M’Cheyne Bible Reading Plan
ରୁବେନଙ୍କର ବଂଶଧରଗଣ
5 ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା।
ରୁବେନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।
4 ଯୋୟେଲଙ୍କ ବଂଶଧରମାନଙ୍କର ନାମ ଏହି: ଶିମୟିୟ ଯୋୟେଲଙ୍କ ପୁତ୍ର, ଗୋଗ୍ ଶିମୟିୟଙ୍କ ପୁତ୍ର ଓ ଶିମିୟି ଗୋଗ୍ଙ୍କ ପୁତ୍ର ଥିଲେ। 5 ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବାଲ୍ ରାୟାଙ୍କ ପୁତ୍ର। 6 ବେରା ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପିଲ୍ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ।
7 ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା’ପରେ ଜିଖରିୟ। 8 ବେଲା ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ। 9 ବେଲାଙ୍କ ବଂଶଧରମାନ ପୂର୍ବଦିଗରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିୟଦରେ ସେମାନଙ୍କର ଅନେକ ଗୋପଲ ଥିବାରୁ ସେମାନେ ସେହି ସ୍ଥାନରେ ବାସ କରୁଥିଲେ। 10 ଶାଉଲ ରାଜା ଥିବା ସମୟରେ ବେଲାଙ୍କ ବଂଶଧରମାନେ ହାଗରୀୟ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହାଗରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେମାନେ ତମ୍ବୁ ଗୃହରେ ବାସ କରୁଥିଲେ ଓ ଗିଲିୟଦର ପୂର୍ବ ପାର୍ଶ୍ୱସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
ଗାଦ୍ର ବଂଶଧରଗଣ
11 ଗାଦ୍ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ। 12 ଯୋୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ୱିତୀୟ ନେତା ଥିଲେ। ଏହା ପରେ ଯାନୟ ନେତା ହେଲେ। 13 ସେମାନଙ୍କ ପିତ୍ରାଳୟରେ ସାତ ଜଣ ଭ୍ରାତା ଏହିପରି ଥିଲେ ମୀଖାୟେଲ, ମଶୁଲ୍ଲମ, ଶେବା, ଯୋରୟ, ଯାକନ୍, ସୀୟ ଓ ଏବର୍। 14 ଏହି ବ୍ୟକ୍ତିମାନେ ଅବୀହେଲିୟର ବଂଶଧର ଥିଲେ। ଅବୀହେଲିୟ ହୂରିଙ୍କର ପୁତ୍ର ଥିଲେ। ହୂରି ଯାରୋହଙ୍କ ପୁତ୍ର, ଯାରୋହ ଗିଲିୟଦଙ୍କ ପୁତ୍ର। ଗିଲିୟଦ୍ ମୀଖାୟେଲଙ୍କ ପୁତ୍ର, ମୀଖାୟେଲ ଯିହିଶୟଙ୍କ ପୁତ୍ର, ଯିହିଶୟ ଯହଦୋଙ୍କ ପୁତ୍ର, ଯହଦୋ ବୂଷ୍ଙ୍କ ପୁତ୍ର ଥିଲେ। 15 ଅହି ଅବ୍ଦିୟେଲଙ୍କ ପୁତ୍ର, ଅବ୍ଦିୟେଲ ଗୂନିଙ୍କ ପୁତ୍ର ଥିଲେ। ଅହି ସେମାନଙ୍କ ପରିବାରର ନେତା ଥିଲେ।
16 ଗାଦ୍ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ।
17 ଯୋଥମ୍ ଓ ଯାରବିୟାମଙ୍କ ସମୟରେ, ଗାଦ୍ର ଗୋଷ୍ଠୀ ଇତିହାସରେ ଏହି ବ୍ୟକ୍ତିମାନଙ୍କର ନାମ ଲିଖିତ ହୋଇଥିଲା। ଯୋଥମ୍ ଯିହୁଦାର ରାଜା ଓ ଯାରବିୟାମ ଇସ୍ରାଏଲର ରାଜା ଥିଲେ।
କେତେକ ସୈନ୍ୟ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ।
18 ରୁବେନଙ୍କର ବଂଶଧରମଧ୍ୟରୁ, ଗାଦ୍ର ବଂଶଧରମଧ୍ୟରୁ ଏବଂ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗର ବଂଶଧରମଧ୍ୟରୁ 44,760 ଜଣ ସାହସୀ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ସେମାନେ ଢାଲ ଓ ଖଡ଼୍ଗ ଧାରଣ କରିଥିଲେ ଏବଂ ସେମାନେ ଧନୁ ଓ ତୀର ଗ୍ଭଳନାରେ ନିପୁଣ ଥିଲେ। 19 ସେମାନେ ହାଗରୀୟ ଲୋକ ଓ ଯିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ଆରମ୍ଭ କଲେ। 20 ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ। 21 ସେମାନେ ହାଗରୀୟ ଲୋକମାନଙ୍କର ପଶୁଗଣକୁ ନେଇଗଲେ। ସେମାନେ 50,000 ଓଟ, 250,000 ମେଷ, 2000 ଗଧ ଓ 100,000 ଲୋକଙ୍କୁ ନେଇଗଲେ। 22 ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ।
23 ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ।
24 ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ। 25 କିନ୍ତୁ ଏହି ନେତାମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ସେମାନେ ସେହି ଲୋକମାନଙ୍କର ମିଥ୍ୟା ଦେବତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ୱର ସେମାନଙ୍କ ସମ୍ମୁଖରେ ନଷ୍ଟ କରିଥିଲେ।
26 ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂଲ୍ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପିଲ୍ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂଲ୍ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।
ଲେବୀଙ୍କ ବଂଶଧରଗଣ
6 ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
2 କହାତଙ୍କର ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷହାର, ହିବ୍ରୋଣ ଓ ଉଷିୟେଲ।
3 ଅମ୍ରାମ୍ର ସନ୍ତାନମାନେ ଥିଲେ ହାରୋଣ, ମୋଶା ଓ ମରିୟମ୍।
ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୁ, ଇଲିୟାସର ଓ ଈଥାମର। 4 ଇଲିୟାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂୟଙ୍କ ପିତା ଥିଲେ। 5 ଅବିଶୂୟ ବୁକ୍କିଙ୍କ ପିତା ଥିଲେ। ବୁକ୍କି ଉଷିଙ୍କ ପିତା ଥିଲେ। 6 ଉଷି ସରହିୟଙ୍କ ପିତା ଥିଲେ। ସରହିୟ ମରାୟୋତଙ୍କ ପିତା ଥିଲେ। 7 ମରାୟୋତ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂବ୍ଙ୍କ ପିତା ଥିଲେ। 8 ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ୍ ଅହୀମାସଙ୍କ ପିତା ଥିଲେ। 9 ଅହୀମାସ ଅସରିୟଙ୍କ ପିତା ଥିଲେ। ଅସରିୟ ଯୋହାନନଙ୍କ ପିତା ଥିଲେ। 10 ଯୋହାନନ୍ ଅସରିୟଙ୍କ ପିତା ଥିଲେ (ଶଲୋମନ୍ ଯିରୁଶାଲମରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେଠାରେ ଏହି ଅସରିୟ ଯାଜକ ଭାବେ କାର୍ଯ୍ୟ କରୁଥିଲେ)। 11 ଅସରିୟ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂବ୍ଙ୍କ ପିତା ଥିଲେ। 12 ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ। 13 ଶଲ୍ଲୁମ୍ ହିଲ୍କିୟଙ୍କ ପିତା ଥିଲେ। ହିଲ୍କିୟ ଅସରିୟଙ୍କ ପିତା ଥିଲେ। 14 ଅସରିୟ ସରାୟଙ୍କ ପିତା ଥିଲେ। ସରାୟ ଯିହୋସାଦକଙ୍କ ପିତା ଥିଲେ।
15 ସଦାପ୍ରଭୁ ଯେତେବେଳେ ଯିହୁଦା ଓ ଯିରୁଶାଲମକୁ ନିର୍ବାସିତ କଲେ, ଯିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗଲେ। ସଦାପ୍ରଭୁ ନବୂଖଦ୍ନିତ୍ସରଙ୍କ ଦ୍ୱାରା ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ନିର୍ବାସନରେ ପଠାଇଲେ।
ଲେବୀଙ୍କର ଅନ୍ୟାନ୍ୟ ବଂଶଧରଗଣ
16 ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
17 ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବ୍ନି ଓ ଶିମିୟି।
18 କହାତଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
19 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
ଲେବୀଙ୍କ ଗୋଷ୍ଠୀଗୁଡ଼ିକର ଏହା ହିଁ ଏକ ତାଲିକା ଅଟେ। ସେମାନଙ୍କ ପିତାଗଣଙ୍କର ନାମାନୁସାରେ ହିଁ ସେମାନଙ୍କର ନାମ ତାଲିକାଭୁକ୍ତ ହୋଇଅଛି।
20 ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ: ଲିବ୍ନି ଗେର୍ଶୋନଙ୍କ ପୁତ୍ର ଥିଲେ। ଯହତ୍, ଲିବ୍ନିଙ୍କ ପୁତ୍ର ଥିଲେ। ସିମ୍ମ ଯହତଙ୍କ ପୁତ୍ର ଥିଲେ। 21 ଯୋୟାହ ସିମ୍ମଙ୍କ ପୁତ୍ର ଥିଲେ। ଇଦ୍ଦୋ ଯୋୟାହଙ୍କ ପୁତ୍ର ଥିଲେ। ସେରହ ଇଦ୍ଦୋଙ୍କ ପୁତ୍ର ଥିଲେ। ଯିୟତ୍ରୟ ସେରହଙ୍କର ପୁତ୍ର ଥିଲେ।
22 ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ। 23 ଇଲ୍କାନା ଅସୀରଙ୍କ ପୁତ୍ର ଥିଲେ, ଅବୀୟାସଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଅସୀର ଅବୀୟାସଫ୍ଙ୍କ ପୁତ୍ର ଥିଲେ। 24 ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିୟେଲ ତହତ୍ଙ୍କ ପୁତ୍ର ଥିଲେ। ଊଷିୟ ଉରିୟେଲଙ୍କ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।
25 ଇଲ୍କାନାଙ୍କ ପୁତ୍ରମାନେ ଥିଲେ ଅମାସୟ ଓ ଅହୀମୋତ୍। 26 ସୋଫୀୟ ଇଲ୍କାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ। 27 ଇଲୀୟାବ୍ ନହାତଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲିୟାବ୍ଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ। 28 ଶାମୁୟେଲଙ୍କ ପୁତ୍ରମାନେ ଥିଲେ: ଯୋୟେଲ ଜ୍ୟେଷ୍ଠ ପୁତ୍ର ଓ ଅବୀୟ କନିଷ୍ଠ ପୁତ୍ର।
29 ଏହିମାନେ ମରାରିଙ୍କ ପୁତ୍ର ଥିଲେ: ମହଲି ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ। 30 ଶିମିୟ ଲିବ୍ନିଙ୍କ ପୁତ୍ର ଥିଲେ। ଉଷଃ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଉଷଃଙ୍କ ପୁତ୍ର ଥିଲେ। ହଗିୟ ଶିମିୟିଙ୍କ ପୁତ୍ର ଥିଲେ। ଅସାୟ ହଗିୟଙ୍କ ପୁତ୍ର ଥିଲେ।
ମନ୍ଦିରର ବାଦ୍ୟକାରୀଗଣ
31 ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ। 32 ଏହି ବ୍ୟକ୍ତିମାନେ ପବିତ୍ର ତମ୍ବୁ ମଧ୍ୟରେ ସଙ୍ଗୀତ ଗାନ କରି ସେବାକାର୍ଯ୍ୟ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ-ତମ୍ବୁ ବୋଲି ମଧ୍ୟ କୁହା ଯାଉଥିଲା। ଶଲୋମନ ଯିରୁଶାଲମରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନେ ସେବାକାର୍ଯ୍ୟ କଲେ। ସେମାନଙ୍କ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦିଆଯାଇଥିବା ନିୟମାବଳୀକୁ ସୂଗ୍ଭରୁରୂପେ ପାଳନ କରି ସେମାନେ ସେବାକାର୍ଯ୍ୟ କଲେ।
33 ସଙ୍ଗୀତ ଦ୍ୱାରା ସେବାକାର୍ଯ୍ୟ କରୁଥିବା ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,
ଗାୟକ ହେମନ୍। ହେମନ୍ ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଶାମୁୟେଲଙ୍କ ପୁତ୍ର ଥିଲେ। 34 ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେଲ୍ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ। 35 ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସୟଙ୍କ ପୁତ୍ର ଥିଲେ। 36 ଅମାସୟ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଅସରିୟଙ୍କ ପୁତ୍ର ଥିଲେ। ଅସରିୟ ସିଫନିୟର ପୁତ୍ର ଥିଲେ। 37 ସିଫନିୟର ତହତ୍ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ। 38 କୋରହ ଯିଷ୍ହରଙ୍କ ପୁତ୍ର ଥିଲେ। ଯିଷ୍ହର କହାତଙ୍କ ପୁତ୍ର ଥିଲେ। କହାତ୍ ଲେବୀଙ୍କ ପୁତ୍ର ଥିଲେ। ଲେବୀ ଇସ୍ରାଏଲଙ୍କ ପୁତ୍ର ଥିଲେ।
39 ହେମନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ। 40 ଶିମିୟ ମୀଖାୟେଲଙ୍କ ପୁତ୍ର ଥିଲେ। ମୀଖାୟେଲ ବାସେୟଙ୍କ ପୁତ୍ର ଥିଲେ। ବାସେୟ ମଲ୍କିୟରଙ୍କ ପୁତ୍ର ଥିଲେ। 41 ମଲ୍କିୟର ଇତ୍ନିଙ୍କ ପୁତ୍ର ଥିଲେ। ଇତ୍ନି ସେରହଙ୍କ ପୁତ୍ର ଥିଲେ। ସେରହ ଅଦାୟାଙ୍କ ପୁତ୍ର ଥିଲେ। 42 ଅଦାୟା ଏଥନଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିୟଙ୍କ ପୁତ୍ର ଥିଲେ। 43 ଶିମିୟ ଯହତଙ୍କ ପୁତ୍ର ଥିଲେ। ଯହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲେବୀଙ୍କ ପୁତ୍ର ଥିଲେ।
44 ମରାରିଙ୍କ ବଂଶଧରମାନେ ହେମନ୍ ଓ ଆସଫ୍ଙ୍କ ଆତ୍ମୀୟ ଥିଲେ। ସେମାନେ ହେମନଙ୍କ ବାମ ପାର୍ଶ୍ୱସ୍ଥ ସଙ୍ଗୀତ ଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ। 45 ମାଲ୍ଲୁକ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ଅମତ୍ସିୟଙ୍କ ପୁତ୍ର ଥିଲେ। ଅମତ୍ସିୟ ହିଲ୍କିୟଙ୍କ ପୁତ୍ର ଥିଲେ। 46 ହିଲ୍କିୟ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶେମରଙ୍କ ପୁତ୍ର ଥିଲେ। 47 ଶେମର ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲେବୀଙ୍କ ପୁତ୍ର ଥିଲେ।
48 ହେମନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ଲେବୀଙ୍କ ଗୋଷ୍ଠୀମାନଙ୍କୁ ଲେବୀୟ ମଧ୍ୟ କୁହାଯାଉଥିଲା। ପବିତ୍ର ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଲେବୀୟମାନେ ମନୋନୀତ ହୋଇଥିଲେ। ପରମେଶ୍ୱରଙ୍କ ଗୃହରେ ପବିତ୍ର ତମ୍ବୁ ରହିଥିଲା, 49 କିନ୍ତୁ କେବଳ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହୋମବଳି, ଯଜ୍ଞବେଦି ସୁଗନ୍ଧିବେଦି ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆଯାଇ ଥିଲା। ପରମେଶ୍ୱରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ଯ୍ୟ ଏବଂ ଇସ୍ରାଏଲ ପାଇଁ ମଧ୍ୟ ପ୍ରାୟଶ୍ଚିତ କରନ୍ତି। ମୋଶା ପରମେଶ୍ୱରଙ୍କ ସେବକ, ଯେଉଁ ସମସ୍ତ ନୀତି ଓ ଆଇନ ଦେଇଥିଲେ ସେହିସବୁ ସେମାନେ ପାଳନ କଲେ।
ହାରୋଣଙ୍କ ବଂଶଧରଗଣ
50 ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ: ଇଲିୟାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିୟାସରଙ୍କ ପୁତ୍ର ଥିଲେ। ଅବୀଶୂୟ ପୀନ୍ହସ୍ଙ୍କ ପୁତ୍ର ଥିଲେ। 51 ବୁକ୍କି ଅବୀଶୂୟଙ୍କ ପୁତ୍ର ଥିଲେ। ଉଷି ବୁକ୍କିଙ୍କ ପୁତ୍ର ଥିଲେ। ସରହିୟ ଉଷିଙ୍କ ପୁତ୍ର ଥିଲେ। 52 ମରାୟୋତ୍ ସରହିୟଙ୍କ ପୁତ୍ର ଥିଲେ। ଅମରିୟ ମରାୟୋତ୍ଙ୍କ ପୁତ୍ର ଥିଲେ। 53 ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକଙ୍କ ପୁତ୍ର ଥିଲେ।
ଲେବୀୟ ଗୋଷ୍ଠୀ ନିମନ୍ତେ ବାସସ୍ଥାନ
54 ଏହି ସମସ୍ତ ସ୍ଥାନରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସେମାନଙ୍କୁ ଦତ୍ତ ହୋଇଥିବା ଦେଶରେ ସେମାନେ ଛାଉଣି ମଧ୍ୟରେ ବାସ କଲେ। ଲେବୀୟ ଲୋକମାନଙ୍କୁ ଦିଆଯାଇଥିବା ଦେଶରେ କହାତୀୟମାନେ ପ୍ରଥମ ଅଂଶ ପାଇଲେ। 55 ସେମାନଙ୍କୁ ହିବ୍ରୋଣ ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷେତ୍ରମାନ ଦତ୍ତ ହେଲା। 56 କିନ୍ତୁ ସେମାନେ ସହରଠାରୁ ଦୂରରେ ଥିବା କ୍ଷେତ୍ର ଓ ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ। 57 ହାରୋଣର ବଂଶଧରମାନଙ୍କୁ ଦିଆଯାଇଥିବା ଆଶ୍ରୟ ନଗର [a] ସବୁ ହିବ୍ରୋଣ, ଲିବ୍ନା, ଯତ୍ତୀର, ଇଷ୍ଟିମୋୟ, 58 ହିଲେନ୍, ଦବୀର ଏବଂ ସେମାନଙ୍କର କ୍ଷେତ। 59 ଆଶନ୍, ବୈଥ୍-ଶେମଶ ଏବଂ ସେମାନଙ୍କର କ୍ଷେତ। 60 ବିନ୍ୟାମୀନ ଗୋଷ୍ଠୀଠାରୁ ସେମାନେ ଗିବିୟୋନ, ଗେବା, ଆଲେମତ୍ ଓ ଅନାଥୋତ୍ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱର କ୍ଷେତ ସହର ସହିତ ପ୍ରାପ୍ତ ହେଲା।
କହାତୀୟମାନଙ୍କୁ ତେରଟି ନଗର ଦିଆଗଲା।
61 କହାତୀୟମାନଙ୍କୁ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଦଶଗୋଟି ସହର ଦିଆଯାଇଥିଲା।
62 ଗେର୍ଶୋନଙ୍କ ଗୋଷ୍ଠୀ ତେର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ଇଷାଖର, ଆଶେର, ନପ୍ତାଲି ଓ ବାଶନ ଅଞ୍ଚଳରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସେହି ନଗରଗୁଡ଼ିକ ପ୍ରାପ୍ତ ହେଲେ।
63 ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ରୁବେନ୍, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସେହି ସମସ୍ତ ନଗର ପ୍ରାପ୍ତ ହେଲେ। ସେମାନେ ଗୁଲିବାଣ୍ଟଦ୍ୱାରା ସେହି ନଗରସବୁ ପ୍ରାପ୍ତ କଲେ।
64 ତେଣୁ ଇସ୍ରାଏଲୀୟ ଲୋକମାନେ ସେହିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲେବୀୟମାନଙ୍କୁ ଦେଇ ଦେଲେ। 65 ସେହି ସମସ୍ତ ନଗରୀ ସେମାନେ ଯିହୁଦା, ଶିମିୟୋନ୍, ଓ ବିନ୍ୟାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହୋଇଥିଲେ। ଯେଉଁଗୁଡ଼ିକର ନାମ ଗୁଲିବାଣ୍ଟରେ ଉଲ୍ଲେଖ କରାଯାଇଛି।
66 ଇଫ୍ରୟିମ୍ ଗୋଷ୍ଠୀ କହାତ୍ର କେତେକ ପରିବାର କିଛି ନଗରୀଗୁଡ଼ିକ ଦେଲେ। 67 ଇଫ୍ରୟିମର ପାର୍ବତ୍ୟମୟ ଦେଶରେ, ସେମାନଙ୍କୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗେଷର୍ ଓ ସେମାନଙ୍କର କ୍ଷେତ୍ରଗୁଡ଼ିକ ଦିଆଗଲା। 68 ଯକମିୟାମ୍, ବୈଥ୍ହୋରଣ ସେମାନଙ୍କର କ୍ଷେତସବୁ। 69 ଅୟାଲୋନ୍ ଓ ଗାଥ୍-ରିମ୍ମୋନ୍ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ସେମାନେ ସେହି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ। 70 ଇସ୍ରାଏଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନେର ଓ ବିଲିୟମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସେହି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ।
ଅନ୍ୟ ଲେବୀୟ ଗୋଷ୍ଠୀଗୁଡ଼ିକ ବାସସ୍ଥାନ ପାଇଲେ
71 ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଭୂମି ପାଇଲେ, ସେମାନେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଗ୍ଭରଣଭୂମି ସହ ପାଇଲେ।
72-73 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମୋତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ। ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ୟ ସେମାନେ ଲାଭ କଲେ।
74-75 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଆଶେରର ପରିବାରବର୍ଗଠାରୁ ମଶାଲ୍, ଅବ୍ଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
76 ଗେର୍ଶୋନଙ୍କ ପରିବାର ଆହୁରି ମଧ୍ୟ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲିଲୀର କେଦଶ, ହମ୍ମୋନ୍ ଓ କିରିୟାଥୟିମ୍ ସହର ମଧ୍ୟ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
77 ଲେବୀୟ ଲୋକମାନଙ୍କ ମଧ୍ୟରେ ଆଉ କେବଳ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସେମାନେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମୋନ ଓ ତାବୋର୍ ସହରଗୁଡ଼ିକ ଗ୍ଭରଣଭୂମି ସହିତ ପ୍ରାପ୍ତ ହେଲେ।
78-79 ମରାରି ବଂଶ ଆହୁରି ମଧ୍ୟ ରୁବେନ୍ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବେତ୍ସର୍ ସହର, ଯହସ, କଦେମୋତ୍ ଓ ମେଫାତ୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ରୁବେନ୍ ଗୋଷ୍ଠୀ ଯିରୀହୋ ନଗରର ପୂର୍ବ ପାର୍ଶ୍ୱ ଓ ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ଲାଭ କଲେ।
80-81 ମରାରି ପରିବାରବର୍ଗ ଗାଦ୍ ଗୋଷ୍ଠୀଠାରୁ ଗିଲିୟଦସ୍ଥ ରାମୋତ୍, ହିଷ୍ବୋନ୍ ଓ ଯାସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
ଯୀଶୁଙ୍କ ବଳିଦାନ ଆମକୁ ସମ୍ପୂର୍ଣ୍ଣ କରେ
10 ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ। 2 ଯଦି ବ୍ୟବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥା’ନ୍ତା ତା’ହେଲେ ସେହି ବଳିଗୁଡ଼ିକ ବନ୍ଦ ହୋଇ ଯାଇ ସାରିଥା’ନ୍ତା। ସେହି ଲୋକମାନେ ମଧ୍ୟ ପାପରୁ ଶୁଦ୍ଧ ହୋଇଯାଇ ସାରିଥା’ନ୍ତେ। ସେମାନେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥା’ନ୍ତେ। କିନ୍ତୁ ବ୍ୟବସ୍ଥା କଦାପି ତାହା କରି ପାରିବ ନାହିଁ। 3 ସେମାନେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସେମାନଙ୍କୁ ସେମାନଙ୍କର ପାପଗୁଡ଼ିକ ସ୍ମରଣ କରାଇ ଦିଏ। 4 ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।
5 ଅତଏବ ଯେତେବେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ:
“ତୁମ୍ଭେ ବଳି ଓ ସମର୍ପଣ ଗ୍ଭହଁ ନାହିଁ,
କିନ୍ତୁ ତୁମ୍ଭେ ମୋ’ ପାଇଁ ଶରୀରଟିଏ ନିର୍ମାଣ କରିଛ,
6 ହୋମବଳି ଓ ପାପାର୍ଥକ ବଳରେ ତୁମ୍ଭେ ଖୁସୀ ହୁଅ ନାହିଁ।
ବଳି ଦ୍ୱାରା ପାପହରଣ କଥାର ମଧ୍ୟ ତୁମ୍ଭେ ଖୁସୀ ନୁହଁ।
7 ତା’ପରେ ମୁଁ କହିଲି: ‘ପରମେଶ୍ୱର ମୁଁ ଅଛି
ଏଠାରେ ବ୍ୟବସ୍ଥା ପୁସ୍ତକରେ ମୋ’ ବିଷୟରେ ଲେଖା ଅଛି।
ତୁମ୍ଭେ ଗ୍ଭହିଁ ଥିବା କାର୍ଯ୍ୟଗୁଡ଼ିକ ମୁଁ କରିବା ପାଇଁ ଆସିଛି।’” (A)
8 ଏହି ଶାସ୍ତ୍ରରେ ସେ ପ୍ରଥମେ କହିଥିଲେ, “ତୁମ୍ଭେ ବଳି ଓ ନୈବେଦ୍ୟମାନ ଗ୍ଭହଁ ନାହିଁ। ତୁମ୍ଭେ ହୋମବଳି ଦ୍ୱାରା ବା ପାପହରଣ ହେବା ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ୱାରା ପ୍ରସନ୍ନ ହୁଅ ନାହିଁ।” ବ୍ୟବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ। 9 ତା’ପରେ ସେ କହିଲେ “ପରମେଶ୍ୱର, ମୁଁ ଏଠାରେ ଅଛି। ମୁଁ ତୁମ୍ଭେ ଗ୍ଭହୁଁଥିବା କାମ କରିବା ପାଇଁ ଆସିଛି।” ଅତଏବ ପରମେଶ୍ୱର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ। 10 ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ।
11 ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ। 12 ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରିଥିଲେ, ଓ ସେହି ବଳିଦାନ ସବୁଦିନ ପାଇଁ ପର୍ଯ୍ୟାପ୍ତ ଅଟେ। 13 ତା’ପରେ ଖ୍ରୀଷ୍ଟ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ସେଠାରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷାରେ ଅଛନ୍ତି। 14 ମାତ୍ର ଗୋଟିଏ ବଳିଦାନ ଦ୍ୱାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରିଦେଲେ। ସେହି ଲୋକମାନଙ୍କୁ ପବିତ୍ର କରାଯାଇଛି।
15 ପବିତ୍ରଆତ୍ମା ମଧ୍ୟ ଆମ୍ଭକୁ ଏହା ବିଷୟରେ କୁହନ୍ତି। ପ୍ରଥମରେ ସେ କୁହନ୍ତି:
16 “ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ
ମୁଁ ଏହି ଚୁକ୍ତି କରିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି।
ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।” (B)
17 ଏହା ମଧ୍ୟ କୁହନ୍ତି:
“ମୁଁ ସେମାନଙ୍କର ପାପ ଓ କରୁଥିବା ମନ୍ଦକାମଗୁଡ଼ିକୁ କ୍ଷମା କରିଦେବି,
ମୁଁ ସେଗୁଡ଼ିକୁ ପୁଣି କେବେ ହେଲେ ମନେ ପକାଇବି ନାହିଁ।” (C)
18 ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପରେ, ଆଉ ପାପଗୁଡ଼ିକ ପାଇଁ ବଳିଦାନର କୌଣସି ଆବଶ୍ୟକତା ନାହିଁ।
ପରମେଶ୍ୱରଙ୍କ ନିକଟକୁ ଆସ
19 ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା। 20 ଯୀଶୁଙ୍କ ଦ୍ୱାରା ଖୋଲି ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦେଇ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ୟଦେଇ ଯାଏ ଯାହାକି ଯୀଶୁଙ୍କ ଶରୀର ଅଟେ। 21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବରେ ଧରି ରଖ। ଆମ୍ଭେ ନିଜର ଭରସାକୁ ଲୋକମାନଙ୍କ ଆଗରେ ବ୍ୟକ୍ତ କରିବାକୁ ରୋକିବା ଉଚିତ୍ ନୁହେଁ। ସେ ଯାହା ପ୍ରତିଜ୍ଞା କଲେ, ତାହା କରିବେ ବୋଲି ଆମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରି ପାରିବା।
ପରସ୍ପରକୁ ସାହାଯ୍ୟ କର, ଦୃଢ଼ ହୁଅ
24 ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ଖ୍ରୀଷ୍ଟଙ୍କଠାରୁ ମୁହଁ ବୁଲାଇ ନିଅ ନାହିଁ
26 ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା’ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ। 27 ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା’ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। 28 ଯେଉଁ ଲୋକ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନି ଜଣ ସାକ୍ଷୀ ଆବଶ୍ୟକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଉଥିଲା। 29 ତା’ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା’ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା। 30 ଆମ୍ଭେ ଜାଣୁ ଯେ, ପରମେଶ୍ୱର କହିଥିଲେ: “ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦେବି, ମୁଁ ତାହାଙ୍କୁ ପ୍ରତିଦାନ ଦେବି।” [a] ପରମେଶ୍ୱର ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ତାହାଙ୍କ ଲୋକଙ୍କର ବିଗ୍ଭର କରିବେ।” [b] 31 ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।
ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ
32 ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। 33 ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। 34 ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। 36 ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। 37 ଆଜି ଅଳ୍ପ ସମୟରେ,
“ଯାହାଙ୍କ ଆସିବା କଥା ସେ ଆସିବେ,
ତାହାଙ୍କର ଡେରି ହେବ ନାହିଁ।
38 ଯେଉଁ ଲୋକ ମୋ’ ସହିତ ଧାର୍ମିକ,
ତା’ର ବିଶ୍ୱାସ ହେତୁ ସେ ଜୀବିତ ରହିବ।
କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ,
ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।” (D)
39 କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ।
ସ୍ତ୍ରୀ ଲୋକମାନେ ଆନନ୍ଦକୁ ଭଲ ପାଆନ୍ତି
4 ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”
2 ମୋର ପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ୱାରା ଶପଥ ନେଲେ ଏବଂ କହିଲେ, ଭବିଷ୍ୟତରେ ଲୋକମାନେ ତେଣ୍ଟା ବ୍ୟବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନେଇଯିବେ। ସେମାନେ ବନଶି କଣ୍ଟା ବ୍ୟବହାର କରି ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ନେଇଯିବେ। 3 ସ୍ତ୍ରୀଲୋକମାନେ କାନ୍ଥଗୁଡ଼ିକ ଭାଙ୍ଗି ବାହାରି ଆସିବେ ଏବଂ ସେମାନେ ହର୍ମୋଣ ଭିତରକୁ ନିକ୍ଷେପ ହେବେ।
ସଦାପ୍ରଭୁ ଏହା କହନ୍ତି: 4 “ବୈଥେଲ୍କୁ ଯାଅ ଏବଂ ସେଠାରେ ପାପ କର। ଗିଲ୍ଗଲ୍କୁ ଯାଅ ସେଠାରେ ଅଧିକ ପାପ କର। ପ୍ରଭାତରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନରେ ଥରେ ଏକ ଦଶମାଂଶ ଶସ୍ୟ ଆଣ। 5 ଆଉ ମଧ୍ୟ ଦ୍ରାକ୍ଷାରସର ଫେଣର ନୈବେଦ୍ୟ ପାଇଁ ଧନ୍ୟବାଦ ଦିଅ। ଏହି ସ୍ୱେଚ୍ଛାଦତ୍ତ ନୈବେଦ୍ୟ ବିଷୟରେ ପ୍ରତ୍ୟେକଙ୍କୁ ଜଣାଅ। ହେ ଇସ୍ରାଏଲୀୟ, ତୁମ୍ଭେ ଏହିସବୁ କାର୍ଯ୍ୟ କରିବାକୁ ଭଲ ପାଉଛ।” ସଦାପ୍ରଭୁ ଏହା ହିଁ କହିଲେ।
6 “ଏଗୁଡ଼ିକ କରିବା ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡ଼ିକରେ କୌଣସି ଖାଦ୍ୟ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା କହନ୍ତି।
7 “ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା। 8 ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।
9 “ଉତ୍ତାପ ଓ ରୋଗଦ୍ୱାରା ତୁମ୍ଭର ଶସ୍ୟସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷାକ୍ଷେତ୍ରକୁ ଧ୍ୱଂସ କଲୁ। ପଙ୍ଗପାଳ ତୁମ୍ଭର ଡିମ୍ବିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ୱଂସ କଲେ। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
10 “ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ଖଡ଼୍ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
11 “ସଦୋମ ଓ ହମୋରା ସହରଗୁଡ଼ିକ ଧ୍ୱଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ୱଂସ କଲୁ। ସେହି ନଗରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତୁମ୍ଭେମାନେ ଗୋଟିଏ ପୋଡ଼ା ବାଡ଼ି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।
12 “ତେଣୁ ହେ ଇସ୍ରାଏଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡ଼ିକ କହିବା। ହେ ଇସ୍ରାଏଲୀୟ! ତୁମ୍ଭେ ପରମେଶ୍ୱରଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ।”
13 ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା,
ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା।
ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ।
ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ।
ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ।
ତାହାହେଲେ ଆମ୍ଭେ କିଏ?
ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
ସେ ସେମାନଙ୍କୁ ରକ୍ଷା କଲେ।
5 ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।
6 ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖଡ଼୍ଗମାନ ଧରନ୍ତୁ।
7 ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
8 ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
2010 by World Bible Translation Center