Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 7

ମନ୍ଦିର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା

ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା। ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ। ଇସ୍ରାଏଲର ସମସ୍ତ ଲୋକ ସ୍ୱର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇସ୍ରାଏଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ୟ ଦେଖି ପାରିଲେ। ସେମାନେ ଭୂମି ଉପରେ ସେମାନଙ୍କର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ୟବାଦ କଲେ। ସେମାନେ ଗାଇଲେ,

“ସଦାପ୍ରଭୁ ଉତ୍ତମ ଅଟନ୍ତି
    ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।”

ଏହା ପରେ ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। ରାଜା ଶଲୋମନ 22,000 ବଳଦ ଓ 120,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ସମର୍ପଣ କଲେ। ଯାଜକମାନେ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଥିଲେ। ଲେବୀୟଗଣ ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକ ସହିତ ଠିଆ ହୋଇ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାଜକ ଓ ଲେବୀୟମାନେ କହୁଥିଲେ, “ସଦାପ୍ରଭୁଙ୍କ ପ୍ରେମ ଚିରକାଳସ୍ଥାୟୀ ଅଟେ!” ସେମାନେ ଲେବୀୟମାନଙ୍କ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗରେ ଠିଆ ହୋଇ ତୂରୀ ବଜାଇଲେ।

ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗରେ ବେଦିକୁ ଧାର୍ମିକ କାର୍ଯ୍ୟ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖରେ ଥିଲା। ସେଠାରେ ଶଲୋମନ ହୋମବଳି ଓ ସହଭାଗିତାର ନୈବେଦ୍ୟର ଚର୍ବ୍ବୀ ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗକୁ ବ୍ୟବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ଯଜ୍ଞବେଦି ନିର୍ମାଣ କରିଥିଲେ, ତାହା ହୋମବଳି, ଶସ୍ୟ ନୈବେଦ୍ୟ ଓ ଚର୍ବ୍ବୀକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।

ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସେହି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ। ଅଷ୍ଟମ ଦିନରେ ସେମାନେ ଏକ ପବିତ୍ର ସଭା କଲେ, କାରଣ ସେମାନେ ସାତ ଦିନ ଯଜ୍ଞବେଦିକୁ ଉତ୍ସର୍ଗ କରିବାରେ କଟାଇଲେ। ଆଉ ସେମାନେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। 10 ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ।

ସଦାପ୍ରଭୁ ଶଲୋମନଙ୍କ ନିକଟକୁ ଆସିଲେ

11 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା। 12 ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ।

ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ। 13 ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ, 14 ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା। 15 ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ। 16 ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ। 17 “ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ, 18 ତା’ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’

19 “କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ, 20 ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ। 21 ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’ 22 ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।”

ଯୋହନଙ୍କ ଦ୍ୱିତୀୟ ପତ୍ର

ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି:

ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ।

ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।

ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।

ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି। ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି। ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।

ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।

ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। 10 ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ। 11 ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ।

12 ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। 13 ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2

ମୁଁ ଜଣେ ରକ୍ଷୀ ପରି ଛିଡ଼ା ହେବି।
    ମୁଁ ନଗର ପ୍ରାଚୀରରେ ଜଗିବି।
ସଦାପ୍ରଭୁ ମୋତେ କ’ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି।
    ସେ ମୋର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।”

ପରମେଶ୍ୱର ହବ‌କ୍‌କୂକଙ୍କୁ ଉତ୍ତର ଦିଅନ୍ତି

ସଦାପ୍ରଭୁ ମୋତେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦେଖାଉଛୁ ତାହା ଗୋଟିଏ ଫଳକ ଉପରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜରେ ପଢ଼ି ପାରିବେ। ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶେଷ ବାର୍ତ୍ତା ସମ୍ବନ୍ଧରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ୟା ହୁଏ ନାହିଁ। ଯେପରି ଜଣାଯିବ ଏହି ସମୟ କେବେ ଆସିବ ନାହିଁ। କିନ୍ତୁ ଧୈର୍ଯ୍ୟ ଧରି ଅପେକ୍ଷା କର, ସେ ସମୟ ନିଶ୍ଚୟ ଆସିବ। ଏହା ଅଧିକ ବିଳମ୍ବ ହେବ ନାହିଁ। ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”

ପରମେଶ୍ୱର କହିଲେ, “ଧନ ଗୋଟିଏ ବଳବାନ୍ ବ୍ୟକ୍ତିକୁ ପ୍ରତାରଣା କରି ପାରିବ। ସେ କେବେ ସଫଳ ହୋଇ ପାରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ୟୁ ପରି ସେ କେବେ ସନ୍ତୁଷ୍ଟ ହେବ ନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସେହି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ। କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା’ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା’ର ସମ୍ପଦସବୁ ତା’ ଉପରେ ବୋଝ ହେବ।’

ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା’ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ। ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ।

ତାକୁ ଧିକ୍, ଯିଏ ଦୋଷ କରି ଧନୀ ହୋଇଛି। ସେ ଗୋଟିଏ ନିରାପଦ ସ୍ଥାନରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରି ପାରିବ। 10 “ତୁମ୍ଭେ ବହୁତ ଲୋକଙ୍କୁ ଧ୍ୱଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷରେ ପାପ କରିଅଛ। 11 ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ।

12 “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। 14 ତା’ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। 15 ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।

16 “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ।

“ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। 17 ତୁମ୍ଭେ ଲିବାନୋ‌‌‌ନ୍‌‌‌ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।”

ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା

18 ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। 19 ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।

20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।

ଲୂକ ଲିଖିତ ସୁସମାଗ୍ଭର 21

ପ୍ରକୃତ ଦାନ(A)

21 ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି। ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା। ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା। ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”

ମନ୍ଦିରର ଧ୍ୱଂସ(B)

କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”

କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।”

କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?”

ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ। ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କେବେ ଡରିଯିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହେବ।”

10 ଯୀଶୁ ସେମାନଙ୍କୁ କହିଲେ, “ଦେଶ ଦେଶ ବିରୁଦ୍ଧରେ ଲଢ଼େଇ କରିବେ। ରାଜ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବେ। 11 ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।

12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। 13 କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ। 14 ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ। 15 ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା’ର ଉତ୍ତର ଦେଇ ପାରିବ ନାହିଁ। 16 ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ। 17 ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ। 18 କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ। 19 ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।

ଯିରୁଶାଲମର ଧ୍ୱଂସ(C)

20 “ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି। 21 ସେତେବେଳେ ଯିହୂଦାର ଲୋକେ ପର୍ବତ ଆଡ଼କୁ ପଳାଇଯିବା ଉଚିତ୍। ଯିରୁଶାଲମ ନଗର ଭିତରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡ଼ି ଗ୍ଭଲିଯିବା ଉଚିତ୍। ଜଣେ ଯଦି ନଗର ବାହାରେ ଥିବ, ତେବେ ସେ ନଗର ଭିତରକୁ ଯିବା ଉଚିତ୍ ନୁହେଁ। 22 ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ। 23 ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ। 24 କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।

ଭୟ କର ନାହିଁ(D)

25 “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। 26 ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। 28 ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”

ମୋର ବାକ୍ୟ ଅନନ୍ତକାଳସ୍ଥାୟୀ(E)

29 ତା’ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, “ସବୁ ଗଛଗୁଡ଼ିକୁ ଦେଖ। ଡିମ୍ବିରିଗଛଟି ଗୋଟିଏ ଭଲ ଉଦାହରଣ। 30 ସେଗୁଡ଼ିକରେ ଯେତେବେଳେ ନୂଆ ପତ୍ର କଅଁଳେ, ତୁମ୍ଭେମାନେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି। 31 ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି।

32 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହିସବୁରେ ଲୋକେ ବଞ୍ଚିଥିବା ସମୟ ଭିତରେ ଏସବୁ ଘଟଣା ଘଟିବ। 33 ପୃଥିବୀ ଓ ଆକାଶ ଲୋପ ହୋଇ ଯାଇପାରେ। କିନ୍ତୁ ମୋର ବାକ୍ୟ କଦାପି ଲୋପ ହେବ ନାହିଁ। ମୋର ବାକ୍ୟ ଅନନ୍ତକାଳସ୍ଥାୟୀ।

ସବୁବେଳେ ପ୍ରସ୍ତୁତ ଥାଅ

34 “ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ। 35 ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ। 36 ତେଣୁ ସଦାବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସେଗୁଡ଼ିକ ମଧ୍ୟଦେଇ ନିରାପଦରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭେମାନେ ଆତ୍ମବିଶ୍ୱାସର ସହିତ ମନୁଷ୍ୟପୁତ୍ରଙ୍କ ଆଗରେ ଠିଆ ହୋଇ ପାରିବା ପାଇଁ ପ୍ରାର୍ଥନା କରା”

37 ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ। 38 ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center