M’Cheyne Bible Reading Plan
ପାପର ଆରମ୍ଭ
3 ସଦାପ୍ରଭୁ ପରମେଶ୍ୱରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧ୍ୟରେ ସର୍ପ ସମସ୍ତଙ୍କଠାରୁ ଚତୁର ଥିଲା। ସର୍ପଟି ସ୍ତ୍ରୀଲୋକଟିକୁ କହିଲା, “ଏହା କ’ଣ ସତ୍ୟ ଯେ ପରମେଶ୍ୱର ଉଦ୍ୟାନର କୌଣସି ବୃକ୍ଷର ଫଳ ନ ଖାଇବା ପାଇଁ ତୁମ୍ଭଙ୍କୁ କହିଲେ?”
2 ସ୍ତ୍ରୀଲୋକଟି କହିଲା, “ଆମ୍ଭେ ବୃକ୍ଷଗୁଡ଼ିକର ଫଳ ଖାଇ ପାରିବୁ। 3 କିନ୍ତୁ ଉଦ୍ୟାନ ମଧ୍ୟସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ୱର ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଉଦ୍ୟାନ ମଝିରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତେବେ ମରିବ।’”
4 କିନ୍ତୁ ସର୍ପ ସ୍ତ୍ରୀଲୋକଟିକୁ କହିଲା, “ତୁମ୍ଭେ ମରିବ ନାହିଁ। 5 ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।”
6 ସେହି ସ୍ତ୍ରୀଲୋକଟି ଦେଖିଲା ଯେ, ସେହି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସେହି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ୱାମୀକୁ ଖାଇବାକୁ ଦେଲା ଏବଂ ସେ ମଧ୍ୟ ତାହାକୁ ଖାଇଲା।
7 ସେମାନଙ୍କର ଚକ୍ଷୁ ପ୍ରସନ୍ନ ହେଲା ଏବଂ ସେମାନେ ଜାଣି ପାରିଲେ ଯେ, ସେମାନେ ଉଲଗ୍ନ। ତେଣୁ ସେମାନେ କିଛି ଡିମ୍ବିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ବସ୍ତ୍ର ଭାବରେ ଗ୍ରହଣ କଲେ।
8 ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଡାକିଲେ, “ତୁମ୍ଭେ କେଉଁଠାରେ?”
10 ମନୁଷ୍ୟ ଉତ୍ତର ଦେଲା, “ମୁଁ ତୁମ୍ଭେ ଉଦ୍ୟାନରେ ଗ୍ଭଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚିଲି।”
11 ସଦାପ୍ରଭୁ ପରମେଶ୍ୱର ଆଦମକୁ କହିଲେ, “ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କ’ଣ ଉଦ୍ୟାନର ସେହି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି?”
12 ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”
13 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?”
ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”
14 ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ,
“ଯେହେତୁ ତୁମ୍ଭେ ଏହା କରିଅଛ,
ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ,
ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା
ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ।
15 ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି।
ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି।
ତୁମ୍ଭେ ତା’ର ପିଲାର ଗୋଇଠିକୁ କାମୁଡ଼ିବ,
କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”
16 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକଟିକୁ କହିଲେ,
“ମୁଁ ତୁମ୍ଭର କାର୍ଯ୍ୟଭାର
ଏବଂ ତୁମ୍ଭର ଗର୍ଭବେଦନା ମଧ୍ୟ ବଢ଼ାଇବି।
ତୁମ୍ଭେ ବ୍ୟଥାରେ
ସନ୍ତାନ ପ୍ରସବ କରିବ।
ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ [a]
ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”
17 ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ,
“ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି
କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ।
ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା,
ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।
18 ଭୂମିରେ କଣ୍ଟା ବୁଦା ଜନ୍ମିବ।
ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।
19 ତୁମ୍ଭେ ମରିବା ପର୍ଯ୍ୟନ୍ତ
ମୂଖର ଝାଳରେ ଆହାର କରିବ,
ତୁମ୍ଭେ ଖାଦ୍ୟ ପାଇବା ପାଇଁ
କଠିନ ପରିଶ୍ରମ କରିବ।
ତୁମ୍ଭେ ଧୂଳିରୁ ନିଆଯାଇଛ,
ଏଣୁ ଧୂଳିକୁ ଫେରିଯିବ।”
20 ମନୁଷ୍ୟ ତା’ର ସ୍ତ୍ରୀର ନାମ ହବା, ଦେଲା। ଆଦମ ତା’ର ଏପରି ନାମକରଣ କରିଥିଲା, କାରଣ ସେ ଥିଲା ଜୀବିତ ପ୍ରାଣୀମାନଙ୍କ ସକଳର ମାତା।
21 ସଦାପ୍ରଭୁ ପରମେଶ୍ୱର ତାଙ୍କ ପାଇଁ ଚମଡ଼ାର ବସ୍ତ୍ର ତିଆରି କରି ତାଙ୍କୁ ପିନ୍ଧାଇଲେ।
22 ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ଖାଇବା ଉଚିତ୍ ନୁହଁ। ଯଦି ସେ ଏହା ଖାଇଥା’ନ୍ତା, ସେ ଅମର ହୋଇଥା’ନ୍ତା।”
23 ତେଣୁ ସଦାପ୍ରଭୁ ପରମେଶ୍ୱର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ନିଯୁକ୍ତ କଲେ। 24 ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖଡ଼୍ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ।
ବାପ୍ତିଜକ ଯୋହନଙ୍କ କାର୍ଯ୍ୟ(A)
3 ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ 2 “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” 3 ସେହି ଯୋହନଙ୍କ ବିଷୟରେ ଭବିଷ୍ୟଦ୍ବକ୍ତା ଯିଶାଇୟ କହୁଥିଲେ,
“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
ତାହାଙ୍କ ରାଜପଥ ସଳଖ କର।’”(B)
4 ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। 5 ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। 6 ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।
7 ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? 8 ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। 9 ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।
11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ’ପରେ ଯେ ଆସୁଛନ୍ତି, ସେ ମୋ’ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”
ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ(C)
13 ସେହି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନେବା ପାଇଁ ଯୀଶୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। 14 କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?”
15 ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।
16 ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। 17 ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”
ଯଜ୍ଞବେଦିର ପୁନଃନିର୍ମାଣ
3 ଏହା ପରେ ସପ୍ତମ ମାସରେ ଇସ୍ରାଏଲ ସନ୍ତାନଗଣ ଯିରୁଶାଲମଠାରେ ଏକ ବ୍ୟକ୍ତି ତୁଲ୍ୟ ଏକତ୍ରିତ ହେଲେ। 2 ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
3 ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। 4 ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ। 5 ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ। 6 ସପ୍ତମ ମାସର ପ୍ରଥମ ଦିନରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହୋଇ ନ ଥିଲା।
ମନ୍ଦିରର ପୁନଃନିର୍ମାଣ
7 ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନ୍ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।
8 ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। 9 ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀୟେଲ ଓ ତା’ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ। 10 ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। 11 ସେମାନେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ,
“ସେ ମଙ୍ଗଳମୟ,
ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।”
ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ।
12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସେମାନଙ୍କ ଦୃଷ୍ଟିରେ ଏହି ମନ୍ଦିର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚ ସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦରେ ଜୟଧ୍ୱନି କଲେ। 13 ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା।
ପିତର ଛୋଟା ଲୋକକୁ ସୁସ୍ଥ କଲେ
3 ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। 2 ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। 3 ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା।
4 ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” 5 ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। 6 କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”
7 ଏହା କହି ପିତର ତା’ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା 8 ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। 9 ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। 10 ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।
ପିତରଙ୍କ ଲୋକମାନଙ୍କୁ ଉପଦେଶ
11 ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ “ଶଲୋମନଙ୍କ ମଣ୍ଡପ”ରେ ସେମାନଙ୍କ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ?
12 ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ। 13 ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ। 14 ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ। 15 ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।
16 “ଏ ଯେଉଁ ଲୋକକୁ ତୁମ୍ଭେମାନେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମରେ ଶକ୍ତି ପାଇ ଗ୍ଭଲି ପାରିଲା। ଯୀଶୁଙ୍କ ନାମରେ ଆମ୍ଭମାନଙ୍କର ବିଶ୍ୱାସ ଅଛି। ହଁ, କେବଳ ଯୀଶୁଙ୍କ ଉପରେ ଥିବା ବିଶ୍ୱାସ ତାକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲା ଆଉ ତାହା ତୁମ୍ଭେମାନେ ଦେଖିଲ।
17 “ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। 18 ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। 19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। 20 ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦେବେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ତୁମ୍ଭମାନଙ୍କ ପାଖକୁ ପଠାଇଦେବେ।
21 “ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ୟମରେ କହିଛନ୍ତି। 22 ମୋଶା କହିଛନ୍ତି, ‘ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ। ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ। ସେ ମୋ’ ପରି ହେବେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ। 23 ଯେଉଁ ଲୋକ ତାହାଙ୍କ କଥାର ବାଧ୍ୟ ହେବ ନାହିଁ ତା’ର ମୃତ୍ୟୁ ଘଟିବ ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ସେ ବିଚ୍ଛିନ୍ନ କରି ଦିଆଯିବ।’ [a]
24 “ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି। 25 ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା’ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’ [b] 26 ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”
2010 by World Bible Translation Center