M’Cheyne Bible Reading Plan
ଦାଉଦ ଇସ୍ରାଏଲର ଗଣନା କରି ପାପ କଲେ
21 ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା। 2 ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, “ଯାଅ, ଓ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ବେର୍ଶେବା ସହରଠାରୁ ଦାନ ସହର ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତ୍ୟେକ ଜଣକୁ ଗଣନା କର। ଏହା ପରେ ଆସି ମୋତେ ସତ୍ୟ କୁହ, ତେବେ ଦେଶର ଲୋକସଂଖ୍ୟା କେତେ, ତାହା ମୁଁ ଜାଣି ପାରିବି।”
3 କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”
4 କିନ୍ତୁ ଦାଉଦ ନିଜ ଜିଦ୍ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ, 5 ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ୟା ଜଣାଇଲେ। ଇସ୍ରାଏଲ ମଧ୍ୟରେ ଖଡ଼୍ଗ ବ୍ୟବହାର କରୁଥିବା 1,100,000 ଜଣ ଲୋକ ଥିଲେ। ଯିହୁଦାରେ ଖଡ଼୍ଗ ବ୍ୟବହାର କରୁଥିବା 470,000 ଜଣ ଲୋକ ଥିଲେ। 6 ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା। 7 ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ
8 ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।”
9-10 ଗାଦ୍ ଦାଉଦଙ୍କ ଭବିଷ୍ୟଦ୍ବକ୍ତା ଥିଲେ। ସଦାପ୍ରଭୁ ଗାଦ୍କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’”
11-12 ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ଖଡ଼୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?”
13 ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ସମସ୍ୟାରେ ପଡ଼ିଅଛି। କୌଣସି ମନୁଷ୍ୟ ଦ୍ୱାରା ମୋର ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଗ୍ଭହେଁ ନାହିଁ। ସଦାପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ତେଣୁ ମୋତେ କିପ୍ରକାରେ ଦଣ୍ଡିତ କରାଯିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।”
14 ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ। 15 ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ।
16 ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ଖଡ଼୍ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ। 17 ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ହିଁ ପାପ କରିଥିବା ବ୍ୟକ୍ତି! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦେଇଥିଲି। ମୁଁ ମନ୍ଦକାର୍ଯ୍ୟ କଲି। ଇସ୍ରାଏଲର ଲୋକମାନେ କୌଣସି ମନ୍ଦ କରି ନାହାନ୍ତି। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଓ ମୋର ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ୟାଧିକୁ ଦୂର କର।”
18 ଏହା ପରେ ସଦାପ୍ରଭୁଙ୍କର ଦୂତ ଗାଦ୍କୁ କଥା କହିଲେ। ସେ କହିଲେ, “ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ କୁହ। ଦାଉଦକୁ ଯିବୂଷୀୟ ଅରଣନର ଶସ୍ୟଦଳିବା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କରିବାକୁ ପଡ଼ିବ।” 19 ଗାଦ୍ ଏହିସବୁ ବିଷୟ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ୟଦଳିବା ସ୍ଥାନକୁ ଗଲେ।
20 ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ୱର୍ଗଦୂତଙ୍କୁ ଦେଖିଲେ। ଅରଣନଙ୍କ ଗ୍ଭରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ। 21 ଦାଉଦ ଅରଣନଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ୟଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।
22 ଦାଉଦ ଅରଣନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା’ପରେ ଏହି ମହାମାରୀ ଦୂର ହେବ।”
23 ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।”
24 କିନ୍ତୁ ରାଜା ଦାଉଦ ଅରଣନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।”
25 ତେଣୁ ଦାଉଦ ଅରଣନଙ୍କୁ ସେହି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାୟ 600 ଶେକଲ ସୁନା ଦେଲେ। 26 ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ଯଜ୍ଞବେଦି ନିର୍ମାଣ କଲେ। ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ୱର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହୋମବଳି, ନୈବେଦ୍ୟ ଉପରେ ସେହି ଅଗ୍ନି ଅବତରଣ କଲା। 27 ଏହା ପରେ ସଦାପ୍ରଭୁ ସ୍ୱର୍ଗଦୂତଙ୍କୁ ତାଙ୍କର ଖଡ଼୍ଗ ଖାପରେ ରଖିବାକୁ ଆଦେଶ ଦେଲେ।
28 ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣନଙ୍କ ଶସ୍ୟଦଳିବା ସ୍ଥାନରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। 29 ଗିବିୟୋନ ସହରର ଉଚ୍ଚସ୍ଥାନରେ ପବିତ୍ର ତମ୍ବୁ ଓ ହୋମବଳି ନୈବେଦ୍ୟର ବେଦି ଥିଲା। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମୋଶା ପବିତ୍ର ତମ୍ବୁ ନିର୍ମାଣ କରିଥିଲେ। 30 ଦାଉଦ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ୟକୁ ଯାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ୱରଙ୍କ ଦୂତ ଓ ତାଙ୍କର ଖଡ଼୍ଗକୁ ଦାଉଦ ଅତ୍ୟନ୍ତ ଭୟ କରୁଥିଲେ।
ଜୀବନ୍ତ ପଥର ଓ ପବିତ୍ର ଦେଶ
2 ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
4 ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। 6 ଶାସ୍ତ୍ର କୁହେ:
“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।” (A)
7 ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:
“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।” (B)
8 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:
“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
ସେହି ପଥର ଲୋକଙ୍କ ପତନର କାରଣ ହୁଏ।” (C)
ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
9 କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।
10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।
ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ
11 ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି। 12 ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ।
କ୍ଷମତାରେ ଥିବା ଲୋକମାନଙ୍କ ଆଜ୍ଞା ପାଳନ କର
13 ଏହି ଜଗତରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। 14 ରାଜାଙ୍କ ଦ୍ୱାରା ପ୍ରେରିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସେମାନଙ୍କୁ ପଠାଯାଇଥାଏ। 15 ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ। 16 ପରମେଶ୍ୱର ଏହା ଗ୍ଭହାନ୍ତି। ସ୍ୱାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ୱାଧୀନତାର ଅପବ୍ୟବହାର କର ନାହିଁ। ପରମେଶ୍ୱରଙ୍କ ସେବାରେ ଜୀବନ କାଟ। 17 ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।
ଯୀଶୁଙ୍କ ଦୁଃଖ ଭୋଗର ଦୃଷ୍ଟାନ୍ତ
18 ହେ କ୍ରୀତଦାସଗଣ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭେମାନେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ୟ ଆଜ୍ଞା ପାଳନ କରିବା ଉଚିତ୍। 19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା’ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା’ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 21 ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।
22 “ସେ କୌଣସି ପାପ କରି ନ ଥିଲେ
ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।” (D)
23 ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। 24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। 25 ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ।
ପରମେଶ୍ୱରଙ୍କ ଦୟା ଯୂନସକୁ କ୍ରୋଧାନ୍ୱିତ କଲା
4 ପରମେଶ୍ୱର ସେ ନଗରକୁ ରକ୍ଷା କରିବାରୁ ଯୂନସ ଖୁସୀ ହେଲେ ନାହିଁ। ସେ ଏଥିରେ କ୍ରୋଧାନ୍ୱିତ ହେଲେ। 2 ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି। 3 ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, “ହେ ସଦାପ୍ରଭୁ, ମୋତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମୋର ମରିବା ଭଲ ହେବ।”
4 ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସେମାନଙ୍କୁ ବିନାଶ କଲୁ ନାହିଁ?”
5 ତଥାପି ଯୂନସ ଏ ବିଷୟରେ କ୍ରୋଧାନ୍ୱିତ ଥିଲେ। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲେ। ନଗର ନିକଟରେ ଥିବା ପୂର୍ବ ଦିଗରେ ଏକ ସ୍ଥାନକୁ ସେ ଗଲେ। ସେ ସେଠାରେ ଏକ କୁଟୀର ନିର୍ମାଣ କରି ତାରି ଛାୟାରେ ବସି ରହିଲେ। ନଗରରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲେ।
ଲାଉ ଗଛ ଓ କୀଟ
6 ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ଯୂନସ ଉପରେ ଶୀଘ୍ର ମାଡ଼ିଯାଇ ତା’ର ବସିବା ସ୍ଥାନରେ ଛାୟା ଓ ଶୀତଳତା ପ୍ରଦାନ କଲା। ତାହା ଯୂନସକୁ ଆରାମ ଦେବାରେ ଏତେ ସାହାଯ୍ୟ କଲା ଯେ, ଯୂନସ ଗଛ ପାଇଁ ଭାରି ଖୁସୀ ହେଲେ।
7 ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
8 ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।”
9 କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?”
ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।”
10 ସଦାପ୍ରଭୁ କହିଲେ, “ତୁମ୍ଭେ ସେ ଗଛ ପାଇଁ କିଛି କରି ନ ଥିଲ। ସେ ଗଛ ବଢ଼ିବା ପାଇଁ ତୁମ୍ଭେ କିଛି କରି ନ ଥିଲା। ଏହା ରାତ୍ରିରେ ବଢ଼ିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ। 11 ତୁମ୍ଭେ ଯଦି ସାମାନ୍ୟ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହେବି ନାହିଁ କି? ସେହି ନଗରୀରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସେହି ନଗରରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୁଲ୍ କରୁଛନ୍ତି ବୋଲି ଜାଣି ନ ଥିଲେ।” କ’ଣ ଆମ୍ଭେ ତାଙ୍କ ପ୍ରତି ଦୟା ନ କରିବା।
ଯୀଶୁ ବାରଜଣ ପ୍ରେରିତଙ୍କୁ ପଠାଇଲେ(A)
9 ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ। 2 ତା’ପରେ ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ। 3 ସେ ସେମାନଙ୍କୁ କହିଲେ, “ଯାତ୍ରା ସମୟରେ ସାଙ୍ଗରେ କୌଣସି ପଦାର୍ଥ ନେବ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନେବ ନାହିଁ। କେବଳ ପାନ୍ଧିଥିବା ଲୁଗା ଛଡ଼ା ଅନ୍ୟ କିଛି ନେବ ନାହିଁ। 4 ତୁମ୍ଭେମାନେ ଯେଉଁ ଘରକୁ ଯିବ, ସେ ସ୍ଥାନ ଛାଡ଼ିବା ସମୟ ନ ହେବା ପର୍ଯ୍ୟନ୍ତ ସେହିଠାରେ ରହିବ। 5 ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ ନ କରନ୍ତି, ତେବେ ନଗର ଛାଡ଼ି ବାହାରକୁ ଗ୍ଭଲିଯିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ୟ ସେଠାରେ ଝାଡ଼ିଦେବ। ତେବେ ଏହା ସେମାନଙ୍କ ପାଇଁ ଚେତାବନୀ ହେବ।”
6 ପ୍ରେରିତମାନେ ବାହାରିଗଲେ। ସେମାନେ ସମସ୍ତେ ନଗର ଦେଇ ଯାତ୍ରା କଲେ। ସେମାନେ ସୁସମାଗ୍ଭର ଶୁଣାଇଲେ ଓ ସବୁ ଜାଗାରେ ଲୋକମାନଙ୍କୁ ସୁସ୍ଥ କଲେ।
ଯୀଶୁଙ୍କ ବିଷୟରେ ହେରୋଦଙ୍କ ଭ୍ରମ(B)
7 ଇତି ମଧ୍ୟରେ ସାମନ୍ତ ରାଜା ହେରୋଦ ଏହି ଘଟଣାଗୁଡ଼ିକ ବିଷୟରେ ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। କାରଣ କେତେକ ଲୋକ କହୁଥିଲେ, “ବାପ୍ତିଜକ ଯୋହନ ପୁଣି ମୃତ୍ୟୁରୁ ବଞ୍ଚି ଉଠିଛନ୍ତି।” 8 ଆଉ କେତେକ କହୁଥିଲେ, “ଏଲିୟ ଆମ୍ଭ ପାଖରେ ପ୍ରକଟିତ ହୋଇଛନ୍ତି।” ଅନ୍ୟମାନେ ମଧ୍ୟ କହୁଥିଲେ, “ଆଗ କାଳର କୌଣସି ଭବିଷ୍ୟଦ୍ବକ୍ତା ଜୀବନରେ ଉଠିଛନ୍ତି।” 9 କିନ୍ତୁ ହେରୋଦ କହିଲେ, “ମୁଁ ଯୋହନଙ୍କ ମୁଣ୍ଡକାଟ କରିଛି। ତେବେ ଏ କିଏ, ଯାହାଙ୍କ ବିଷୟରେ ମୁଁ ଏଭଳି କଥା ଶୁଣୁଛି?” ତେଣୁ ହେରୋଦ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ।
ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦେଲ(C)
10 ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ। 11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
12 ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”
13 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏମାନଙ୍କୁ କିଛି ଖାଇବାକୁ ଦିଅ।”
ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଛଡ଼ା ଆଉ କିଛି ହେଲେ ନାହିଁ। ଆମ୍ଭେ ଯାଇ ଏସବୁ ଲୋକମାନଙ୍କ ପାଇଁ ଖାଦ୍ୟ କିଣି ଆଣିବୁ ବୋଲି ଆପଣ ଗ୍ଭହୁଁଛନ୍ତି କି?” 14 ସେଠାରେ କେବଳ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଲୋକମାନଙ୍କୁ ପଗ୍ଭଶ ପଗ୍ଭଶ ଜଣ ହିସାବରେ ଦଳ ଦଳ କରି ବସାଅ।”
15 ସେମାନେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ। 16 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ। 17 ସବୁ ଲୋକ ଖାଇଲେ ଓ ତୃପ୍ତ ହୋଇଗଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ୟମାନେ ବାରଟି ଟୋକେଇରେ ଭର୍ତ୍ତି କଲେ।
ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ(D)
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”
19 ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟଦ୍ବକ୍ତା।”
20 ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।”
21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,
ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ(E)
22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”
ମୋଶା ଓ ଏଲିୟଙ୍କ ସହିତ ଯୀଶୁ(F)
28 ଏ କଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ। 29 ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚକ୍ଚକ୍ ଧଳା ହୋଇଗଲା। 30 ତା’ପରେ ସେଠାରେ ଦୁଇଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେମାନେ ମୋଶା ଓ ଏଲିୟ ଥିଲେ। 31 ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ। 32 ସେତେବେଳେ ପିତର ଓ ଅନ୍ୟମାନେ ଶୋଇ ପଡ଼ିଥିଲେ। କିନ୍ତୁ ସେମାନେ ଉଠି ପଡ଼ିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସେମାନେ ଦେଖିଲେ: 33 ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।
34 ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ। 35 ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।”
36 ଆକାଶବାଣୀ ହୋଇ ସାରିବା ପରେ ସେଠାରେ କେବଳ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟରେ ନୀରବ ରହିଲେ। ସେମାନେ ଯାହାକିଛି ଦେଖିଥିଲେ, ସେ ବିଷୟରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ(G)
37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41 ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା’ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ(H)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। 44 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।” 45 କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ।
ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(I)
46 ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଯେ, ସେମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? 47 ଯୀଶୁ ସେମାନଙ୍କର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ ଛୋଟ ପିଲାକୁ ନିଜ ପାଖରେ ଠିଆ କରାଇଲେ। 48 ସେ ଶିଷ୍ୟମାନଙ୍କୁ କହିଲେ, “ଯଦି କୌଣସି ଲୋକ ଏହିଭଳି ଛୋଟ ପିଲାକୁ ମୋ’ ନାମରେ ଗ୍ରହଣ କରେ, ତାହାହେଲେ ସେ ମୋତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ରେଷ୍ଠ।”
ଯେଉଁ ଲୋକ ତୁମ୍ଭର ବିପକ୍ଷ ନୁହେଁ ସେ ତୁମ୍ଭର ସପକ୍ଷ(J)
49 ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।”
50 ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, “ତାକୁ ମନା କର ନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷରେ ନାହାନ୍ତି, ସେହିଁ ତୁମ୍ଭ ସପକ୍ଷର ଲୋକ।”
ଗୋଟିଏ ଶମିରୋଣୀୟ ନଗର
51 ଯୀଶୁ ଜଗତ ଛାଡ଼ି ସ୍ୱର୍ଗକୁ ଫେରିଯିବାର ସମୟ ପାଖେଇ ଆସୁଥିଲା। ଯୀଶୁ ଯିରୁଶାଲମ ଯିବାକୁ ସ୍ଥିର କଲେ। 52 ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ। 53 କିନ୍ତୁ ଯୀଶୁ ଯିରୁଶାଲମକୁ ଯାଉଥିବାର ଦେଖି ସେଠାକାର ଲୋକ ତାହାଙ୍କୁ ସ୍ୱାଗତ କଲେ ନାହିଁ। 54 ଯୀଶୁଙ୍କ ଶିଷ୍ୟ ଯାକୁବ ଓ ଯୋହନ ଏହା ଦେଖିଲେ। ସେମାନେ କହିଲେ, “ପ୍ରଭୁ ସ୍ୱର୍ଗରୁ ଅଗ୍ନି ବର୍ଷା କରି ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ ଆମ୍ଭେ ଆଦେଶ ଦେବୁ ବୋଲି କ’ଣ ଆପଣ ଗ୍ଭହୁଁଛନ୍ତି?” [a]
55 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ। [b] 56 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଅନ୍ୟ ଗାଁକୁ ଗ୍ଭଲିଗଲେ।
ଯୀଶୁଙ୍କୁ ଅନୁସରଣ(K)
57 ସେମାନେ ରାସ୍ତାରେ ଆଗେଇ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।”
58 ଯୀଶୁ ତାହାକୁ କହିଲେ, “କୋକିଶିଆଳିର ରହିବା ପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।”
59 ତା’ପରେ ଯୀଶୁ ଆଉ ଜଣକୁ କହିଲେ, “ମୋର ଅନୁସରଣ କର।”
କିନ୍ତୁ ସେହି ଲୋକଟି କହିଲା, “ପ୍ରଭୁ, ମୋତେ ପ୍ରଥମେ ଯାଇ ମୋ’ ବାପାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।”
60 କିନ୍ତୁ ଯୀଶୁ ତାହାକୁ କହିଲେ, “ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦେବେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଗ୍ଭର କର।”
61 ଆଉ ଜଣେ ଲୋକ କହିଲା, “ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମୋତେ ମୋ’ ପରିବାର ଲୋକଙ୍କଠାରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ।”
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦେଇ ପଛକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ।”
2010 by World Bible Translation Center