M’Cheyne Bible Reading Plan
ଯିହୁଦାର ରାଜା ଯୋଶିୟ
34 ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। 2 ଯୋଶିୟ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ଯ୍ୟମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ। 3 ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ। 4 ଲୋକମାନେ ବାଲ୍ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ। 5 ଯୋଶିୟ ଯାଜକମାନଙ୍କ ନିଜ ଯଜ୍ଞବେଦି ଉପରେ ସେମାନଙ୍କର ହାଡ଼କୁ ମଧ୍ୟ ଜ୍ୱଳାଇଲେ। ଏହି ପ୍ରକାରେ ଯୋଶିୟ ଯିହୁଦା ଓ ଯିରୁଶାଲମକୁ ପବିତ୍ର କଲେ। 6 ଯୋଶିୟ, ମନଃଶି, ଇଫ୍ରୟିମ୍, ଶିମିୟୋନ ଓ ନପ୍ତାଲି ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସହରରେ ଏହିପରି କଲେ। ସେ ସେହି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶେଷ ପ୍ରତି ମଧ୍ୟ ସେହିରୂପ କଲେ। 7 ଯୋଶିୟ ଯଜ୍ଞବେଦି ଓ ଆଶେରା ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ସେ ଇସ୍ରାଏଲର ସାରା ଦେଶରେ ସମସ୍ତ ସୁଗନ୍ଧବେଦି ଭାଙ୍ଗି ପକାଇଲେ। ଏହା ପରେ ଯୋଶିୟ ଯିରୁଶାଲମକୁ ଫେରିଗଲେ।
8 ତାଙ୍କର ରାଜତ୍ୱର ଅଷ୍ଟାଦଶ ବର୍ଷରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟ, ଶାଫନ୍, ମାସେୟ ଏବଂ ଯୋୟାହଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନଙ୍କ ପିତାଙ୍କର ନାମ ଥିଲା ଅତ୍ସଲିୟ। ମାସେୟ ନଗରର ନେତା ଥିଲେ ଓ ଯୋୟାହଙ୍କ ପିତାଙ୍କର ନାମ ଥିଲା ଯୋୟାହସ। ଯୋୟାହ ବିତରଣ ରକ୍ଷକ ଥିଲେ। 9 ସେହି ଲୋକମାନେ ପ୍ରଧାନ ଯାଜକ ହିଲ୍କିୟଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦେଇଥିବା ଟଙ୍କା ତାଙ୍କୁ ଦେଲେ। ଲେବୀୟ ଦ୍ୱାରପାଳଗଣ ମନଃଶି, ଇଫ୍ରୟିମ ଓ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ଯିହୁଦା, ବିନ୍ୟାମୀନ ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ୟ ଏହି ଟଙ୍କା ସଂଗ୍ରହ କରିଥିଲେ। 10 ଏହା ପରେ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ। 11 କଟା ହୋଇଥିବା ବିରାଟକାୟ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସେମାନେ ବଢ଼େଇ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ୟବହୃତ ହେଲା। ଅତୀତରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକାଗୁଡ଼ିକର ଯତ୍ନ ନେଇ ନ ଥିଲେ। ସେହି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାୟ ହୋଇଯାଇ ଥିଲା। 12-13 ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଯିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ।
ବ୍ୟବସ୍ଥା ନିୟମର ପୁସ୍ତକ ମିଳିଲା
14 ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସେହି ସମୟରେ ହିଲ୍କିୟ ଯାଜକ ମୋଶାଙ୍କ ଦ୍ୱାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଲେ। 15 ହିଲ୍କିୟ ସଚିବ ଶାଫନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଅଛି!” ହିଲ୍କିୟ ଶାଫନଙ୍କୁ ସେହି ପୁସ୍ତକଟି ଦେଲେ। 16 ଶାଫନ୍ ସେହି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ଭୃତ୍ୟମାନଙ୍କୁ ଯାହା କରିବାକୁ କହିଅଛ, ତାହା ସେମାନେ କରୁଛନ୍ତି। 17 ସେମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।” 18 ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହିଲ୍କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ। 19 ରାଜା ଯୋଶିୟ ଯେତେବେଳେ ବ୍ୟବସ୍ଥା ନିୟମର ବାକ୍ୟଗୁଡ଼ିକ ପଢ଼ାଯିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ। 20 ଏହା ପରେ ରାଜା ହିଲ୍କିୟ, ଶାଫନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅବ୍ଦୋନ୍, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ। 21 ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”
22 ହିଲ୍କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟଦ୍ବକ୍ତ୍ରୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁଲ୍ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହିଲ୍କିୟ ଓ ରାଜାଙ୍କ ସେବକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। 23 ହୁଲ୍ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। 25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’
26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: 27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। 28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହିଲ୍କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।
29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। 30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। 31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। 32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। 33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।
ଏକ ହଜାର ବର୍ଷ
20 ତା’ପରେ ମୁଁ ସ୍ୱର୍ଗରୁ ଜଣେ ସ୍ୱର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖରେ ପାତାଳର ଅତଳ ଗହ୍ୱରର ଗ୍ଭବି ଥିଲା। ତାହାଙ୍କ ହାତରେ ଗୋଟିଏ ବଡ଼ ଶିକୁଳି ଥିଲା। 2 ସ୍ୱର୍ଗଦୂତ ସେହି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସେହି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ଯ୍ୟନ୍ତ ଶିକୁଳିରେ ବାନ୍ଧି ଦେଲେ। 3 ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ।
4 ତା’ପରେ ମୁଁ କେତୋଟି ସିଂହାସନ ଓ ତା’ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ। 5 (ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବଞ୍ଚି ଉଠିଲେ ନାହିଁ।)
ଏହା ହିଁ ପ୍ରଥମ ପୁନରୁତ୍ଥାନ। 6 ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ଏମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି କ୍ଷମତା ନାହିଁ। ସେହି ଲୋକମାନେ ପରମେଶ୍ୱରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହେବେ। ସେମାନେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କରିବେ।
ଶୟତାନର ପରାଜୟ
7 ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା’ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ। 8 ସେ ପୃଥିବୀର ଗ୍ଭରି କୋଣକୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସେହି ସମୁଦ୍ରର ବାଲି ପରି ଅସଂଖ୍ୟ ଗୋଗ୍ ଓ ମାଗୋଗ୍ଙ୍କୁ ଏକତ୍ର କରି ଯୁଦ୍ଧ କରିବାକୁ ବାହାରିବ।
9 ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା’ର ସେନାବାହିନୀକୁ ବିନାଶ କରିଦେଲା। 10 ସେତେବେଳେ ଶୟତାନ (ଯିଏ ସେହି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସେହି ପଶୁ ଓ ମିଥ୍ୟାବାଦୀ ଭବିଷ୍ୟଦ୍ବକ୍ତା ସହିତ ଗନ୍ଧକରେ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଗଲେ। ସେମାନେ ସେଠାରେ ଦିନରାତି ସବାସର୍ବଦା ପାଇଁ ଯନ୍ତ୍ରଣା ପାଇବେ।
ପୃଥିବୀର ଲୋକଙ୍କର ବିଗ୍ଭର
11 ତା’ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ। 12 ମୁଁ ବଡ଼ଠାରୁ ସାନ ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କୁ ସିଂହାସନ ସାମନାରେ ଠିଆ ହେବାର ଦେଖିଲି। ଜୀବନ ପୁସ୍ତକ ଖୋଲାଥିଲା। ସେଠାରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟ ଖୋଲାଥିଲା। ମୃତ ଲୋକମାନଙ୍କର ନିଜ ନିଜ କର୍ମ ଅନୁସାରେ ବିଗ୍ଭର ହେଲା। ସେହି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲେଖାଯାଇଥିଲା।
13 ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା’ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା। 14 ତା’ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ ଅଟେ। 15 ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖାଗଲା ନାହିଁ, ତାହାକୁ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା।
ଯାଜକମାନଙ୍କ ପାଇଁ ବିଧିମାନ
2 “ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ। 2 ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।
3 “ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦେବା। ଛୁଟିଦିନମାନଙ୍କରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭେମାନେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗିଦିଅ, ଆମ୍ଭେ ସେହି ଗୋବରକୁ ନେଇ ତୁମ୍ଭମାନଙ୍କ ମୁହଁରେ ପକାଇବା ଓ ତୁମ୍ଭମାନଙ୍କୁ ସେହି ଗୋବର ସହିତ ଫିଙ୍ଗି ଦେବା। 4 ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ୱାରା ଲେବୀମାନଙ୍କ ସହିତ ଆମ୍ଭର ନିୟମ ଗ୍ଭଲୁ ରହିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
5 “ଆମ୍ଭେ ଲେବୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦେବା ପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା। 6 ଲେବୀ ସତ୍ୟବାଣୀ ପ୍ରଗ୍ଭର କରୁଥିଲା ଏବଂ ସେ ମିଥ୍ୟା ଶିକ୍ଷା ଦେଉନ ଥିଲା। ସେ ଧାର୍ମିକ ଏବଂ ବିଶ୍ୱସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। ସେ ବହୁତ ଲୋକମାନଙ୍କୁ ସେମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା। 7 ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
8 “ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହୋଇଛ ଏବଂ ତୁମ୍ଭେମାନେ ବହୁତ ଲୋକମାନଙ୍କୁ ଭୁଲ୍ ପଥରେ ଯିବା ପାଇଁ ଶିଖାଇଲ। ତୁମ୍ଭେମାନେ ଲେବୀଙ୍କ ସହିତ ହୋଇଥିବା ଚୁକ୍ତିକୁ ଲଙ୍ଘନ କଲ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ। 9 “ତୁମ୍ଭେମାନେ ଆମ୍ଭର ପଥ ଅନୁସରଣ କରି ନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ୱାରା ପକ୍ଷପାତିତା ଦେଖାଇଛ। ତେଣୁ ସମସ୍ତ ଲୋକମାନଙ୍କ ଆଗରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।”
ଯିହୁଦା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା
10 ପରମେଶ୍ୱର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ୍ଭ ମଧ୍ୟରୁ କେହି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭେମାନେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ୱସ୍ତ? କାହିଁକି ପରମେଶ୍ୱର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭେମାନେ ତାହା ଭାଙ୍ଗୁଛୁ? 11 ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ। 12 ସଦାପ୍ରଭୁ ଯାକୁବ ପରିବାରରୁ ସେହି ଲୋକମାନଙ୍କୁ ବିତାଡ଼ିତ କରିବେ। ସେହି ଲୋକମାନେ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ ହେବ ନାହିଁ ଏବଂ ସଦାପ୍ରଭୁ କେବେହେଲେ ସନ୍ତୁଷ୍ଟ ହେବେ ନାହିଁ। 13 ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ।
14 ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ। 15 ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ।
16 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି! “ଆମ୍ଭେ ଛାଡ଼ପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ୟ ଲୋକମାନେ କରୁଥିବା ନିଷ୍ଠୁର କାର୍ଯ୍ୟକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ୱସ୍ତ ହୁଅ ନାହିଁ।”
ବିଗ୍ଭରର ସ୍ୱତନ୍ତ୍ର ଦିନ
17 ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।
19 ତା’ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। 2 ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। 3 ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ।
4 ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” 5 ତା’ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”
6 ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।”
କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।”
7 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”
8 ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। 9 ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। 10 ପୀଲାତ କହିଲେ, “ତୁମ୍ଭେ କ’ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।”
11 ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା’ର ପାପ ଆହୁରି ଗୁରୁତର।”
12 ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”
13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ‘ଗବ୍ବଥା’ ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। 14 ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।”
15 ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।”
ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?”
ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”
16 ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା।
ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ(A)
ସୈନିକମାନେ ଯୀଶୁଙ୍କୁ ନେଇଗଲେ। 17 ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗଲ୍ଗଥା’ କହନ୍ତି। 18 ସେହି ‘ଗଲ୍ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।
19 ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” 20 ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।
21 ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ।
22 ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।”
23 ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଗ୍ଭରି ଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା। 24 ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା:
“ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ
ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।” (B)
ତେଣୁ ସୈନିକମାନେ ତାହା କଲେ।
25 ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ। 26 ଯୀଶୁ ତାହାଙ୍କ ମାଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ୟକୁ ମଧ୍ୟ ତାହାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ତାହାଙ୍କ ମାଙ୍କୁ କହିଲେ, “ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!” 27 ତା’ପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ଏଠାରେ ତୁମ୍ଭର ମା।” ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମା ଙ୍କୁ ତାହାଙ୍କ ଘରକୁ ନେଇଗଲେ।
ଯୀଶୁ ମୃତ୍ୟୁବରଣ କଲେ(C)
28 ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ୟ ହେବା ପାଇଁ ସେ କହିଲେ, “ମୋତେ ଶୋଷ କରୁଛି।” [a] 29 ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପଞ୍ଜ୍କୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ। 30 ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା’ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।
31 ସେଦିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଗ୍ଭହୁଁ ନ ଥିଲେ ଯେ, ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପୀଲାତଙ୍କୁ ଅନୁରୋଧ କଲେ ଯେ, ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ। ଯେପରି ସେମାନେ ଶ୍ରୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ। 32 ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ଼ ଭାଙ୍ଗିଦେଲେ। ତା’ପରେ ସେମାନେ ଅନ୍ୟ ଲୋକଟିର ଗୋଡ଼ ଭାଙ୍ଗିଦେଲେ। 33 କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତେବେଳେ ସେମାନେ ଦେଖିଲେ ଯେ, ସେ ମରି ସାରିଲେଣି। ତେଣୁ ସେମାନେ ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ।
34 କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ୱାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା। 35 ଯିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ଯଦ୍ଦ୍ୱାରା ତୁମ୍ଭେ ମଧ୍ୟ ଶୁଣି ବିଶ୍ୱାସ କରିବ। ସେ ଯାହା କହନ୍ତି, ତାହା ସତ୍ୟ। ସେ ଜାଣନ୍ତି ଯେ, ସେ ସତ୍ୟ କହନ୍ତି। 36 ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ରରେ ଯାହା ଲେଖା ଅଛି, ତାହା ସତ୍ୟ ହେବ, “ତାହାଙ୍କର ଗୋଟିଏ ହାଡ ମଧ୍ୟ ଭାଙ୍ଗି ଯିବ ନାହିଁ।” [b] 37 ଅନ୍ୟ ସ୍ଥାନରେ ଧର୍ମଶାସ୍ତ୍ରରେ ଲେଖାଅଛି: “ସେମାନେ ଯାହାଙ୍କୁ ବର୍ଚ୍ଛା ଦ୍ୱାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।” [c]
ଯୀଶୁଙ୍କର ସମାଧି(D)
38 ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।
39 ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। 41 ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, 42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।
2010 by World Bible Translation Center