Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 11-12

ଦାଉଦ ଇସ୍ରାଏଲର ରାଜା ହେଲେ

11 ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ। ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”

ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା’ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟ‌ଦ୍‌ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ।

ଦାଉଦ ଯିରୁଶାଲମ ଅଧିକାର କଲେ

ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା। ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।

ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।

ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା। ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ। ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ।

ତିନି ବୀର

10 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।

11 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା:

ହ‌କ୍‌ମୋନୀୟ ଯା‌ଶ୍‌ବିୟାମ୍। ଯା‌ଶ୍‌ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯା‌ଶ୍‌ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା।

12 ତା’ପରେ ଅହୋହୀୟ ଦୋଦୟର ପୁତ୍ର ଇଲିୟାସର। ଇଲିୟାସର ଏହି ତିନି ବୀରଙ୍କ ମଧ୍ୟରେ ଜଣେ ଥିଲେ। 13 ଇଲିୟାସର ଦାଉଦଙ୍କ ସହିତ ପଶଦମ୍ମୀମରେ ଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ କରିବା ନିମନ୍ତେ ସେହି ସ୍ଥାନକୁ ଆସିଥିଲେ। ସେହି ସ୍ଥାନରେ ଯବରେ ପରିପୂର୍ଣ୍ଣ କ୍ଷେତଟିଏ ଥିଲା। ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡରି ପଳାୟନ କଲେ। 14 କିନ୍ତୁ ସେହି ତିନି ବୀର ସେହି କ୍ଷେତ ମଧ୍ୟରେ ଠିଆ ହୋଇ ରହିଲେ ଓ ସେମାନଙ୍କର ପ୍ରତିରୋଧ କଲେ। ସେମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଏକ ମହାବିଜୟ ପ୍ରଦାନ କଲେ।

15 ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫାରେ ଥିବା ବେଳେ, ଯେତେବେଳେ ପଲେଷ୍ଟୀୟ ସୈନ୍ୟମାନେ ରଫାୟୀମ ଉପତ୍ୟକାରେ ଛାଉଣି ପକାଇ ଥିଲେ, ତିରିଶ୍ ଜଣ ବୀରଙ୍କ ମଧ୍ୟରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପେଟେଇ ପେଟେଇ ଦାଉଦଙ୍କ ନିକଟରେ ପହଞ୍ଚିଲେ।

16 ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ। 17 ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?” 18 କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈ‌ଥ୍‌ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ। 19 ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ।

ଅନ୍ୟାନ୍ୟ ସାହସୀ ସୈନ୍ୟଗଣ

20 ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 21 ଅବୀଶୟ ତିରିଶ୍ ଜଣ ବୀରଙ୍କଠାରୁ ଦ୍ୱିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ୟରୁ ଅନ୍ୟତମ ନ ହୋଇଥିଲେ ସୁଦ୍ଧା ସେମାନଙ୍କର ନେତା ହୋଇପାରିଥିଲେ।

22 ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ। 23 ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ। 24 ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 25 ବନାୟ ତିରିଶ୍ ଜଣ ବୀରଙ୍କଠାରୁ ମଧ୍ୟ ବିଖ୍ୟାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ୟରୁ ଜଣେ ନ ଥିଲେ। ଦାଉଦ ବନାୟଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।

ତିରିଶ୍ ଜଣ ବୀର

26 ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ:

ଯୋୟାବର ଭ୍ରାତା ଅସାହେଲ୍,

ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍;

27 ହରୋରୀୟ ଶମ୍ମୋତ୍,

ପଲୋନୀୟ ହେଲସ୍,

28 ତକୋୟୀୟ, ଇ‌କ୍‌କୋଶର ପୁତ୍ର ଇରା,

ଅନାଥୋତୀୟ ଅବିୟେଷର;

29 ହୁଶାତୀୟ ସିବ୍ବଖୟ,

ଅହୋହୀୟ ଈଲୟ;

30 ନଟୋଫାତୀୟ ମହରୟ,

ନଟୋଫାତୀୟ ବାନାଙ୍କର ପୁତ୍ର ହେଲଦ୍;

31 ବିନ୍ୟାମୀନସ୍ଥ ଗିବିୟାର ରୀବିୟଙ୍କ ପୁତ୍ର ଇତ୍ତୟ,

ପିରିୟାଥୋନୀୟ ବନାୟ;

32 ଗାଶ୍ ନଦୀ ତୀରସ୍ଥ ହୂରୟ,

ଅର୍ବ୍ବତୀୟ ଅବୀୟେଲ;

33 ବାହରୁମୀୟ ଅ‌‌‌ସ୍‌ମାବତ୍,

ଶାଲବେନୀୟ ଇଲୀୟହବ;

34 ଗିଷୋନୀୟ ହାଷେମଙ୍କ ପୁତ୍ରଗଣ,

ହରାରୀୟ ଶାଗିର ପୁତ୍ର ଯୋନାଥନ;

35 ହରାରୀୟ ସାଖରଙ୍କ ପୁତ୍ର ଅହୀୟାମ୍,

ଉରର ପୁତ୍ର ଇଲୀଫାଲ;

36 ମଖେରାତୀୟ ହେଫର୍,

ପଲୋନୀୟ ଅହିୟ;

37 କର୍ମିଲୀୟ ହିଷ୍ରୟ,

ଇଷବୟଙ୍କ ପୁତ୍ର ନାରୟ;

38 ନାଥନଙ୍କ ଭ୍ରାତା ଯୋୟେଲ,

ହଗ୍ରିଙ୍କ ପୁତ୍ର ମିଭର;

39 ଅମ୍ମୋନୀୟ ସେଲକ,

ବେରୋତୀର ନହରୟ (ନହରୟ ସରୁୟାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)

40 ଯିତ୍ରୀୟ ଗାରେବ୍;

41 ହିତ୍ତୀୟ ଊରିୟ,

ଅହଲୟର ପୁତ୍ର ସାବଦ୍;

42 ରୁବେ‌ନଙ୍କ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। (ସେ ରୁବେନ୍ ପରିବାର ବର୍ଗର ମୁଖ୍ୟ ଥିଲେ, ଏବଂ ତାଙ୍କ ସହିତ ତିରିଶ୍ ଜଣ ସୈନ୍ୟ ଥିଲେ।);

43 ମାଖାର ପୁତ୍ର ହାନନ୍,

ମିତ୍ନୀୟ ଯୋଶାଫଟ;

44 ଅଷ୍ଟାରୋତୀୟ ଉଷିୟ;

ଅରୋୟେରୀୟ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ଯିୟୀୟେଲ,

45 ଶିମ୍ରିଙ୍କ ପୁତ୍ର ଯିଦୀୟେଲ,

ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା;

46 ମହବୀୟ ଇଲୀୟେଲ,

ଇ‌ଲ୍‌ନାମଙ୍କ ପୁତ୍ରଗଣ ଯିରୀବୟ ଓ ଯୋଶବୀୟ;

ମୋୟାବୀୟ ଯିତ୍‌ମା;

47 ଇଲୀୟେଲ ଓ ଓବେଦ୍ ଓ ମସୋବାୟିୟ ଯାସୀୟେଲ।

ଦାଉଦଙ୍କ ସହିତ ଯୋଗ ଦେଇଥିବା ସାହସୀ ବୀରଗଣ

12 ଦାଉଦ ସିକ୍ଳଗରେ ଥିବା ସମୟରେ ଯେଉଁ ବ୍ୟକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସେମାନଙ୍କର ତାଲିକା ଏହା ଥିଲା। ଦାଉଦ ଯେତେବେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତେବେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରିଥିଲେ। ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ।

ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେ‌ଲ୍‌ଟ ଅ‌‌‌ସ୍‌ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ। ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ। ଇଲିୟୁଷୟ, ଯିରେମୋତ୍, ବାଲିୟା, ଶମରିୟ ଓ ହରୂଫୀୟ, ଶଫଟିୟ; ଇ‌ଲ୍‌କାନା, ଯିଶିୟ, ଅସରେଲ, ଯୋୟେଷର ଓ ଯା‌ଶ୍‌ବିୟାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ, ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।

ଗାଦୀୟଗଣ

ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।

ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ। 10 ମି‌ଶ୍‌ମନ୍ନା ଚତୁର୍ଥ ସେନାଧ୍ୟକ୍ଷ ଥିଲେ, ଯିରିମିୟ ପଞ୍ଚମ ସେନାଧ୍ୟକ୍ଷ ଥିଲେ, 11 ଅତ୍ତୟ ଷଷ୍ଠ ସେନାଧ୍ୟକ୍ଷ ଥିଲେ, ଇଲୀୟେଲ ସପ୍ତମ ସେନାଧ୍ୟକ୍ଷ ଥିଲେ, 12 ଯୋହାନନ୍ ଅଷ୍ଟମ ସେନାଧ୍ୟକ୍ଷ ଥିଲେ, ଇ‌ଲ୍‌ସାବଦ୍ ନବମ ସେନାଧ୍ୟକ୍ଷ ଥିଲେ, 13 ଯିରିମିୟ ଦଶମ ସେନାଧ୍ୟକ୍ଷ ଥିଲେ, ମ‌ଗ୍‌ବନ୍ନୟ ଏକାଦଶ ସେନାଧ୍ୟକ୍ଷ ଥିଲେ।

14 ଏହି ବ୍ୟକ୍ତିମାନେ ଗା‌ଦ୍‌ର ସୈନ୍ୟଦଳର ନେତା ଥିଲେ। ସେହି ଦଳର ସବୁଠାରୁ ଦୁର୍ବଳ ବ୍ୟକ୍ତି 100 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସେହି ଦଳର ସବୁଠାରୁ ପରାକ୍ରମୀ ବ୍ୟକ୍ତି 1000 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା। 15 ଗାଦ୍ ଗୋଷ୍ଠୀର ଏହି ସୈନ୍ୟମାନେ ବର୍ଷର ପ୍ରଥମ ମାସରେ ଯର୍ଦ୍ଦନ ନଦୀ ପାର ହୋଇଯାଇଥିଲେ। ବର୍ଷର ଏହି ସମୟରେ ଯର୍ଦ୍ଦନ ନଦୀ ବନ୍ୟା ଜଳରେ ପୂର୍ଣ୍ଣ ହୋଇ ରହିଥିଲା। ସେମାନେ ଉପତ୍ୟକାରେ ବାସ କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସେମାନେ ସେହି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦେଇଥିଲେ।

ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ

16 ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ। 17 ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

18 ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

“ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ!
    ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ!
ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ!
    ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ।
    କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!”

ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ।

19 ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା’ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!” 20 ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅ‌ଦ୍‌ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ। 21 ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ।

22 ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା।

ଅନ୍ୟ ଲୋକମାନେ ହିବ୍ରୋଣଠାରେ ଦାଉଦଙ୍କ ସହିତ ଯୋଗ ଦେଲେ

23 ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।

24 ଯିହୁଦା ଗୋଷ୍ଠୀରୁ 6800 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଢାଲ ଓ ବର୍ଚ୍ଛା ବହନ କରୁଥିଲେ।

25 ଶିମିୟୋନ ଗୋଷ୍ଠୀରୁ 7100 ଲୋକ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ସେମାନେ ସାହସୀ ସୈନ୍ୟଗଣ ଥିଲେ।

26 ଲେବୀ ଗୋଷ୍ଠୀରୁ 4600 ଲୋକ ଥିଲେ। 27 ଯିହୋୟାଦା ସେହି ଦଳରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ୟ ଥିଲେ। ଯିହୋୟାଦାଙ୍କ ସହିତ 3700 ଲୋକ ଥିଲେ। 28 ସାଦୋକ୍ ମଧ୍ୟ ସେହି ଦଳରେ ଥିଲେ। ସେ ଜଣେ ସାହସୀ ଯୁବା ସୈନ୍ୟ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ଯ୍ୟକାରୀଙ୍କ ସହିତ ଆସିଲେ।

29 ବିନ୍ୟାମୀନ ଗୋଷ୍ଠୀରୁ 3000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।

30 ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ।

31 ମନଃଶିର ଅର୍ଦ୍ଧେକ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସେମାନଙ୍କୁ ନାମ ଧରି ଡକା ଯାଇଥିଲା।

32 ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।

33 ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ।

34 ନପ୍ତାଲି ଗୋଷ୍ଠୀରୁ 1000 କାର୍ଯ୍ୟକାରୀ ଥିଲେ। ସେମାନଙ୍କ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢାଲ ଓ ବର୍ଚ୍ଛାଧାରୀ ଥିଲେ।

35 ଦାନ୍ ଗୋଷ୍ଠୀରୁ 28,600 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

36 ଆଶେର ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

37 ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।

38 ସେହି ସମସ୍ତ ଲୋକମାନେ ସାହସୀ ସୈନ୍ୟ ଥିଲେ। ସେମାନେ ସମ୍ପୂର୍ଣ୍ଣ ଏକମତ ହୋଇ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ୟ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହୋଇଥିଲେ। 39 ସେହି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣରେ ତିନି ଦିନ କଟାଇଲେ। ସେମାନେ ଭୋଜନ କଲେ ଓ ପାନ କଲେ, କାରଣ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। 40 ଆହୁରି ମଧ୍ୟ ସେମାନଙ୍କର ପଡ଼ୋଶୀ ଇଷାଖର, ସବୁଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ୟ ଲଦି ସେମାନଙ୍କ ନିକଟକୁ ଆଣୁଥିଲେ। ସେମାନେ ବହୁତ ପରିମାଣରେ ମଇଦା, ଡିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କି‌‌‌ସ୍‌ମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମେଷପଲ ନେଇ ଆସୁଥିଲେ। ଇସ୍ରାଏଲ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ।

ଏବ୍ରୀ 13

ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ

13 ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।

ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି:

“ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ;
    ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।” (A)

ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା:

“ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ,
    ମୁଁ ଭୟ କରିବି ନାହିଁ,
ମନୁଷ୍ୟ ମୋର କିଛି କରି ପାରିବ ନାହିଁ।” (B)

ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।

10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ [a]ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। 11 ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। 12 ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। 13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।

17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା’ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।

20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା’ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।

24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7

ପଙ୍ଗପାଳର ଦର୍ଶନ

ସଦାପ୍ରଭୁ ମୋତେ ଏହା ଦେଖାଇଲେ। ଦ୍ୱିତୀୟବାର ଶସ୍ୟ ଉତ୍ପାଦନ ଆରମ୍ଭ ହେବା ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ୟଅମଳ କଲାପରେ ଏହା ଦ୍ୱିତୀୟବାର ଶସ୍ୟ ଥିଲା। ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା’ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।”

ତା’ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।”

ଅଗ୍ନିର ଦର୍ଶନ

ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା। କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, “ହେ ମୋର ସଦାପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।”

ତା’ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।”

ଓଳମର ଦର୍ଶନ

ସଦାପ୍ରଭୁ ଏହି ଜିନିଷ ମୋତେ ଦେଖାଇଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡ଼ା ହେଲେ। କାନ୍ଥ ଓଳମ ଦ୍ୱାରା ସଳଖ କରାଯାଏ। ସଦାପ୍ରଭୁ ମୋତେ କହିଲେ, “ହେ ଆମୋଷ କ’ଣ ଦେଖୁଛ?”

ମୁଁ ଉତ୍ତରରେ କହିଲି, “ତାହା ଏକ ଓଳମ।”

ତା’ପରେ ମୋର ପ୍ରଭୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲର ଆପଣା ଲୋକମାନଙ୍କ ମଧ୍ୟରେ ଏକ ଓଳମ ରଖିବା। ଆମ୍ଭେ ସେମାନଙ୍କର ‘କୁକର୍ମ ସବୁକୁ’ ହେୟଜ୍ଞାନ କରିବା ନାହିଁ। ଇ‌‌ସ୍‌‌ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ‌‌ଖ‌ଡ଼୍‌ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।”

ଅମ‌‌‌‌ତ୍‌‌‌‌ସିୟ ଆମୋଷଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରନ୍ତି

10 ବୈଥେ‌ଲ୍‌ର ଯାଜକ ଅମ‌‌‌‌ତ୍‌‌‌‌ସିୟ ଏହି ବାର୍ତ୍ତା ଇସ୍ରାଏଲର ରାଜା ଯାରବିୟାମଙ୍କୁ ପଠାଇଲେ, “ଆମୋଷ ତୁମ୍ଭ ବିରୁଦ୍ଧରେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁ ନାହିଁ। 11 ଆମୋଷ କହୁଛନ୍ତି, ‘ଯାରବିୟାମ୍ ‌‌ଖ‌ଡ଼୍‌ଗରେ ନିହତ ହେବେ ଏବଂ ଇସ୍ରାଏଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆଯିବ।’”

12 ଅମ‌‌‌‌ତ୍‌‌‌‌ସିୟ ମଧ୍ୟ ଆମୋଷକୁ କହିଥିଲେ, “ହେ ଦର୍ଶକ ଯିହୁଦାକୁ ଯାଅ ଓ ସେଠାରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର। 13 କିନ୍ତୁ ଆଉ ବୈଥେ‌ଲ୍‌ରେ ପ୍ରଗ୍ଭର କର ନାହିଁ। ଏହା ଯାରବିୟା‌‌ମ୍‌‌ଙ୍କ ପବିତ୍ର ସ୍ଥାନ। ଏହା ଇସ୍ରାଏଲର ମନ୍ଦିର।”

14 ତା’ପରେ ଆମୋଷ ଅମ‌‌‌‌ତ୍‌‌‌‌ସିୟଙ୍କୁ ଉତ୍ତର ଦେଲେ, “ମୁଁ ଜଣେ ପେଷାଦାର ଭବିଷ୍ୟ‌ଦ୍‌ବକ୍ତା ନୁହେଁ। ଆଉ ମଧ୍ୟ ମୁଁ ଭବିଷ୍ୟ‌ଦ୍‌ବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ ମେଷପାଳନ କରେ ଓ ଡିମ୍ବିରି ବୃକ୍ଷର ଯତ୍ନ ନିଏ। 15 ମୁଁ ଜଣେ ମେଷପାଳକ ଥିଲି ଓ ସଦାପ୍ରଭୁ ମୋତେ ଆଣି କହିଲେ, ‘ଯାଅ ଓ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର।’ 16 ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମୋତେ କହୁଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କର ନାହିଁ। ଇ‌‌ସ୍‌‌ହାକ ପରିବାର ବିରୁଦ୍ଧରେ ମଧ୍ୟ ପ୍ରଗ୍ଭର କର ନାହିଁ।’ 17 କିନ୍ତୁ ସଦାପ୍ରଭୁ କୁହନ୍ତି, ‘ତୁମ୍ଭର ସ୍ତ୍ରୀ ନଗର ମଧ୍ୟରେ ଜଣେ ଗଣିକା ହେବ। ତୁମ୍ଭର ପୁତ୍ରକନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ୟରୁ ନିଆଯିବ ଏବଂ ସେମାନଙ୍କ ନିଜ ନିଜ ମଧ୍ୟରେ ବିଭାଗ କରାଯିବ। ଆଉ ମଧ୍ୟ ତୁମ୍ଭେ ବିଦେଶରେ ମୃତ୍ୟୁବରଣ କରିବ। ଇସ୍ରାଏଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡ଼ିତ ହେବେ।’”

ଲୂକ ଲିଖିତ ସୁସମାଗ୍ଭର 2

ଯୀଶୁଙ୍କ ଜନ୍ମ(A)

ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ। ଏହା ପ୍ରଥମ ଜନଗଣନା ଥିଲା। କ୍ୱିରୀଣିୟ ସୁରିୟାର ରାଜ୍ୟପାଳ ଥିବା ସମୟରେ ଏହା ହେଲା। ତେଣୁ ପ୍ରତ୍ୟେକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।

ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେ‌ଥ୍‌ଲେହିମକୁ ଗଲେ। ବେ‌ଥ୍‌ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା। ଯୋଷେଫ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ମରିୟମ ସେତେବେଳେ ଗର୍ଭବତୀ ଥିଲେ। ଯୋଷେଫ ଓ ମରିୟମ ବେ‌ଥ୍‌ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା। ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ।

ମେଷପାଳକମାନେ ଯୀଶୁଙ୍କ ଜନ୍ମ ଖବର ପାଇଲେ

ସେହି ରାତିରେ କେତେକ ମେଷପାଳକ ସେମାନଙ୍କର ମେଣ୍ଢାଗୁଡ଼ିକୁ ରାତିସାରା ପଦାରେ ଜଗି ରହିଥିଲେ। ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା। 10 ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। 11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। 12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।”

13 ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ:

14 “ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ,
    ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।”

15 ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମେଷପାଳକମାନେ ପରସ୍ପର କୁହାକୁହି ହେଲେ: “ଆମ୍ଭେମାନେ ବେ‌ଥ୍‌ଲେହିମ ଯିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।”

16 ତେଣୁ ସେମାନେ ଶୀଘ୍ର ଗଲେ ଓ ମରିୟମ ଏବଂ ଯୋଷେଫଙ୍କୁ ଖୋଜି ପାଇଲେ। ସେହି ଶିଶୁ ଗୋଟିଏ ଗୋରୁ କୁଣ୍ଡରେ ଶୋଇଥିଲେ। 17 ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। 18 ମେଷପାଳକମାନେ ଯାହା କହିଲେ, ତାହା ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। 19 କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ। 20 ମେଷପାଳକମାନେ ନିଜ ମେଷମାନଙ୍କ ନିକଟକୁ ଫେରିଗଲେ ଏବଂ ଯାହାସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ୱରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ୱର୍ଗଦୂତମାନେ ଯେପରି କହିଥିଲେ, ସେମାନେ ପ୍ରତ୍ୟେକ ଜିନିଷକୁ ସେହିପରି ଦେଖିଲେ।

21 ଶିଶୁଟି ଆଠ ଦିନର ହେବାରୁ ତା’ର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭରେ ରହି ବଢ଼ିବା ପୂର୍ବରୁ ସ୍ୱର୍ଗଦୂତ ତାହାଙ୍କୁ ଏହି ନାମ ଦେଇଥିଲେ।

ଯୀଶୁଙ୍କୁ ମନ୍ଦିରରେ ହାଜିର କରାଗଲା

22 ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି [a] ହେବାର ସମୟ ଆସିଲା। ଏହା ପରେ ଯୋଷେଫ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ନେଇ ଆସିଲେ। 23 ପ୍ରଭୁଙ୍କ ‘ନିୟମ’ [b]ରେ ଲେଖାଅଛି: “ପରିବାରରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ ‘ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ’ ହେବ।” [c] 24 ପ୍ରଭୁଙ୍କ ନିୟମରେ ଆହୁରି ମଧ୍ୟ ଲେଖାଅଛି: “ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ୟ ବଳି ଦେବାକୁ ହେବ।” [d] ତେଣୁ ଏହି ବ୍ୟବସ୍ଥା ଅନୁସାରେ ବଳି ଦେବା ନିମନ୍ତେ ଯୋଷେଫ ଓ ମରିୟମ ଯିରୁଶାଲମକୁ ଗଲେ।

ଶିମିୟୋନ ଯୀଶୁଙ୍କୁ ଦେଖାକଲେ

25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:

29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31     ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
    ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”

33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”

ହାନ୍ନା ଯୀଶୁଙ୍କୁ ଦେଖାକଲେ

36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।

38 ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।

ଯୋଷେଫ ଓ ମରିୟମ ଘରକୁ ଫେରିଗଲେ

39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।

ବାଳକ ଯୀଶୁ

41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।

46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”

49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।

51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center