Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 18

ଦାଉଦ ବିଭିନ୍ନ ଦେଶ ଉପରେ ବିଜୟଲାଭ କଲେ

18 ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ।

ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ।

ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ। ଦାଉଦ ହଦରେଷରଙ୍କଠାରୁ 1000 ରଥ, 7000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।

ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ। ତା’ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।

ଦାଉଦ ହଦରେଷରଙ୍କ ସେନାପତିମାନଙ୍କଠାରୁ ସୁବର୍ଣ୍ଣ ଢାଲଗୁଡ଼ିକ ନେଇଗଲେ ଓ ସେଗୁଡ଼ିକୁ ଯିରୁଶାଲମକୁ ଆଣିଲେ। ଦାଉଦ ଆହୁରି ମଧ୍ୟ ହଦରେଷରର ଟିଭତ୍ ଓ କୂନ୍ ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସେହି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ୟାନ୍ୟ ବସ୍ତୁ ନିର୍ମାଣ କଲେ।

ତୟି ହମାତ ନଗରୀର ରାଜା ଥିଲେ। ହଦରେଷର ସୋବାର ରାଜା ଥିଲେ। ତୟି ଶୁଣିବାକୁ ପାଇଲେ ଯେ, ଦାଉଦ ହଦରେଷରଙ୍କ ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କରିଛନ୍ତି। 10 ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ। 11 ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।

12 ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ। 13 ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।

ଦାଉଦଙ୍କର ବିଶିଷ୍ଟ ପଦାଧିକାରୀଗଣ

14 ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ। 15 ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ। 16 ସାଦୋକ୍ ଓ ଅହୀମେଲକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମେଲକ୍ ଅବିୟାଥରଙ୍କ ପୁତ୍ର ଥିଲେ। ଶା‌ବ୍‌ଶା ଲିପିକାର ଥିଲେ। 17 ବନାୟ, କରେଥୀୟ ଓ ପଲେଥୀୟ ରକ୍ଷୀମାନଙ୍କର ଦାୟିତ୍ୱରେ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସେବା ନିମନ୍ତେ ମୁଖ୍ୟ ପଦାଧିକାରୀ ଥିଲେ।

ଯାକୁବଙ୍କ ପତ୍ର 5

ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ

ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।

ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।

ଧୈର୍ଯ୍ୟବାନ ହୁଅ

ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।

10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।

ସାବଧାନ ରହି କଥା କୁହ

12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”

ପ୍ରାର୍ଥନାର ଶକ୍ତି

13 ଯଦି କେହି ସଙ୍କଟରେ ପଡ଼ିଛି, ତା’ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା’ହେଲେ ସେ ଗୀତ ଗାଉ। 14 ଯଦି ତୁମ୍ଭ ମଧ୍ୟରୁ କେହି ଜଣେ ଅସୁସ୍ଥ ଅଛି, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ [b] ଡାକିବା ଦରକାର। ସେମାନେ ପ୍ରଭୁଙ୍କ ନାମରେ ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ। 15 ବିଶ୍ୱାସରେ କରାଯାଇଥିବା ସେହି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତେବେ ପରମେଶ୍ୱର ତାହାକୁ କ୍ଷମା କରିବେ।

16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା’ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ। 17 ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ 18 ତା’ପରେ ଏଲୀୟ ବର୍ଷା ହେବା ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀରେ ପୁନଃ ଶସ୍ୟ ଉତ୍ପନ୍ନ ହେଲା।

ଆତ୍ମା ରକ୍ଷା କରିବା

19 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ। 20 ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ।

ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2

ଯୁନସଙ୍କ ପ୍ରାର୍ଥନା

ଯେତେବେଳେ ଯୂନସ ମାଛର ପାକସ୍ଥଳୀରେ ଥିଲେ, ସେ ସେତେବେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲେ।

ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି।
    ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି
    ଏବଂ ସେ ମୋତେ ଉତ୍ତର ଦେଲେ।
ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ
    ସଦାପ୍ରଭୁଙ୍କୁ ଡାକିଲି
    ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ।

“ତୁମ୍ଭେ ମୋତେ ସମୁଦ୍ରରେ ଫିଙ୍ଗି ଦେଲ
    ଏବଂ ମୋ’ ଉପରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା।
ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଗ୍ଭଲିଗଲି
    ଏବଂ ମୋର ଚତୁର୍ଦ୍ଦିଗରେ କେବଳ ପାଣି ରହିଲା।
ତା’ପରେ ମୁଁ ଭାବିଲି, ‘ବର୍ତ୍ତମାନ ନିଶ୍ଚୟ ମୋତେ ତୁମ୍ଭ ଦୃଷ୍ଟିପାତରୁ ଦୂରେଇ ଦିଆଯାଇଛି।’
    କିନ୍ତୁ ମୁଁ ପୁଣି ଥରେ ତୁମ୍ଭର ପବିତ୍ର ମନ୍ଦିର ଦେଖିବାକୁ ଗ୍ଭହେଁ।

“ସମୁଦ୍ର ଜଳ ମୋ’ ଉପର ଦେଇ ପ୍ରବାହିତ ହେଲା।
    ସମୁଦ୍ର ପାଣି ମୋର ପାଟି ଉପର ଦେଇ ପ୍ରବାହିତ ହେଲା
    ଯାହା ଫଳରେ ମୁଁ ନିଃଶ୍ୱାସ ନେଇ ପାରୁ ନ ଥିଲି।
ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି,
    ସମୁଦ୍ର ପାଣି ମୋତେ ଆବୃତ କଲା।
    ସମୁଦ୍ର ତଳେ ଥିବା ଉଦ୍ଭିଦ ମୋର ମୁଣ୍ତ ଗ୍ଭରିପଟେ ଆବୃତ ହେଲା।
ମୁଁ ସମୁଦ୍ରର ତଳ ଦେଶରେ ଥିଲି
    ଯେଉଁଠାରୁ ପର୍ବତ ଆରମ୍ଭ ହୋଇଛି।
ମୁଁ ଭାବିଲି ମୁଁ ଚିରଦିନ ପାଇଁ ସେହି ବନ୍ଦୀଶାଳାରେ ତାଲା ପଡ଼ି ରହିଲି।
    କିନ୍ତୁ ମୋର ସଦାପ୍ରଭୁ ମୋତେ କବରରୁ ବାହାର କରି ଆଣିଲେ।
ହେ ପରମେଶ୍ୱର, ତୁମ୍ଭେ ମୋତେ ପୁନର୍ବାର ଜୀବନ ଦେଲ।

“ମୁଁ ଜୀବନର ସବୁ ଆଶା ଛାଡ଼ିଥିଲି
    କିନ୍ତୁ ତା’ପରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି
    ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ।

“କେତେକ ଲୋକ ମୂଲ୍ୟହୀନ ପିତୁଳା ପୂଜା କରନ୍ତି
    କିନ୍ତୁ ସେହି ପିତୁଳା ସେମାନଙ୍କୁ କେବେ ସାହାଯ୍ୟ କରେ ନାହିଁ।
ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆସେ।
    ହେ ସଦାପ୍ରଭୁ,
ମୁଁ ବଳିଦାନ ଦେବାକୁ ପ୍ରସ୍ତୁତ
    ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ୟବାଦ ଜଣାଇବି।
ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।”

10 ତା’ପରେ ସଦାପ୍ରଭୁ ସେହି ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ଯୂନସ ତା’ର ପାକସ୍ଥଳୀରୁ ବାହାରି ଭୂମିରେ ପଡ଼ିଲା।

ଲୂକ ଲିଖିତ ସୁସମାଗ୍ଭର 7

ଯୀଶୁ ଗୋଟିଏ ଗ୍ଭକରକୁ ସୁସ୍ଥ କଲେ(A)

ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣେଇବାକୁ ଗ୍ଭହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଗ୍ଭଲିଗଲେ। ସେ ସମୟରେ କଫର୍ନାହୂମରେ ଜଣେ ଶତସେନାପତି ଥିଲେ। ତାହାଙ୍କର ଗୋଟିଏ ଗ୍ଭକର ଏତେ ବେମାର ଥିଲା ଯେ ସେ ପ୍ରାୟ ମରିଯିବା ଅବସ୍ଥାରେ ଥିଲା। ଶତସେନାପତି ଗ୍ଭକରଟିକୁ ଖୁବ୍ ଭଲ ପାଉଥିଲେ। ଶତସେନାପତି ଜଣକ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କ ପାଖକୁ କେତେକ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଗ୍ଭହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କୁ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଗ୍ଭକରଟିର ଜୀବନ ରକ୍ଷା କରିଦିଅନ୍ତୁ। ସେହି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁରୋଧ କରି କହିଲେ, “ଶତସେନାପତି ଜଣକ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।”

ତେଣୁ ଯୀଶୁ ସେମାନଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଯୀଶୁ ଶତସେନାପତି ଘର ପାଖାପାଖି ଆସି ପହଞ୍ଚି ଯାଇଥିବା ସମୟରେ ଶତସେନାପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, “ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମୋ’ ଘରକୁ ଆସିବେ। କେବଳ ସେଇଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ଯିବାକୁ ନିଜକୁ ଯୋଗ୍ୟ ମନେ କରି ନ ଥିଲି। ଆପଣ କେବଳ ଆଦେଶ ଦିଅନ୍ତୁ ଓ ମୋର ଗ୍ଭକରଟି ଭଲ ହୋଇଯିବ। ମୁଁ ଆପଣଙ୍କର ଅଧିକାର ବିଷୟରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧୀନରେ କାମ କରୁଛି ଏବଂ ମୋ’ ଅଧୀନରେ ମଧ୍ୟ କେତେକ ସୈନ୍ୟ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ୟକୁ କହେ, ‘ଯାଅ’ ତେବେ ସେ ଗ୍ଭଲିଯାଏ। ମୁଁ ଯଦି ଆଉ ଜଣକୁ କହେ ଆସ ତେବେ ସେ ଗ୍ଭଲିଆସେ। ମୁଁ ଯଦି ମୋ’ ଗ୍ଭକରକୁ କୁହେ, ‘ଏହା କର’, ତେବେ ସେ ତାହା କରେ।”

ଯୀଶୁ ଏହା ଶୁଣିସାରି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡ଼କୁ ବୁଲି ପଡ଼ି କହିଲେ”ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ୱାସ ମୋତେ ଇସ୍ରାଏଲରେ ମଧ୍ୟ ମିଳି ନାହିଁ।”

10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି।

ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ

11 ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। 12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। 13 ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” 14 ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” 15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।

16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”

17 ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।

ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)

18 ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। 19 ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?”

20 ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’”

21 ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। 22 ତା’ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। 23 ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”

24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? 25 ତା’ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। 26 ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। 27 ଯୋହନଙ୍କ ବିଷୟରେ ଏହା ଲେଖାଅଛି:

‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି।
    ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’(C)

28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”

29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, 30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ।

31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? 32 ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:

‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ,
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ,
    କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’ 34 ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା’ର ସାଙ୍ଗ ଅଟନ୍ତି।’ 35 କିନ୍ତୁ ଆପଣା କାର୍ଯ୍ୟ ଦ୍ୱାରା ଜ୍ଞାନ ଯଥାର୍ଥ ବୋଲି ପ୍ରକାଶିତ ହୋଇଥାଏ।”

ଫାରୂଶୀ ଶିମୋନ

36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।

37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା’ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।

39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”

40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”

ଶିମୋନ କହିଲେ, “ଗୁରୁ, କୁହନ୍ତୁ!”

41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍‌ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?

43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”

ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା’ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା’ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”

48 ତା’ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”

49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”

50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center