Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 14-15

14 ଅବିୟ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଏହା ପରେ ଅବିୟଙ୍କ ପୁତ୍ର ଆସା, ଅବିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାନ୍ତି ଅବସ୍ଥାନ କରିଥିଲା।

ଯିହୁଦାର ରାଜା ଆସା

ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତମ ଓ ଯଥାର୍ଥ ବିଷୟମାନ କଲେ। ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ। ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସେମାନଙ୍କୁ ସଦାପ୍ରଭୁଙ୍କର ସମସ୍ତ ନିୟମ ଓ ଆଜ୍ଞାଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଆଦେଶ ଦେଲେ। ଆସା ଆହୁରି ମଧ୍ୟ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବେଦିଗୁଡ଼ିକ ଧ୍ୱଂସ କରିଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ୟରେ ଶାନ୍ତି ରହିଲା। ଯିହୁଦାରେ ଶାନ୍ତି ଥିବା ସମୟରେ ଆସା ଯିହୁଦାରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସେହି ବର୍ଷଗୁଡ଼ିକରେ କୌଣସି ଯୁଦ୍ଧ ହୋଇ ନ ଥିଲା।

ଆସା ଯିହୁଦାର ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ସହର ଓ ସେଗୁଡ଼ିକର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭେମାନେ ଦୁର୍ଗ, ଦ୍ୱାର ଓ ଦ୍ୱାରର କିଳିଣିସବୁ ନିର୍ମାଣ କରିବା ଆମ୍ଭେମାନେ ଏହି ଦେଶରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କରିଅଛନ୍ତି।” ତେଣୁ ସେମାନେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।

ଆସାଙ୍କର ଯିହୁଦା ବଂଶରୁ 300,000 ଓ ବିନ୍ୟାମୀନ ବଂଶରୁ 280,000 ଲୋକଙ୍କର ଏକ ସୈନ୍ୟଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାୟ ଢାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ୟାମୀନର ଲୋକମାନେ ଛୋଟ ଛୋଟ ଢାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷେପ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।

ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ। 10 ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ।

11 ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।”

12 ଏହା ପରେ ସଦାପ୍ରଭୁ ଇଥିଓପିୟ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ୟଦଳକୁ ବ୍ୟବହାର କଲେ। ଆଉ ଇଥିଓପିୟ ସୈନ୍ୟଦଳ ଦୌଡ଼ି ପଳାଇଗଲେ। 13 ଆସା ଏବଂ ତାଙ୍କ ସୈନ୍ୟଦଳ ଇଥିଓପିୟ ସୈନ୍ୟଦଳଙ୍କ ପଛେ ପଛେ ଗରାର୍ ସହର ପର୍ଯ୍ୟନ୍ତ ଗୋଡ଼ାଇଲେ। ବହୁସଂଖ୍ୟକ ସୈନ୍ୟଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସଦାପ୍ରଭୁ ଓ ତାଙ୍କ ସୈନ୍ୟଦଳ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ ଆସା ଓ ତାଙ୍କର ସୈନ୍ୟଦଳ ଶତ୍ରୁମାନଙ୍କଠାରୁ ଅନେକ ବହୁମୂଲ୍ୟ ପଦାର୍ଥ ଲୁଟି ନେଲେ। 14 ଆସା ଓ ତାଙ୍କର ସୈନ୍ୟଦଳ ଗରା‌ର୍‌ର ନିକଟସ୍ଥ ସମସ୍ତ ସହର ଉପରେ ବିଜୟଲାଭ କଲେ। ସେହି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେହି ସହରଗୁଡ଼ିକରେ ଅନେକ ବହୁମୂଲ୍ୟ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ୟଦଳ ସେହି ସହରଗୁଡ଼ିକରୁ ସେହି ସମସ୍ତ ବହୁମୂଲ୍ୟ ପଦାର୍ଥଗୁଡ଼ିକୁ ନେଇଗଲେ। 15 ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ।

ଆସାଙ୍କର ପରିବର୍ତ୍ତନ

15 ପରମେଶ୍ୱର ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ। ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ। କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ। ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ। ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା। କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”

ଆସା ଓବେଦ୍ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟି‌ମ୍‌‌ର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।

ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି।

10 ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ। 11 ସେହି ସମୟରେ ସେମାନେ 700 ବଳଦ, 7000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ। 12 ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ। 13 ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା। 14 ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ। 15 ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।

16 ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା’ ପଦରୁ ମଧ୍ୟ ବିତାଡ଼ିତ କଲେ। ମାଖା ଏକ ଘୃଣ୍ୟ ଆଶେରା ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସେହି ଆଶେରା ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହା ପରେ ସେ କିଦ୍ରୋଣ୍ ଉପତ୍ୟକାରେ ସେହି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ। 17 ଯଦିଓ ଇସ୍ରାଏଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ କରାଯାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦୟ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲା।

18 ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦେଇଥିବା ପବିତ୍ର ଭେଟୀସବୁକୁ ପରମେଶ୍ୱରଙ୍କ ମନ୍ଦିରରେ ଆଣି ରଖିଲେ। ସେହି ବସ୍ତୁଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥିଲା। 19 ଆସାଙ୍କ ରାଜତ୍ୱର ପଞ୍ଚତିରିଶତମ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4

ଯୋହନଙ୍କର ସ୍ୱର୍ଗ ଦେଖିବା

ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।” ତ‌‌‌‌‌ତ୍‌‌‌‌‌କ୍ଷଣାତ‌୍ ‌ଆତ୍ମା ମୋତେ ତାହାଙ୍କ ଅଧୀନକୁ ନେଇଗଲେ। ସ୍ୱର୍ଗରେ ମୋ’ ସମ୍ମୁଖରେ ଗୋଟିଏ ସିଂହାସନ ଥିଲା। ସେହି ସିଂହାସନରେ ଜଣେ ବସିଥିଲେ। ସିଂହାସନରେ ଯେଉଁ ବ୍ୟକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ୟବାନ ସୂର୍ଯ୍ୟକାନ୍ତମଣି ଓ ପଦ୍ମରାଗମଣି ଭଳି ଦେଖାଯାଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶୋଭା ସଦୃଶ ଗୋଟିଏ ମେଘଧନୁ ଘେରି ରହିଥିଲା।

ସେହି ସିଂହାସନର ଗ୍ଭରିପାଖରେ ଆଉ ଚବି‌ଶ୍‌ଟି ସିଂହାସନ ଥିଲା। ସେହି ଚବି‌ଶ୍‌ଟି ସିଂହାସନରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସେମାନେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ। ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନାରେ ସାତୋଟି ଜ୍ୱଳନ୍ତ ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ୱରଙ୍କର ସାତୋଟି ଆତ୍ମା ଅଟନ୍ତି। ସେହି ସିଂହାସନ ସମ୍ମୁଖରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦେଖାଯାଉଥିଲା, ଯାହା ସ୍ଫଟିକପରି ସ୍ୱଚ୍ଛ ଥିଲା।

ସେହି ସିଂହାସନର ଗ୍ଭରିପଟେ ଗ୍ଭରୋଟି ଜୀବିତ ପ୍ରାଣୀ ଥିଲେ। ସେହି ଜୀବିତ ପ୍ରାଣୀଙ୍କର ଆଗ ଓ ପଛ ଉଭୟ ପଟେ ଚକ୍ଷୁ ଭରି ହୋଇରହିଥିଲା। ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ୱିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ୟର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା। ପ୍ରତ୍ୟେକଙ୍କର ଛଅଟି ଲେଖାଏଁ ଡେଣା ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଗ୍ଭରିପାଖ ଆଖିରେ ପରିପୂର୍ଣ୍ଣ ଥିଲା। ସେମାନେ ଦିନରାତି ଅବିରତ କହୁଥିଲେ:

“ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର।
    ସେ ସର୍ବଦା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିଥିବେ।”

ଏହି ଜୀବିତ ପ୍ରାଣୀମାନେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ୟବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି। 10 ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:

11 “ହେ ପ୍ରଭୁ, ଆମ୍ଭର ପରମେଶ୍ୱର!
    ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ
ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ।
    ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି।”

ହାଗୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2

ସଦାପ୍ରଭୁ ଲୋକମାନଙ୍କୁ ଉତ୍ସାହିତ କରନ୍ତି

ସପ୍ତମ ମାସର ଏକବିଂଶ ଦିବସରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗୟଙ୍କ ନିକଟକୁ ଆସିଲା। “ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ। ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ୱଂସ ହୋଇ ଯାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭେମାନେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତେବେ ତୁମ୍ଭର ଦୃଷ୍ଟିରେ ଏହା କିଛି ନୁହେଁ। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।

ସଦାପ୍ରଭୁ କୁହନ୍ତି, “‘ତୁମ୍ଭେମାନେ ମିଶର ପରିତ୍ୟାଗ କଲାବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଛି। ତେଣୁ ଭୟ କର ନାହିଁ।’ କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ‘ଅଳ୍ପ ସମୟ ପରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ୱର୍ଗ, ମର୍ତ୍ତ୍ୟ, ଜଳ ଓ ସ୍ଥଳରେ କମ୍ପନ ଆଣିବା। ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା’ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି। ‘ସେମାନଙ୍କର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ୱର୍ଣ୍ଣ ମଧ୍ୟ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କହୁଛନ୍ତି। ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହେବ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା,’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।”

Today Begins a Time of Blessing

10 ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିବସରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ। 11 “ଏହି ଜିନିଷଗୁଡ଼ିକ ବିଷୟରେ ବ୍ୟବସ୍ଥା କ’ଣ କୁହେ, ଯାଜକମାନଙ୍କୁ ପଗ୍ଭରିବାକୁ ସର୍ବଶକ୍ତିମାନ ସଦାପ୍ରଭୁ ଆଦେଶ ଦିଆନ୍ତି। 12 ‘ମନେକର ଜଣେ ମନୁଷ୍ୟ କିଛି ମାଂସ ତା’ର ପୋଷାକର ଭାଙ୍ଗରେ ନିଏ। ଏହା ପବିତ୍ର ହେବ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶେଷ। କ’ଣ ସେହିସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତେଲ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତେବେ ସେ ସବୁ କ’ଣ ପବିତ୍ର ହୋଇଯିବ?’”

ଯାଜକ ଉତ୍ତର ଦେଲେ, “ନାଁ,” ତାହା ହୋଇ ପାରିବ ନାହିଁ।

13 ତା’ପରେ ହାଗୟ କହିଲେ, “ଯଦି ଜଣେ ବ୍ୟକ୍ତି ଗୋଟିଏ ଶବକୁ ଛୁଏଁ ତେବେ ସେ କ’ଣ ଅପବିତ୍ର ହେବ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡ଼ିକୁ ଛୁଏଁ ସେଗୁଡ଼ିକ କ’ଣ ଅପବିତ୍ର ହୋଇଯିବ?”

ଯାଜକ ଉତ୍ତର ଦେଲେ, “ହଁ, ସେହି ଜିନିଷ ଅପବିତ୍ର ହେବ।”

14 ତା’ପରେ ହାଗୟ କହିଲେ, “ସଦାପ୍ରଭୁ ପରମେଶ୍ୱର ଏହିସବୁ କହନ୍ତି, ‘ଦେଶର ଲୋକମାନଙ୍କ ବିଷୟରେ ଏହା ସତ୍ୟ ଅଟେ। ସେହି ଲୋକମାନେ ଆମ୍ଭ ସମ୍ମୁଖରେ ଶୁଦ୍ଧ ଓ ପବିତ୍ର ନ ଥିଲେ। ତେଣୁ ଯେକୌଣସି ଜିନିଷକୁ ସେମାନେ ଛୁଉଁଥିଲେ ଏବଂ ଯେକୌଣସି ଜିନିଷକୁ ସେମାନେ ଯଜ୍ଞବେଦି ଉପରକୁ ଆଣୁଥିଲେ ସେଗୁଡ଼ିକ ସବୁ ଅଶୁଦ୍ଧ ହେଉଥିଲା।

15 “‘ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା ସେ ବିଷୟରେ ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ ଆରମ୍ଭ କରିବାର ପୂର୍ବ ସମୟ ବିଷୟରେ ଚିନ୍ତା କର। 16 ଲୋକମାନେ କୋଡ଼ିଏ ଓଜନ ମାପର ଶସ୍ୟ ଗ୍ଭହିଁଥିଲେ କିନ୍ତୁ ଶସ୍ୟ ସ୍ତୁପରେ ମାତ୍ର ଦଶ ଓଜନ ମାପର ଶସ୍ୟ ଥିଲା। ଲୋକମାନେ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ୍ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିଲେ। କିନ୍ତୁ ସେଥିରେ ମାତ୍ର କୋଡ଼ିଏ ମାଠିଆ ଦ୍ରାକ୍ଷାରସ ଥିଲା। 17 କାହିଁକି ଏହା ହେଲୋ? କାରଣ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେଲୁ। ଗଛଗୁଡ଼ିକ ମାରିଦେବାକୁ ଆମ୍ଭେ ରୋଗ ପଠାଇଥିଲୁ। ତୁମ୍ଭ ହାତରେ ପ୍ରସ୍ତୁତ କରିଥିବା ଶସ୍ୟକୁ ଆମ୍ଭେ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍ଭେ ଏସବୁ କଲାପରେ ମଧ୍ୟ ସେମାନେ ଆମ୍ଭ ପାଖକୁ ଆସିଲେ ନାହିଁ।’ ସଦାପ୍ରଭୁ ଏହିସବୁ କହିଲେ।

18 “ସଦାପ୍ରଭୁ କହିଲେ, ‘ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ କରିଛ। ତେଣୁ ଏହା ପରେ କ’ଣ ସବୁ ଘଟୁଛି ଆଗକୁ ଲକ୍ଷ୍ୟ କର। 19 ଖଳାରେ ଆଉ ଶସ୍ୟ ଅଛି କି? ନାଁ, କୌଣସି ଶସ୍ୟ ଖଳାରେ ନାହିଁ। ଦ୍ରାକ୍ଷାଲତାକୁ, ଡିମ୍ବିରି ଗଛକୁ, ଡାଳିମ୍ବ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ୟ କର। ସେମାନେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁ ନାହାନ୍ତି। କିନ୍ତୁ ଆଜିଠାରୁ ଦେଖ, ସେଗୁଡ଼ିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।’”

20 ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗୟ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି। 21 “ଯିହୁଦାର ଶାସକ ଯିରୁବ୍ବାବିଲଙ୍କ ନିକଟକୁ ଯାଅ। ଆମ୍ଭେ ପୃଥିବୀ ଓ ସ୍ୱର୍ଗକୁ ଥରାଇ ଦେବା। 22 ଆମ୍ଭେ ବହୁ ରାଜ୍ୟ ଓ ରାଜାଙ୍କୁ ଓଲଟାଇ ଦେବା, ଆମ୍ଭେ ରାଜ୍ୟର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସେମାନଙ୍କର ରଥ ଓ ଆରୋହୀଙ୍କୁ ଧ୍ୱଂସ କରିବା। ଆମ୍ଭେ ସେମାନଙ୍କର ଯୁଦ୍ଧ ଅଶ୍ୱ ଓ ଆରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସେମାନେ ପରସ୍ପର ବିରୁଦ୍ଧରେ ଯିବେ ଏବଂ ପରସ୍ପର ଖଣ୍ଡାରେ ହଣାହଣି ହୋଇ ମରିବେ।” 23 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।”

ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।

ଯୋହନ ଲିଖିତ ସୁସମାଗ୍ଭର 3

ଯୀଶୁ ଓ ନୀକଦୀମ

ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”

ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”

ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”

10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।

14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। [b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା’ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା’ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି। [c]

ଯୀଶୁ ଏବଂ ବାପ୍ତିଜକ ଯୋହନ

22 ଏହା ପରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ଯିହୂଦା ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ରହି ଲୋକଙ୍କୁ ବାପ୍ତିସ୍ମ [d] ଦେଲେ। 23 ଯୋହନ ମଧ୍ୟ ଏନୋନ ଗ୍ରାମରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏନୋନ ଶାଲମ ନଗର ନିକଟବର୍ତ୍ତୀ। ସେଠାରେ ପ୍ରଚୁର ଜଳ ଥିବାରୁ ଯୋହନ ସେଠାରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସେଠାକୁ ବାପ୍ତିଜିତ ହେବା ପାଇଁ ଯାଉଥିଲେ। 24 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ଏସବୁ ଘଟିଥିଲା।

25 ଯୋହନଙ୍କର କେତେକ ଶିଷ୍ୟଙ୍କର ସହିତ ଜଣେ ଯିହୂଦୀଙ୍କର ଯୁକ୍ତିତର୍କ ହେଲା। ସେମାନେ ତାହାଙ୍କ ସହିତ ଧର୍ମସଂକ୍ରାନ୍ତୀୟ ଶୁଚିକରଣ ବିଷୟରେ ତର୍କ କରୁଥିଲେ। 26 ତେଣୁ ଶିଷ୍ୟମାନେ ଆସି ଯୋହନଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ସହିତ ଯର୍ଦ୍ଦନ ନଦୀର ଆର ପାରିରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସେହି ଲୋକ ବିଷୟରେ ଲୋକମାନଙ୍କୁ କହିଥିଲ। ସେହି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନେକ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।”

27 ଯୋହନ ଉତ୍ତର ଦେଲେ, “ପରମେଶ୍ୱର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କେବଳ ସେତିକି ପାଏ। 28 ତୁମ୍ଭେମାନେ ନିଜେ ମୋର କହିବା ଶୁଣିଛ ଯେ ‘ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ୟରେ ଈଶ୍ୱର ମୋତେ ପଠାଇଛନ୍ତି।’ 29 କନ୍ୟା କେବଳ ବରର। ବରକୁ ସାହାଯ୍ୟ କରୁଥିବା ବନ୍ଧୁ ବର ଆସିବା ପର୍ଯ୍ୟନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ୱର ଶୁଣି ସେହି ବନ୍ଧୁ ବହୁତ ଖୁସୀ ହୁଏ। ମୁଁ ଏବେ ସେହିଭଳି ଆନନ୍ଦ ପାଉଛି। ଏହା ମୋର ଆନନ୍ଦର ସମୟ। 30 ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ। ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମି ଯାଉ।

ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି

31 “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠେ। 32 ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। 33 ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। 34 ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା’ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। 35 ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। 36 ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center