Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 11-12

11 ରିହବିୟାମ୍ ଯେତେବେଳେ ଯିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ୟରୁ 180,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ୟାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିୟାମ୍ ଯେପରି ତାଙ୍କର ରାଜ୍ୟ ଫେରି ପାଇବେ, ଏଥିନିମନ୍ତେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ସେହି ସୈନ୍ୟମାନଙ୍କୁ ଏକତ୍ର କଲେ। କିନ୍ତୁ ସଦାପ୍ରଭୁଙ୍କଠାରୁ ଶମୟିୟଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମୟିୟ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଥିଲେ। ସଦାପ୍ରଭୁ କହିଲେ, “ଶମୟିୟ ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିୟାମ୍ ଏବଂ ଯିହୁଦା ଓ ବିନ୍ୟାମୀନ ନଗରରେ ବାସ କରୁଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ କୁହ। ସେମାନଙ୍କୁ କୁହ: ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଯାଉ। ଆମ୍ଭେ ଏହା ଘଟାଇଅଛୁ।’” ଅତଏବ ରାଜା ରିହବିୟାମ୍ ଓ ତାଙ୍କର ସୈନ୍ୟଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ୟ ହେଲେ ଓ ଫେରିଗଲେ। ସେମାନେ ଯାରବିୟା‌ମଙ୍କ ଉପରେ ଆକ୍ରମଣ କଲେ ନାହିଁ।

ରିହବିୟାମ୍ ଯିହୁଦାକୁ ସୁଦୃଢ଼ କଲେ

ରିହବିୟାମ୍ ଯିରୁଶାଲମରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ। ସେ ବୈ‌ଥ୍‌ଲେହେମ, ଐଟମ୍, ତକୋୟର ସମସ୍ତ ନଗରକୁ ସୁଦୃଢ଼ କଲେ। ବୈ‌ଥ୍‌ସୂର୍, ସୋଖୋ, ଅଦୂଲମ୍, ଗାଥ୍, ମାରେଶା, ସୀଫ୍, ଅଦୋରୟିମ୍, ଲାଖୀଶ୍, ଅସେକା, 10 ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା। 11 ଯେତେବେଳେ ରିହବିୟାମ୍ ସେହି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସେଠାରେ ସେନାଧ୍ୟକ୍ଷମାନଙ୍କୁ ସ୍ଥାପନ କଲେ। ସେ ସେହି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ୟ ଯୋଗାଣ କଲେ। 12 ଆହୁରି ମଧ୍ୟ, ରିହବିୟାମ୍ ପ୍ରତ୍ୟେକ ନଗରରେ ଢାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ୟନ୍ତ ଦୃଢ଼ କଲେ। ରିହବିୟାମ୍ ଯିହୁଦା ଓ ବିନ୍ୟାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନରେ ରଖିଲେ।

13 ଇସ୍ରାଏଲର ସମସ୍ତ ଯାଜକ ଓ ଲେବୀୟଗଣ ରିହବିୟାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ଯୋଗ ଦେଲେ। 14 ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ।

15 ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ। 16 ଏହା ପରେ ଇସ୍ରାଏଲ ସେହି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ସେମାନଙ୍କର ପିତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଆସିଲେ। 17 ସେହି ଲୋକମାନେ ଯିହୁଦା ରାଜ୍ୟକୁ ସୁଦୃଢ଼ କଲେ। ଆଉ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବିୟାମଙ୍କର ସପକ୍ଷରେ ରହିଲେ। ସେମାନେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗରେ ଜୀବନ କାଟୁଥିଲେ, ସେହି ସମୟରେ ସେମାନେ ସେହି ମାର୍ଗରେ ଜୀବନ କାଟିଲେ।

ରିହବିୟାମଙ୍କ ପରିବାର

18 ରିହବିୟାମ୍ ମହଲତ୍‌କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରେମୋତ୍‌ର। ତାଙ୍କର ମାତା ଥିଲେ ଅବୀହେଲିୟ। ଯିରେମୋତ୍‌ର ଦାଉଦଙ୍କ ପୁତ୍ର ଥିଲେ। ଅବୀହେଲିୟ ଇଲିୟାବଙ୍କ କନ୍ୟା ଥିଲେ। ଇଲିୟାବ୍ ଯିଶୀଙ୍କ ପୁତ୍ର ଥିଲେ। 19 ମହଲତ୍ ରିହବିୟାମଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ: ଯିୟୁଶ୍, ଶମରିୟ ଓ ସହମ। 20 ଏହା ପରେ ରିହବିୟାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶାଲୋମଙ୍କ ଝିଅ ଥିଲେ। ଆଉ ମାଖା ରିହବିୟାମଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ: ଅବିୟ, ଅତୟ, ସୀଷ ଓ ଶଲୋମୀତ୍। 21 ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।

22 ରିହବିୟାମ୍ ମାଖାର ପୁତ୍ର ଅବିୟଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧ୍ୟରେ ନେତା ହେବା ନିମନ୍ତେ ମନୋନୀତ କଲେ। ରିହବିୟାମ୍ ଅବିୟଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ। 23 ରିହବିୟାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରତ୍ୟେକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ୟାପ୍ତ କରି ରଖିଲେ। ଆଉ ରିହବିୟାମ୍ ତାଙ୍କର ପୁତ୍ରମାନଙ୍କୁ ଯଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ୟ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖୋଜିଲେ।

ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି

12 ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ।

ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। ଶୀଶ‌କ୍‌ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶ‌କ୍‌ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁ‌କ୍‌କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା।

ଏହା ପରେ ଭବିଷ୍ୟ‌ଦ୍‌ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶ‌କ୍‌ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”

ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।”

ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶ‌କ୍‌କୁ ବ୍ୟବହାର କରିବା ନାହିଁ। କିନ୍ତୁ ଯିରୁଶାଲମର ଲୋକମାନେ ଶୀଶ‌କ୍‌ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।”

ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। 10 ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। 11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫେରାଇ ଆଣିଲେ।

12 ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।

13 ରାଜା ରିହବିୟାମ୍ ଯିରୁଶାଲମରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କୁ ଏକଗ୍ଭଳିଶ ବର୍ଷ ବୟସ ହୋଇଥିଲା। ରିହବିୟାମ୍ ସତର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇ ରହିଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ସଦାପ୍ରଭୁ ଯିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ଯିରୁଶାଲମରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହବିୟାମଙ୍କ ମାତା ଥିଲେ ନୟମା। ନୟମା ଅମ୍ମୋନ ଦେଶରୁ ଆସିଥିଲେ। 14 ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ।

15 ରିହବିୟାମ୍ ଯେତେବେଳେ ରାଜା ଥିଲେ, ତାଙ୍କର ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ କର୍ମସବୁ କରିଥିଲେ, ସେହିସବୁ ଭବିଷ୍ୟ‌ଦ୍‌ବକ୍ତା ଶମୟିୟଙ୍କ ଲିଖିତ ସକଳ ବିଷୟ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷୟରେ ଲିପିବଦ୍ଧ କରାଯାଇଅଛି। ସେହି ବ୍ୟକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିୟାମ୍ ଓ ଯାରବିୟାମ୍ ଏହି ଦୁଇ ରାଜାଙ୍କ ମଧ୍ୟରେ, ସେମାନଙ୍କ ରାଜତ୍ୱ କାଳରେ ସବୁ ସମୟରେ ଯୁଦ୍ଧ ଲାଗି ରହିଥିଲା। 16 ରିହବିୟାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିୟାମଙ୍କୁ ଦାଉଦଙ୍କ ନଗରରେ କବର ଦିଆଗଲା। ଏହା ପରେ ରିହବିୟାମଙ୍କ ପୁତ୍ର ଅବିୟ ନୂତନ ରାଜା ହେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2

ଏଫିସ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି।

“ମୁଁ ତୁମ୍ଭର କାର୍ଯ୍ୟ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ଧୈର୍ଯ୍ୟଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ୟ ମୁଁ ଜାଣେ। ଯେଉଁମାନେ ପ୍ରକୃତରେ ପ୍ରେରିତ ନ ହେଲେ ହେଁ ନିଜକୁ ପ୍ରେରିତ ବୋଲି କହନ୍ତି; ସେମାନଙ୍କୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସେମାନେ ଯେ ମିଥ୍ୟାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ। ମୁଁ ଜାଣେ ତୁମ୍ଭର ବହୁତ ଧୈର୍ଯ୍ୟ ଅଛି କାରଣ ତୁମ୍ଭେ ମୋ’ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବାରେ ତୁମ୍ଭେ କ୍ଳାନ୍ତ ହୋଇ ପଡ଼ି ନାହଁ।

“କିନ୍ତୁ ତୁମ୍ଭ ବିରୁଦ୍ଧରେ ମୋର ଏହି କଥା ଅଛି: ତୁମ୍ଭର ଆରମ୍ଭରେ ଯେଉଁ ପ୍ରେମ ଥିଲା, ତୁମ୍ଭେ ସେହି ପ୍ରେମ ହରାଇଛ। ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହୋଇଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ଯ୍ୟଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୂଖାକୁ ତା’ର ସ୍ଥାନରୁ ଅଲଗା କରିଦେବି। ତୁମ୍ଭେ କେତେକ ଉତ୍ତମ କାର୍ଯ୍ୟ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ଯ୍ୟ କଳାପକୁ ଘୃଣା କର। ମୁଁ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଘୃଣା କରେ।

“ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।”

ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,

“ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। 10 ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।

11 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।”

ପର୍ଗମ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

12 “ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ:

“ଯାହାଙ୍କର ତୀ‌କ୍ଷ୍‌ଣ ଦ୍ୱିଧାରଯୁକ୍ତ ଖ‌‌ଡ଼୍‌ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି।

13 “ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ’ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।

14 “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା। 15 ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି। 16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖ‌‌ଡ଼୍‌ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।

17 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।

“ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା [a] ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”

ଥୁୟତୀରା ମଣ୍ଡଳୀକୁ ଯୀଶୁଙ୍କର ପତ୍ର

18 “ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଆଖି ଅଗ୍ନିଶିଖା ପରି ପ୍ରଜ୍ୱଳିତ ଓ ପାଦ ଦୁଇଟି ପିତ୍ତଳ ପରି ଉଜ୍ଜ୍ୱଳ ସେ ତୁମ୍ଭକୁ ଏହି କଥା କୁହନ୍ତି:

19 “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। 20 କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା’ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟ‌ଦ୍‌ବକ୍ତ୍ରୀ ବୋଲି କହେ। ସେ ତା’ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି। 21 ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପ ପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।

22 “ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇ ଦେବି। ତା’ସହିତ ଯେଉଁମାନେ ବ୍ୟଭିଗ୍ଭର ପାପକର୍ମ କରିବେ, ସେମାନେ ମଧ୍ୟ କଷ୍ଟ ଭୋଗିବେ। ସେମାନେ ଯଦି ତା’ର ମନ୍ଦକାର୍ଯ୍ୟରୁ ନିଜକୁ ଫେରାଇ ନ ଆଣିବେ, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି। 23 ମୁଁ ତା’ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।

24 “କିନ୍ତୁ ଥୁୟତୀରାର ଯେଉଁ ଅବଶିଷ୍ଟ ଲୋକେ ତା’ର ଶିକ୍ଷା ଅନୁସରଣ କରି ନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୁଢ଼ତତ୍ତ୍ୱ ଗ୍ରହଣ କରି ନାହାନ୍ତି, “ମୁଁ ସେମାନଙ୍କୁ ଏହା କହୁଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। 25 ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।

26 “ଯେ ବିଜୟୀ ହୁଏ ଓ ଶେଷପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି। 27 “ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବ।” (A)

28 ମୁଁ ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି। 29 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।

ସିଫନିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3

ଯିରୁଶାଲମର ଭବିଷ୍ୟତ

ହେ ଯିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ସଂଗ୍ରାମ କଲେ। ସେମାନେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସେମାନେ ପାପରେ କଳୁଷିତ ହୋଇଗଲେ। ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସେମାନେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ଯିରୁଶାଲମ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖିଲା ନାହିଁ। ସେମାନେ ତାଙ୍କ ପରମେଶ୍ୱରଙ୍କ ସନ୍ନିକଟକୁ ଗଲେ ନାହିଁ। ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା’ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ। ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି। ତଥାପି ପରମେଶ୍ୱର ସେହି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୁଲ୍ କରନ୍ତି ନାହିଁ। ସକାଳ ପରେ ସକାଳ, ସେ ତାଙ୍କ ନ୍ୟାୟ ବିଗ୍ଭର କରନ୍ତି। ପ୍ରାତଃକାଳରେ ସେ ତାହା ନିଶ୍ଚୟ କରନ୍ତି। କିନ୍ତୁ ସେହି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦକାର୍ଯ୍ୟ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।

ପରମେଶ୍ୱର କହନ୍ତି, “ଆମ୍ଭେ ସମଗ୍ର ଜାତିକୁ ଧ୍ୱଂସ କରିଅଛୁ। ଆମ୍ଭେ ସେମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ୱଂସ କଲୁ। ସେମାନଙ୍କର ରାସ୍ତାକୁ ଏପରି ଧ୍ୱଂସ କଲୁ ଯେ ଆଉ କେହି ସେଠାକୁ ଏଣିକି ଯାଇପାରିବେ ନାହିଁ। ଆମ୍ଭେ ସେମାନଙ୍କର ନଗରଗୁଡ଼ିକ ଶୂନ୍ୟ କରି ଦେଲୁ, ତେଣୁ ସେଠାରେ ଆଉ କେହି ବାସ କରି ପାରିବେ ନାହିଁ। ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।

ସଦାପ୍ରଭୁ କହିଲେ, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭର ଅପେକ୍ଷାରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ୟଗଣକୁ ଏକତ୍ରିତ କରିବା। ଆମ୍ଭେ ଆପଣା କ୍ରୋଧ ସେମାନଙ୍କ ଉପରେ ଢାଳି ଦେବା। ଆମ୍ଭେ ଆପଣା ପ୍ରଚଣ୍ତ କ୍ରୋଧ ଦେଖାଇବା। ଆମ୍ଭର କ୍ରୋଧରେ ସମଗ୍ର ପୃଥିବୀ ଧ୍ୱଂସ ହେବ। ତା’ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ। 10 ଇଥିଓପିଆରୁ ନଦୀ ପାର ହୋଇ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସେମାନେ ଉପହାର ନେଇ ଆମ୍ଭ ନିକଟକୁ ଆସିବେ।

11 “ତା’ପରେ ହେ ଯିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହେବେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ଯିରୁଶାଲମରୁ ତଡ଼ି ଦେଇଛୁ। ଆମ୍ଭର ପବିତ୍ର ପର୍ବତରେ ଆଉ କୌଣସି ଦାମ୍ଭିକ ଲୋକ କେବେହେଲେ ରହିବେ ନାହିଁ। 12 ଆମ୍ଭେ କେବଳ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ଯିରୁଶାଲମରେ ରହିବାକୁ ଦେବା। ସେମାନେ ସଦାପ୍ରଭୁଙ୍କଠାରେ ଆଶ୍ରୟ ପାଇବେ। 13 ଇସ୍ରାଏଲରେ ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ଯ୍ୟ କରିବେ ନାହିଁ। ସେମାନେ ମିଥ୍ୟା କହିବେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି ମିଥ୍ୟାବାଦୀ ରହିବେ ନାହିଁ। ସେମାନେ ମେଣ୍ଢାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତିରେ ଶୋଇବେ। କେହି ସେମାନଙ୍କୁ ବ୍ୟସ୍ତ କରିବେ ନାହିଁ।”

ଗୋଟିଏ ସୁଖ ସଙ୍ଗୀତ

14 ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ।
    ଇସ୍ରାଏଲ ମଧ୍ୟ ଆନନ୍ଦ କରିବ।
    ଯିରୁଶାଲମ ମଧ୍ୟ ସୁଖୀ ହେବ।
15 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ।
    ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ।
ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି।
    ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।
16 ସେତେବେଳେ ଯିରୁଶାଲମକୁ କୁହାଯିବ,
    “ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।
17 ଜଣେ ଶକ୍ତିଶାଳୀ ସୈନିକ ସଦୃଶ
    ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।
    ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ।
    ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ।
ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।”
18     ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର
ଲଜ୍ଜା ଅପମାନ ନେଇଯିବି।
    ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।
19 ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା,
    ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା।
    ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା।
ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା
    ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ।
20 ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା।
    ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା
ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ।
    ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,”
ସଦାପ୍ରଭୁ ଏହି ସମସ୍ତ କହିଥିଲେ।

ଯୋହନ ଲିଖିତ ସୁସମାଗ୍ଭର 1

ଯୀଶୁଙ୍କର ଜଗତରେ ଆବିର୍ଭାବ

ଜଗତ ଆରମ୍ଭର ପୂର୍ବରୁ ବାକ୍ୟ [a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ [b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।

ଯୋହନ [c] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, 13 ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।

14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”

16 ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। 17 ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।

ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି(A)

19 ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ। 20 ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”

21 ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” [d]

ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”

ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” [e]

ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”

22 ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?”

23 ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାଣୀ କହିଲେ:

“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
    ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(B)

24 ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ [f] ଦେଉଛ?”

26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।”

28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।

ଯୀଶୁ, ପରମେଶ୍ୱରଙ୍କ ମେଷଶାବକ

29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି। 30 ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ’ଠାରୁ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି।’ 31 ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଯେପରି ଜାଣି ପାରିବ ଯେ ଯୀଶୁ ଖ୍ରୀଷ୍ଟ [g] ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”

32-33 ତା’ପରେ ଯୋହନ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠେଇଥିଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯେକି ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। 34 ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”

ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ

35 ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। 36 ସେତେବେଳେ ଯୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ, “ଦେଖ, ପରମେଶ୍ୱରଙ୍କର ମେଷଶାବକ।”

37 ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। 38 ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହଁ?”

ସେମାନେ ଉତ୍ତର ଦେଲେ, “ରା‌ବ୍‌ବୀ, ଆପଣ କେଉଁଠାରେ ରହୁଛନ୍ତି?” (“ରା‌ବ୍‌ବୀ” ଅର୍ଥାତ୍ “ଗୁରୁ”)

39 ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା

40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। 41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)

42 ତା’ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭକୁ କେଫା ନାମରେ ଡକା ହେବ।” (“କେଫା” ଅର୍ଥାତ୍ “ପିତର।”)

43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲି‌ପ୍‌ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। 45 ଫିଲି‌ପ୍‌ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”

46 ନିଥନିୟେଲ ଫିଲି‌ପ୍‌ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”

ଫିଲି‌ପ୍‌ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”

47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”

48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲି‌ପ୍‌ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”

49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”

50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [h] ମନୁଷ୍ୟପୁତ୍ରଙ୍କ [i] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center