Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 26-27

ଦ୍ୱାରପାଳଗଣ

26 ଦ୍ୱାରପାଳମାନଙ୍କର ଦଳଗୁଡ଼ିକ: କୋରହ ପରିବାରର ଏହିମାନେ ଦ୍ୱାରପାଳ ଥିଲେ।

ମଶେଲିମିୟ ଓ ତାଙ୍କର ପୁତ୍ରଗଣ। (ମଶେଲିମିୟ କୋରିଙ୍କର ପୁତ୍ର ଥିଲେ। ସେ ଆସଫଙ୍କ ପରିବାରବର୍ଗରୁ ଆସିଥିଲେ।) ମଶେଲିମିୟଙ୍କର ପୁତ୍ରଗଣ, ଯିଖରିୟ ଜ୍ୟେଷ୍ଠପୁତ୍ର ଥିଲେ। ଯିହୀୟେଲ ଦ୍ୱିତୀୟ ପୁତ୍ର ଥିଲେ। ସବଦିୟ ତୃତୀୟ ପୁତ୍ର ଥିଲେ। ଯତ୍‌ନୀୟେଲ ଚତୁର୍ଥ ପୁତ୍ର ଥିଲେ। ଏଲମ ପଞ୍ଚମ ପୁତ୍ର ଥିଲେ। ଯିହୋହାନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିୟୋ-ଐନୟ ସପ୍ତମ ପୁତ୍ର ଥିଲେ।

ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ; ଓବେଦ୍-ଇଦୋମଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଶମୟିୟ। ଯିହୋଷାବଦ୍ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯୋୟାହ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନେଲ ତାଙ୍କର ପଞ୍ଚମ ପୁତ୍ର ଥିଲେ। ଅମ୍ମୀୟେଲ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିୟଲ୍ଲତୟ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ୱର ପ୍ରକୃତରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ। ଶେମୟିୟଙ୍କର ମଧ୍ୟ ପୁତ୍ରମାନେ ଥିଲେ। ଶମୟିୟଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ୟ ଥିଲେ, କାରଣ ସେମାନେ ଅତି ସାହସୀ ଯୋଦ୍ଧା ଥିଲେ। ଶମୟିୟଙ୍କର ପୁତ୍ରମାନେ ଥିଲେ ଅତନି, ରଫାୟେଲ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିୟ। ଇଲିଶାବ‌ଦଙ୍କର ଆତ୍ମୀୟମାନେ ଦକ୍ଷ କାରିଗର ଥିଲେ। ଏହି ସମସ୍ତ ବ୍ୟକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସେହି ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ ଓ ଆତ୍ମୀୟମାନେ ମହାପରାକ୍ରମୀ ଥିଲେ। ସେମାନେ ଅତ୍ୟୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।

ମଶେଲିମିୟଙ୍କର ପୁତ୍ର ଓ ଆତ୍ମୀୟଗଣ ମହାପରାକ୍ରମୀ ଥିଲେ। ସମୁଦାୟ ଅଠର ଜଣ ପୁତ୍ର ଓ ଆତ୍ମୀୟ ଥିଲେ।

10 ଏହିମାନେ ମରାରି ବଂଶର ଦ୍ୱାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହୋଇଥିଲେ। ଦ୍ୱାରପାଳମାନେ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ସିମ୍ରି ଜ୍ୟେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ। 11 ହି‌ଲ୍‌‌‌କିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଟବଲିୟ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଯିଖରିୟ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବମୋଟ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀୟ ଥିଲେ।

12 ଏହିମାନେ ଦ୍ୱାରପାଳମାନଙ୍କ ଦଳର ନେତା ଥିଲେ। ଦ୍ୱାରପାଳମାନେ ଏକ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ, ଠିକ୍ ଯେପରି ସେମାନଙ୍କର ଆତ୍ମୀୟମାନେ କରୁଥିଲେ। 13 ପ୍ରତ୍ୟେକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ୱାର ଦିଆଯାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ୱାର ନିରୂପଣ କରିବା ନିମନ୍ତେ ଗୁଲିବାଣ୍ଟ କରାଯାଉଥିଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାର କରାଯାଉଥିଲା।

14 ଶେଲିମିୟଙ୍କୁ ପୂର୍ବ ପାର୍ଶ୍ୱର ଦ୍ୱାର ଜଗିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହା ପରେ ଶେଲିମିୟଙ୍କ ପୁତ୍ର ଯିଖରିୟଙ୍କ ନିମନ୍ତେ ଗୁଲିବାଣ୍ଟ କରାଗଲା। ଯିଖରିୟ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଯିଖରିୟଙ୍କୁ ଉତ୍ତର ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା। 15 ଓବେଦ୍-ଇଦୋମଙ୍କୁ ଦକ୍ଷିଣ ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା ଓ ଆଉ ଯେଉଁ ଗୃହରେ ବହୁମୂଲ୍ୟ ସାମଗ୍ରୀମାନ ରଖାଯାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା। 16 ଶୁ​ପ୍​ପୀମ୍ ଓ ହୋଷାଙ୍କୁ ପଶ୍ଚିମ ପାର୍ଶ୍ୱ ଦ୍ୱାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ୱାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା।

ପ୍ରତ୍ୟେକ ପରିବାରରୁ ରକ୍ଷକମାନଙ୍କୁ ସେମାନଙ୍କର ସ୍ଥାନରେ ମୁତୟନ କରାଗଲା।

17 ଛଅଜଣ ଲେବୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲେବୀୟ ଭଣ୍ଡାରଗୃହର ପ୍ରତ୍ୟେକ ଦ୍ୱାରରେ ଛିଡ଼ା ହେଲେ। 18 ଗ୍ଭରିଜଣ ପଶ୍ଚିମ ଦିଗରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନରେ ରହିଲେ।

19 ଦ୍ୱାରପାଳମାନଙ୍କର ଏହିସବୁ ଦଳ ଥିଲା। ସେହି ଦ୍ୱାରପାଳମାନେ କୋରହ ଓ ମରାରି ବଂଶର ଥିଲେ।

କୋଷାଧ୍ୟକ୍ଷ ଓ ଅନ୍ୟ ପଦାଧିକାରୀଗଣ

20 ଅହିୟ ଲେବୀୟ ଗୋଷ୍ଠୀରୁ ଆସିଥିଲେ। ଅହିୟ ପରମେଶ୍ୱରଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଯେଉଁ ସ୍ଥାନମାନଙ୍କରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାଯାଇଥିଲା। ଅହିୟ ତାହାର ଦାୟିତ୍ୱରେ ମଧ୍ୟ ଥିଲେ।

21 ଲାଦନ୍ ଗେର୍ଶୋନଙ୍କର ପରିବାରରୁ ଆସିଥିଲେ। ଯେହିୟେଲି ଲାଦ‌ନଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। 22 ଯିହୀୟେଲିଙ୍କ ପୁତ୍ରମାନେ ଥିଲେ ସେଥମ୍ ଓ ସେଥ‌ମଙ୍କ ଭ୍ରାତା ଯୋୟେଲ। ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସେମାନଙ୍କର ଦାୟିତ୍ୱ ଥିଲା।

23 ଅନ୍ୟ ନେତାମାନେ ଅମ୍ରାମୀ, ଯି‌ଷ୍‌ହରୀୟ, ହିବ୍ରୋଣୀୟ ଓ ଉଷିୟେଲଙ୍କ ପରିବାରବର୍ଗରୁ ମନୋନୀତ ହୋଇଥିଲେ।

24 ନେତା ଶବୂୟେଲ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଶବୂୟେଲ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମୋଶାଙ୍କ ପୁତ୍ର ଥିଲେ। 25 ଏହି ସମସ୍ତ ଶବୂୟେଲଙ୍କର ଆତ୍ମୀୟ ଥିଲେ: ଇଲୀୟେଷର ତାଙ୍କର ଆତ୍ମୀୟ ଥିଲେ: ରହବିୟ, ଇଲୀୟେଷରଙ୍କ ପୁତ୍ର। ଯିଶାୟାହ, ରହବିୟଙ୍କ ପୁତ୍ର। ଯୋରାମ, ଯିଶାୟାଦଙ୍କ ପୁତ୍ର। ସିଖ୍ରି ଯୋରାମଙ୍କ ପୁତ୍ର। ଆଉ ଶଲୋମୀତ୍, ସିଖ୍ରିଙ୍କ ପୁତ୍ର। 26 ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ତାହାର ଦାୟିତ୍ୱରେ ଥିଲେ।

ସେନାଧ୍ୟକ୍ଷମାନେ ମଧ୍ୟ ମନ୍ଦିର ନିମନ୍ତେ ସାମଗ୍ରୀମାନ ପ୍ରଦାନ କଲେ। 27 ଯୁଦ୍ଧରୁ ପ୍ରାପ୍ତ କେତେକ ବସ୍ତୁ ସେମାନେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେବା ନିମନ୍ତେ ସେମାନେ ସେହିସବୁ ବସ୍ତୁ ପ୍ରଦାନ କଲେ। 28 ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲ; ନେ‌ର୍‌ଙ୍କ ପୁତ୍ର ଅ‌‌ବ୍‌‌ନର‌ ଓ ସରୁୟାର ପୁତ୍ର ଯୋୟାବ। ଶଲୋମୀତ୍ ଓ ତାଙ୍କ ଆତ୍ମୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲୋକମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀ ଗୁଡ଼ିକର ଯତ୍ନ ନେଲେ।

29 କନନିୟ ଯି‌ଷ୍‌ହରୀୟଙ୍କ ପରିବାରରୁ ଆସିଥିଲେ। କନନିୟ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହାରରେ କାର୍ଯ୍ୟ କରିବାର ଦାୟିତ୍ୱ ଥିଲା। ସେମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ପୋଲିସ ଓ ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ। 30 ହିବ୍ରୋଣଙ୍କର ପରିବାରରୁ ହଷବିୟ ଓ ତାଙ୍କର ଆତ୍ମୀୟମାନେ ସଦାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ଓ ଯର୍ଦ୍ଦନ ନଦୀର ପଶ୍ଚିମରେ ଥିବା ରାଜାଙ୍କର ବ୍ୟବସାୟ ଦାୟିତ୍ୱରେ ଥିଲେ। ହଷବିୟଙ୍କ ଦଳରେ 1700 ଜଣ ପରାକ୍ରମୀ ବ୍ୟକ୍ତି ଥିଲେ। 31 ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ଯିରିୟ ସେମାନଙ୍କର ନେତା ଥିଲେ। ଦାଉଦ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ। ଗିଲିୟଦର ଯାସେର ସହରରେ ବାସ କରୁଥିବା ହିବ୍ରୋଣ ପରିବାର ମଧ୍ୟରେ ଏହିପରି କେତେଜଣ ଲୋକ ମିଳିଲେ। 32 ଯିରିୟର ଆତ୍ମୀୟମାନେ ଦକ୍ଷ ଲୋକ ଥିଲେ ସେମାନଙ୍କ ମଧ୍ୟରୁ 2700 ଜଣ ପରିବାରର ମୁଖ୍ୟ ଥିଲେ। ରାଜା ଦାଉଦ ସେମାନଙ୍କୁ ରୁବେନ୍ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ପରମେଶ୍ୱରଙ୍କ ସେବା ପାଇଁ ଏବଂ ରାଜାଙ୍କ କାର୍ଯ୍ୟର ଦାୟିତ୍ୱ ଦେଲେ।

ସୈନ୍ୟଦଳଗୁଡ଼ିକ

27 ରାଜାଙ୍କ ସୈନ୍ୟବାହିନୀରେ ସେବାକାର୍ଯ୍ୟ କରୁଥିବା ଇସ୍ରାଏଲୀୟ ଲୋକଙ୍କର ତାଲିକା ଏହି। ପ୍ରତ୍ୟେକ ଦଳକୁ ପ୍ରତି ବର୍ଷର ଗୋଟିଏ ମାସ ନିମନ୍ତେ କାର୍ଯ୍ୟରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ୟାପଟେନ୍, ସେନାଧ୍ୟକ୍ଷ ଓ ପୋଲିସମାନେ ରାଜାଙ୍କର ସେବାକାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ସେନାଦଳରେ 24,000 ଲୋକ ଥିଲେ।

ଯା‌ଶ୍‌ବିୟାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାୟିତ୍ୱରେ ଥିଲେ। ଯା‌ଶ୍‌ବିୟାମ ସ‌ବ୍‌ଦୀୟେଲଙ୍କ ପୁତ୍ର ଥିଲେ। ଯା‌ଶ୍‌ବିୟାମଙ୍କ ଦଳରେ 24,000 ଲୋକ ଥିଲେ। ଯା‌ଶ୍‌ବିୟାମ ପେରସଙ୍କ ପରିବାରର ଜଣେ ଥିଲେ। ଯା‌ଶ୍‌ବିୟାମ ପ୍ରଥମ ମାସ ନିମନ୍ତେ ସମସ୍ତ ସେନାଧ୍ୟକ୍ଷମାନଙ୍କର ନେତା ଥିଲେ।

ଦୋଦୟ ଦ୍ୱିତୀୟ ମାସ ନିମନ୍ତେ ସୈନ୍ୟଦଳର ଦାୟିତ୍ୱରେ ଥିଲେ। ସେ ଅହୋଦୀୟରୁ ଆସିଥିଲେ। ଦୋଦୟଙ୍କ ଦଳରେ 24,000 ଲୋକ ଥିଲେ।

ବନାୟ ତୃତୀୟ ସେନାଧ୍ୟକ୍ଷ ଥିଲେ। ବନାୟ ତୃତୀୟ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଯିହୋୟାଦା ମୁଖ୍ୟ ଯାଜକ ଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ। ସେହି ବନାୟ ହିଁ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ଜଣେ ସାହସୀ ବୀର ଥିଲେ। ବନାୟ ସେହି ଲୋକମାନଙ୍କୁ ପରିଗ୍ଭଳିତ କରୁଥିଲେ। ବନାୟଙ୍କ ପୁତ୍ର ଅମ୍ମୀଷାବଦ ବନାୟଙ୍କ ଦଳର ଦାୟିତ୍ୱରେ ଥିଲେ।

ଅସାହେଲ୍ ଚତୁର୍ଥ ସେନାଧ୍ୟକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିୟ ସେନାଧ୍ୟକ୍ଷ ହେଲେ। ଅସାହେଲ୍ ଚତୁର୍ଥ ମାସର ସେନାଧ୍ୟକ୍ଷ ଥିଲେ। ଅସାହେଲଙ୍କ ସୈନ୍ୟଦଳରେ 24,000 ଲୋକ ଥିଲେ।

ଯିଷ୍ରାହୀୟର ପଞ୍ଚମ ମାସ ପାଇଁ ପଞ୍ଚମ ସେନାଧ୍ୟକ୍ଷ ଶମ୍ମୋତ୍‌ରେ ଥିଲେ। ତାଙ୍କ ଦଳରେ 24,000 ଲୋକ ଥିଲେ।

ଇରା ଷଷ୍ଠ ମାସରେ ସେନାଧ୍ୟକ୍ଷ ଥିଲେ। ଇରା ଇ‌କ୍‌କେଶଙ୍କ ପୁତ୍ର ଥିଲେ। ଇ‌କ୍‌କେଶ ତ‌କ୍‌କୋୟୀୟ ସହର ନିବାସୀ ଥିଲେ। ଇରାଙ୍କ ଦଳରେ 24,000 ଲୋକ ଥିଲେ।

10 ହେଲସ୍ ସପ୍ତମ ସେନାଧ୍ୟକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସେନାଧ୍ୟକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରୟିମୀୟ ଲୋକ। ହେଲସଙ୍କ ଦଳରେ 24,000 ଲୋକ ଥିଲେ।

11 ସିବ୍ବଖୟ ଅଷ୍ଟମ ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ଅଷ୍ଟମ ମାସର ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ହୂଶାତୀୟରୁ ଆସିଥିଲେ। ସିବ୍ବଖୟ ସେରହଙ୍କ ପରିବାରରୁ ଆସିଥିଲେ। ସିବ୍ବଖୟଙ୍କ ଦଳରେ 24,000 ଲୋକ ଥିଲେ।

12 ଅବୀୟେଷର ନବମ ସେନାଧ୍ୟକ୍ଷ ଥିଲେ। ଅବୀୟେଷର ନବମ ମାସର ସେନାଧ୍ୟକ୍ଷ ଥିଲେ। ଅବୀୟେଷର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀୟେଷର ବିନ୍ୟାମୀନ ଗୋଷ୍ଠୀରୁ ଆସିଥିଲେ, ଅବୀୟେଷରଙ୍କ ଦଳରେ 24,000 ଲୋକ ଥିଲେ।

13 ମହରୟ ଦଶମ ସେନାଧ୍ୟକ୍ଷ ଥିଲେ। ମହରୟ ଦଶମ ମାସର ସେନାଧ୍ୟକ୍ଷ ଥିଲେ। ମହରୟ ନଟୋଫାରୁ ଆସିଥିଲେ। ସେ ସେରହଙ୍କ ପରିବାରରୁ ଆସିଥିଲେ। ମହରୟଙ୍କ ଦଳରେ 24,000 ଲୋକ ଥିଲେ।

14 ବନାୟ ଏକାଦଶତମ ସେନାଧ୍ୟକ୍ଷ ଥିଲେ। ବନାୟ ଏକାଦଶ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ପିରିୟାଥୋରୁ ଆସିଥିଲେ। ବନାୟ ଇଫ୍ରୟିମ ପରିବାରବର୍ଗରୁ ଆସିଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ।

15 ହି‌ଲ୍‌ଦୟ ଦ୍ୱାଦଶତମ ସେନାଧ୍ୟକ୍ଷ ଥିଲେ। ହି‌ଲ୍‌ଦୟ ଦ୍ୱାଦଶ ମାସର ସେନାଧ୍ୟକ୍ଷ ଥିଲେ। ହି‌ଲ୍‌ଦୟ ନଟୋଫାରୁ ଆସିଥିଲେ। ହି‌ଲ୍‌ଦୟ ଅବନୀୟେଲ ପରିବାରରୁ ଆସିଥିଲେ। ହି‌ଲ୍‌ଦୟଙ୍କ ଦଳରେ 24,000 ଲୋକ ଥିଲେ।

ଗୋଷ୍ଠୀଗୁଡ଼ିକର ନେତାଗଣ

16 ଇସ୍ରାଏଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ:

ରୁବେନ୍: ସିଖ୍ରିଙ୍କ ପୁତ୍ର ଇଲୀୟେଷର୍;

ଶିମିୟୋନ୍: ମାଖାଙ୍କ ପୁତ୍ର ଶଫଟିୟ;

17 ଲେବୀ: କମୂୟେଲଙ୍କ ପୁତ୍ର ହଶବିୟ;

ହାରୋଣ୍: ସାଦୋକ୍;

18 ଯିହୁଦା: ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ୟରୁ ଜଣେ ଥିଲେ।)

ଇଷାଖର: ମୀଖାୟେଲଙ୍କ ପୁତ୍ର ଅମ୍ରି;

19 ସବୂଲୂନ୍: ଓବଦିୟଙ୍କ ପୁତ୍ର ଯିଶମୟିମ୍;

ନପ୍ତାଲି: ଅସ୍ରୀୟେଲଙ୍କ ପୁତ୍ର ଯିରେମୋତ୍;

20 ଇଫ୍ରୟିମ: ଅସସିୟଙ୍କ ପୁତ୍ର ହୋଶେୟ;

ପଶ୍ଚିମ ମନଃଶିର: ପଦାୟଙ୍କ ପୁତ୍ର ଯୋୟେଲ;

21 ପୂର୍ବ ମନଃଶିର: ଯିଖରିୟଙ୍କ ପୁତ୍ର ଯିଦ୍ଦୋ;

ବିନ୍ୟାମୀନ: ଅ‌‌ବ୍‌‌ନର‌ଙ୍କ ପୁତ୍ର ଯାସୀୟେଲ;

22 ଦାନ୍: ଯିରୋହ‌ମ୍‌ଙ୍କ ପୁତ୍ର ଅସରେଲ।

ଏହି ସମସ୍ତେ ଇସ୍ରାଏଲ ପରିବାରର ନେତାଗଣ ଥିଲେ।

ଦାଉଦ ଇସ୍ରାଏଲୀୟମାନଙ୍କୁ ଗଣନା କଲେ

23 ଦାଉଦ ଇସ୍ରାଏଲର ଲୋକମାନଙ୍କୁ ଗଣିବା ନିମନ୍ତେ ସ୍ଥିର କଲେ। ସେଠାରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ଇସ୍ରାଏଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ୟ ଅଗଣ୍ୟ କରିବେ। ତେଣୁ ଦାଉଦ କେବଳ 20 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲୋକଙ୍କୁ ଗଣନା କଲେ। 24 ସରୁୟାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶେଷ କରି ପାରିଲେ ନାହିଁ। ପରମେଶ୍ୱର ଇସ୍ରାଏଲର ଲୋକଙ୍କ ପ୍ରତି କ୍ରୋଧାନ୍ୱିତ ହୋଇଉଠିଲେ। ସେଥିନିମନ୍ତେ “ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ” ଲୋକମାନଙ୍କ ସଂଖ୍ୟା ଲେଖାଯାଇ ନାହିଁ।

ରାଜାଙ୍କର କାର୍ଯ୍ୟନିର୍ବାହକଗଣ

25 ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଲୋକମାନଙ୍କର ତାଲିକା ଏହି:

ଅଦୀୟେଲଙ୍କ ପୁତ୍ର ଅସମାବତ ରାଜାଙ୍କ ଭଣ୍ଡାରଘର ଦାୟିତ୍ୱରେ ଥିଲେ।

ଉଷିୟଙ୍କ ପୁତ୍ର ଯୋନାଥନ କ୍ଷୁଦ୍ର ସହର,

ଗ୍ରାମ, କ୍ଷେତ ଓ ଦୁର୍ଗମାନଙ୍କରେ ଥିବା

ଭଣ୍ଡାରଘର ଗୁଡ଼ିକର ଦାୟିତ୍ୱରେ ଥିଲେ।

26 କଲୂ‌ବ୍‌ଙ୍କ ପୁତ୍ର ଇଷ୍ରି କ୍ଷେତମାନଙ୍କରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିଲେ।

27 ରାମାଥୀୟଙ୍କ ପୁତ୍ର ଶିମିୟି ଦ୍ରାକ୍ଷାକ୍ଷେତ୍ର‌ଗୁଡ଼ିକର ଦାୟିତ୍ୱରେ ଥିଲେ।

ଶିଫମୀର ପୁତ୍ର ଜାବଦି ସଂଗ୍ରହାଗାର ଓ ଦ୍ରାକ୍ଷାକ୍ଷେତମାନଙ୍କରୁ ଆସୁଥିବା ମଦ୍ୟର ଦାୟିତ୍ୱରେ ଥିଲେ।

28 ଗାଦେରୀୟର ବା‌ଲ୍‌ହନନ୍ ପଶ୍ଚିମସ୍ଥ ପାର୍ବତ୍ୟମୟ ଦେଶରେ ଥିବା ଅଲିଭ୍ ବୃକ୍ଷ ଓ ଡିମ୍ବିରି ଜାତୀୟ ବୃକ୍ଷ ସବୁର ଦାୟିତ୍ୱରେ ଥିଲେ।

ଯୋୟାଶ ଅଲିଭ ତୈଳରୁ ସଞ୍ଚୟ କରି ରଖିବା ଦାୟିତ୍ୱରେ ଥିଲେ।

29 ଶାରୋଣୀୟ ସିଟ୍ରୟ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାୟିତ୍ୱରେ ଥିଲେ।

ଅଦଲୟଙ୍କ ପୁତ୍ର ଶାଫଟ୍ ଉପତ୍ୟକାସ୍ଥ ପଶୁପଲର ଦାୟିତ୍ୱରେ ଥିଲେ।

30 ଇ‌ଶ୍‌ମାୟେଲୀୟ ଓବୀଲ୍ ଓଟମାନଙ୍କର ଦାୟିତ୍ୱରେ ଥିଲେ। ମେରୋଣୋଥୀୟ ଯେହଦୀୟ ଗଧମାନଙ୍କର ଦାୟିତ୍ୱରେ ଥିଲେ।

31 ହାଗରୀୟ ଯାସୀଷ୍ ମେଷମାନଙ୍କର ଦାୟିତ୍ୱରେ ଥିଲେ।

ଏହି ସମସ୍ତ ବ୍ୟକ୍ତି ରାଜା ଦାଉଦଙ୍କର ସମ୍ପତ୍ତିର ଦାୟିତ୍ୱରେ ଥିଲେ।

32 ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅ‌କ୍‌ମୋନିଙ୍କ ପୁତ୍ର ଯିହୀୟେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ। 33 ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶୟ ରାଜାଙ୍କ ବନ୍ଧୁ ଥିଲେ। ହୁଶୟ ଅର୍କୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ। 34 ଯିହୋୟାଦା ଓ ଅବିୟାଥର୍ ପରେ ଅହୀଥୋଫଲଙ୍କ ସ୍ଥାନରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହୋୟାଦା ବନାୟଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ୟଦଳର ସେନାପତି ଥିଲେ।

ପିତରଙ୍କ ଦ୍ୱିତୀୟ ପତ୍ର 1

ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।

ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।

ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।

ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି

ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।

ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।

10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।

12 ତୁମ୍ଭେ ଏହି କଥା ଜାଣ। ତୁମ୍ଭଠାରେ ବର୍ତ୍ତମାନ ଥିବା ସତ୍ୟରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେପକାଇବା ପାଇଁ ସାହାଯ୍ୟ କରୁଥିବି। 13 ମୁଁ ଶରୀରରେ ବଞ୍ଚିଥିବା ପର୍ଯ୍ୟନ୍ତ, ଏ କଥା ତୁମ୍ଭକୁ ମନେ ପକାଉଥିବାରେ ସାହାଯ୍ୟ କରିବି, ଏହା ଉଚିତ୍ ବୋଲି ମୁଁ ମନେ କରେ। 14 ମୁଁ ଜାଣେ ଯେ, ମୁଁ ଶୀଘ୍ର ମୋର ଶରୀର ତ୍ୟାଗ କରିବି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ତାହା ଦେଖାଇଛନ୍ତି। 15 ତୁମ୍ଭେମାନେ ଏହିକଥା ସର୍ବଦା ମନେରଖିବା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ମୁଁ ଗ୍ଭଲିଗଲା ପରେ ମଧ୍ୟ ତୁମ୍ଭେ ଯେପରି ଏ କଥା ମନେ ରଖିବ, ଏହା ମୁଁ ଗ୍ଭହେଁ।

ଆମ୍ଭେ ଖ୍ରୀଷ୍ଟଙ୍କ ମହିମା ଦେଖିଲୁ

16 ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସେଗୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖିରେ ଯୀଶୁଙ୍କର ମହାନତା ଦେଖିଛୁ। 17 ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।” 18 ଆମ୍ଭେ ସେହି ବାଣୀ ଶୁଣିଛୁ। ଆମ୍ଭେମାନେ ଯୀଶୁଙ୍କ ସହିତ ପବିତ୍ର ପର୍ବତରେ ଥିଲାବେଳେ ଏହି ବାଣୀ ଆକାଶରୁ ଆସିଥିଲା।

19 ଭବିଷ୍ୟ‌‌ଦ୍‌‌‌‌ବକ୍ତା କହିଥିବା କଥାଗୁଡ଼ିକ ବିଷୟରେ ସୁନିଶ୍ଚିତ ହେବା ପାଇଁ ଏହା ଅଧିକ ସାହାଯ୍ୟ କରେ। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଯାହା ଯାହା କହିଛନ୍ତି, ସେଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ତୁମ୍ଭ ପାଇଁ ଭଲ। ସେମାନେ ଯାହା କହିଛନ୍ତି ତାହା ଅନ୍ଧକାରରେ ଜ୍ୟୋତିଃ ତୁଲ୍ୟ ପ୍ରକାଶିତ ହେଲା। ସକାଳ ହେବା ପର୍ଯ୍ୟନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନରେ ନୂତନ ଜ୍ୟୋତିଃ ନ ଆଣିବା ପର୍ଯ୍ୟନ୍ତ, ତୁମ୍ଭ ପାଖରେ ସେହି ଜ୍ୟୋତିଃ ଅଛି। 20 ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ। 21 କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।

ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 4

ଯିରୁଶାଲମରୁ ଆଇନ ପ୍ରଣୀତ ହେବ

ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ,
    ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ।
ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ।
    ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।
ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ,
    “ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା।
    ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା।
ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ
    ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।”

ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ
    ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ।
ତା’ପରେ ଅନେକ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ୱର ବିଗ୍ଭରକ ହେବେ
    ଓ ଦୂରଦେଶୀୟ ଅନେକ ଲୋକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବେ।
    ସେମାନେ ସେମାନଙ୍କର ‌‌ଖ‌ଡ଼୍‌ଗରେ ଲଙ୍ଗଳ ତିଆରି କରିବେ
    ଏବଂ ବର୍ଛାକୁ ଭାଙ୍ଗି ଶସ୍ୟ କାଟିବାକୁ ଦାଆ ନିର୍ମାଣ କରିବେ।
ଲୋକମାନେ ଅନ୍ୟ ସହିତ ଯୁଦ୍ଧ କରିବା ବନ୍ଦ କରିବେ।
    ଆଉ ଯୁଦ୍ଧ ପାଇଁ ତାଲିମ ମଧ୍ୟ କେବେ ନେବେ ନାହିଁ।
ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା
    ଓ ଡିମ୍ବିରି ବୃକ୍ଷ ତଳେ ବସିବେ
ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ।
    କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ।

ଅନ୍ୟ ଗୋଷ୍ଠୀର ଲୋକମାନେ ସେମାନଙ୍କର ନିଜର ଦେବତାମାନଙ୍କୁ ଅନୁସରଣ କରିବେ।
    କିନ୍ତୁ ଆମ୍ଭେମାନେ ଚିରକାଳ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହେବା।

ରାଜ୍ୟର ପୁନରାଗମନ

ସଦାପ୍ରଭୁ କୁହନ୍ତି,
“ଆଘାତପ୍ରାପ୍ତ, ପଙ୍ଗୁ, ବିତାଡ଼ିତ ଓ ଦଣ୍ତିତ ଯିରୁଶାଲମକୁ
    ଆମ୍ଭେ ପୁନର୍ବାର ଫେରାଇ ଆଣିବା।

“ଆମ୍ଭେ ସେହି ନଗରର ‘ପଙ୍ଗୁ’ ଲୋକମାନଙ୍କୁ
    ଅବଶିଷ୍ଟାଂଶ ରୂପେ ରଖିବା
ଓ ବିତାଡ଼ିତ ହୋଇଥିବା ସେହି ଲୋକମାନଙ୍କୁ
    ପୁଣି ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା।”
ସଦାପ୍ରଭୁ ସେମାନଙ୍କର ରାଜା ହେବେ
    ଏବଂ ସେ ସିୟୋନ ପର୍ବତ ଉପରେ ଏବେଠାରୁ ଚିରକାଳ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଶାସନ କରିବେ।
ପୁଣି ହେ ପଲର ଦୁର୍ଗ,
    ତୁମ୍ଭର ସମୟ ଆସିବ।
ସିୟୋନ କନ୍ୟା, ପର୍ବତରେ ତୁମ୍ଭେ
    ପୁନର୍ବାର ଶାସନ ଗାଦିରେ ରହିବ।
ଆଉ ଅତୀତ ପରି ଯିରୁଶାଲମ
    ଗୋଟିଏ ଶକ୍ତିଶାଳୀ ରାଜ୍ୟ ହେବ।”

ଇସ୍ରାଏଲୀୟମାନେ କାହିଁକି ବାବିଲୋନ ଯିବେ

ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ୱରରେ ବିଳାପ କରୁଛ?
    ତୁମ୍ଭର ରାଜା କ’ଣ ଗ୍ଭଲିଯାଇଛନ୍ତି?
ତୁମ୍ଭେ କ’ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ?
    ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବେଦନା ପାଉଛ।
10 ହେ ସିୟୋନର କନ୍ୟା, ତୁମ୍ଭେ ପ୍ରସବ ବେଦନା ଅନୁଭବ କରି
    ସନ୍ତାନ ଜନ୍ମ ଦିଅ।
ତୁମ୍ଭେ ନଗରର ବାହାରକୁ ଯାଅ
    ଏବଂ କ୍ଷେତ୍ରରେ ବାସ କର।
ତୁମ୍ଭେ ବାବିଲୋନ ଯିବ।
    କିନ୍ତୁ ସେ ସ୍ଥାନରେ ତୁମ୍ଭେ ସୁରକ୍ଷିତ ହେବ।
ଆଉ ମଧ୍ୟ ସଦାପ୍ରଭୁ ସେଠାକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ଦୂରେଇ ନେବେ।

ଅନ୍ୟ ଗୋଷ୍ଠୀ ସମୂହକୁ ସଦାପ୍ରଭୁ ଧ୍ୱଂସ କରିବେ

11 ତୁମ୍ଭ ବିରୁଦ୍ଧରେ ବହୁ ଗୋଷ୍ଠୀ ଲଢ଼ିବାକୁ ଆସିଛନ୍ତି।
    ସେମାନେ କୁହନ୍ତି, “ଦେଖ, ସେ ହେଉଛି ସିୟୋନ,
    ଆମ୍ଭେ ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବୁ।”

12 ସେହି ଲୋକମାନଙ୍କର ନିଜର ମନ୍ତ୍ରଣା ଅଛି।
    କିନ୍ତୁ ସେମାନେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ।
ସଦାପ୍ରଭୁ ସେମାନଙ୍କୁ ଏକ ସ୍ୱତନ୍ତ୍ର
    ଉଦ୍ଦେଶ୍ୟରେ ଏଠାକୁ ଆଣିଛନ୍ତି,
ସେମାନଙ୍କୁ ଶସ୍ୟ ଖଳାରେ ଶସ୍ୟ
    ପେଶିଲା ପରି ଦଳି ଦେବେ।

ଇସ୍ରାଏଲ ତା’ର ଶତ୍ରୁକୁ ପରାସ୍ତ କରିବ

13 “ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ।
    କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା।
ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା।
    ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ।
ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ
    ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”

ଲୂକ ଲିଖିତ ସୁସମାଗ୍ଭର 13

ହୃଦୟ ପରିବର୍ତ୍ତନ କର

13 ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ [a] ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”

ଅଦରକାରୀ ଗଛ

ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”

ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ

10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।

14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”

15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [b] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।

ପରମେଶ୍ୱରଙ୍କ ରାଜ୍ୟ କି ଭଳି(A)

18 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? 19 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।”

20 ଯୀଶୁ ପୁଣି କହିଲେ, “ମୁଁ ପରମେଶ୍ୱରଙ୍କ ରାଜ୍ୟ କାହା ସହିତ ତୁଳନା କରି ପାରିବି? 21 ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।”

ଅଣଓସାରିଆ ଦ୍ୱାର(B)

22 ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ। 23 ଜଣେ କେହି ଯୀଶୁଙ୍କୁ କହିଲା, “ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ’ଣ ଅଳ୍ପ ଲୋକ?”

24 ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। 25 ଯଦି ଜଣେ ଲୋକ ତା’ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ 26 ତା’ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ 27 ତା’ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’

28 “ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ। 29 ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ। 30 କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।”

ଯିରୁଶାଲମରେ ଯୀଶୁଙ୍କର ମୃତ୍ୟୁ ହେବ(C)

31 ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।”

32 ଯୀଶୁ ସେମାନଙ୍କୁ କହିଲେ, “ଯାଅ, ସେହି କୋକିଶିଆଳିକୁ କୁହ, ‘ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦେହରୁ ଭୂତମାନଙ୍କୁ ତଡ଼ି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା’ ପରଦିନ ମୋର କାମ ସରିଯିବ। 33 କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା’ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଯିରୁଶାଲମରେ ମରନ୍ତି।

34 “ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା’ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ। 35 ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’ [c], ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center