Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 27-28

ଯିହୁଦାର ରାଜା ଯୋଥାମ୍

27 ଯୋଥାମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଥିଲା ଯିରୁଶା। ଯିରୁଶା ସାଦୋକଙ୍କର କନ୍ୟା ଥିଲେ। ଯୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସେହିପରି ପରମେଶ୍ୱରଙ୍କର ବାଧ୍ୟ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ। ଯୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଊର୍ଦ୍ଧ୍ୱସ୍ଥ ଦ୍ୱାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ। ଯୋଥମ୍ ଯିହୁଦାର ପାର୍ବତ୍ୟାଞ୍ଚଳମାନଙ୍କରେ ମଧ୍ୟ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ୟ ମଧ୍ୟରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ। ଯୋଥମ୍ ଅମ୍ମୋନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ୟଦଳ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କଲେ ଓ ସେମାନଙ୍କୁ ପରାସ୍ତ କଲେ। ତେଣୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଅମ୍ମୋନୀୟମାନେ ଯୋଥା‌ମ୍‌ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶେଲ ପରିମାଣର ବାର୍ଲି ଦେଲେ।

ଯୋଥମ୍ ବିଶ୍ୱସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କର ବାଧ୍ୟ ହେବାରୁ ପରାକ୍ରମୀ ହୋଇ ଉଠିଲେ। ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ସେ କରିଥିବା ଯୁଦ୍ଧର ବିବରଣୀ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖା ଯାଇଅଛି। ଯୋଥମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଏହା ପରେ ଯୋଥମ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଆହସ୍ ଯୋଥ‌ମ୍‌ଙ୍କ ସ୍ଥାନରେ ରାଜା ହେଲେ। ଆହସ୍ ଯୋଥ‌ମ୍‌ଙ୍କ ପୁତ୍ର ଥିଲେ।

ଯିହୁଦାର ରାଜା ଆହସ୍

28 ଆହସ୍ ରାଜା ହେବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନଯାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ‌ବା‌ଲ୍‌ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ। ଆହସ୍ ହିନ୍ନୋମ ପୁତ୍ର ଉପତ୍ୟକାରେ ସୁଗନ୍ଧିଧୂପ ଜ୍ୱଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନିରେ ଦ‌ଗ୍‌ଧ କରି ବଳିଦାନ ସ୍ୱରୂପେ ଉତ୍ସର୍ଗ କଲେ। ସେହି ଦେଶରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ୟ ସେହିସବୁ କଲେ। ଇସ୍ରାଏଲର ଲୋକମାନେ ଯେତେବେଳେ ସେହି ଦେଶରେ ପ୍ରବେଶ କଲେ, ସଦାପ୍ରଭୁ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାର କରିଦେଲେ। ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ।

ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମର ରାଜାଙ୍କ ଦ୍ୱାରା ଆହ‌ସଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ୟଦଳ ଆହ‌ସଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନେକ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସେହି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନେଇଗଲେ। ସଦାପ୍ରଭୁ ଇସ୍ରାଏଲର ରାଜା ପେକହଙ୍କ ଦ୍ୱାରା ମଧ୍ୟ ଆହ‌ସଙ୍କୁ ପରାସ୍ତ କଲେ। ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ। ସିଖ୍ରି ଇଫ୍ରୟିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମାସେୟଙ୍କୁ, ରାଜପ୍ରାସାଦର ଅଧିକାରୀ ଦାୟିତ୍ୱରେ ଥିବା ଅସ୍ରିକାମଙ୍କୁ ଏବଂ ଇ‌ଲ୍‌କାନା (ଯିଏ କି ରାଜାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଧିକାରୀ) ଙ୍କୁ ହତ୍ୟା କଲେ।

ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ। କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟ‌ଦ୍‌ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ। 10 ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ। 11 ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”

12 ଏହା ପରେ ଇଫ୍ରୟିମର କେତେକ ନେତା ଦେଖିଲେ ଯେ, ଇସ୍ରାଏଲୀୟ ସୈନ୍ୟମାନେ ଯୁଦ୍ଧରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଭେଟିଲେ। ସେହି ନେତାମାନେ ଥିଲେ ଯିହୋହାନ‌ନଙ୍କ ପୁତ୍ର ଅସରିୟ, ମଶିଲୋମୋତ୍‌ଙ୍କ ପୁତ୍ର ବେରିଖିୟ, ଶଲ୍ଲୁମଙ୍କର ପୁତ୍ର ଯହିଷ୍କିୟ ଓ ହ‌ଦ୍‌ଲୟଙ୍କର ପୁତ୍ର ଅମାସା। 13 ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ କହିଲେ, “ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭେମାନେ ତାହା କରିବ, ତଦ୍ଦ୍ୱାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ୱ କରିଦେବ ଓ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଭୟଙ୍କର କ୍ରୋଧ କରିବେ।”

14 ତେଣୁ ସେହି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ସେହି ନେତାମାନଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ ଫେରାଇ ଦେଲେ। 15 ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ।

16-17 ସେହି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ। ଇଦୋମୀୟମାନେ ଲୋକମାନଙ୍କୁ ଧରିଲେ ଓ ସେମାନଙ୍କୁ ବନ୍ଦୀ କରି ନେଇଗଲେ। ତେଣୁ ରାଜା ଆହସ୍, ଅଶୂରୀୟ ରାଜାଙ୍କୁ ସାହାଯ୍ୟ ମାଗିଲେ। 18 ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗି‌ମ୍‌ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ। 19 ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ୱସ୍ତ ଥିଲେ। 20 ଅଶୂରୀୟ ରାଜା ତି‌ଲ୍‌ଗତ-ପି‌ଲ୍‌ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ। 21 ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ୟଗଣଙ୍କଠାରୁ କିଛି ମୂଲ୍ୟବାନ୍ ସାମଗ୍ରୀ ନେଲେ। ଆହସ୍ ସେହି ସାମଗ୍ରୀଗୁଡ଼ିକୁ ଅଶୂରୀୟ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହ‌ସଙ୍କୁ କିଛି ସାହାଯ୍ୟ କଲା ନାହିଁ।

22 ରାଜା ଆହ‌ସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ। 23 ଦମ୍ମୋଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହ‌ସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।

24 ଆହସ୍ ପରମେଶ୍ୱରଙ୍କ ମନ୍ଦିରରୁ ସାମଗ୍ରୀ ସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହା ପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ବନ୍ଦ କରିଦେଲେ। ସେ ଯଜ୍ଞବେଦିସବୁ ନିର୍ମାଣ କଲେ ଓ ସେଗୁଡ଼ିକୁ ଯିରୁଶାଲମର ଗ୍ଭରିଆଡ଼େ ସ୍ଥାପନ କଲେ। 25 ଯିହୁଦାର ସମସ୍ତ ସହରରେ ଅନ୍ୟ ଦେବତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ୟରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହ‌ସଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେ ତାଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କଲେ।

26 ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। 27 ଆହସ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହ‌ସଙ୍କୁ ଯିରୁଶାଲମ ନଗରରେ କବର ଦେଲେ। କିନ୍ତୁ ସେମାନେ ଆହ‌ସଙ୍କୁ ଇସ୍ରାଏଲର ରାଜାମାନଙ୍କର କବର ସ୍ଥାନରେ କବର ଦେଲେ ନାହିଁ। ହିଜକିୟ ଆହ‌ସଙ୍କ ସ୍ଥାନରେ ନୂତନ ରାଜା ହେଲେ ହିଜକିୟ ଆହ‌ସଙ୍କ ପୁତ୍ର ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14

ମୁକ୍ତପ୍ରାପ୍ତ ଲୋକଙ୍କର ଗୀତ

14 ତା’ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା।

ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା। ଏହି ଲୋକମାନେ ସିଂହାସନ ସମ୍ମୁଖରେ ଗ୍ଭରି ଜଣ ଜୀବନ୍ତ ପଶୁଙ୍କ ସମ୍ମୁଖରେ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କେବଳ 144,000 ଜଣ ଲୋକମାନଙ୍କ ଛଡ଼ା କେହିହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି। ସେମାନେ କେବେ ମିଥ୍ୟା କହନ୍ତି ନାହିଁ। ସେମାନେ ସର୍ବଦା ନିର୍ଦ୍ଦୋଷ।

ତିନି ଜଣ ସ୍ୱର୍ଗଦୂତ

ତା’ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା। ସେହି ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ କହିଲେ, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ୱରଙ୍କ ଦ୍ୱାରା ଲୋକମାନଙ୍କୁ ବିଗ୍ଭର କରିବା ସମୟ ଉପସ୍ଥିତ। ପରମେଶ୍ୱରଙ୍କର ଉପାସନା କର। ସେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।”

ତା’ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”

ତା’ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ୱରରେ ଅନୁସରଣ କରି କହିଲେ, “ଯଦି କେହି ଲୋକ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା’ ନିଜ କପାଳରେ ଓ ହାତରେ ତା’ର ଚିହ୍ନ ଧାରଣ କରେ, 10 ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ। 11 ସେମାନଙ୍କ ଯନ୍ତ୍ରଣାର ଧୂଆଁ ସବୁବେଳ ପାଇଁ ଉଠୁଥିବ। ସେମାନଙ୍କୁ ଯନ୍ତ୍ରଣାରୁ ଦିନରାତି କେବେ ହେଲେ ଆରାମ ମିଳିବ ନାହିଁ, କାରଣ ସେମାନେ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି। 12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।

13 ତା’ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।”

ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”

ପୃଥିବୀରୁ ଶସ୍ୟ କଟା ହେବ

14 ତା’ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା। 15 ତା’ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।” 16 ତେଣୁ ମେଘ ଉପରେ ଯିଏ ବସିଥିଲେ, ସେ ପୃଥିବୀର ଶସ୍ୟରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ୟ କଟାଗଲା।

17 ତା’ପରେ ଆଉ ଜଣେ ସ୍ୱର୍ଗ ଦୂତ ସ୍ୱର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ୟ ଗୋଟିଏ ଧାରୁଆ ଦାଆ ଥିଲା। 18 ତା’ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।” 19 ତା’ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ। 20 ନଗର ବାହାରେ ଦ୍ରାକ୍ଷା ଫଳ ସବୁ ସେହି ଦ୍ରାକ୍ଷାପେଷା କୁଣ୍ଡରେ ଚିପୁଡ଼ା ହେଲା। ସେହି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ଯ୍ୟନ୍ତ ଉପରକୁ ଉଠି 300 କିଲୋମିଟର ପର୍ଯ୍ୟନ୍ତ ରକ୍ତ ସ୍ରୋତ ହୋଇ ବହିବାରେ ଲାଗିଲା।

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10

ସଦାପ୍ରଭୁଙ୍କ ପ୍ରତିଜ୍ଞା

10 ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି।

କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି।

“ଆମ୍ଭେ ବିଶେଷଭାବରେ ପାଳକମାନଙ୍କ ଉପରେ କ୍ରୋଧାନ୍ୱିତ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଯେଉଁମାନେ ମେଷପଲର ଯତ୍ନ ନିଅନ୍ତି।” କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସେମାନଙ୍କୁ ଏକ ଯୋଦ୍ଧା ଅଶ୍ୱ ପରି ତିଆରି କରିବେ।

“କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ। ସେମାନେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦେବେ। ସେମାନେ ଯୁଦ୍ଧ କରି ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ମଧ୍ୟ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି। ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଇଫ୍ରୟିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ୟଟି ପରି ଖୁସୀ ହେବେ। ସେମାନଙ୍କର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସେମାନଙ୍କର ହୃଦୟ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।

“ଆମ୍ଭେ ତୂରି ବଜାଇବା ଏବଂ ସେମାନଙ୍କୁ ଏକତ୍ରିତ କରାଇବା। ଆମ୍ଭେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ ଓ ସେମାନେ ଯେପରି ବହୁ ସଂଖ୍ୟାରେ ଥିଲେ ସେହିପରି ବହୁ ସଂଖ୍ୟାରେ ପୂର୍ଣ୍ଣ ହେବେ। ଯଦିଓ ଆମ୍ଭେ ଦେଶଗୁଡ଼ିକ ମଧ୍ୟରେ ସେମାନଙ୍କୁ ବିଛାଡ଼ି ଦେଇଛୁ, ସେମାନେ ସେହି ଦୂର ସ୍ଥାନରେ ଆମ୍ଭକୁ ମନେ ପକାଇବେ। ସେମାନେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସେମାନେ ଫେରିବେ। 10 ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋ‌ନ୍‌ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।” 11 ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ। 12 ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମରେ, ସେମାନେ ସବୁସ୍ଥାନକୁ ଯିବେ।” ଏହା ସଦାପ୍ରଭୁ କହିଥିଲେ।

ଯୋହନ ଲିଖିତ ସୁସମାଗ୍ଭର 13

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।

ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”

ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”

ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।”

ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”

ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”

10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” 11 ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”

12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? 13 ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” 14 ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। 15 ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। 16 ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। 17 ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।

18 “ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’ 19 ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”

ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ(A)

21 ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।”

22 ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। 23 ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। 24 ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ।

25 ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?”

26 ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ। 27 ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।” 28 ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ। 29 ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ।

30 ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।

ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ

31 ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। 32 ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”

33 ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।

34 “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ । 35 ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”

ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ(B)

36 ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?”

ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।”

37 ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।”

38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center