M’Cheyne Bible Reading Plan
ଯିହୁଦାର ରାଜା ମନଃଶି
33 ମନଃଶି ଯିହୁଦାର ରାଜା ହେବା ସମୟରେ ବାରବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 2 ଯେଉଁ ବିଷୟଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସେହିସବୁ କାର୍ଯ୍ୟ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦେଇଥିଲେ, ମନଃଶି ସେହି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ। 3 ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିୟ ଭାଙ୍ଗି ଦେଇଥିଲେ, ମନଃଶି ବାଲ୍ଦେବତାଗୁଡ଼ିକ ପାଇଁ ଯଜ୍ଞବେଦିକୁ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖରେ ମସ୍ତକ ଅବନତ କଲେ ଓ ସେହି ଦଳର ତାରକା ଗୁଡ଼ିକୁ ପୂଜା କଲେ। 4 ମନଃଶି ସଦାପ୍ରଭୁଙ୍କ ମନ୍ଦିରରେ ଯଜ୍ଞବେଦିମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷୟରେ ଏହା କହିଲେ, “ଯିରୁଶାଲମରେ ଆମ୍ଭ ନାମ ଚିରକାଳ ରହିବ।” 5 ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ। 6 ମନଃଶି ମଧ୍ୟ ନିଜ ପୁତ୍ରକୁ ବେନ୍-ହୋନ୍ନୋମ ଉପତ୍ୟକାରେ ବଳିରୂପେ ଜ୍ୱଳାଇଲେ। ମନଃଶି କୁହୁକ ବିଦ୍ୟା, ଭବିଷ୍ୟତ କହିବା ଓ ଅଲୌକିକ କାର୍ଯ୍ୟ କଲେ ଏବଂ ସେ ମଧ୍ୟ ଯାଦୁବିଦ୍ୟା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି କହିଥିଲେ, ମନଃଶି ସେହିପରି ଅନେକ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କ୍ରୋଧାନ୍ୱିତ କଲା। 7 ମନଃଶି ଆହୁରି ମଧ୍ୟ ଏକ ଦେବତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ୱରଙ୍କ ମନ୍ଦିର ମଧ୍ୟରେ ରଖିଲେ; ସେହି ମନ୍ଦିର, ଯାହା ବିଷୟରେ ପରମେଶ୍ୱର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ୱର କହିଥିଲେ, “ମୁଁ ଏହି ଗୃହରେ ଓ ଯିରୁଶାଲମରେ ମୋର ନାମ ସ୍ଥାପନ କରିବି, ଯାହା ମୁଁ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସେଠାରେ ଚିରକାଳ ନିମନ୍ତେ ରହିବ। 8 ଆମ୍ଭେ ଇସ୍ରାଏଲକୁ ସେହି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସେମାନଙ୍କୁ ସେହି ସମସ୍ତ ଆଜ୍ଞା, ବ୍ୟବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସେମାନଙ୍କୁ ମୋଶାଙ୍କ ମାଧ୍ୟମରେ ଦେଇଥିଲୁ।”
9 ମନଃଶି ଯିହୁଦାର ଲୋକ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କଲେ। ଇସ୍ରାଏଲୀୟମାନଙ୍କ ପୂର୍ବରୁ ଦେଶର ଯେଉଁ ଜାତିଗଣ ଥିଲେ, ସେମାନଙ୍କଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ, ଆଉ ସଦାପ୍ରଭୁ ସେହି ଅନ୍ୟ ଜାତୀୟମାନଙ୍କୁ ବିନଷ୍ଟ କରିଥିଲେ।
10 ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସେମାନେ ତାଙ୍କର କଥା ଶୁଣିଲେ ନାହିଁ। 11 ତେଣୁ ସଦାପ୍ରଭୁ ସୈନ୍ୟବାହିନୀର ସେନାପତିଙ୍କୁ ଆଣିଲେ, ଯିଏ କି ଅଶୂରର ରାଜାର ସେବା କରୁଥିଲେ ଏବଂ ସେମାନେ ଯିହୁଦାକୁ ଆକ୍ରମଣ କଲେ। ସେହି ସେନାପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସେମାନେ ତାଙ୍କ ଶରୀରରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନେଇଗଲେ।
12 ତାଙ୍କ ଉପରକୁ ଯେତେବେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କଠାରୁ ସାହାଯ୍ୟ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ନମ୍ର କଲେ। 13 ମନଃଶି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପରମେଶ୍ୱରଙ୍କୁ ଅନୁରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ଯିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫେରାଇ ଆଣିଲେ। ଏହା ପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସତ୍ୟ ଅଟନ୍ତି।
14 ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହାରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକାରେ ଥିଲା ଏବଂ ଗୀହୋନ ଝରଣାର ପଶ୍ଚିମ ପାର୍ଶ୍ୱରୁ ମତ୍ସ୍ୟ ଦ୍ୱାରର ପ୍ରବେଶ ପଥ ପର୍ଯ୍ୟନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଥିଲା। ସେ ସେହି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହା ପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ। 15 ମନଃଶି ଅଦ୍ଭୂତ ଦେବତା ମୂର୍ତ୍ତିଗୁଡ଼ିକୁ ବାହାର କରିଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରିଦେଲେ। ସେ ମନ୍ଦିର ଥିବା ପର୍ବତ ଓ ଯିରୁଶାଲମରେ ଯେଉଁସବୁ ଯଜ୍ଞବେଦି ନିର୍ମାଣ କରିଥିଲେ, ସେଗୁଡ଼ିକୁ ନଷ୍ଟ କରିଦେଲେ। ମନଃଶି ସେହିସବୁ ବେଦିକୁ ଯିରୁଶାଲମ ନଗର ବାହାରେ ଫିଙ୍ଗି ଦେଲେ। 16 ଏହା ପରେ ସେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ୟବାଦର ବଳି ଉତ୍ସର୍ଗ ଗଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ। 17 ଲୋକମାନେ ଉଚ୍ଚସ୍ଥାନମାନଙ୍କରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସେମାନେ କେବଳ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟରେ ସେହି ବଳି ଉତ୍ସର୍ଗ କରୁଥିଲେ।
18 ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ୱରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ୟଦ୍ବକ୍ତାମାନେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସେହିସବୁ “ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲିପିବଦ୍ଧ ହୋଇ ରହିଅଛି। 19 ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ୱର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା ‘ଭବିଷ୍ୟଦ୍ବକ୍ତାମାନଙ୍କ ପୁସ୍ତକରେ’ ଲେଖାଯାଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସେହି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶେରା ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସେହିସବୁ “ଭବିଷ୍ୟଦ୍ବକ୍ତାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। 20 ଏହା ପରେ ମନଃଶି ମୃତ୍ୟୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହରେ କବର ଦେଲେ। ଆମୋନ୍ ମନଃଶିଙ୍କ ସ୍ଥାନରେ ନୂତନ ରାଜା ହେଲେ। ଆମୋନ୍ ମନଃଶିଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଆମୋନ୍
21 ଆମୋନ୍ ଯିହୁଦାର ରାଜା ହେବା ସମୟରେ ବାଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। 22 ସଦାପ୍ରଭୁ ଯାହା ମନ୍ଦକାର୍ଯ୍ୟ ରୂପେ ବିବେଚନା କରନ୍ତି ଆମୋନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମୋନ୍ ସମସ୍ତ ଖୋଦିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ। 23 ଆମୋନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମୋନ୍ ଆହୁରି ଅଧିକରୁ ଅଧିକ ପାପ କଲେ। 24 ଆମୋନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଆମୋନଙ୍କୁ ତାଙ୍କର ନିଜ ଗୃହରେ ହତ୍ୟା କଲେ। 25 କିନ୍ତୁ ଯେଉଁ ଭୃତ୍ୟମାନେ ରାଜା ଆମୋନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟ ଆମୋନଙ୍କ ପୁତ୍ର ଥିଲେ।
ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା
19 ତା’ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ:
“ହାଲ୍ଲିଲୂୟା!
ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ।
2 ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ।
ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି।
ସେହି ବେଶ୍ୟା ତା’ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି।
ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”
3 ସେମାନେ ପୁଣି କହିଲେ:
“ହାଲ୍ଲିଲୂୟା!
ସେ ବେଶ୍ୟା ଜଳି ଯାଉଛି।
ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।”
4 ତା’ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ:
“ଆମେନ୍! ହାଲ୍ଲିଲୂୟା!”
5 ତା’ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା:
“ହେ ପରମେଶ୍ୱରଙ୍କର ସେବକମାନେ!
ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର!
ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ!
ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”
6 ତା’ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ:
“ହାଲ୍ଲିଲୂୟା!
ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି।
ସେ ସର୍ବଶକ୍ତିମାନ।
7 ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା
ଓ ପରମେଶ୍ୱରଙ୍କୁ ଗୌରବ ଦେବା!
ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ
ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା।
8 କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର
ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।”
(ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)
9 ତା’ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।”
10 ତା’ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
ଶ୍ୱେତ ଅଶ୍ୱର ଆରୋହୀ
11 ତା’ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। 12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। 13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। 14 ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। 15 ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। 16 ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା:
ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ
17 ତା’ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ। 18 ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”
19 ତା’ପରେ ମୁଁ ସେହି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସେମାନଙ୍କର ସେନାବାହିନୀଗଣ, ଅଶ୍ୱାରୋହୀ ଓ ସେମାନଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ର ହେଲେ। 20 କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟଦ୍ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟଦ୍ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟଦ୍ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା। 21 ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖଡ଼୍ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।
1 ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ୱର ମଲାଖିକୁ ନିଯୁକ୍ତ କରିଥିଲେ।
ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି
2 ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।”
ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?”
ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ। 3 ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡ଼ିକୁ ଧ୍ୱଂସ କଲୁ। ଏଷୌର ମାତୃଭୂମି ଧ୍ୱଂସ ପାଇଲା ଏବଂ ସେଠାରେ କେବଳ ଶୃଗାଳ ବାସ କରିଲେ।”
4 ଇଦୋମର ଲୋକମାନେ କହିବେ, “ଆମ୍ଭେମାନେ ନିପାତିତ ହୋଇଥିଲୁ ମାତ୍ର ଆମ୍ଭେମାନେ ଆମ୍ଭର ବିଧ୍ୱସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।”
ମାତ୍ର ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦି ସେମାନେ ସେହି ନଗରୀଗୁଡ଼ିକୁ ପୁଣି ନିର୍ମାଣ କରିବେ, ଆମ୍ଭେ ପୁଣି ତାକୁ ଧ୍ୱଂସ କରିବା।” ସେଥିପାଇଁ ଲୋକେ କୁହନ୍ତି, ଇଦୋମ ଏକ ଦୁଷ୍ଟ ଦେଶ, ଯାହାର ଲୋକମାନଙ୍କୁ ସଦାପ୍ରଭୁ ଚିରକାଳ ପାଇଁ ଅଭିଶାପ ଦେଇଛନ୍ତି।
5 ତୁମ୍ଭେମାନେ ଏହିସବୁ ଦେଖିବ ଓ କହିବ, “ସଦାପ୍ରଭୁ ଇସ୍ରାଏଲର ବାହାରେ ମଧ୍ୟ ମହିମାନ୍ୱିତ ହୁଅନ୍ତୁ।”
ଲୋକମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି ନାହିଁ
6 ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ।
“କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’
7 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦି ଉପରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।
“ତଥାପି ତୁମ୍ଭେମାନେ କହୁଛ, ‘ଆମ୍ଭେମାନେ କ’ଣ ଖାଦ୍ୟକୁ ଅଶୁଚି କରୁଛୁ?’
ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦିକୁ ଅସମ୍ମାନ କରୁଛ। 8 ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
9 “ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହେବେ। ଏହା ତୁମ୍ଭର ଭୁଲ୍ ଯୋଗୁଁ ହୋଇଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ?” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।
10 “ଆମ୍ଭେ ଇଚ୍ଛାକରୁ, ତୁମ୍ଭର କେହି ଯାଜକ ଦ୍ୱାର ବନ୍ଦ କରିଦିଅନ୍ତୁ। ତା’ହେଲେ ତୁମ୍ଭେ ମୋର ବେଦିରେ ଅନୁପଯୋଗୀ ଅଗ୍ନି ଜଳାଇ ପାରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠାରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନୈବେଦ୍ୟ ଗ୍ରହଣ କରିବୁ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
11 “ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
12 “ମାତ୍ର, ତୁମ୍ଭେମାନେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭେମାନେ କହୁଛ ସଦାପ୍ରଭୁଙ୍କର ଯଜ୍ଞବେଦି ଅପବିତ୍ର। 13 ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହେବ ନାହିଁ ଏବଂ ତୁମ୍ଭେ ଯଜ୍ଞବେଦିରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ୟାଗ କରୁଛ, ଆଉ ମଧ୍ୟ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ୟ ନୁହେଁ। ତା’ପରେ ତୁମ୍ଭେମାନେ ଆହତ, ଛୋଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସେହି ରୁଗ୍ଣ ପଶୁଗୁଡ଼ିକୁ ଆମ୍ଭେ ଗ୍ରହଣ କରିବା ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ। 14 “କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ଯୀଶୁ ବନ୍ଦୀ ହେଲେ(A)
18 ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ୟମାନଙ୍କ ସହିତ ଗ୍ଭଲିଗଲେ। ସେମାନେ କିଦ୍ରୋଣ ଉପତ୍ୟକା ପାରି ହୋଇଗଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଗ୍ଭ ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ।
2 ଯିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୂଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା। 3 ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଗ୍ଭକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ।
4 ତାହାଙ୍କ ପ୍ରତି କ’ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
5 ସେହି ଲୋକମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।”
ଯୀଶୁ କହିଲେ, “ମୁଁ ନିଜେ ସେହି ଯୀଶୁ।” ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୂଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। 6 ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ।
7 ଯୀଶୁ ସେମାନଙ୍କୁ ପୁଣି ଥରେ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।”
8 ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।” 9 ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।”
10 ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସେହି ଦାସର ନାମ ମାଲ୍ଖ ଥିଲା। 11 ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍।
ଯୀଶୁ ହାନାନଙ୍କ ଆଗକୁ ଅଣାଗଲେ(B)
12 ତା’ପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ। 13 ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ। 14 କୟାଫା ଯିହୂଦୀମାନଙ୍କୁ ପରାମର୍ଶ ଦେଇଥିଲେ, “ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।”
ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି ପିତର ମିଥ୍ୟା କହିଲେ(C)
15 ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟଜଣ ମହାଯାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ। 16 କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ। 17 ସେହି ଦାସୀ ପିତରଙ୍କୁ ପଗ୍ଭରିଲା, “ତୁମ୍ଭେ ବି କ’ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?”
ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।”
18 ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଗ୍ଭରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ।
ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ(D)
19 ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଗ୍ଭରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। 20 ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ। 21 ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଗ୍ଭରୁଛ? ମୋର ଶିକ୍ଷା ଶୁଣିଥିବା ଲୋକଙ୍କୁ ପଗ୍ଭର, ମୁଁ କ’ଣ କହିଥିଲି, ସେମାନେ ଜାଣନ୍ତି।”
22 ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।”
23 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ କିଛି ଭୂଲ କହିଲି ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୂଲ ଜଣାଇଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?”
24 ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
ପିତର ପୁନର୍ବାର ମିଥ୍ୟା କହିଲେ(E)
25 ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।
ସେ କହିଲେ, “ନା, ମୁଁ ନୁହେଁ।”
26 ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ସେ ସେହି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, “ମୁଁ ଭାବୁଛି, ମୁଁ ବଗିଗ୍ଭରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।”
27 କିନ୍ତୁ ପିତର ପୁଣି ଥରେ କହିଲେ, “ନା, ମୁଁ ତାହାଙ୍କ ସହିତ ନ ଥିଲି।” ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା।
ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା
28 ତା’ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ। 29 ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ’ଣ?”
30 ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।”
31 ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।”
ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।” 32 ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା।
33 ତା’ପରେ ପୀଲାତ ପ୍ରାସାଦ ଭିତରକୁ ଗ୍ଭଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
34 ଯୀଶୁ କହିଲେ, “ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମୋ’ ବିଷୟରେ କହିଛନ୍ତି?”
35 ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ’ଣ ଦୋଷ କରିଛ?”
36 ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।”
37 ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।”
38 ପୀଲାତ କହିଲେ, “ସତ୍ୟ କ’ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ। 39 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ବେଳେ ମୋ’ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଗ୍ଭହଁ, ମୁଁ ଏହି ‘ଯିହୂଦୀମାନଙ୍କ ରାଜାଙ୍କୁ’ ମୁକ୍ତି ଦେବି।”
40 ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ।” ଏହି ବାରବ୍ବା ଜଣେ ଡକାୟତ ଥିଲା।
2010 by World Bible Translation Center