M’Cheyne Bible Reading Plan
5 ଏହା ପରେ ଶଲୋମନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରତ୍ୟେକ ବିଷୟ ସେ ବ୍ୟବହାର କଲେ। ପ୍ରତ୍ୟେକ ଆସବାବପତ୍ର ଏବଂ ରୂପା ଓ ସୁନାରେ ନିର୍ମିତ ପ୍ରତ୍ୟେକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ୱରଙ୍କ ମନ୍ଦିରର ଭଣ୍ଡାର ଗୃହରେ ରଖିଲେ।
ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା
2 ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ। 3 ସପ୍ତମ ମାସରେ ଭୋଜି [a] ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ।
4 ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ। 5 ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ। 6 ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ। 7 ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା। 8 ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ। 9 ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି। 10 ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।
11 ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ। 12 ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ। 13 ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ,
“କାରଣ ସେ ମଙ୍ଗଳମୟ।
ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।”
ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା। 14 ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।
6 ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ। 2 ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।”
ଶଲୋମନଙ୍କର ଭାଷଣ
3 ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ। 4 ଶଲୋମନ କହିଲେ,
“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା କର। ସଦାପ୍ରଭୁ ମୋ’ ପିତା ଦାଉଦଙ୍କ ସହିତ କଥା ହେବା ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହା କହିଥିଲେ: 5 ‘ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲର କୌଣସି ପରିବାରବର୍ଗର ନଗରରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହୁଁ। ଆମ୍ଭ ଲୋକ, ଇସ୍ରାଏଲର ଲୋକମାନଙ୍କୁ ନେତୃତ୍ୱ ଦେବା ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହୁଁ। 6 କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’
7 “ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ। 8 କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ। 9 କିନ୍ତୁ ତୁମ୍ଭେ ନୁହଁ, ତୁମ୍ଭର ନିଜର ପୁତ୍ର ମୋ’ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବ।’ 10 ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇସ୍ରାଏଲର ରାଜା ରୂପେ ମୁଁ ମୋର ପିତାଙ୍କ ଉତ୍ତରାଧିକାରୀ ହୋଇଛି। ସଦାପ୍ରଭୁ ତାହା ହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଅଛି। 11 ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ କରିଥିବା ବିଶେଷ ଚୁକ୍ତିର ପ୍ରତିନିଧିତ୍ୱ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିରରେ ରଖିଅଛି।”
ଭଣ୍ଡ ଶିକ୍ଷକଙ୍କ ପ୍ରତି ସାବଧାନ
4 ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ। 2 ଏହି ପ୍ରକାରେ ତୁମ୍ଭେମାନେ ପରମେଶ୍ୱରଙ୍କର ଆତ୍ମାକୁ ଚିହ୍ନି ପାରିବ: ଏକ ଆତ୍ମା କହିବ ଯେ, “ମୁଁ ବିଶ୍ୱାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ୟ ରୂପ ଧାରଣ କରି ଆସିଥିଲେ,” ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆଗତ। 3 ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି।
4 ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍। 5 ସେହି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସେମାନଙ୍କର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସେମାନଙ୍କ କଥା ଶୁଣେ। 6 କିନ୍ତୁ ଆମ୍ଭେ ସବୁ ପରମେଶ୍ୱରଙ୍କର। ତେଣୁ ପରମେଶ୍ୱରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ୱରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ୟମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।
ପ୍ରେମ ପରମେଶ୍ୱରଙ୍କଠାରୁ ଆସେ
7 ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ। 8 ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ପରମେଶ୍ୱରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ୱର ତ ପ୍ରେମ। 9 ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା। 10 ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ:
11 ଏହା ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱରଙ୍କ ମହାନ୍ ପ୍ରେମ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ନିଶ୍ଚୟ ପ୍ରେମ କରିବା। 12 କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ।
13 ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ୱରଙ୍କଠାରେ ରହିଛୁ ଓ ସେ ଆମ୍ଭଠାରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। 14 ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ। 15 ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତାଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ। 16 ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ।
ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି। 17 ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା। 18 ପ୍ରେମରେ ଭୟ ନ ଥାଏ। ବରଂ ପରମେଶ୍ୱର ଦତ୍ତ ସିଦ୍ଧ ପ୍ରେମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ୱରଙ୍କ ପ୍ରେମ ତାହାଠାରେ ସିଦ୍ଧ ହୋଇ ନାହିଁ।
19 ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା 20 ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ। 21 ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ।
ନୀନିବୀ ପାଇଁ ଦୁଃଖ ସମ୍ବାଦ
3 ଘାତକମାନଙ୍କର ନଗରୀକୁ ଧିକ୍।
ନୀନିବୀ ଏକ ମିଥ୍ୟା ନଗରୀ,
ଗ୍ଭେରି ଓ ମୃତ୍ୟୁ ଯନ୍ତ୍ରଣାରେ
ପରିପୂର୍ଣ୍ଣ ଅଟେ।
2 ତୁମ୍ଭେ ଗ୍ଭବୁକ ପ୍ରହାରର ଶବ୍ଦ,
ଚକ୍ର ଘୂରିବା ଶବ୍ଦ,
ଘୋଡ଼ାର ଟାପୁ ଶବ୍ଦ
ଏବଂ ରଥର ଗ୍ଭଳନା ଶବ୍ଦ ଶୁଣି ପାରିବ।
3 ସୈନ୍ୟମାନେ ଅଶ୍ୱପୃଷ୍ଠରେ ଆକ୍ରମଣ କରୁଛନ୍ତି।
ସେମାନଙ୍କର ଖଣ୍ତାଗୁଡ଼ିକ ଚକ୍ଚକ୍ କରୁଛି
ଏବଂ ସେମାନଙ୍କର ବର୍ଚ୍ଛାଗୁଡ଼ିକ ଉଜ୍ଜ୍ୱଳ ଦେଖା ଯାଉଛି।
ତେଣୁ ବହୁ ମୃତ ଶରୀର ରହିଛି
ଯାହାକୁ ଗଣି ହେବ ନାହିଁ।
ଲୋକମାନେ ସେହି ମୃତ ଶରୀର ଉପରେ ଝୁଣ୍ଟି ପଡ଼ୁଛନ୍ତି।
4 ନୀନିବୀରେ ଅତ୍ୟନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା।
ସେ ଏକ କୁପଥର ଉତ୍ସ
ଯିଏ କି ତା’ର ଗଣିକା କାର୍ଯ୍ୟ ପାଇଁ
ରାଜ୍ୟକୁ କ୍ରୀତଦାସ କଲା।
ସେ ତା’ର ଯାଦୁ ବଳରେ ଲୋକମାନଙ୍କୁ ତା’ର କ୍ରୀତଦାସ କରିଛନ୍ତି।
5 ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉଠେଇ ନେବା।
ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ।
ସେହି ରାଜ୍ୟଗୁଡ଼ିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
6 ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା,
ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ୟବହାର କରିବା।
ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।
7 ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ,
ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ।
ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି।
କିଏ ତା’ ପାଇଁ କାନ୍ଦିବ?’
ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?”
8 ହେ ନୀନିବୀ, ତୁମ୍ଭେ କ’ଣ ନୀଳନଦୀ ଉପରେ ଅବସ୍ଥିତ ନୋ-ଆମୋନଠାରୁ ଭଲରେ ଅଛ? ନା, ତୁମ୍ଭେ ତା’ଠାରୁ ଭଲରେ ନାହଁ। ନୋ-ଆମୋନ ଗ୍ଭରିପାଖରେ ଜଳ ଥିଲା। ନୋ-ଆମୋନ ନିଜକୁ ରକ୍ଷା କରିବାକୁ ସେହି ଜଳକୁ ବ୍ୟବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ୟବହାର କରୁଥିଲା। 9 ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ। 10 କିନ୍ତୁ ନୋ-ଆମୋନ ପରାଜିତ ହେଲା। ତା’ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗଲେ। ସୈନ୍ୟମାନେ ରାସ୍ତାର ପ୍ରତ୍ୟେକ କୋଣରେ ତା’ର ଛୋଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସେମାନେ ତାଙ୍କର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ତାଙ୍କର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ।
11 ହେ ନୀନିବୀ, ତୁମ୍ଭେବି ଜଣେ ମଦ୍ୟପ ପରି ପଡ଼ି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତ୍ରୁଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖୋଜିବ। 12 କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା’ର ପାଟିରେ ପଡ଼ିବ।
13 ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡ଼ିକ ଶତ୍ରୁସୈନ୍ୟ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡ଼ିକରେ ଲାଗିଥିବା କାଠର ଦଣ୍ତଗୁଡ଼ିକ ଅଗ୍ନି ପୋଡ଼ି ଦେଇଛି।
14 ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର। 15 ତୁମ୍ଭେ ସେହିସବୁ କାମ କରି ପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ୱଂସ କରିବ। ଖଣ୍ତା ତୁମ୍ଭକୁ ହତ୍ୟା କରିବ, ତୁମ୍ଭର ଜମିରେ ଦଳେ ପଙ୍ଗପାଳ ସଦୃଶ ଦେଖାଯିବେ ଯିଏ କି ଆସିବ ଏବଂ ସବୁ ଖାଇ ଦେବେ।
ନିନିବୀ, ତୁମ୍ଭେ ବଢ଼ି ଗ୍ଭଲିଲ। ତୁମ୍ଭେ ପଲ ପଙ୍ଗପାଳ ସଦୃଶ ହେଲ। 16 ତୁମ୍ଭର ବହୁ ବ୍ୟବସାୟୀ ଅଛନ୍ତି। ସେମାନେ ଆକାଶ ତାରା ସଦୃଶ ଅଗଣିତ ଏବଂ ସେମାନେ ପଙ୍ଗପାଳ ସଦୃଶ। ସେମାନେ ସବୁ ଶେଷ ହେବା ପର୍ଯ୍ୟନ୍ତ ଖାଆନ୍ତି ଏବଂ ପରେ ସେମାନେ ସେହି ସ୍ଥାନ ଛାଡ଼ନ୍ତି। 17 ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ୟ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସେମାନେ ଶୀତଦିନରେ କାନ୍ଥରେ ବାସ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସେହି ପଙ୍ଗପାଳମାନେ ଉଡ଼ି ପଳାନ୍ତି। ଏବଂ କେହି ଜାଣନ୍ତି ନାହିଁ ସେମାନେ କେଉଁ ଆଡ଼କୁ ଯାଇଛନ୍ତି।
18 ହେ ଅଶୂରର ରାଜା, ତୁମ୍ଭର ମେଷପାଳକମାନେ ଶୋଇ ପଡ଼ିଲେ। ସେହି ଶକ୍ତିଶାଳୀ ଲୋକମାନେ ଶୋଇଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପରେ ବିଛେଇ ହୋଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ଫେରାଇ ଆଣିବାକୁ କେହି ଲୋକ ନାହାନ୍ତି। 19 ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପିଡ଼ୀତ ହେଉଛନ୍ତି।
ଜଖିୟ
19 ଯୀଶୁ ଯିରୀହୋ ନଗର ଦେଇ ଯାଉଥିଲେ। 2 ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ। 3 ସେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଆହୁରି ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନ ଥିଲା। 4 ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସେଭଳି ଗୋଟିଏ ସ୍ଥାନକୁ ସେ ଦୌଡ଼ିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଗଲେ।
5 ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।”
6 ତା’ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ। 7 ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”
8 ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”
9 ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ। 10 ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।
ପରମେଶ୍ୱର ଯାହା ଦିଅନ୍ତି ତାହା ଉପଯୁକ୍ତ ଭାବରେ ବ୍ୟବହାର କର(A)
11 ଯୀଶୁ ଯିରୁଶାଲମର ପାଖାପାଖି ଆସିଗଲେ। କେତେକ ଲୋକ ଭାବିଲେ ଯେ ପରମେଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସିଯିବ। 12 ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା’ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ। 13 ସେ ନିଜର ଦଶ ଜଣ ଗ୍ଭକରଙ୍କୁ ଡାକିଲେ। ସେ ପ୍ରତ୍ୟେକ ଗ୍ଭକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, ‘ମୁଁ ଫେରିବା ପର୍ଯ୍ୟନ୍ତ ଏହି ଟଙ୍କାରେ ବ୍ୟବସାୟ କର।’ 14 ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’
15 “ତଥାପି ସେ ରାଜା ହୋଇଗଲେ। ତା’ପରେ ସେ ଘରକୁ ଫେରି ଆସିଲେ। ତା’ପରେ ସେ କହିଲେ, ‘ଯେଉଁ ଗ୍ଭକରମାନଙ୍କୁ ମୁଁ ମୋର ଟଙ୍କା ଦେଇଥିଲି ସେମାନଙ୍କୁ ଡାକ, ମୁଁ ଜାଣିବାକୁ ଗ୍ଭହୁଁଛି ଯେ, ସେହି ଟଙ୍କାରେ ସେମାନେ ଆଉ କେତେ ଅଧିକ ଲାଭ କରିଛନ୍ତି।’ 16 ପ୍ରଥମେ ଗ୍ଭକର ଜଣକ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦେଇଥିବା ଟଙ୍କା ଥଳିଟିକୁ ବ୍ୟବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।’ 17 ରାଜା ଗ୍ଭକରମାନଙ୍କୁ କହିଲେ, “ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭକୁ ଛୋଟ ଛୋଟ ବିଷୟରେ ବିଶ୍ୱାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମୋର ଦଶଟି ନଗର ଶାସନ କରିବାକୁ ଦେବି।’
18 “ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’ 19 ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’
20 “ତା’ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି। 21 ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜନ କରି ନ ଥିବା ଟଙ୍କା ନେଇଥା’ନ୍ତି ଓ ନିଜେ ଉତ୍ପନ୍ନ କରି ନ ଥିବା ଖାଦ୍ୟଶସ୍ୟ ସଂଗ୍ରହ କରିଥା’ନ୍ତି।’
22 “ତା’ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’ 23 ଯଦି ଏ କଥା ସତ୍ୟ, ତେବେ ତୁମ୍ଭେ ମୋ’ ଟଙ୍କା ବ୍ୟାଙ୍କରେ ଜମା ରଖି ପାରିଥା’ନ୍ତ ତା’ହେଲେ ମୁଁ ଫେରି ଆସିଲା ବେଳକୁ ମୋ’ ଟଙ୍କାରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥା’ନ୍ତା 24 ସେଠାରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, ‘ଏ ଗ୍ଭକର ପାଖରୁ ଟଙ୍କା ଥଳିଟି ନେଇ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଗ୍ଭକରକୁ ଦେଇଦିଅ।”
25 “ଲୋକମାନେ ରାଜାଙ୍କୁ କହିଲେ, “କିନ୍ତୁ ଆଜ୍ଞା, ସେ ଗ୍ଭକରଟି ପାଖରେ ତ ଆଗରୁ ଦଶ ଥଳି ଟଙ୍କା ଅଛି।’
26 “ରାଜା କହିଲେ, ‘ଯଦି ଜଣେ ବ୍ୟକ୍ତି ତା’ ପାଖରେ ଯାହା ଅଛି ତାହାର ବ୍ୟବହାର କରେ ତେବେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ୟକ୍ତି ତା’ ପାଖରେ ଯେତିକି ଅଛି, ତାହା ବ୍ୟବହାର କରେନି ତା’ଠାରୁ ତାହା ମଧ୍ୟ ଛଡ଼େଇ ନିଆଯିବ। 27 ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”
ଯୀଶୁଙ୍କର ଯିରୁଶାଲମ ପ୍ରବେଶ(B)
28 ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ। 29 ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, 30 “ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ। 31 ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’”
32 ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। 33 ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?”
34 ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।” 35 ତା’ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା’ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। 36 ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
37 ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ, 38 “ସ୍ୱାଗତ କରି କହିଲେ:
“‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ (C)
ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”
39 ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”
40 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।”
ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ
41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। 42 ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। 43 ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। 44 ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”
ଯୀଶୁ ମନ୍ଦିରକୁ ଯାଆନ୍ତି(D)
45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। 46 ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’ [a] କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’”
47 ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ। 48 କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।
2010 by World Bible Translation Center