M’Cheyne Bible Reading Plan
ଆଦମଙ୍କଠାରୁ ନୋହଙ୍କ ପର୍ଯ୍ୟନ୍ତ ପାରିବାରିକ ଇତିହାସ
1 ଆଦମ, ଶେଥ, ଈନୋଶ, କୟିନାନ, ମହଲଲେଲ, ଯେରଦ, ହନୋକ, ମଥୁଶେଲହ, ଲେମକ, ନୋହ।
4 ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶେମ, ହାମ, ଯେଫତ୍।
ଯେଫତ୍ଙ୍କର ବଂଶଧର
5 ଯେଫତ୍ଙ୍କର ପୁତ୍ରମାନେ ଥିଲେ: ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେଶକ୍ ଓ ତୀରସ୍।
6 ଗୋମରର ପୁତ୍ରମାନେ ଥିଲେ: ଅସ୍କିନସ୍, ଦୀଫତ୍ ଓ ତୋଗର୍ମ।
7 ଯବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ୍ ଓ ରୋଦାନିମ୍।
ହାମରଙ୍କ ବଂଶଧର
8 ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୂଟ୍ ଓ କିଣାନ।
9 ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା।
ରୟମାର ସନ୍ତାନମାନେ ଶିବା ଓ ଦଦାନ୍।
10 କୂଶ୍ଙ୍କର ବଂଶଧରମାନଙ୍କ ମଧ୍ୟରୁ ନିମ୍ରୋଦ ନାମକ ଜଣେ ବ୍ୟକ୍ତି ବୃଦ୍ଧିପ୍ରାପ୍ତ ହୋଇ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହେବାକୁ ଲାଗିଲା।
11 ମିଶ୍ରୟୀମ (ମିଶର), ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୂହୀୟମାନଙ୍କର ପିତା ଥିଲେ। 12 ପଥ୍ରୋଷୀୟ, କସ୍ଲୁହୀୟ ଓ (ପଲେଷ୍ଟୀୟମାନେ କସ୍ଲୁହରୁ ଆସିଲେ) କପ୍ତୋରୀୟ।
13 କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀୟମାନଙ୍କର 14 ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ; 15 ହିବ୍ବୀୟ, ଅର୍କୀୟ, ସୀନୀୟ; 16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କର ମଧ୍ୟ ପିତା ଥିଲେ।
ଶେମଙ୍କର ବଂଶଧରଗଣ
17 ଶେମଙ୍କର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍।
18 ଅର୍ଫକ୍ଷଦ, ଶେଲହଙ୍କର ପିତା ଥିଲେ। ଶେଲହ ଏବରଙ୍କ ପିତା ଥିଲା।
19 ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପେଲଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧ୍ୟରେ ଭାଷାର ପ୍ରଭେଦ ଜନ୍ମିତ ଥିଲା। ଯକ୍ତନ୍ ପେଲଗ୍ଙ୍କର ଭ୍ରାତା ଥିଲେ। 20 ଏହି ଯକ୍ତନ୍, ଅଲ୍ମୋଦଦ, ଶେଲଫ୍, ହତ୍ସର୍ମାବତ୍, ଯେରହ 21 ହଦୋରାମ୍, ଉସଲ, ଦିକ୍ଲା, 22 ଓବଲ, ଅବୀମାୟେଲ, ଶିବା, 23 ଓଫୀର, ହବୀଲା, ଯୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ୟକ୍ତି ଯକ୍ତନର ପୁତ୍ରଗଣ ଥିଲେ।
24 ଶେମଙ୍କର ବଂଶଧରଗଣ ଥିଲେ: ଶେମ, ଅର୍ଫକ୍ଷଦ, ଶେଲହ; 25 ଏବର, ପେଲଗ୍, ରିୟ; 26 ସରୁଗ୍, ନାହୋର, ତେରହ, 27 ଅବ୍ରାମଙ୍କୁ ଅବ୍ରହାମ ବୋଲି କୁହାଯାଉଥିଲା।
ଅବ୍ରହାମଙ୍କର ପରିବାର
28 ଅବ୍ରହାମଙ୍କର ପୁତ୍ରମାନେ ଥିଲେ: ଇସ୍ହାକ ଓ ଇଶ୍ମାୟେଲ। 29 ସେମାନଙ୍କର ବଂଶଧରଗଣ ଏହିପରି ଥିଲେ:
ଇଶ୍ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇଶ୍ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅଦ୍ବେଲ୍, ମିବ୍ସମ୍, 30 ମିଶ୍ମ, ଦୁମା, ମସା; ହଦଦ୍, ତେମା, ଯିଟୂର, ନାଫୀଶ୍ ଓ କେଦମା। 31 ଏସମସ୍ତେ ଇଶ୍ମାୟେଲଙ୍କର ପୁତ୍ରମାନେ ଥିଲେ।
32 କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦିୟନ୍, ଯିଶ୍ବକ୍, ଓ ଶୂହକୁ ଜନ୍ମ ଦେଲେ।
ଯକ୍ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍।
33 ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା।
ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ।
ଇସ୍ହାକଙ୍କ ବଂଶଧର
34 ଅବ୍ରହାମ ଇସ୍ହାକଙ୍କର ପିତା ଥିଲେ। ସେହି ଇସ୍ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ।
35 ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୂୟେଲ, ଯିୟସ୍, ଯାଲମ୍ ଓ କୋରହ।
36 ଇଲୀଫସ୍ର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗୟିତମ ଓ କନସ୍। ଇଲୀଫସ୍ ଓ ତିମ୍ନଙ୍କର ଏକ ପୁତ୍ର ଥିଲା, ତା’ର ନାମ ଅମାଲେକ।
37 ରୂୟେଲଙ୍କର ପୁତ୍ରମାନେ ଥିଲେ: ନହତ୍, ସେରହ, ଶମ୍ମ ଓ ମିସା।
ସେୟୀରରୁ ଆଗତ ଇଦୋମୀୟ
38 ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
39 ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।
40 ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍।
ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।
41 ଅନାର ପୁତ୍ର ଦିଶୋନ୍।
ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇଶ୍ବନ୍, ଯିଥ୍ରନ୍ ଓ କରାଣ।
42 ଏତ୍ସରଙ୍କର ପୁତ୍ରମାନେ ଥିଲେ: ବିଲ୍ହନ୍, ସାବନ୍ ଓ ଯାକନ୍।
ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ।
ଏଦୋମର ରାଜାଗଣ
43 ଇସ୍ରାଏଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା:
ବିୟୋରଙ୍କର ପୁତ୍ର ବେଲା ପ୍ରଥମ ରାଜା ଥିଲେ। ବେଲାଙ୍କର ନଗରର ନାମ ଥିଲା, ଦିନ୍ହାବା।
44 ବେଲାଙ୍କର ମୃତ୍ୟୁ ହୁଅନ୍ତେ, ସେରହଙ୍କର ପୁତ୍ର ଯୋବବ୍ ନୂତନ ରାଜା ହେଲେ। ଯୋବବ୍ ବସ୍ରାରୁ ଆସିଥିଲେ।
45 ଯୋବବ୍ଙ୍କ ମୃତ୍ୟୁ ପରେ ଦେବାଦଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତୈମାନୀୟମାନଙ୍କର ଦେଶରୁ ଆସିଥିଲେ।
46 ହୂଶମ୍ଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମୋୟାବ ଦେଶରେ ମିଦିୟନୀୟଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
47 ହଦଦଙ୍କର ମୃତ୍ୟୁ ପରେ ସମ୍ଳ ନୂତନ ରାଜା ହେଲେ। ଏହି ସମ୍ଳ ମସ୍ରେକାରୁ ଆସିଥିଲେ।
48 ସମ୍ଳଙ୍କ ମୃତ୍ୟୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
49 ଶୌଲଙ୍କର ମୃତ୍ୟୁ ପରେ ଅକ୍ବୋରଙ୍କ ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।
50 ବାଲ୍ହାନନଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦଙ୍କର ନଗରର ନାମ ଥିଲା ପାୟୀ। ହଦଦଙ୍କ ସ୍ତ୍ରୀଙ୍କର ନାମ ଥିଲା ମହେଟବେଲ୍। ମହେଟବେଲ୍ ମଟ୍ରେଦରଙ୍କ କନ୍ୟା ଥିଲେ। ମଟ୍ରେଦର ମେଷାହବଙ୍କର କନ୍ୟା ଥିଲେ। 51 ତା’ପରେ ହଦଦଙ୍କର ମୃତ୍ୟୁ ଘଟିଲା।
ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିୟା, ଯିଥେତ୍ 52 ଅହଲୀବାମା, ଏଲା, ପୀନୋନ୍, 53 କନସ, ତୈମନ, ମିବ୍ସର, 54 ମଗ୍ଦୀୟେଲ ଓ ଈରମ୍। ଏହା ହିଁ ଇଦୋମଙ୍କର ନେତାମାନଙ୍କର ତାଲିକା ଅଟେ।
ଇସ୍ରାଏଲଙ୍କର ପୁତ୍ରଗଣ
2 ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ 2 ଦାନ୍, ଯୋଷେଫ, ବିନ୍ୟାମୀନ, ନପ୍ତାଲି, ଗାଦ୍ ଓ ଆଶେର,
ଯିହୁଦାଙ୍କର ପୁତ୍ରଗଣ
3 ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ। 4 ଯିହୁଦାଙ୍କର ପୁତ୍ରବଧୂ ତାମର ପେରସ ଓ ସେରହଙ୍କୁ ଜନ୍ମ ଦେଲା। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।
5 ପେରସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।
6 ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କଲ୍କୋଲ୍ ଓ ଦେରା।
7 ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର [a]। ଏହି ଆଖାର ଇସ୍ରାଏଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡାକି ଆଣିଥିଲେ ଯିଏ କି ଆଖର ଯୁଦ୍ଧରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖରେ ରଖିଥିଲେ, କିନ୍ତୁ ସେ ସେହି ବସ୍ତୁଗୁଡ଼ିକୁ ପରମେଶ୍ୱରଙ୍କୁ ଦେଇ ଦେବାର ଥିଲା।
8 ଏଥନଙ୍କର ପୁତ୍ର ଥିଲେ ଅସରିୟା।
9 ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ଯିରହମେଲ, ରାମ୍ ଓ କାଲୁବାୟ।
ରାମ୍ର ବଂଶଧରଗଣ
10 ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ। 11 ନହଶୋନ ସଲ୍ମାଙ୍କର ପିତା ଥିଲେ। ସଲ୍ମା ବୋୟାଜଙ୍କ ପିତା ଥିଲେ। 12 ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ। 13 ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ। 14 ନଥନେଲ ଯିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ଯିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦୟ। 15 ଓତ୍ସମ ଯିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସେମାନଙ୍କର ଭଉଣୀମାନେ ଥିଲେ ସରୁୟା ଓ ଅବୀଗଲ। 16 ସରୁୟାର ତିନି ପୁତ୍ର ଥିଲେ ଅବୀଶୟ, ଯୋୟାବ ଓ ଅସାହେଲ୍। 17 ଅବୀଗଲ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶ୍ମାୟେଲୀୟ ଲୋକଙ୍କ ମଧ୍ୟରୁ ଆସିଥିଲା।
କାଲେବଙ୍କର ବଂଶଧରଗଣ
18 କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲେବଙ୍କର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହୋଇଥିଲେ। ଅସୂବାର ଯିରୀୟୋତର କନ୍ୟା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ: ଯେଶର, ଶୋବବ୍ ଓ ଅର୍ଦୋନ। 19 ଅସୁବାରଙ୍କର ମୃତ୍ୟୁ ପରେ କାଲେବ ଇଫ୍ରାଥାଙ୍କୁ ବିବାହ କଲେ। କାଲେବ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସେମାନେ ତାହାର ନାମ ହୂର ଦେଲେ। 20 ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲେଲଙ୍କର ପିତା ଥିଲେ।
21 ପରେ, ହିଷ୍ରୋଣ ଷାଠିଏ ବର୍ଷ ବୟସରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିୟଦଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସଗୂବଙ୍କୁ ଜନ୍ମ ଦେଲେ। 22 ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା, 23 କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।
24 ହିଷ୍ରୋଣ ମୃତ୍ୟୁବରଣ କଲାପରେ, କାଲେବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅସ୍ହୂର। ଅସ୍ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ।
ଯିରହମେଲଙ୍କର ବଂଶଧରଗଣ
25 ଯିରହମେଲ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ପୁତ୍ରମାନେ ଥିଲେ ରାମ୍, ବୁନା, ଓରଣ, ଓତ୍ସମ ଓ ଅହିୟ। ରାମ୍ ଯିରହମେଲଙ୍କର ପ୍ରଥମ ପୁତ୍ର ଥିଲେ। 26 ଯିରହମେଲଙ୍କର ଅଟାରା ନାମରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ଓନମର ମାତା ଥିଲେ।
27 ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର।
28 ଓନମଙ୍କର ପୁତ୍ରମାନେ ଥିଲେ: ଶମ୍ମୟ ଓ ଯାଦା। ଶମ୍ମୟଙ୍କର ପୁତ୍ରମାନେ ଥିଲେ: ନାଦବ ଓ ଅବୀଶୂର।
29 ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା: ଅବୀହୟୀଲ୍। ସେମାନଙ୍କର ଦୁଇ ପୁତ୍ର ଥିଲେ। ସେହି ପୁତ୍ରମାନଙ୍କର ନାମ ଥିଲା: ଅହବାନ୍ ଓ ମୋଲୀଦ୍।
30 ନାଦବଙ୍କର ପୁତ୍ରମାନେ ଥିଲେ: ସେଲଦ୍ ଓ ଅପ୍ପୟିମ। ସେଲଦ୍ ନିଃସନ୍ତାନ ହୋଇ ମୃତ୍ୟୁବରଣ କରିଥିଲେ।
31 ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶନଙ୍କର ପୁତ୍ର ଥିଲେ: ଅହଲୟ।
32 ଯାଦା ଶମ୍ମୟଙ୍କର ଭ୍ରାତା ଥିଲେ। ଯାଦାଙ୍କର ପୁତ୍ରମାନେ ଥିଲେ: ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲେ।
33 ଯୋନାଥନଙ୍କର ପୁତ୍ରମାନେ ଥିଲେ: ପେଲତ୍ ଓ ସାସା। ଏହା ଯିରହମେଲଙ୍କ ସନ୍ତାନଗଣଙ୍କର ତାଲିକା ଅଟେ।
34 ଶେଶନଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଶେଶନଙ୍କର ଯାର୍ହା ନାମରେ ଜଣେ ମିଶରୀୟ କ୍ରୀତଦାସ ଥିଲା। 35 ଶେଶନ୍ ନିଜ ଝିଅକୁ ଯାର୍ହା ସହିତ ବିବାହ ଦେଲେ। ସେମାନଙ୍କର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା: ଅତ୍ତୟ।
36 ଅତ୍ତୟ ନାଥନଙ୍କର ପିତା ଥିଲେ। ନାଥନ ସାବଦକ୍ର ପିତା ଥିଲେ। 37 ସାବଦକ୍ ଇଫ୍ଲଲଙ୍କର ପିତା ଥିଲେ। ଇଫ୍ଲଲ ଓବେଦଙ୍କର ପିତା ଥିଲେ। 38 ଓବେଦ ଯେହୂଙ୍କର ପିତା ଥିଲେ। ଯେହୂ ଅସରିୟଙ୍କ ପିତା ଥିଲେ। 39 ଅସରିୟ ହେଲେସଙ୍କର ପିତା ଥିଲେ। ହେଲସ୍ ଇଲୀୟାସାଙ୍କ ପିତା ଥିଲେ। 40 ଇଲୀୟାସା ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ। 41 ଶଲ୍ଲୁମ୍ ଯିକମିୟଙ୍କ ପିତା ଥିଲେ ଏବଂ ଯିକମିୟ ଇଲୀଶାମାଙ୍କର ପିତା ଥିଲେ।
କାଲେବଙ୍କର ପରିବାର
42 କାଲେବ୍ ଯିରହମେଲଙ୍କର ଭ୍ରାତା ଥିଲେ। କାଲେବଙ୍କର କେତୋଟି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମେଶା। ମେଶା ସୀଫ୍ଙ୍କର ପିତା ଥିଲେ। କାଲେବଙ୍କର ଆହୁରି ମଧ୍ୟ ପୁତ୍ର ଥିଲେ। ମାରେଶା ହିବ୍ରୋଣଙ୍କ ପିତା ଥିଲେ।
43 ହିବ୍ରୋଣଙ୍କ ପୁତ୍ରମାନେ ଥିଲେ: କୋରହ, ତପୂହ, ରେକମ୍ ଓ ଶେମା। 44 ଶେମା ରହମ୍ଙ୍କ ପିତା ଥିଲେ। ରହମ୍ ଯର୍କୀୟମଙ୍କ ପିତା ଥିଲେ। ରେକମ୍ ଶମ୍ମୟଙ୍କ ପିତା ଥିଲେ। 45 ଶମ୍ମୟ ମାୟୋନଙ୍କର ପୁତ୍ର ଥିଲେ। ମାୟୋନ୍ ବୈଥ୍-ସୂରଙ୍କର ପିତା ଥିଲେ।
46 କାଲେବଙ୍କର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମୋତ୍ସା ଓ ଗାସେସଙ୍କର ମାତା ଥିଲେ। ହାରଣ ଗାସେସଙ୍କର ପିତା ଥିଲେ।
47 ଯେହଦୟଙ୍କର ପୁତ୍ରମାନେ ଥିଲେ: ରେଗମ୍, ଯୋଥମ୍, ଗେଶନ୍, ପେଲଟ, ଐଫା ଓ ଶାଫ୍।
48 ମାଖା ନାମ୍ନୀ କାଲେବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ। 49 ମାଖା ଶାଫ ଓ ଶିବାଙ୍କର ମଧ୍ୟ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବେନାର ଓ ଗିବିୟାଙ୍କର ପିତା ଥିଲେ। କାଲେବଙ୍କର ଝିଅ ଥିଲେ ଅକ୍ଷା।
50 ଏହା କାଲେବଙ୍କର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲେବଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କଠାରୁ ଜନ୍ମ ହୋଇଥିଲେ। ହୂରଙ୍କର ପୁତ୍ର ଶୋବଲ କିରିୟତ୍-ଯିୟାରୀମ୍ର ପ୍ରତିଷ୍ଠାତା ଥିଲେ। 51 ଶଲ୍ମ ବୈଥ୍ଲେହମର ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ।
52 ଶୋବଲ କିରିୟତ୍-ଯିୟାରୀମର ପ୍ରତିଷ୍ଠାତା ଥିଲେ। ଏହା ଶୋବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାୟା, ମନୁହୋଥର ଅର୍ଦ୍ଧେକ ଲୋକ; 53 କିରିୟତ୍-ଯିୟାରୀମ ପରିବାର ବର୍ଗମାନେ ଥିଲେ, ଯିତ୍ରୀୟ, ପୁଥୀୟ, ଶୂମାଥୀୟ ଓ ମିଶ୍ରାୟୀୟ। ସରାୟୀୟ ଓ ଇଷ୍ଟାୟୋଲୀୟଗଣ ମିଶ୍ରାୟୀୟରୁ ଆସିଥିଲେ।
54 ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥ୍ଲେହମ୍ ନଟୋଫାତୀୟ, ଅଟ୍ରତ୍ବେତ୍ ଯୋୟାବ, ମନହୋତୀୟର ସରାରୀୟର ଅର୍ଦ୍ଧେକ ଲୋକ, 55 ଏବଂ ଯାବେସ୍ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିୟାଥୀୟ, ଶିମିୟଥୀୟ ଓ ସୁଖାଥୀୟ ଥିଲେ। ଏହି କୀନୀୟ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ-ରେଖାବର ପ୍ରତିଷ୍ଠାତା ଥିଲେ।
ଯୀଶୁ ଆମ୍ଭର ମହାଯାଜକ
8 ଆମ୍ଭେ ଯାହାକିଛି କହୁଛୁ, ତା’ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି। 2 ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନ [a]ରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।
3 ପରମେଶ୍ୱରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରତ୍ୟେକ ମହାଯାଜକଙ୍କ କାମ ଅଟେ। ଅତଏବ ଆମ୍ଭର ମହାଯାଜକ ମଧ୍ୟ ପରମେଶ୍ୱରଙ୍କୁ କିଛି ଉତ୍ସର୍ଗ କରିବା କଥା। 4 ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି। 5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ [b] ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।” [c] 6 କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହୋଇଛି ତାହା ସେହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକାରେ, ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
7 ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା’ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା। 8 କିନ୍ତୁ ପରମେଶ୍ୱର ଲୋକମାନଙ୍କଠାରେ ତୃଟି ଦେଖିଲେ। ପରମେଶ୍ୱର କହିଲେ:
“ପ୍ରଭୁ କହନ୍ତି, ସମୟ ଆସୁଛି,
ଯେତେବେଳେ ମୁଁ ଇସ୍ରାଏଲ ଲୋକମାନଙ୍କ ଓ ଯିହୂଦୀୟ ଲୋକମାନଙ୍କ ସହିତ ନୂତନ ଚୁକ୍ତି କରିବି।
9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ
ସେ ଅନୁସାରେ ହେବ ନାହିଁ।
ସେହି ନିୟମ ମୁଁ ସେମାନଙ୍କର ହାତ ଧରିଲା ବେଳେ
ଓ ମିଶର ଦେଶରୁ ଆଣିଥିଲାବେଳେ କରିଥିଲି।
ପ୍ରଭୁ କୁହନ୍ତି: ମୁଁ ଦେଇଥିବା ଚୁକ୍ତି ସେମାନେ ପାଳନ କରିବା ବନ୍ଦ କରିଦେଲେ,
ଓ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ଆଣିଲି।
10 ଏହି ନୂତନ ନିୟମଟି ମୁଁ ଇସ୍ରାଏଲର ଲୋକଙ୍କ ସହତ କରିବି,
ଏହି ନିୟମଟି ମୁଁ ଭବିଷ୍ୟତରେ କରିବି ପ୍ରଭୁ କୁହନ୍ତି:
ମୁଁ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବି
ସେମାନଙ୍କ ହୃଦୟରେ ସେହିସବୁ ଲେଖିବି।
ମୁଁ ସେମାନଙ୍କ ପରମେଶ୍ୱର ହେବି,
ଓ ସେମାନେ ମୋର ଲୋକ ହେବେ।
11 ଏହା ପରେ ପୁନର୍ବାର କେହି ନିଜ ଭାଇ ବା ପରମେଶ୍ୱରଙ୍କ ଅନ୍ୟଲୋକମାନଙ୍କୁ ଶିକ୍ଷା ଦେବେ ନାହିଁ
କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍ତେ କିଛି କହିବା ଆବଶ୍ୟକ ହେବ ନାହିଁ, କାହିଁକି?
କାରଣ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ମୋତେ ଜାଣିବେ।
12 ଓ ମୋ’ ବିରୁଦ୍ଧରେ କରିଥିବା ଦୋଷ ସବୁ ମୁଁ କ୍ଷମା କରିଦେବି,
ଏବଂ ମୁଁ ସେମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମନେ ରଖିବି ନାହିଁ।” (A)
13 ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।
ମୋୟାବ ପାଇଁ ଶାସ୍ତି
2 ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। 2 ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। 3 ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।
ଯିହୁଦା ପାଇଁ ଶାସ୍ତି
4 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। 5 ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”
ଇସ୍ରାଏଲ ପାଇଁ ଦଣ୍ତବିଧାନ
6 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। 7 ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା’ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। 8 ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି।
9 “କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।
10 “ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। 11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟଦ୍ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ। 12 “କିନ୍ତୁ ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ସେବନ କରାଇଲ। ତୁମ୍ଭ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର ନ କରିବାକୁ କହିଲ। 13 ତୁମ୍ଭେମାନେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦେବା। ଆମ୍ଭେ ତୁମ୍ଭକୁ ନଡ଼ାରେ ବୋଝେଇ ଶଗଡ଼ ପରି ବଙ୍କା କରିଦେବା। 14 କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡ଼ାଳି ମଧ୍ୟ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ୟ ବଳ ନ ଥିବ। ସୈନ୍ୟମାନେ ନିଜକୁ ରକ୍ଷା କରି ପାରିବେ ନାହିଁ। 15 ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ। 16 ସେହି ସମୟରେ ସାହସୀ ସୈନ୍ୟମାନେ ଉଲଗ୍ନ ଦୌଡ଼ି ପଳାଇବେ।” ସଦାପ୍ରଭୁ ଏହି କଥା କହନ୍ତି।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
2010 by World Bible Translation Center