାର ଭାତୃଗଣ ଓ ସେମାନଙ୍କ ପୁତ୍ରଗଣ ଏପରି କୋଡ଼ିଏ ଜଣ। 20 ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥନିୟ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।
21 ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘୋଷଣା କଲି। 22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।” 23 ଏଣୁ ଆମ୍ଭେମାନେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
24 ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି। 25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି। 26 ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟପାତ୍ର ଓ 100 ତାଳନ୍ତ ସୁନା। 27 1000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି। 28 ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। 29 ସଦାପ୍ରଭୁ ଯିରୁଶାଲମସ୍ଥ ମନ୍ଦିର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପରିବାରର ନେତାମାନଙ୍କର ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁର ସୁରକ୍ଷା କର।”
30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିରକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।
31 ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। 32 ତେଣୁ ଆମ୍ଭେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। 33 ଏହା ପରେ ଚତୁର୍ଥ ଦିନ ସେହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ତୌଲାଯାଇ ଊରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପୀନହସ୍ର ପୁତ୍ର ଏଲିୟାସର ଥିଲା। ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୂୟିର ପୁତ୍ର ନୋୟଦିୟ ଏହି ଲେବୀୟମାନେ ଥିଲେ। 34 ସମଗ୍ର ଦ୍ରବ୍ୟ ଗଣା ଯାଇ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ତୌଲ୍ୟ ଲେଖାଗଲା।
35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ଅଣ୍ତିରା ମେଷ, 77 ମେଷଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଥିଲା।
36 ଏହା ପରେ ସେମାନେ ନଦୀ ସେପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ।
8 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି
ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। 4 ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।
ଶମିରୋଣରେ ଫିଲିପ୍ପଙ୍କର ପ୍ରଗ୍ଭର
5 ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। 6 ସେଠାକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। 7 ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲିପ୍ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। 8 ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।
9 ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା। 10 ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।” 11 ଶିମୋନ ଲୋକମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଯାଦୁ ବିଦ୍ୟାରେ ମୁଗ୍ଧ କରି ପାରୁଥିବା କଥା ସମସ୍ତେ ଶୁଣିଲେ। 12 କିନ୍ତୁ ଯେତେବେଳେ ସେମାନେ ଫିଲିପ୍ପଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟକ ସୁସମ୍ବାଦ ଶୁଣିଲେ, ସେତେବେଳେ ସେମାନେ ଫିଲିପ୍ପଙ୍କ କଥାରେ ବିଶ୍ୱାସ କରି ବାପ୍ତିଜିତ ହେଲେ। 13 ଶିମୋନ ନିଜେ ମଧ୍ୟ ଏହା ବିଶ୍ୱାସ କଲେ ଓ ବାପ୍ତିଜିତ ହୋଇ ଫିଲିପ୍ପଙ୍କ ସହିତ ରହିଲେ। ସେ ଅସଧାରଣ, ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଓ ଚିହ୍ନମାନ ଦେଖି ବିସ୍ମିତ ହେଲେ।
14 ପ୍ରେରିତମାନେ ଯିରୁଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି। ତେଣୁ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ। 15 ପିତର ଓ ଯୋହନ ସେଠାରେ ପହଞ୍ଚି ଶମିରୋଣ ବାସିନ୍ଦାମାନଙ୍କ ପାଇଁ ପ୍ରାର୍ଥନା କଲେ ଯେପରିକି ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କରି ପାରିବେ। 16 ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ କାହା ଉପରେ ପବିତ୍ରଆତ୍ମା ଅଧିଷ୍ଠିତ ହୋଇ ନ ଥିଲେ। 17 ତା’ପରେ ପ୍ରେରିତମାନେ ଲୋକମାନଙ୍କ ଉପରେ ନିଜ ହାତ ରଖିବାରୁ ସେମାନେ ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ।
18 ପ୍ରେରିତମାନଙ୍କ ହାତ ରଖିବା ଦ୍ୱାରା ପବିତ୍ରଆତ୍ମା ପ୍ରାପ୍ତ ହେବା ଶିମୋନ ଦେଖିଲା। ତେଣୁ ଶିମୋନ ପ୍ରେରିତମାନଙ୍କୁ ଟଙ୍କା ଯାଚି କହିଲା, 19 ‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।”
20 ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ। 21 ପରମେଶ୍ୱରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନ ଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମରେ ଭାଗ ନେଇ ପାରିବ ନାହିଁ। 22 ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ୱର ତୁମ୍ଭର ହୃଦୟରେ ଥିବା ପାପ ଚିନ୍ତାକୁ କ୍ଷମା କରି ପାରନ୍ତି। 23 ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛି ଓ ପାପ ତୁମ୍ଭ ଉପରେ କର୍ତ୍ତୃତ୍ୱ କରୁଛି।”
24 ଶିମୋନ ଉତ୍ତର ଦେଲା, “ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ’ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁହେଁ ମୋ’ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।”
25 ପ୍ରେରିତମାନେ ଶମିରୋଣର ଅନେକ ଗ୍ରାମରେ ଶୁଭସମାଗ୍ଭର କହି ଯିରୁଶାଲମକୁ ଫେରିଗଲେ। ସେମାନେ ଫେରିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମରେ ସୁସମାଗ୍ଭର ପ୍ରଗ୍ଭର କଲେ।
ଫିଲିପ୍ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା
26 ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”
27 ଫିଲିପ୍ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। 28 ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପଢୁଥିଲେ।
29 ସେତେବେଳେ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” 30 ଫିଲିପ୍ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”
31 ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:
“ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା।
ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁପ୍ହୋଇ ଠିଆ ହୁଏ,
ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା।
ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା।
କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”(A)
34 ନପୁଂସକ ଫିଲିପ୍ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” 35 ତା’ପରେ ଫିଲିପ୍ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।
36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” 37 [a] 38 ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲିପ୍ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। 40 କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।
2010 by World Bible Translation Center