Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 5

ଆଦମର ବଂଶାବଳୀର ଇତିହାସ

ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ” [a] ଦେଲେ।

ଆଦମକୁ 130 ବର୍ଷ ହେବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଦେଖିବାକୁ ସେ ଠିକ୍ ଆଦମଙ୍କର ପରି ଥିଲା। ଆଦମ ତା’ର ନାମ ଶେଥ ଦେଇଥିଲା। ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲା। ସେହି ସମୟରେ ଆଉ ପୁତ୍ରକନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଆଦମ ମୋଟ 930 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

ଶେଥ 105 ବର୍ଷ ବୟସରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ। ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସେହି ସମୟ ମଧ୍ୟରେ ଶେଥର ଅନ୍ୟପୁତ୍ର ଓ କନ୍ୟାମାନେ ଜନ୍ମ ହେଲେ। ଏହା ପରେ ଶେଥ ମୋଟ 912 ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କଲା।

ଈନୋଶର ନବେ ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମିଥିଲା। ତା’ର ନାମ ଥିଲା କୟିନାନ୍। 10 କୟିନାନର ଜନ୍ମ ପରେ ଈନୋଶ 815 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତାହାର ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ହେଲେ। 11 ଏହିପରି ଈନୋଶ ମୋଟ 905 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

12 କୟିନାନ ସତୁରି ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମ କଲା, ତାହାର ନାମ ମହଲଲେଲ। 13 ମହଲଲେଲ ଜନ୍ମ ହେବାପରେ କୟିନାନ 840 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ କୟିନାନର ଅନ୍ୟ ପୁତ୍ର ଓ କନ୍ୟାଗଣ ଜନ୍ମ ହେଲେ। 14 ଏହିପରି ଭାବରେ କୟିନାନ 910 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

15 ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲା। 16 ଯେରଦ ଜନ୍ମ ହେଲା ପରେ ମହଲଲେଲ 830 ବର୍ଷ ବଞ୍ଚିଲା ଏବଂ ସେହି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କଲା। 17 ଏହିପରି ଭାବରେ ମହଲଲେଲ 895 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

18 ଯେରଦକୁ ଯେତେବେଳେ 162 ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲା, ତାହାର ନାମ ହନୋକ। 19 ହନୋକ ଜନ୍ମ ହେଲା ପରେ, ଯେରଦ 800 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ କଲା। 20 ଏହିପରି ଭାବରେ ଯେରଦ 962 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

21 ହନୋକ 65 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶେଲହ। 22 ମଥୂଶେଲହ ଜନ୍ମ ହେବା ପରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଅନୁସରଣ କଲେ। [b] ଆହୁରି ମଧ୍ୟ ଅନ୍ୟ ପୁତ୍ର ଏବଂ କନ୍ୟାଗଣ ତାଙ୍କଠାରୁ ଜନ୍ମ ନେଲେ। 23 ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ। 24 ଦିନେ, ଯେତେବେଳେ ହନୋକ ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ, ସେ ଅନ୍ତର୍ଦ୍ଧାନ ହେଲେ, ଯେହେତୁ ତାଙ୍କୁ ପରମେଶ୍ୱର ନେଇଗଲେ।

25 ମଥୁଶେଲହ 187 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲା। ତାହାର ନାମ ଲେମକ। 26 ଲେମକର ଜନ୍ମ ପରେ ମଥୂଶେଲହ 782 ବର୍ଷ ବଞ୍ଚିଲା ଏବଂ ସେ ଆହୁରି ଅନେକ ପୁତ୍ରକନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 27 ମଥୁଶେଲହ ମୋଟ 969 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

28 ଯେତେବେଳେ ଲେମକକୁ 182 ବର୍ଷ ବୟସ ହୋଇଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। 29 ଲେମକ ତା’ର ନାମ ରଖିଲା ନୋହ। ସେ କହିଲା, “ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବ।”

30 ନୋହ ଜନ୍ମ ହେବାପରେ ଲେମକ 595 ବର୍ଷ ବଞ୍ଚିଲା ଏବଂ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 31 ସେ ମୋଟ 777 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

32 ଏହା ପରେ ନୋହଙ୍କୁ ଯେତେବେଳେ 500 ବର୍ଷ ବୟସ ହୋଇଥିଲା ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶେମ, ହାମ ଓ ଯେଫତ୍।

ମାଥିଉ ଲିଖିତ ସୁସମାଗ୍ଭର 5

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି(A)

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,

“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
    କାରଣ ଏ ପୃଥିବୀ ସେହିମାନଙ୍କର ହେବ।
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
    କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
    କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
    କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

ତୁମ୍ଭେମାନେ ଲୁଣ ଓ ଆଲୋକ ପରି(B)

13 “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।

14 “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। 15 ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। 16 ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।

ଯୀଶୁ ଓ ପୁରାତନ ନିୟମର ଲେଖାସମୁହ

17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।

19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ [a]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି

21 “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ। [b] ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ [c] ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

23 “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, 24 ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା’ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର।

25 “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା’ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। 26 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ।

ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’ [d] 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।

ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି(C)

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା’ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’ [e] 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।

ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା

33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’ [f] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା’ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।

ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ(D)

38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’ [g] 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।

ସମସ୍ତଙ୍କୁ ପ୍ରେମ କର(E)

43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’ [h] 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା’ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ [i]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।

ଏଜ୍ରା 5

ଏହି ସମୟରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଯିଖରିୟ, ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।” ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ, “ସେମାନେ ପଗ୍ଭରିଲେ, ଏହି ଗାନ୍ଥକମାନଙ୍କ ନାମ କ’ଣ?”

ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଓ ପତ୍ରଦ୍ୱାରା ସେହି ବିଷୟରେ ଉତ୍ତର ନଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ ନାହିଁ।

ତତ୍ତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରିୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲେଖାଥିଲା।

ମହାରାଜ ଦାରିୟାବସଙ୍କର ସର୍ବମଙ୍ଗଳ

ଆମ୍ଭେମାନେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, “ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ମନ୍ଦିରକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନ ସହକାରେ ଗ୍ଭଲୁଅଛି ଓ ସେମାନଙ୍କ ହସ୍ତରେ ଏହା ସଫଳ ହେଉ ଅଛି। ଏହା ମଧ୍ୟ ଶୀଘ୍ର ସରିବ।

ଆମ୍ଭେମାନେ ସେହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ଯ୍ୟ ବିଷୟରେ କିଛି ପଗ୍ଭରିଲୁ, ତାହା ହେଲା, “ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 10 ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ପଗ୍ଭରିଲୁ। ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ।

11 ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,

“ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। 12 ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କ୍ରୋଧିତ କରିଥିଲେ। ତେଣୁ ସେ ସେମାନଙ୍କୁ ବାବିଲର ରାଜା କ‌‌‌‌ଲ୍‌‌‌‌‌‌‌ଦୀୟ ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକରି, ଲୋକମାନଙ୍କୁ ବାବିଲକୁ ନେଇଗଲେ। 13 ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ। 14 ଆହୁରି ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।

15 ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।”

16 ତେଣୁ ଶେଶବସର ଆସି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟାବଧି ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।

17 ଏଣୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୁଶାଲମରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5

ହନନିୟ ଓ ଶଫୀରା

ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରିଦେଲେ। ସେ ତା’ ସ୍ତ୍ରୀକୁ ଜଣାଇ ତା’ର ସମ୍ମତିରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା।

ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ। ସେ ସମ୍ପତ୍ତି କ’ଣ ବିକ୍ରୀ ପୂର୍ବରୁ ତୁମ୍ଭର ନ ଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ୟ କ’ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ।”

ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ। ତା’ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଗ୍ଭଲିଗଲେ ଓ କବର ଦେଲେ।

ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା। ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦା‌‌‌ମ୍‌‌‌ରେ ବିକ୍ରୀ କରିଛ କି?”

ସେ ଉତ୍ତର ଦେଲା, “ହଁ, ସେହି ଦା‌‌‌ମ୍‌‌‌ରେ।”

ତା’ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।” 10 ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା’ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ। 11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

ପରମେଶ୍ୱରଙ୍କଠାରୁ ପ୍ରମାଣ

12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। 13 ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। 16 ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ।

ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା

17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ। 22 କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ, 23 “ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।” 24 ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”

25 ଠିକ୍ ସେହି ସମୟରେ ଜଣେ ଆସି ସେମାନଙ୍କୁ କହିଲା, “ତୁମ୍ଭେମାନେ ଯେଉଁମାନଙ୍କୁ କାରାଗାରରେ ବନ୍ଦୀକରି ରଖିଥିଲ ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।” 26 ତେଣୁ ସେନାପତି ସେହି ଲୋକମାନଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କୁ ନେଇ ଆସିଲେ। ସେମାନେ ପ୍ରେରିତମାନଙ୍କୁ ଜୋ‌ର୍‌‌ଜବରଦସ୍ତି କରି ଆଣିଲେ ନାହିଁ କାରଣ ସେମାନେ ଭୟ କଲେ, ଯଦି ସେମାନେ ଏପରି କରିବେ, ତେବେ ଲୋକମାନେ ହୁଏତ ସେମାନଙ୍କୁ ପଥର ଫୋପାଡ଼ିବେ।

27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା’ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, 28 “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”

29 ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। 31 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। 32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।”

33 ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 34 କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। 35 ତା’ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। 36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା’ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। 37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।”

ସେମାନେ ତାହାଙ୍କ ଉପଦେଶ ମାନିଲେ। 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା’ପରେ ସେମାନଙ୍କୁ ଛାଡ଼ି ଦେଲେ। 41 ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center