Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 31

ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ

31 ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।

ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା। ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା।

ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ। ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇସ୍ରାଏଲର ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଖାଦ୍ୟଶସ୍ୟ, ଅଙ୍ଗୁର ରସ, ତୈଳ, ମହୁ, ଓ ସେମାନଙ୍କ କ୍ଷେତ୍ରରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସେମାନେ ସେହି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ଯଥେଷ୍ଟ ଭାବରେ ଯୋଗାଇଲେ। ଇସ୍ରାଏଲୀୟ ଓ ଯିହୁଦୀୟ ଲୋକମାନେ, ଯେଉଁମାନେ ଯିହୁଦାର ନଗରରେ ବାସ କରୁଥିଲେ, ସେମାନଙ୍କର ପଶୁପଲ ଓ ମେଷପଲର ମଧ୍ୟ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟକୁ ଆଣିଲେ। ସେମାନେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

ଲୋକମାନେ ସେହି ସାମଗ୍ରୀଗୁଡ଼ିକୁ ତୃତୀୟ ମାସ [a]ରେ ଆଣିବାକୁ ଆରମ୍ଭ କଲେ ଓ ସେମାନେ ସେହି ବସ୍ତୁସବୁ ସପ୍ତମ ମାସ [b]ରେ ସଂଗ୍ରହ କରି ରଖିବା ଶେଷ କଲେ। ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।

ଏହା ପରେ ହିଜକିୟ, ଯାଜକ ଓ ଲେବୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷୟରେ ପଗ୍ଭରିଲେ। 10 ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।”

11 ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା। 12 ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ। 13 କନାନିୟ ଓ ତାଙ୍କର ଭ୍ରାତା ଶିମିୟି ଏହି ଲୋକମାନଙ୍କର ତତ୍ତ୍ୱାବଧାରକ ଥିଲେ: ଯିହୀୟେଲ୍, ଅସସିୟ, ନହତ୍, ଅସାହେଲ୍, ଯିରେମୋତ୍, ଯୋଷାବଦ୍, ଇଲୀୟେଲ, ଯିଷ୍ମଖିୟ, ମାହତ୍ ଓ ବନାୟ। ରାଜା ହିଜକିୟ ଓ ପରମେଶ୍ୱର ମନ୍ଦିର ଦାୟିତ୍ୱରେ ଥିବା ପଦାଧିକାରୀ ଅସରିୟ ସେହି ଲୋକମାନଙ୍କୁ ମନୋନୀତ କଲେ।

14 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା। 15 ସେ ଏଦନ୍, ମିନ୍ୟାମିନ, ଯେଶୂୟ, ଶମୟିୟ, ଅମରିୟ ଓ ଶିଖନିୟ କୋରିଙ୍କୁ ସାହାଯ୍ୟ କରୁଥିଲେ। ସେହି ବ୍ୟକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ୱସ୍ତ ଭାବରେ ସେବାକାର୍ଯ୍ୟ କରୁଥିଲେ। ସେମାନେ ସଂଗୃହୀତ ସାମଗ୍ରୀକୁ ସେମାନଙ୍କର ଆତ୍ମୀୟ ଯାଜକମାନଙ୍କୁ ଦେଲେ, ସେମାନେ ବୃଦ୍ଧ ହୁଅନ୍ତୁ ବା ତରୁଣ।

16 ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା। 17 ଯାଜକମାନଙ୍କୁ ସେମାନଙ୍କର ସଂଗୃହୀତ ବସ୍ତୁର ଅଂଶ ଦିଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁଯାୟୀ ବଂଶ ଇତିହାସରେ ତାଲିକାଭୁକ୍ତ ହୋଇଛନ୍ତି, ତହିଁନୁଯାୟୀ କରାଯାଉଥିଲା। କୋଡ଼ିଏ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲେବୀୟମାନେ ସେମାନଙ୍କର ସଂଗୃହୀତ ଅଂଶ ପାଉଥିଲେ। ଏହା ସେମାନଙ୍କର ଦାୟିତ୍ୱ ଓ ସେମାନଙ୍କର ଦଳନୁଯାୟୀ ନିରୂପଣ କରାଯାଉଥିଲା। 18 ଲେବୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ୟାଗଣ ମଧ୍ୟ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲେବୀୟମାନେ ବଂଶର ଇତିହାସରେ ତାଲିକାଭୁକ୍ତ ହୋଇଥିଲେ, ସେମାନଙ୍କ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲେବୀୟମାନେ ସର୍ବଦା ସେବାକାର୍ଯ୍ୟ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ।

19 ଲେବୀୟମାନେ ଯେଉଁ ସହରରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତେଜଣ ଯାଜକଙ୍କର ଶସ୍ୟକ୍ଷେତ୍ର ଥିଲା। ଆଉ ହାରୋଣଙ୍କର କେତେଜଣ ବଂଶଧର ମଧ୍ୟ ସହରମାନଙ୍କରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ୟରୁ ଅଂଶ ଦେବା ନିମନ୍ତେ ଏହି ପ୍ରତ୍ୟେକ ସହରର ଲୋକମାନଙ୍କୁ ସେମାନଙ୍କ ନାମ ଦ୍ୱାରା ମନୋନୀତ କରାଯାଉ ଥିଲା। ଲେବୀୟମାନଙ୍କ ବଂଶର ଇତିହାସରେ ନାମ ଭୁକ୍ତ କରାଯାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ୟର ଅଂଶ ଲାଭ କରୁଥିଲେ।

20 ଅତଏବ ରାଜା ହିଜକିୟ ଯିହୁଦାରେ ଏହି ସମସ୍ତ ଉତ୍ତମ କାର୍ଯ୍ୟ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ୱସ୍ତ ଥିଲେ। 21 ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17

ପଶୁ ଉପରେ ନାରୀ

17 ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। ପୃଥିବୀର ରାଜାମାନେ ତା’ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା’ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”

ତା’ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା’ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। ତା’ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା:

ମହାନ୍ ବାବିଲ, ବେଶ୍ୟାମାନଙ୍କର

ଓ ପୃଥିବୀର ସବୁ ଘୃଣ୍ୟ

ବିଷୟସକଳର ମାତା।

ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।

ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି। ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।

“ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। 10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। 11 ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।

12 “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। 13 ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। 14 ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”

15 ତା’ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। 16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା’ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। 17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। 18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13:2-9

ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତା ଆଉ ହେବେ ନାହିଁ

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। ଯଦି କେହି ଭବିଷ୍ୟ‌ଦ୍‌ବାଣୀ କରୁଛି ତା’ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା’ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟ‌ଦ୍‌ବାଣୀ କରିବ ତାକୁ ‌‌ଖ‌ଡ଼୍‌ଗରେ ବିନାଶ କରିବେ। ସେଦିନ ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟ‌ଦ୍‌ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’”

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ‌‌ଖ‌ଡ଼୍‌ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। ତା’ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”

ଯୋହନ ଲିଖିତ ସୁସମାଗ୍ଭର 16

16 “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।

ପବିତ୍ରଆତ୍ମାଙ୍କର କାର୍ଯ୍ୟ

“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।

“ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ। 10 ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। 11 ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରି‌‌ଲାଣି।

12 “ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ। 13 କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। 14 ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ’ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। 15 ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ’ଠାରୁ ସବୁ ନେଇ ତୁମ୍ଭକୁ କହିବେ।

ଦୁଃଖ ସୁଖରେ ପରିଣତ ହେବ

16 “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା’ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”

17 କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ’ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ।” ପିତାଙ୍କ ନିକଟକୁ ଯିବାର ଅର୍ଥ କ’ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ। 18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ’ଣ?’ ସେ ଏପରି କ’ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”

19 ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ’ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,

21 “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା’ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହେଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। 22 ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। 23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।

ପୃଥିବୀ ଉପରେ ବିଜୟ

25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”

29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”

31 ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? 32 ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହେଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।

33 “ମୋ’ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center