M’Cheyne Bible Reading Plan
ଅଶୂରର ରାଜା ହିଜକିୟଙ୍କୁ ହଇରାଣ କଲେ
32 ହିଜକିୟ ଏହି ସମସ୍ତ ବିଷୟ ବିଶ୍ୱସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ହେରୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ହେରୀବ୍ ଓ ତାଙ୍କର ସୈନ୍ୟଦଳ ଦୁର୍ଗଗୁଡ଼ିକର ବାହାରେ ଛାଉଣି ସ୍ଥାପନ କଲେ। ସେ ସେହି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ହେରୀବ୍ ନିଜ ନିମନ୍ତେ ଏହିସବୁ ସହର ଜୟ କରିବାକୁ ଇଚ୍ଛା କରୁଥିଲେ। 2 ହିଜକିୟ ଜାଣିଥିଲେ ଯେ, ସନ୍ହେରୀବ୍ ଯିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି। 3 ଏହା ପରେ ହିଜକିୟ ତାଙ୍କର ପଦାଧିକାରୀ ଓ ସେନାଧିକାରୀମାନଙ୍କ ସହିତ କଥା ହେଲେ। ସେମାନେ ସମସ୍ତ ନଗର ବାହାରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସେହି ପଦାଧିକାରୀ ଓ ସେନାଧିକାରୀମାନେ ହିଜକିୟଙ୍କୁ ସାହାଯ୍ୟ କଲେ। 4 ଅନେକ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ୟଦେଇ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସେମାନେ କହିଲେ ଯେ, “ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।” 5 ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ। 6 ଲୋକମାନଙ୍କର ଦାୟିତ୍ୱ ନେବା ନିମନ୍ତେ ହିଜକିୟ ଯୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ୱାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନରେ ସେ ସେହି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ, 7 “ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ୟବାହିନୀ ବିଷୟରେ ଭୟ କର ନାହିଁ କିମ୍ବା ବ୍ୟସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ ଶକ୍ତି ଅଛି। 8 ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।
9 ଅଶୂରର ରାଜା ସନ୍ହେରୀବ୍ ଓ ତାଙ୍କର ସମସ୍ତ ସୈନ୍ୟଦଳ ଲାଖୀଶ୍ ସହର ନିକଟରେ ଛାଉଣି କଲେ, ଯେପରି ସେମାନେ ତାହାକୁ ଜୟ କରି ପାରନ୍ତି। ଏହା ପରେ ସନ୍ହେରୀବ୍, ଯିହୁଦାର ରାଜା ହିଜକିୟ ଓ ଯିରୁଶାଲମରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ୟମାନଙ୍କୁ ପଠାଇଲା। ହିଜକିୟ ଓ ଯିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ହେରୀବ୍ଙ୍କ ଭୃତ୍ୟର ଏକ ବାର୍ତ୍ତା ଥିଲା।
10 ସେମାନେ କହିଲେ, “ଅଶୂରର ରାଜା ସନ୍ହେରୀବ୍ ଏହି କଥା କହନ୍ତି, ‘ତୁମ୍ଭେମାନେ କେଉଁ ବିଷୟରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ଯିରୁଶାଲମରେ ରହୁଅଛ? 11 ହିଜକିୟ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭେମାନେ ଯେପରି କ୍ଷୁଧା ଓ ତୃଷାରେ ମୃତ୍ୟୁବରଣ କରିବ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ଯିରୁଶାଲମରେ ରଖାଯାଉଅଛି। ହିଜକିୟ ତୁମ୍ଭଙ୍କୁ କହେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।” 12 ହିଜକିୟ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ଯଜ୍ଞବେଦି ସବୁ ବାହାର କରି ଦେଲା। ସେ କହିଲା, ଯିହୁଦା ଓ ଯିରୁଶାଲମର ଲୋକମାନେ! ତୁମ୍ଭମାନଙ୍କୁ କେବଳ ଗୋଟିଏ ଯଜ୍ଞବେଦି ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ୱଳାଇବାକୁ ପଡ଼ିବ। 13 ମୋର ପୂର୍ବପୁରୁଷଗଣ ଓ ମୁଁ ଅନ୍ୟାନ୍ୟ ଦେଶର ସମସ୍ତ ଲୋକଙ୍କ ପ୍ରତି କ’ଣ କରିଅଛୁ, ତାହା ତୁମ୍ଭେମାନେ ଅବଶ୍ୟ ଜାଣ। ଅନ୍ୟ ଦେଶର ଦେବତାମାନେ ସେମାନଙ୍କର ନିଜ ଲୋକମାନଙ୍କୁ ରକ୍ଷା କରି ପାରିଲେ ନାହିଁ। ସେହି ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରି ପାରିଲେ ନାହିଁ। 14 ମୋର ପୂର୍ବପୁରୁଷମାନେ ସେହି ଦେଶଗୁଡ଼ିକୁ ଧ୍ୱଂସ କଲେ। ଏପରି କେହି ଦେବତା ନାହିଁ, ଯିଏ ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭେମାନେ କ’ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୋ’ଠାରୁ ରକ୍ଷା କରି ପାରିବ? 15 ତୁମ୍ଭମାନଙ୍କୁ ମୂର୍ଖ ବନେଇବା ଓ ପ୍ରତାରଣା କରିବାକୁ ହିଜକିୟଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ୱାସ କର ନାହିଁ, କାରଣ କୌଣସି ରାଜ୍ୟ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମୋ’ଠାରୁ ବା ମୋର ପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ୱର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମୋତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।’”
16 ଅଶୂର ରାଜାର ଭୃତ୍ୟମାନେ ସଦାପ୍ରଭୁ ପରମେଶ୍ୱର ଓ ପରମେଶ୍ୱରଙ୍କ ଦାସ ହିଜକିୟଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ କଥାସବୁ କହିଲେ। 17 ଅଶୂରର ରାଜା ଆହୁରି ମଧ୍ୟ ଏପରି ପତ୍ରମାନ ଲେଖିଲା, ଯାହା ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସେହି ପତ୍ରଗୁଡ଼ିକରେ ଏହିପରି ଲେଖିଲା: “ଅନ୍ୟ ଦେଶର ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସେହିପ୍ରକାରେ ମଧ୍ୟ ହିଜକିୟର ପରମେଶ୍ୱର ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାହିଁ।” 18 ଏହା ପରେ ଅଶୂରର ରାଜାର ଭୃତ୍ୟମାନେ ଯିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ। ସେହି ଭୃତ୍ୟମାନେ ଯିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସେମାନେ ଯେପରି ଯିରୁଶାଲମ ନଗରକୁ ହସ୍ତଗତ କରି ପାରନ୍ତି, ସେଥିନିମନ୍ତେ ସେହିସବୁ କଥା କହିଲେ। 19 ସେହି ସେବକଗଣ ଏପରି କାର୍ଯ୍ୟ କଲେ, ଯେପରି ଇସ୍ରାଏଲ ପରମେଶ୍ୱର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।
20 ରାଜା ହିଜକିୟ ଓ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟ ଏହି ସମସ୍ୟା ସମ୍ବନ୍ଧରେ ପ୍ରାର୍ଥନା କଲେ। ସେମାନେ ସ୍ୱର୍ଗ ପ୍ରତି ଅତି ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। 21 ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା’ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ଖଡ଼୍ଗରେ ବଧ କଲେ। 22 ଏହି ପ୍ରକାରେ ସଦାପ୍ରଭୁ ହିଜକିୟ ଓ ଯିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ହେରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ। 23 ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।
24 ସେହି ଦିନମାନଙ୍କରେ ହିଜକିୟ ଗୁରୁତର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିୟଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ। 25 କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ। 26 କିନ୍ତୁ ହିଜକିୟ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନେ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତିତ କଲେ। ସେମାନେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିୟ ଜୀବିତ ଥିବା ପର୍ଯ୍ୟନ୍ତ ସଦାପ୍ରଭୁ ସେମାନଙ୍କ ଉପରେ କ୍ରୋଧ କଲେ ନାହିଁ।
27 ହିଜକିୟ ଅନେକ ଧନସମ୍ପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ୟ ମଣିମୁକ୍ତା, ମସଲା, ଢାଲ ଓ ସମସ୍ତ ପ୍ରକାର ଦ୍ରବ୍ୟ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ। 28 ଲୋକମାନେ ହିଜକିୟଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମେଷପଲ ନିମନ୍ତେ ତାଙ୍କର ଗୁହାଳସବୁ ଥିଲା। 29 ହିଜକିୟ ମଧ୍ୟ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମେଷ ଓ ଗୋରୁ ପଲ ପାଇଲେ। ପରମେଶ୍ୱର ହିଜକିୟଙ୍କୁ ପ୍ରଚୁର ଧନରତ୍ନ ଦେଇଥିଲେ। 30 ହିଜକିୟ ହିଁ ଯିରୁଶାଲମରେ ଗୀହୋନ ଝରଣାର ଊର୍ଦ୍ଧ୍ୱସ୍ଥ ଉତ୍ସକୁ ବନ୍ଦ କଲେ ଓ ସେହି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାର୍ଶ୍ୱରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିୟ ଯେଉଁ ସମସ୍ତ କର୍ମ କଲେ, ସେଥିରେ ସଫଳ ହେଲେ।
31 ଥରେ ବାବିଲୀୟ ନେତାମାନେ ହିଜକିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ସେହି ବାର୍ତ୍ତାବାହକମାନେ ଦେଶ ମଧ୍ୟରେ ଘଟିଥିବା ଏକ ଅଦ୍ଭୂତ ଚିହ୍ନ ସମ୍ବନ୍ଧରେ ପଗ୍ଭରିଲେ। ଯେତେବେଳେ ସେମାନେ ଆସିଲେ ସେତେବେଳେ ହିଜକିୟଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିୟଙ୍କ ହୃଦୟରେ ଯାହାକିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ୱର ହିଜକିୟଙ୍କୁ ଏକାକୀ ଛାଡ଼ିଗଲେ।
32 ହିଜକିୟଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ରେମ କଲେ, ତାହା “ଆମ୍ଭମାନଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲେଖା ଯାଇଅଛି। 33 ହିଜକିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିୟଙ୍କୁ ସେହିଠାରେ କବର ଦେଲେ। ହିଜକିୟ ମୃତ୍ୟୁବରଣ କଲାପରେ ଯିହୁଦା ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦେଖାଇଲେ। ମନଃଶି ହିଜକିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ମନଃଶି ହିଜକିୟଙ୍କ ପୁତ୍ର ଥିଲେ।
ବାବିଲର ଧ୍ୱଂସ
18 ତା’ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। 2 ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ:
“ତା’ର ପତନ ହେଲା।
ମହାନଗରୀ ବାବିଲର ପତନ ହୋଇଗଲା।
ତାହା ଭୂତମାନଙ୍କର ବାସସ୍ଥଳୀ ହେଲା।
ତାହା ପ୍ରତ୍ୟେକ ଭୂତାତ୍ମା,
ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ
ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।
3 ପୃଥିବୀର ସବୁ ଲୋକମାନେ
ତା’ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି।
ପୃଥିବୀର ରାଜାମାନେ ତା’ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି।
ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”
4 ତା’ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି
“ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ,
ତୁମ୍ଭେମାନେ ବାହାରି ଆସିଲେ, ତା’ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।
5 ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି।
ପରମେଶ୍ୱର ତା’ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି।
ସେ ତା’ର କୁକର୍ମ ସବୁ ମନେ ପକାଇଲାଣି।
6 ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ।
ତା’ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ।
ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି,
ତା’ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
7 ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି,
ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ।
ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି।
ମୁଁ ବିଧବା ନୁହେଁ,
ମୁଁ କେବେ ଶୋକ କରିବି ନାହିଁ।’
8 ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ:
ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା।
ସେ ଅଗ୍ନିରେ ଜଳିଯିବ,
କାରଣ ପ୍ରଭୁ ପରମେଶ୍ୱର ତା’ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
9 “ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା’ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା’ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। 10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା’ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ:
“ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ!
ଏହା ଭୟାନକ! ଏହା ଭୟାନକ!
ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”
11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। 12 ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; 13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:
14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ,
ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି।
ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି।
ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’
15 “ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। 16 ସେମାନେ କହିବେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ:
ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା,
ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’
“ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। 18 ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” 19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
ଭବିଷ୍ୟଦ୍ବକ୍ତାଗଣ ଏବଂ ପ୍ରେରିତଗଣ!
ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”
21 ତା’ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ:
“ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ।
ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।
22 ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି
ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ।
ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ
ଆଉ ଦେଖାଯିବେ ନାହିଁ।
ତୋ’ଠାରେ ଚକିପେଷାର ଶବ୍ଦ
ଆଉ କେବେ ହେଲେ ଶୁଣାଯିବ ନାହିଁ।
23 ତୋ’ ପାଖରେ ଦୀପର ଆଲୋକ
ଆଉ ଜଳିବ ନାହିଁ।
ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି
ଆଉ କେବେ ହେଲେ ଶୁଣାଯିବ ନାହିଁ।
ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ।
ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।
24 ସେ (ବାବିଲ) ଭବିଷ୍ୟଦ୍ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର
ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”
ସୁବିଗ୍ଭର ଦିନ
14 ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ। 2 ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ। 3 ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି। 4 ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ। 5 ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।
6-7 ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ। 8 ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ। 9 ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ। 10 ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ। 11 ଲୋକମାନେ ଯିବେ ଓ ସେଠାରେ ବାସ କରିବେ। ପୁନର୍ବାର ଯିରୁଶାଲମ ସମ୍ପୂର୍ଣ୍ଣ ଧ୍ୱଂସ ହେବ ନାହିଁ। ଯିରୁଶାଲମ ନିରାପଦ ହେବ।
12 ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସେହିମାନଙ୍କ ବିରୁଦ୍ଧରେ ଯେଉଁମାନେ ଯିରୁଶାଲମ ବିରୁଦ୍ଧରେ ଲଢ଼ୁଥିଲେ। ଲୋକମାନେ ଛିଡ଼ା ହୋଇ ଥିବା ବେଳେ ସେମାନଙ୍କର ଚର୍ମ ପଚିଯିବ। ସେମାନଙ୍କର ଚକ୍ଷୁ କୋଟର ମଧ୍ୟରେ ପଶିଯିବ ଓ ଜିହ୍ୱା ପାଟି ମଧ୍ୟରେ ପଶିଯିବ। 13-15 ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ।
ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ। 16 ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ। 17 ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସେମାନଙ୍କ ଉପରେ ପଡ଼ିବ ନାହିଁ। 18 ଯଦି ମିଶରର ପରିବାର ନ ଆସନ୍ତି, ବର୍ଷା ସେମାନଙ୍କ ଉପରେ ଆସିବ ନାହିଁ। ତା’ ବଦଳରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯାଇ ନ ଥିଲେ। 19 ତାହା ମିଶରର ପାପ ହେବ ଏବଂ ପ୍ରତ୍ୟେକ ଦେଶର ପାପ, ଯେଉଁମାନେ ଯାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।
20 ସେହି ଦିନ ‘ସଦାପ୍ରଭୁଙ୍କ ପବିତ୍ର’ ଏପରିକି ଅଶ୍ୱଗଣର ଘଣ୍ଟିରେ ମଧ୍ୟ ଲେଖାଯିବ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ସମସ୍ତ ପାତ୍ର ଯଜ୍ଞବେଦିର ଜଳପାତ୍ର ତୁଲ୍ୟ ହେବ। 21 ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।
ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ।
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି
17 ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଗ୍ଭହିଁଲେ। ସେ ପ୍ରାର୍ଥନା କଲେ, “ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ ଦେଇ ପାରିବେ। 2 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। 3 ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। 4 ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। 5 ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।
6 “ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। 7 ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। 8 ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। 9 ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। 10 ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି।
11 “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। 12 ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
13 “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ’ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। 14 ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ।
15 “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। 16 ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। 17 ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ମେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। 18 ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। 19 ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।
20 “ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ’ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। 21 ହେ ପରମପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ’ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋ’ଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇ ପାରିବେ। ତଦ୍ଦ୍ୱାରା ଜଗତ ବିଶ୍ୱାସ କରିବ, ଯେ ତୁମ୍ଭେ ମୋତେ ପଠାଇଅଛ। 22 ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’ 23 ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋ’ଠାରେ ରହିବ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହାହେଲେ ଏହି ଜଗତ ଜାଣି ପାରିବ ଯେ, ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ।
24 “ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। 25 ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ। 26 ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା’ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।”
2010 by World Bible Translation Center