M’Cheyne Bible Reading Plan
ନିୟମସିନ୍ଦୁକ ଫେରାଇ ଅଣାଗଲା
13 ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ। 2 ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ। 3 ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।” 4 ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃଦ୍ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।
5 ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ। 6 ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ।
7 ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଳାଇଲେ।
8 ଦାଉଦ ଓ ଇସ୍ରାଏଲ ସମସ୍ତ ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ ଉତ୍ସବ କରୁଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସେମାନେ ବୀଣା, ସାରଙ୍ଗ, ଢୋଲ, ଗିନି ଓ ତୂରୀ ବାଦ୍ୟସବୁ ବଜାଇଲେ।
9 ସେମାନେ କୀଦୋନସ୍ଥିତ ଶସ୍ୟ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିୟମସିନ୍ଦୁକ ପ୍ରାୟ ପଡ଼ିଯିବା ତୁଲ୍ୟ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା। 10 ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା। 11 ପରମେଶ୍ୱର ଉଷଙ୍କ ପ୍ରତି ଆପଣାର କ୍ରୋଧ ପ୍ରକାଶିତ କଲେ। ଏଥିନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ “ପେରସ-ଉଷ” ନାମରେ ନାମିତ ହୋଇଅଛି।
12 ସେହି ଦିନ ଦାଉଦ ପରମେଶ୍ୱରଙ୍କୁ ଭୟ କଲେ। ଦାଉଦ କହିଲେ, “ମୁଁ ଏଠାକୁ ମୋ’ ନିକଟକୁ ନିୟମସିନ୍ଦୁକକୁ ଆଣିପାରିବି ନାହିଁ।” 13 ତେଣୁ ଦାଉଦ ନିୟମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିୟମସିନ୍ଦୁକକୁ ଓବେଦ୍-ଇଦୋମର ଗୃହରେ ଛାଡ଼ିଦେଇ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ। 14 ନିୟମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ୱ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।
ଦାଉଦଙ୍କ ରାଜ୍ୟ ବୃଦ୍ଧି ପାଇଲା
14 ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ। 2 ଦାଉଦ ଜାଣି ପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇସ୍ରାଏଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇସ୍ରାଏଲ ପାଇଁ ଦାଉଦଙ୍କ ରାଜ୍ୟକୁ ଏକ ବିଶାଳ ରାଜ୍ୟରେ ପରିଣତ କଲେ।
3 ଦାଉଦ ଯିରୁଶାଲମରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ୟାମାନ ଜନ୍ମିଲେ। 4 ଯିରୁଶାଲମରେ ଜନ୍ମ ହୋଇଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି: ଶମ୍ମୁୟ, ଶୋବବ, ନାଥନ, ଶଲୋମନ, 5 ଯିଭର, ଇଲୀଶୂୟ, ଇଲ୍ପେଲଟ୍, 6 ନୋଗହ, ନେଫରା, ଯାଫିୟ, 7 ଇଲୀଶମା, ବିଲିୟାଦା ଓ ଇଲୀଫେଲଟ।
ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ
8 ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 9 ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସେମାନଙ୍କର ଜିନିଷପତ୍ର ଗ୍ଭେରି କରି ନେଇଗଲେ। 10 ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?”
ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।”
11 ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା। 12 ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀମ୍ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।
ପଲେଷ୍ଟୀୟ ଲୋକଙ୍କ ଉପରେ ଆଉ ଏକ ବିଜୟ
13 ପଲେଷ୍ଟୀୟମାନେ ରଫାୟୀମ୍ ଉପତ୍ୟକାରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ। 14 ଦାଉଦ ପରମେଶ୍ୱରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ୱର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ୱର କହିଲେ, “ଦାଉଦ, ତୁମ୍ଭେ ଯେତେବେଳେ ଆକ୍ରମଣ କରିବ, ସେତେବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଯିବ ନାହିଁ। ବରଂ ସେମାନଙ୍କ ଚତୁର୍ଦ୍ଦିଗରେ ଯାଇ ତୂତ୍ବୃକ୍ଷ ଆଢ଼ୁଆଳରେ ନିଜକୁ ଲୁଗ୍ଭଅ। 15 ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ଯୁଦ୍ଧ ଯାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ୱର, ତୁମ୍ଭ ସମ୍ମୁଖରେ ଯିବା ଓ ପଲେଷ୍ଟୀୟ ସୈନ୍ୟଦଳକୁ ପରାସ୍ତ କରିବା।” 16 ପରମେଶ୍ୱର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସେହିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ୟଦଳଙ୍କୁ ପରାସ୍ତ କଲେ। ସେମାନେ ଗିବିୟୋନ୍ ସହରଠାରୁ ଗେଷର୍ ସହର ପର୍ଯ୍ୟନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ। 17 ତେଣୁ ଦାଉଦ ସବୁଦେଶରେ ବିଖ୍ୟାତ ହୋଇ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟଭୀତ କରାଇଲେ।
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
ପ୍ରକୃତ ଧନ
9 ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। 10 ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। 11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।
ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ
12 ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। 13 ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। 15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ।
16 ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ। 17 ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି। 18 ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।
ଶୁଣିବା ଓ ପାଳନ କରିବା
19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। 20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। 21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ।
22 ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। 23 ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। 24 ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।
ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ
26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। 27 ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
ପକ୍ୱଫଳର ଦର୍ଶନ
8 ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି। 2 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।”
ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ। 3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ
4 ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା
ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ୟବସାୟୀଗଣ କହୁଛ,
“କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ?
ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ,
ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ?
ଆମ୍ଭେମାନେ ଓଜନର ମାପ କମାଇବୁ
ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ।
ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି
ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ,
ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ।
ସେହି ଅସହାୟ ଲୋକମାନଙ୍କୁ
ଏକହଳ ପାଦୁକା ବଦଳରେ କିଣି ପାରିବୁ।
ହାୟ! ପରିତ୍ୟକ୍ତ ଗହମ ପରି
ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7 ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ,
“ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8 ସେହି ଯୋଗୁଁ ସମଗ୍ରଦେଶ ଥରିବ।
ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ।
ମିଶର ନୀଳନଦୀ ପରି ସମଗ୍ର ଦେଶଟିର
ଉତ୍ଥାପନ ପତନ ଘଟିବ।
ଆଉ ଦେଶଟି ଆନ୍ଦୋଳିତ ହେବ।”
9 ସଦାପ୍ରଭୁ ଏହା କହିଥିଲେ:
“ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା
ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା।
10 ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା
ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ।
ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା
ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା।
ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ
ସେହିପରି କରୁଣ ବିଳାପ କରାଇବା।
ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି
11 ସଦାପ୍ରଭୁ କୁହନ୍ତି:
“ଦେଖ, ସେହି ଦିନ ଆସୁଛି,
ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା।
ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ।
ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ।
12 ଲୋକମାନେ ଗୋଟିଏ ସମୁଦ୍ରରୁ
ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ।
ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ,
ମାତ୍ର ତାହା ପାଇବେ ନାହିଁ।
13 ସେତେବେଳେ ସୁନ୍ଦର ଯୁବକଗଣ ଓ ସୁନ୍ଦରୀ ରମଣୀମାନେ
ତୃଷାରେ ଦୁର୍ବଳ ହୋଇ ପଡ଼ିବେ।
14 ଶମରିୟାର ପାପ ପାଇଁ ସେମାନେ ଶପଥ ନେଇ କହିବେ,
‘ହେ ଦାନ୍ ଯେପରି ତୁମ୍ଭର ପରମେଶ୍ୱର ନିଶ୍ଚିତ ଜୀବିତ’
ଓ ‘ବେର୍ଶେବାର ପ୍ରଭୁ ନିଶ୍ଚିତ ଜୀବିତ,
ସେମାନଙ୍କର ନିଶ୍ଚିତ ପତନ ଘଟିବ
ଓ ସେମାନେ କେବେ ଉଠି ପାରିବେ ନାହିଁ।”
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର(A)
3 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା।
ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ,
ଗାଲିଲୀର ଶାସକ ହେରୋଦ, ଇତୂରିୟା
ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା,
ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2 ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3 ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। 4 ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା:
“ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି:
‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର।
ତାହାଙ୍କ ବାଟ ସଳଖ କର।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ।
ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ।
ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ
ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6 ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ
ପରିତ୍ରାଣ ବିଷୟରେ ଜାଣିବେ।’”(B)
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? 8 ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। 9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
10 ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?”
11 ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।”
12 କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?”
13 ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା’ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।”
14 ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?”
ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”
16 ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। 17 ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” 18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।
ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା
19 ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20 ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।
ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ(C)
21 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। 22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”
ଯୋଷେଫଙ୍କ ବଂଶର ଇତିହାସ(D)
23 ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର।
ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
24 ଏଲୀ ମତ୍ଥାତଙ୍କର ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
ଲେବୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଯନ୍ନୟଙ୍କର ପୁତ୍ର।
ଯନ୍ନୟ ଯୋଷେଫଙ୍କର ପୁତ୍ର।
25 ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଆମୋସଙ୍କର ପୁତ୍ର।
ଆମୋସ ନାହୂମଙ୍କର ପୁତ୍ର।
ନାହୂସ ହେସ୍ଳୀଙ୍କ ପୁତ୍ର।
ହେସ୍ଳୀ ନଗୟଙ୍କର ପୁତ୍ର।
26 ନଗୟ ମହଥଙ୍କ ପୁତ୍ର।
ମହଥ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର।
ଶିମୟୀ ଯୋସେଖଙ୍କର ପୁତ୍ର।
ଯୋସେଖ ଯୋଦାଙ୍କର ପୁତ୍ର।
27 ଯୋଦା ଯୋହନଙ୍କ ପୁତ୍ର।
ଯୋହନ ରେଷାଙ୍କ ପୁତ୍ର।
ରେଷା ଜିରୁବ୍ବାବେଲଙ୍କର ପୁତ୍ର।
ଜିରୁବ୍ବାବେଲ ଶଲ୍ଟୀୟେଲଙ୍କ ପୁତ୍ର।
ଶଲ୍ଟୀୟେଲ ନେରୀଙ୍କ ପୁତ୍ର।
28 ନେରୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଅଦ୍ଦୀଙ୍କ ପୁତ୍ର।
ଅଦ୍ଦୀ କୋସାମଙ୍କ ପୁତ୍ର।
କୋସାମ ଏଲ୍ମଦାନଙ୍କ ପୁତ୍ର।
ଏଲ୍ମଦାନ ଏରଙ୍କ ପୁତ୍ର।
29 ଏର ଯିହୋଶୂୟଙ୍କ ପୁତ୍ର।
ଯିହୋଶୂୟ ଏଲିୟେଜରଙ୍କ ପୁତ୍ର।
ଏଲିୟେଜର ଯୋରୀମଙ୍କ ପୁତ୍ର।
ଯୋରୀମ ମତ୍ଥାତଙ୍କ ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
30 ଲେବୀ ଶିମିୟୋନଙ୍କ ପୁତ୍ର।
ଶିମିୟୋନ ଯିହୂଦାଙ୍କ ପୁତ୍ର।
ଯିହୂଦା ଯୋଷେଫଙ୍କ ପୁତ୍ର।
ଯୋଷେଫ ଯୋନାମଙ୍କ ପୁତ୍ର।
ଯୋନାମ ଏଲିୟାକୀମଙ୍କ ପୁତ୍ର।
31 ଏଲିୟାକୀମ ମଲାହଙ୍କ ପୁତ୍ର।
ମଲାହ ମନ୍ନାଙ୍କ ପୁତ୍ର।
ମନ୍ନା ମତ୍ତଥାଙ୍କ ପୁତ୍ର।
ମତ୍ତଥା ନାଥନଙ୍କ ପୁତ୍ର।
ନାଥନ ଦାଉଦଙ୍କ ପୁତ୍ର।
32 ଦାଉଦ ଯିଶୟଙ୍କ ପୁତ୍ର।
ଯିଶୟ ଓବେଦଙ୍କ ପୁତ୍ର।
ଓବେଦ ବୋୟଜଙ୍କ ପୁତ୍ର।
ବୋୟଜ ଶେଲହଙ୍କ ପୁତ୍ର।
ଶେଲହ ନହଶୋନଙ୍କ ପୁତ୍ର।
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର।
ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର।
ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର।
ହେସ୍ରୋଣ ଫେରସଙ୍କ ପୁତ୍ର।
ଫେରସ ଯିହୂଦାଙ୍କ ପୁତ୍ର।
34 ଯିହୂଦା ଯାକୁବଙ୍କ ପୁତ୍ର।
ଯାକୁବ ଇସ୍ହାକଙ୍କ ପୁତ୍ର।
ଇସ୍ହାକ ଅବ୍ରହାମଙ୍କ ପୁତ୍ର।
ଅବ୍ରହାମ ତେରେହଙ୍କ ପୁତ୍ର।
ତେରେହ ନାହୋରଙ୍କ ପୁତ୍ର।
35 ନାହୋର ସରୂଗଙ୍କ ପୁତ୍ର।
ସରୂଗ ରଗୁଙ୍କ ପୁତ୍ର।
ରଗୁ ଫେଲଗଙ୍କ ପୁତ୍ର।
ଫେଲଗ ଏବରଙ୍କ ପୁତ୍ର।
ଏବର ଶେଲହଙ୍କ ପୁତ୍ର।
36 ଶେଲହ କେନାନଙ୍କ ପୁତ୍ର।
କେନାନ ଅର୍ଫକ୍ଷଦଙ୍କ ପୁତ୍ର।
ଅର୍ଫକ୍ଷଦ ଶେମଙ୍କ ପୁତ୍ର।
ଶେମ ନୋହଙ୍କ ପୁତ୍ର।
ନୋହ ଲେମଖଙ୍କ ପୁତ୍ର।
37 ଲେମଖ ମଥୂଶେଲହଙ୍କ ପୁତ୍ର।
ମଥୂଶେଲହ ହନୋକଙ୍କ ପୁତ୍ର।
ହନୋକ ଯେରଦଙ୍କ ପୁତ୍ର।
ଯେରଦ ମହଲଲେଲଙ୍କ ପୁତ୍ର।
ମହଲଲେଲ କେନାନଙ୍କ ପୁତ୍ର।
38 କେନାନ ଏନୋଶଙ୍କ ପୁତ୍ର।
ଏନୋଶ ଶେଥଙ୍କ ପୁତ୍ର।
ଶେଥ ଆଦମଙ୍କ ପୁତ୍ର।
ଆଦମ ପରମେଶ୍ୱରଙ୍କ ପୁତ୍ର।
2010 by World Bible Translation Center