M’Cheyne Bible Reading Plan
ଯାଜକମାନଙ୍କର ଦଳ
24 ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା: ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର। 2 କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ। 3 ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲକ୍ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ। 4 ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ। 5 ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
6 ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ।
7 ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ।
ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ।
8 ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।
ଚତୁର୍ଥ ଦଳ ଥିଲା ସୀୟୋରୀମଙ୍କ ଦଳ।
9 ପଞ୍ଚମ ଦଳ ଥିଲା ମଲ୍କିୟଙ୍କ ଦଳ।
ଷଷ୍ଠ ଦଳ ଥିଲା ମିୟାମୀନଙ୍କ ଦଳ।
10 ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।
ଅଷ୍ଟମ ଦଳ ଥିଲା ଅବିୟାଙ୍କ ଦଳ।
11 ନବମ ଦଳ ଥିଲା ଯେଶୂୟଙ୍କ ଦଳ।
ଦଶମ ଦଳ ଥିଲା ଶଖନିୟଙ୍କ ଦଳ।
12 ଏକାଦଶ ଦଳ ଥିଲା ଇଲୀୟାଶୀବଙ୍କ ଦଳ।
ଦ୍ୱାଦଶ ଦଳ ଥିଲା ଯାକୀମଙ୍କ ଦଳ।
13 ତ୍ରୟୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।
ଚତୁର୍ଦ୍ଦଶ ଦଳ ଥିଲା ଯେଶବାଙ୍କ ଦଳ।
14 ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।
ଷୋଡ଼ଶ ଦଳ ଥିଲା ଇମ୍ମେରଙ୍କ ଦଳ।
15 ସପ୍ତଦଶ ଦଳ ହେଷୀରଙ୍କ ଦଳ ଥିଲା।
ଅଷ୍ଟାଦଶ ଦଳ ହିପ୍ପିଙ୍କ ଦଳ ଥିଲା।
16 ଊନବିଂଶ ଦଳ ଥିଲା ପଥାହିୟଙ୍କ ଦଳ।
ବିଂଶ ଦଳ ଥିଲା ଯିହିଷ୍କେଲଙ୍କ ଦଳ।
17 ଏକବିଂଶ ଦଳ ଥିଲା ଯାଖୀନଙ୍କ ଦଳ।
ଦ୍ୱାବିଂଶ ଦଳ ଥିଲା ଗାମୂଲଙ୍କ ଦଳ।
18 ତ୍ରୟୋବିଂଶ ଦଳ ଥିଲା ଦଲାୟଙ୍କ ଦଳ।
ଚତୁର୍ବିଂଶ ଦଳ ଥିଲା ମାସିୟଙ୍କ ଦଳ।
19 ମନ୍ଦିରରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହୋଇଥିଲେ। ମନ୍ଦିରର ସେବାକାର୍ଯ୍ୟ ପାଇଁ ହାରୋଣଙ୍କ ଦତ୍ତ ନିୟମର ସେମାନେ ବାଧ୍ୟ ହେଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ହାରୋଣଙ୍କୁ ଏହି ନିୟମଗୁଡ଼ିକ ପ୍ରଦାନ କରିଥିଲେ।
ଅନ୍ୟ ଲେବୀୟଗଣ
20 ଲେବୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା:
ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ୟରୁ: ଶୂୟେଲ,
ଶବୂୟେଲଙ୍କ ବଂଶଧରମାନଙ୍କ ମଧ୍ୟରୁ: ଯେହଦିୟ
21 ରହବିୟରୁ: ଯିଶିୟ (ଯିଶିୟ ଜ୍ୟେଷ୍ଠ ପୁତ୍ର ଥିଲେ)
22 ଯିଶ୍ହରିୟ ପରିବାରବର୍ଗ ଶଲୋମୀତ୍।
ଶଲୋମୀତ୍ ପରିବାରରୁ: ଯହତ୍।
23 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରିୟ।
ଅମରିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।
ଯହସୀୟେଲ ତାଙ୍କର ତୃତୀୟ ପୁତ୍ର ଥିଲେ।
ଓ ଯିକ୍ମିୟାମ୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ।
24 ଉଷୀୟେଲଙ୍କ ପୁତ୍ର ଥିଲେ ମୀଖା।
ମୀଖାଙ୍କ ପୁତ୍ର ଥିଲେ ଶାମୀର୍।
25 ଯିଶିୟ ମୀଖାଙ୍କ ଭ୍ରାତା ଥିଲେ।
ଯିଶିୟଙ୍କ ପୁତ୍ର ଥିଲେ ଯିଖରିୟ।
26 ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
ମୂଶି ଓ ଯାସିୟ ତାଙ୍କର ପୁତ୍ର ଥିଲେ।
27 ମରାରିଙ୍କ ପୁତ୍ର ଯାସିୟଙ୍କ ପୁତ୍ରମାନେ ଥିଲେ: ବିନୋ, ଶୋହମ୍, ସକୂର ଓ ଇବ୍ରି।
28 ମହଲିଙ୍କ ପୁତ୍ର ଥିଲେ ଇଲିୟାସର। କିନ୍ତୁ ଇଲିୟାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
29 କୀଶଙ୍କ ପୁତ୍ର ଥିଲେ ଯିରହମେଲ।
30 ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରେମୋତ୍।
ଏହିମାନେ ଲେବୀୟ ଗୋଷ୍ଠୀର ନେତାଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗ ଦ୍ୱାରା ତାଲିକାଭୁକ୍ତ ହେଲେ। 31 ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।
ବାଦ୍ୟକାରୀ ଦଳ
25 ଦାଉଦ ଓ ସେନାଧ୍ୟକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶେଷ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହେମନ ଓ ଯିଦୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ହିଁ ସେମାନଙ୍କର ବିଶେଷ କାର୍ଯ୍ୟ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସେବାକାର୍ଯ୍ୟ କରୁଥିଲେ, ସେମାନଙ୍କର ତାଲିକା ଏହି:
2 ଆସଫଙ୍କ ପରିବାରରୁ: ସକ୍କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ।
3 ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ।
4 ହେମନଙ୍କର ଯେଉଁ ପୁତ୍ରମାନେ ସେବାକାର୍ଯ୍ୟ କରୁଥିଲେ, ସେମାନେ ହେଲେ: ବୁକ୍କିୟ, ମତ୍ତନିୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନିୟ, ହନାନି, ଇଲୀୟାଥା, ଗିଦ୍ଦଲତି ଓ ରୋମାମ୍ତି-ଏଷର, ଯଶ୍ବକାଶା, ମଲ୍ଲୋଥି, ହୋଥୀର, ମହସୀୟୋତ୍। 5 ଏମାନେ ସମସ୍ତେ ହେମନଙ୍କର ପୁତ୍ରଗଣ ଥିଲେ। ହେମନ ଦାଉଦଙ୍କ ଭବିଷ୍ୟଦ୍ବକ୍ତା ଥିଲେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ହେମନଙ୍କୁ ବଳବାନ କରିବେ। ତେଣୁ ହେମନଙ୍କର ଅନେକ ପୁତ୍ର ଜାତ ହେଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।
6 ହେମନ ସଦାପ୍ରଭୁଙ୍କ ମନ୍ଦିରରେ ଗୀତଗାୟନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ସେହି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସେମାନେ ଏହି ପ୍ରକାରେ ପରମେଶ୍ୱରଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ୟକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ଯିଦୁଥୂନ ଓ ହେମନ। 7 ଲେବୀ ଗୋଷ୍ଠୀର ସେହି ବ୍ୟକ୍ତିମାନେ ଓ ସେମାନଙ୍କର ଆତ୍ମୀୟମାନେ ଗାୟନ ବିଦ୍ୟାରେ ତାଲିମପ୍ରାପ୍ତ ହୋଇଥିଲେ। 288 ଜଣ ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ। 8 ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା।
9 ପ୍ରଥମରେ, ଆସଫଙ୍କ ପରିବାରରୁ ଯୋଷେଫଙ୍କୁ ମନୋନୀତ କରାଗଲା।
ଦ୍ୱିତୀୟରେ, ଗଦଲିୟଙ୍କର ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
10 ତୃତୀୟରେ, ସକ୍କୁରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
11 ଚତୁର୍ଥରେ ଯିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
12 ପଞ୍ଚମରେ, ନଥନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
13 ଷଷ୍ଠରେ ବୁକ୍କିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
14 ସପ୍ତମରେ ଯିଶାରେଲାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
15 ଅଷ୍ଟମରେ ଯିଶାୟାହଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
16 ନବମରେ ମତ୍ତନୀୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
17 ଦଶମରେ ଶିମିୟିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
18 ଏକାଦଶରେ, ଅସାରେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
19 ଦ୍ୱାଦଶରେ, ହଶବିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
20 ତ୍ରୟୋଦଶରେ, ଶବୂୟେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
21 ଚତୁର୍ଦ୍ଦଶରେ, ମତ୍ତଥିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
22 ପଞ୍ଚଦଶରେ, ଯିରେମୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
23 ଷୋଡ଼ଶରେ, ହନାନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
24 ସପ୍ତଦଶରେ, ଯଶ୍ବକାଶାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
25 ଅଷ୍ଟଦଶରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
26 ଊନବିଂଶରେ, ମଲ୍ଲୋଥିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
27 ବିଶଂରେ, ଇଲୀୟାଥାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
28 ଏକବିଶଂରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
29 ଦ୍ୱାବିଶଂରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
30 ତ୍ରୟୋବିଶଂରେ, ମହସୀୟୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
31 ଚତୁର୍ବିଶଂରେ, ରୋମାମ୍ତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
ପରମେଶ୍ୱରଙ୍କ ମେଷପଲ
5 ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। 2 ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। 3 ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। 4 ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।
5 ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍।
“ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି,
କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।” (A)
6 ଅତଏବ ପରମେଶ୍ୱରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା’ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ। 7 ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।
8 ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି। 9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।
10 ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା’ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। 11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।
ଶେଷ ଅଭିନନ୍ଦନ
12 ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ।
13 ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସେମାନେ ମଧ୍ୟ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମୋ’ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି। 14 ଯେତେବେଳେ ଦେଖା ସାକ୍ଷାତ ହେଉଛି, ପରସ୍ପରକୁ ପ୍ରେମ ଚୁମ୍ବନ ଦ୍ୱାରା ନମସ୍କାର କର।
ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭ ସମସ୍ତଙ୍କୁ ଶାନ୍ତି ମିଳୁ। ଆମେନ୍।
ଇସ୍ରାଏଲ ନେତାଗଣ ଅମଙ୍ଗଳ ପାଇଁ ଦୋଷୀ
3 ତା’ପରେ ମୁଁ କହିଲି, “ହେ ଯାକୁବର ପ୍ରାଚୀନଗଣ ଓ ଇସ୍ରାଏଲ ବଂଶର ଶାସକଗଣ, ମୋ’ କଥା ଶୁଣ,
ତୁମ୍ଭେମାନେ ନ୍ୟାୟ କ’ଣ ଜାଣିବା ଉଚିତ୍।
2 କିନ୍ତୁ ତୁମ୍ଭେମାନେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ।
ଆଉ ମଧ୍ୟ ଲୋକମାନଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ
ଏବଂ ସେମାନଙ୍କର ଅସ୍ଥିରୁ ମାଂସ କାଢ଼ି ନେଇଛ।
3 ତୁମ୍ଭେମାନେ ମୋ’ ସନ୍ତାନମାନଙ୍କୁ ଧ୍ୱଂସ କରିଛ।
ତୁମ୍ଭେ ସେମାନଙ୍କର ଚର୍ମ କାଢ଼ି ନେଇଛ ଓ ସେମାନଙ୍କର ଅସ୍ଥିକୁ ଭାଙ୍ଗି ଦେଇଛ।
ପାତ୍ରରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସେମାନଙ୍କ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
4 ତେଣୁ ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ନିବେଦନ କରିବ,
କିନ୍ତୁ ସେ କୌଣସି ଉତ୍ତର ଦେବେ ନାହିଁ।
ଆଉ ମଧ୍ୟ ତୁମ୍ଭେମାନେ ଦୁଷ୍କର୍ମ କରିଥିବାରୁ
ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।”
ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ
5 କେତେକ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି,
“ଏହି ଭବିଷ୍ୟଦ୍ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି।
ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି।
କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି।
6 “ଏଥିପାଇଁ ତୁମ୍ଭେମାନେ ଦର୍ଶନ ପାଇବ ନାହିଁ,
ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହେବ।
ଭବିଷ୍ୟଦ୍ରେ କ’ଣ ଘଟିବ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ।
ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହେବ।
ସୂର୍ଯ୍ୟ ସେହି ଭବିଷ୍ୟଦ୍ବକ୍ତାଗଣଙ୍କ ଉପରେ
ଅସ୍ତମିତ ହେବେ,
ତେଣୁ ସେମାନଙ୍କ ପାଇଁ ଦିବସ ଅନ୍ଧକାର ତୁଲ୍ୟ ହେବ।
7 ଆଉ ସେହି ଦର୍ଶକମାନେ ଲଜ୍ଜିତ ହେବେ
ଏବଂ ମନ୍ତ୍ରଜ୍ଞମାନେ ଉଦ୍ବିଗ୍ନ ହେବେ।
ସେମାନେ କିଛି କହି ପାରିବେ ନାହିଁ
କାରଣ ପରମେଶ୍ୱର ତାଙ୍କୁ କୌଣସି ଉତ୍ତର ଦେବେ ନାହିଁ।”
ମୀଖା ପରମେଶ୍ୱରଙ୍କର ଏକ ସାଧୁ ଭବିଷ୍ୟଦ୍ବକ୍ତା
8 କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ,
ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ,
ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ
ମୁଁ ସେମାନଙ୍କୁ ଅବଗତ କରାଇବି।”
ଇସ୍ରାଏଲର ପ୍ରାଚୀନଗଣ ନିନ୍ଦିତ ହୁଅନ୍ତି
9 ହେ ଯାକୁବର ବୃଦ୍ଧଗଣ ଓ ଇସ୍ରାଏଲର ଶାସକଗଣ ମୋ’ କଥା ଶୁଣ!
ତୁମ୍ଭେମାନେ ନ୍ୟାୟ ବିଗ୍ଭର ଚଳଣିକୁ ଘୃଣା କରୁଛ।
ଯାହାସବୁ ନ୍ୟାୟ ଓ ଯଥାର୍ଥ
ତୁମ୍ଭେମାନେ ସେ ସମସ୍ତକୁ ମିଥ୍ୟା କରୁଛ।
10 ଲୋକମାନଙ୍କ ରକ୍ତରେ ସିୟୋନକୁ ତୁମ୍ଭେ ଗଢ଼ିଛ
ଓ ଅଧର୍ମ ଦ୍ୱାରା ଯିରୁଶାଲମକୁ ନିର୍ମାଣ କରିଛ।
11 ଯିରୁଶାଲମର ବିଗ୍ଭରପତିଗଣ
ଲାଞ୍ଚ ନେଇ ବିଗ୍ଭର କରନ୍ତି।
ଆଉ ସେ ସ୍ଥାନର ଯାଜକଗଣ
ଅର୍ଥ ନେଇ ଶିକ୍ଷା ଦିଅନ୍ତି
ଓ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପାଇଁ
ଅର୍ଥ ନିଅନ୍ତି।
ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି।
ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି।
ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”
12 ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ୱଂସ ହେବ।
ଏହା ଗ୍ଭଷ ଭୂମିରେ ପରିଣତ ହେବ।
ଯିରୁଶାଲମ ମଧ୍ୟ ପ୍ରସ୍ତର ସ୍ତୁପରେ ପରିଣତ ହେବ।
ମନ୍ଦିରର ପର୍ବତ ଶୂନ୍ୟ ପାହାଡ଼ ହୋଇ ବଣବୁଦାରେ ଆବୃତ ହେବ।
ଫାରୂଶୀମାନଙ୍କ ଭଳି ହୁଅ ନାହିଁ
12 ହଜାର ହଜାର ଲୋକ ଆସି ଜମା ହୋଇ ଗଲେ। ଲୋକେ ଜଣେ ଜଣକୁ ମାଡ଼ି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ୟମାନଙ୍କୁ କହିଲେ, “ଫାରୂଶୀମାନଙ୍କ ଖମୀରଠାରୁ ଦୂରରେ ରୁହ। ମୋ’ କହିବାର ଅଭିପ୍ରାୟ ହେଉଛି ଯେ, ସେମାନେ କପଟୀ। 2 ଲୁଚି ରହିଥିବା ପ୍ରତ୍ୟେକ ଜିନିଷକୁ ପ୍ରକାଶ କରି ଦିଆ ଯିବ। ଗୋପନରେ ରହିଥିବା ପ୍ରତ୍ୟେକ ବିଷୟକୁ ପ୍ରକାଶ କରାଯିବ। 3 ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।”
କେବଳ ପରମେଶ୍ୱରଙ୍କୁ ଭୟ କର(A)
4 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ। 5 ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।
6 “ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। 7 ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।
ଯୀଶୁଙ୍କ ଯୋଗୁଁ ଲଜ୍ଜା କର ନାହିଁ(B)
8 “ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କହେ ଯେ ସେ ମୋ’ଠାରେ ବିଶ୍ୱାସ କରୁଛି, ତା’ହେଲେ ମୁଁ ମନୁଷ୍ୟପୁତ୍ର, ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ, ସେହି ଲୋକଟି ମୋର ନିଜର ଲୋକ। 9 କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ’ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
10 “ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ।
11 “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। 12 କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।।”
ସ୍ୱାର୍ଥପରତା ବିରୁଦ୍ଧରେ ଚେତାବନୀ
13 ଜନସମୂହ ମଧ୍ୟରୁ କେହି ଜଣେ ଯୀଶୁଙ୍କୁ କହିଲା, “ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତରେ ଭାଗ କରିବା ପାଇଁ ମୋ’ ଭାଇକୁ କୁହନ୍ତୁ।”
14 ଏହା ଶୁଣି ଯୀଶୁ କହିଲେ, “ମୋତେ ତୁମ୍ଭମାନଙ୍କର ବିଗ୍ଭର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତରେ ବାଣ୍ଟି ଦେବାକୁ କିଏ କହିଛି?” 15 ଯୀଶୁ କହିଲେ, “ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରରେ ରଖ। ନିଜର ଅଧିକାରରେ ଥିବା ବିପୁଳ ସମ୍ପତ୍ତିରୁ କେହି କେବେ ଜୀବନ ପାଇ ପାରେ ନାହିଁ।”
16 ତା’ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: “ଜଣେ ଧନୀ ଲୋକର କେତେକ ଜମି ଥିଲା। ସେହି ଜମିରେ ବହୁତ ଖାଦ୍ୟଶସ୍ୟ ଫଳିଲା। 17 ଲୋକଟି ମନେ ମନେ ଭାବିଲା, ‘ମୁଁ କ’ଣ କରିବି? ମୋ’ ପାଖରେ ମୋର ସବୁ ଶସ୍ୟତକ ରଖିବା ପାଇଁ ଜାଗା ନାହିଁ।
18 “ତା’ପରେ ସେ କହିଲା, ଠିକ୍ ଅଛି। କ’ଣ କରିବାକୁ ହେବ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡ଼ିକ ଭାଙ୍ଗି ଦେଇ ବଡ଼ବଡ଼ ଅମାର ତିଆରି କରିବି ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କରେ ରଖି ଦେବି। 19 ତା’ପରେ ମୁଁ ନିଜକୁ କହି ପାରିବି, ମୁଁ ଅନେକ ଉତ୍ତମ ପଦାର୍ଥ ଅନେକ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।’
20 “କିନ୍ତୁ ପରମେଶ୍ୱର ତାହାକୁ କହିଲେ, ‘ଆରେ ନିର୍ବୋଧ ମନୁଷ୍ୟ! ଆଜି ରାତିରେ ତୁ ମରିଯିବୁ। ତୁ ଯେଉଁ ପଦାର୍ଥତକ ତୋ’ ପାଇଁ ସାଇତି କରି ରଖିଛୁ, ତାହା କ’ଣ ହେବ? ସେ ସବୁ କିଏ ଭୋଗ କରିବ?’
21 “ଯେଉଁ ଲୋକ କେବଳ ନିଜ ପାଇଁ ଅନେକ ପଦାର୍ଥ ସାଇତି କରି ରଖେ, ତାହା ପ୍ରତି ଏହିଭଳି ଘଟିବ। ପରମେଶ୍ୱରଙ୍କ ଦୃଷ୍ଟିରେ ସେହିଲୋକ ଆଦୌ ଧନୀ ନୁହେଁ।’
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା(C)
22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?
27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା’ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?
29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।
ଧନ ଉପରେ ଭରସା ରଖ ନାହିଁ
32 “ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି। 33 ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ। 34 ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠାରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ୟ ସେହିଠାରେ ରହିବ।
ସର୍ବଦା ପ୍ରସ୍ତୁତ ରୁହ(D)
35 “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ। 36 ବିବାହ ଭୋଜିରୁ ଫେରି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଗ୍ଭକରମାନଙ୍କ ଭଳି ହୁଅ। କାରଣ ମାଲିକ ଫେରି ଆସି କବାଟ ବାଡ଼େଇବା ମାତ୍ରେ ଗ୍ଭକରମାନେ ସଙ୍ଗେ ସଙ୍ଗେ ମାଲିକକୁ ଦୁଆର ଫିଟେଇ ଦେବେ। 37 ସେହି ଗ୍ଭକରମାନେ ଧନ୍ୟ, ଯେଉଁମାନଙ୍କୁ ମାଲିକ ଫେରି ଆସି ଦେଖିବେ ଯେ ସେମାନେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ମଧ୍ୟ ସେମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସେମାନଙ୍କୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦେବେ। 38 ସେହି ଗ୍ଭକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା’ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ମାଲିକ ଯେତେବେଳେ ଫେରି ଆସି ସେମାନଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତେବେଳେ ସେମାନେ ଖୁସୀ ହୋଇ ଯିବେ।
39 “ମନେରଖ, ଯଦି ଘରର ମାଲିକ ଆଗରୁ ଜାଣି ପାରନ୍ତି ଯେ, ଗ୍ଭେର କେତେବେଳେ ଆସିବ, ତେବେ ସେ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 40 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। କାରଣ ମନୁଷ୍ୟପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭେମାନେ ଆଦୌ ଭାବି ପାରି ନ ଥିବ।”
ବିଶ୍ୱସ୍ତ ସେବକ କିଏ
41 ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?”
42 ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ? 43 ମାଲିକ ଯେବେ ଆସିଲେ ମଧ୍ୟ ଯେଉଁ ସେବକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସେହି ସେବକ ବହୁତ ଖୁସୀ ହେବ। 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରହିବା ପାଇଁ ବାଛିବେ।
45 “କିନ୍ତୁ ଯଦି ସେବକଟି ଦୁଷ୍ଟ ହୋଇଥିବ ଓ ମନେ ମନେ କହିବ, ମୋ’ ମାଲିକ ତୁରନ୍ତ ଆସିବେ ନାହିଁ, ତେବେ କ’ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସେବକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେବ ଓ ନିଜେ ଖିଆପିଆରେ ବୁଡ଼ି ରହିବ ଓ ମଦ ପିଇ ମାତାଲ ହେବ। 46 ତା’ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା’ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।
47 “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ। 48 କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।”
ଲୋକମାନେ ଯୀଶୁଙ୍କ ସହ ଏକମତ ହେବେ ନାହିଁ(E)
49 ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା। 50 ମୋତେ ‘ଅନ୍ୟପ୍ରକାରର ବାପ୍ତିସ୍ମ’ [a] ଦ୍ୱାରା ବାପ୍ତିଜିତ ହେବାକୁ ପଡ଼ିବ। ଏହା ନ ହେବା ପର୍ଯ୍ୟନ୍ତ ମୁଁ ପୀଡ଼ା ଅନୁଭବ କରୁଛି। 51 ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି। 52 ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘରେ ପାଞ୍ଚ ଜଣ ଲୋକ ଥିଲେ ସେମାନେ ପରସ୍ପରର ବିରୋଧୀ ହୋଇଯିବେ। ତିନି ଜଣ ଦୁଇଜଣଙ୍କ ବିରୁଦ୍ଧରେ ଠିଆ ହେବେ କିମ୍ବା ଦୁଇଜଣ ତିନି ଜଣଙ୍କ ବିରୁଦ୍ଧରେ ଠିଆ ହେବେ।
53 ବାପ ପୁଅର ବିରୋଧୀ,
ପୁଅ ବାପର ବିରୋଧୀ,
ମା ଝିଅର ବିରୋଧୀ,
ଝିଅ ମାର ବିରୋଧୀ,
ଶାଶୁ ବୋହୂର ବିରୋଧୀ
ଓ ବୋହୂ ଶାଶୁର ବିରୋଧୀ ହୋଇଯିବ।”
ବୁଝିବା ସମୟର ଚିହ୍ନ(F)
54 ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, ‘ଝଡ଼ବର୍ଷା ଆସୁଛି’ ତା’ପରେ ତାହା ହିଁ ହୁଏ। 55 ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା’ପରେ ତାହା ହିଁ ହୁଏ। 56 ହେ କପଟୀଗଣ! ତୁମ୍ଭେମାନେ ପାଗ ବିଷୟରେ ତ ଜାଣି ପାରୁଛ। ତେବେ ଏହି ସମୟରେ କ’ଣ ଘଟୁଛି, ତାହା କାହିଁକି ଜାଣି ପାରୁ ନାହଁ?
ନିଜ ସମସ୍ୟାର ସମାଧାନ କର(G)
57 “ଯାହା ଠିକ୍, ତାହା ତୁମ୍ଭେମାନେ ନିଜେ ନିଷ୍ପତ୍ତି କରି ପାରୁ ନାହଁ କାହିଁକି? 58 ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଗ୍ଭରାଳୟକୁ ଯାଉଛ, ତେବେ ରାସ୍ତାରେ ତା’ ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା’ ନ ହେଲେ ସେ ତୁମ୍ଭକୁ ବିଗ୍ଭରପତିଙ୍କ ଆଗକୁ ଟାଣିନେବ। ବିଗ୍ଭରପତି ତୁମ୍ଭକୁ ଅଧିକାରୀଙ୍କ ହାତରେ ଦେଇଦେବେ ଏବଂ ଅଧିକାରୀ ତୁମ୍ଭକୁ କାରାଗାରରେ ବନ୍ଦୀ କରିବେ। 59 ଯେଉଁଦିନ ପର୍ଯ୍ୟନ୍ତ ତୁମ୍ଭେ ପ୍ରତ୍ୟେକ ଋଣର ମୂଲ୍ୟ ଶେଷ ପଇସା ପର୍ଯ୍ୟନ୍ତ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରୁ ମୁକ୍ତି ପାଇ ପାରିବ ନାହିଁ।”
2010 by World Bible Translation Center