M’Cheyne Bible Reading Plan
ଲେବୀୟମାନେ ମନ୍ଦିରରେ ସେବାକାର୍ଯ୍ୟ କରିବାର ଯୋଜନା
23 ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇସ୍ରାଏଲର ନୂତନ ରାଜା କଲେ। 2 ଦାଉଦ ଇସ୍ରାଏଲର ସମସ୍ତ ନେତାମାନଙ୍କୁ ଏକତ୍ରିତ କଲେ। ସେ ଯାଜକ ଓ ଲେବୀୟମାନଙ୍କୁ ମଧ୍ୟ ଏକତ୍ର କଲେ। 3 ଯେଉଁ ଲେବୀୟମାନେ 30 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ଥିଲେ, ଦାଉଦ ସେମାନଙ୍କୁ ଗଣନା କଲେ। ସମୁଦାୟ 38,000 ଲେବୀୟ ହେଲେ। 4 ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ। 5 4000 ଲେବୀୟ ଦ୍ୱାରପାଳ ହେବେ ଏବଂ 4000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।”
6 ଦାଉଦ ଲେବୀୟମାନଙ୍କୁ ତିନି ଗୋଟି ଦଳରେ ବିଭକ୍ତ କଲେ। ସେମାନେ ଲେବୀୟଙ୍କ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।
ଗେର୍ଶୋନ ପରିବାରବର୍ଗ
7 ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିୟି। 8 ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ। 9 ଶିମିୟିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀୟେଲ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ୟ ଥିଲେ।
10 ଶିମିୟିଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ, ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। 11 ଯହତ୍ ଜ୍ୟେଷ୍ଠ ପୁତ୍ର ଓ ସୀଷ ଦ୍ୱିତୀୟ ପୁତ୍ର ଥିଲେ। କିନ୍ତୁ ଯିୟୁଶ୍ ଓ ବରୀୟର ଅନେକ ସନ୍ତାନ ନ ଥିଲେ। ତେଣୁ ଯିୟୂଶ୍ ଓ ବରୀୟଙ୍କୁ ଗୋଟିଏ ପରିବାର ରୂପେ ଗଣ୍ୟ କରାଯାଉ ନ ଥିଲା।
କହାତ୍ ପରିବାରବର୍ଗ
12 କହାତଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ। 13 ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।
14 ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ। 15 ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର। 16 ଗେର୍ଶୋନଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶବୂୟେଲ। 17 ଇଲୀୟେଷରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରହବିୟ। ଇଲୀୟେଷରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିୟଙ୍କର ଅନେକ ପୁତ୍ର ଥିଲେ।
18 ଯିଷ୍ହରର ଜ୍ୟେଷ୍ଠପୁତ୍ର ଥିଲେ ଶଲୋମୀତ୍।
19 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରୀୟ। ହିବ୍ରୋଣଙ୍କ ଦ୍ୱିତୀୟ ପୁତ୍ର ଥିଲେ ଅମରିୟ। ଯହସୀୟେଲ ତୃତୀୟ ପୁତ୍ର ଓ ଯିକ୍ମିୟାମ୍ ଚତୁର୍ଥ ପୁତ୍ର ଥିଲେ।
20 ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।
ମରାରି ପରିବାରବର୍ଗ
21 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀୟାସର ଓ କୀଶ୍। 22 ଇଲୀୟାସର ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଇଲୀୟାସରଙ୍କ କନ୍ୟାମାନେ ସେମାନଙ୍କର ନିଜ ଆତ୍ମୀୟମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସେମାନଙ୍କର ଆତ୍ମୀୟ ଥିଲେ। 23 ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରେମୋତ୍। ସମୁଦାୟ ତିନି ଜଣ ପୁତ୍ର ଥିଲେ।
ଲେବୀୟମାନଙ୍କର କାର୍ଯ୍ୟ
24 ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।
25 ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି। 26 ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।”
27 ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ।
28 ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରିବା ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଲେବୀୟମାନେ ଆହୁରି ମଧ୍ୟ ମନ୍ଦିରର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ମନ୍ଦିରର ସେବା କରିବା କାର୍ଯ୍ୟ ସେମାନଙ୍କର ଥିଲା। 29 ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ। 30 ଲେବୀୟମାନେ ପ୍ରତି ପ୍ରଭାତରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ସେମାନେ ପ୍ରତିଦିନ ସନ୍ଧ୍ୟାରେ ମଧ୍ୟ ଏହିପରି କରୁଥିଲେ। 31 ବିଶେଷ ବିଶ୍ରାମବାର, ଅମାବାସ୍ୟାର ଉତ୍ସବ ଓ ସମସ୍ତ ବିଶେଷ ରୋଟୀମାନଙ୍କରେ ଲେବୀୟମାନେ ସବୁପ୍ରକାର ହୋମବଳି ପ୍ରସ୍ତୁତ କରୁଥିଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଦିନ ସେବାକାର୍ଯ୍ୟ କରୁଥିଲେ। ପ୍ରତିଥର କେତେଜଣ ଲେବୀୟ ସେବାକାର୍ଯ୍ୟ କରିବେ, ଏଥିନିମନ୍ତେ ବିଶେଷ ନିୟମମାନ ଥିଲା। 32 ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।
ପରିବର୍ତ୍ତିତ ଜୀବନ
4 ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। 2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। 3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
4 ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। 5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। 6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା
12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?
18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” (A)
19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।
ଲୋକମାନଙ୍କର ମନ୍ଦ ଯୋଜନା
2 ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସେମାନଙ୍କ ନିକଟକୁ ଆସେ।
ସେହି ଲୋକମାନେ ନିଜ ନିଜ ଶଯ୍ୟା ଉପରେ ପଡ଼ିରହି ମନ୍ଦ କଥା ଚିନ୍ତା କରନ୍ତି।
ଯେତେବେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ଯ୍ୟକାରୀ କରନ୍ତି।
କାରଣ ସହଜରେ ସେ କାର୍ଯ୍ୟ କରିବାକୁ ତାଙ୍କର ସେ ଶକ୍ତି ଥାଏ।
2 ସେମାନେ କ୍ଷେତ ଗ୍ଭହାନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି।
ସେମାନେ ଗୃହ ଗ୍ଭହାନ୍ତି, ଅନ୍ୟଠାରୁ ଛଡ଼ାଇ ନିଅନ୍ତି।
ସେମାନେ ମଧ୍ୟ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି।
ଆଉ ମଧ୍ୟ ସେମାନେ ଲୋକମାନଙ୍କୁ ପ୍ରତାରଣା କରି ସେମାନଙ୍କର ଭୂମି ଅପହରଣ କରନ୍ତି।
ଲୋକମାନଙ୍କୁ ଶାସ୍ତି ଦେବାକୁ ସଦାପ୍ରଭୁଙ୍କ ଯୋଜନା
3 ଏଥିପାଇଁ ସଦାପ୍ରଭୁ କୁହନ୍ତି,
“ଦେଖ, ଏହି ପରିବାର ବିରୁଦ୍ଧରେ ମୁଁ ଅମଙ୍ଗଳ ଚିନ୍ତା କରୁଛି।
ତୁମ୍ଭେମାନେ ନିଜକୁ ରକ୍ଷା କରିବାକୁ ସମର୍ଥ ହେବ ନାହିଁ।
ତୁମ୍ଭେମାନେ ଗର୍ବର ସହିତ ବହୁ ଦୂର ଗ୍ଭଲିଯାଇପାରିବ ନାହିଁ।
କାରଣ, ଦୁଃସମୟ ଆସୁଅଛି।
4 ତା’ପରେ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୀତ ଗାଇବେ।
ତାହା ଏକ ଦୁଃଖର ସଙ୍ଗୀତ ହେବ।
ସେମାନେ ବିଳାପ କରି କହିବେ,
‘ଆମ୍ଭେମାନେ ଧ୍ୱଂସ ହୋଇଗଲୁ,
ସଦାପ୍ରଭୁ ଆମ୍ଭର ଭୂମି ନେଇଗଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ।
ଆମ୍ଭର ଭୂମିକୁ ଭାଗଭାଗ କରି ଶତ୍ରୁମାନଙ୍କୁ ବାଣ୍ଟି ଦେଲେ।
5 ତେଣୁ ଆମ୍ଭେମାନେ ଜମିସବୁ ମାପିବାକୁ ସକ୍ଷମ ହେବୁ ନାହିଁ
ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟି ପାରିବୁ ନାହିଁ।’”
ମୀଖାଙ୍କୁ ପ୍ରଭୁଙ୍କ ବାଣୀ ପ୍ରଗ୍ଭର ନ କରିବାକୁ କୁହାଯାଏ
6 ଲୋକେ କୁହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କର ନାହିଁ।
ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ୟ କୁହ ନାହିଁ।
ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।”
7 ହେ ଯାକୁବ ବଂଶ,
ଆମ୍ଭେ ଏହିସବୁ ନିଶ୍ଚୟ କହିବା।
କାରଣ ତୁମ୍ଭେମାନେ ଯେଉଁ ମନ୍ଦକାର୍ଯ୍ୟ କରିଛ,
ସେଥିପାଇଁ ସଦାପ୍ରଭୁ ତାଙ୍କର ଧୈର୍ଯ୍ୟ ହରାଇଛନ୍ତି।
ତୁମ୍ଭେ ଯଦି ଉଚିତ୍ କର୍ମ କରିବ,
ଆମ୍ଭର ବାକ୍ୟ ତୁମ୍ଭ ପାଇଁ ମଙ୍ଗଳକର ହେବ।
8 କିନ୍ତୁ ତୁମ୍ଭେମାନେ ଆମ୍ଭର ଲୋକମାନଙ୍କ ପ୍ରତି ଶତ୍ରୁ ତୁଲ୍ୟ ହୋଇଛ।
ପଥଗ୍ଭରୀମାନଙ୍କର ଉତ୍ତରୀୟ ବସ୍ତ୍ର ତୁମ୍ଭେମାନେ ଛଡ଼ାଇ ନେଇଛ।
ସେହି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି।
କିନ୍ତୁ ତୁମ୍ଭେମାନେ ଯୁଦ୍ଧ ବନ୍ଦୀ ସଦୃଶ ସେମାନଙ୍କଠାରୁ ସମସ୍ତ ଛଡ଼ାଇ ନିଅ।
9 ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସେମାନଙ୍କର ରମଣୀୟ ଗୃହଗୁଡ଼ିକର
ତୁମ୍ଭେ ଅପହରଣ କରିଛ।
ଆଉ ମଧ୍ୟ ତୁମ୍ଭେ ସେମାନଙ୍କର ଛୋଟ ସନ୍ତାନମାନଙ୍କଠାରୁ
ମୋର ଗୌରବ ଚିରଦିନ ପାଇଁ କାଢ଼ି ନେଇଛ।
10 ତୁମ୍ଭେମାନେ ଉଠ ଏବଂ ଏ ସ୍ଥାନକୁ ପରିତ୍ୟାଗ କର।
ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ।
କାରଣ ତୁମ୍ଭେମାନେ ଏହାର ପ୍ରତିଦ୍ୱନ୍ଦୀ ହୋଇଛ।
ତୁମ୍ଭେ ମଧ୍ୟ ଏହାକୁ କଳୁଷିତ କରିଛ।
ତେଣୁ ଏହି ସ୍ଥାନ ଶୋଚନୀୟ ଭାବରେ ବିଚ୍ଛିନ୍ନ ହେବ।
11 ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ।
ଯଦି ସେ ଆସି କହେ,
“ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ”
ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟଦ୍ବାଣୀକୁ ଗ୍ରହଣ କରିବେ।
ସଦାପ୍ରଭୁ ତାଙ୍କର ସନ୍ତାନଗଣଙ୍କୁ ଏକତ୍ରିତ କରନ୍ତି
12 ହେ ଯାକୁବର ଲୋକମାନେ,
ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରିବା।
ଆଉ ମଧ୍ୟ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା।
ପଶୁମାନଙ୍କୁ ଖୁଆଡ଼ରେ
ଓ ଗ୍ଭରଣଭୂମିରେ ମେଷମାନଙ୍କୁ ଏକତ୍ରିତ କଲାପରି
ସେମାନଙ୍କୁ ସମବେତ କରାଇବା।
ସେତେବେଳେ ସେ ସ୍ଥାନଟି ଲୋକ ଗହଳିରେ ମୁଖରିତ
ଓ କୋଳାହଳପୂର୍ଣ୍ଣ ହେବ।
13 ତା’ପରେ “ଭଗ୍ନକାରୀଦଳ [a] “ଲୋକମାନଙ୍କର ନେତୃତ୍ୱ ନେବେ।
ସେମାନେ ପ୍ରବେଶ ପଥକୁ ଭାଙ୍ଗି
ସେହି ନଗରୀକୁ ପରିତ୍ୟାଗ କରିଛନ୍ତି।
ସେମାନଙ୍କର ରାଜା ସେମାନଙ୍କର ଅଗ୍ରଗାମୀ
ଓ ତାଙ୍କ ଲୋକମାନଙ୍କର ସମ୍ମୁଖରେ ସଦାପ୍ରଭୁ ମଧ୍ୟ ଥିବେ।
ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ(A)
11 ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।
2 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ:
‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ।
ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।
3 ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
4 ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ,
କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ।
ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”
ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର(B)
5-6 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ 7 ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ 8 ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। 9 ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା’ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠକ୍ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। 10 କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। 11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। 12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। 13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି(C)
14 ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। 17 କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। 18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। 19 କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। 20 ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
21 “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। 22 କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।
ଶୂନ୍ୟ ମଣିଷ(D)
24 “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’ 25 ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି। 26 ତା’ପରେ ସେ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।”
ଏହି ଲୋକମାନେ ପ୍ରକୃତରେ ସୁଖୀ
27 ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।”
28 କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”
ପ୍ରମାଣ ପାଇଁ ଦାବୀ(E)
29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। 30 ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।
31 “ବିଗ୍ଭର ଦିନରେ ଦକ୍ଷିଣର ରାଣୀ [c] ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
32 “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
ପୃଥିବୀରେ ଆଲୋକ ସ୍ୱରୂପ ହୁଅ(F)
33 “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। 34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। 35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। 36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”
ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ(G)
37 ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ। 38 ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। 39 ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ। 40 ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା 41 ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା’ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।
42 “ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍।
43 “ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ। 44 ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”
ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଯୀଶୁଙ୍କ କଥନ
45 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।”
46 ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ। 47 ହାୟ, କାରଣ ତୁମ୍ଭେମାନେ ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ। 48 ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ। 49 ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟଦ୍ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’
50 “ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। 51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ [d]ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି [e] ଓ ମନ୍ଦିର [f]ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।
52 “ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”
53 ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ। 54 କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ।
2010 by World Bible Translation Center